ଆଜି ଭାରତ ବନ୍ଦ: ଜାଣନ୍ତୁ କ’ଣ ରହିବ ପ୍ରଭାବ

ଭୁବନେଶ୍ୱର, ୧୨।୨(ସୁନିତ୍‌ ମିଶ୍ର):ଭାରତୀୟ ଚାଷୀ ଏବଂ ଟ୍ରେଡ୍‌ ୟୁନିୟନଗୁଡିକ ପକ୍ଷରୁ ଗୁରୁବାର ‘ଭାରତ ବନ୍ଦ’ ଡାକରା ଦିଆଯାଇଛି। ମୁଖ୍ୟତଃ କେନ୍ଦ୍ର ସରକାର ଆଣିଥିବା ୪ ନୂଆ ଶ୍ରମ କୋଡ୍‌ ବାତିଲ ଦାବିରେ ୧୦ ଟ୍ରେଡ୍‌ ୟୁନିୟନ ପକ୍ଷରୁ ବନ୍ଦ ଡାକରା ଦେବା ସହ ଅନ୍ୟ ସଙ୍ଗଠନଗୁଡିକର ସମର୍ଥନ ଲୋଡ଼ିଛନ୍ତି। ଆମେରିକା ସହ ଭାରତର ବହୁ ପ୍ରତୀକ୍ଷିତ ଟ୍ରେଡ୍‌ ଡିଲ୍‌ ମାର୍ଚ୍ଚ ଶେଷ ସୁଦ୍ଧା ସମ୍ପନ୍ନହେବାକୁ ଯାଉଛି। ଉଭୟ ପକ୍ଷ ଗତ ୮ ତାରିଖରେ ଏକ ମିଳିତ ଘୋଷଣାନାମାରେ ଏହାର ରୂପରେଖ ଜାରି କରିଛନ୍ତି। ଉକ୍ତ ବୁଝାମଣା ଦ୍ୱାରା ଭାରତୀୟ ବଜାରକୁ ପୁଞ୍ଜିନିବେଶର ସୁଅ ଛୁଟିବା ସହ ଦେଶରେ ନୂଆ ନିଯୁକ୍ତି ସୁଯୋଗ ସୃଷ୍ଟିହେବ ବୋଲି କେନ୍ଦ୍ର ଯୁକ୍ତି ବାଢୁଥିବାବେଳେ ଏହା ଏକ ଟ୍ରେଡ୍‌ ଡିଲ୍‌ ନୁହେଁ ବରଂ ଆମେରିକା ଚାପରେ ସରକାରଙ୍କ ଆତ୍ମସମର୍ପଣ ବୋଲି କୃଷକ ସଙ୍ଗଠନଗୁଡିକ ଅଭିହିତ କରିଛନ୍ତି। ଏହି ଡିଲ୍‌ ଦ୍ୱାରା ଭାରତୀୟ ଚାଷୀ ଏବଂ ଶ୍ରମିକଙ୍କ ସ୍ବାର୍ଥକୁ ବଳି ପକାଯାଇଥିବା ଅଭିଯୋଗ ଆଣି କୃଷକ ସଙ୍ଗଠନ ଏବଂ ଟ୍ରେଡ୍‌ ୟୁନିୟନଗୁଡିକ ପକ୍ଷରୁ ଭାରତ ବନ୍ଦ ଡାକରା ଦିଆଯାଇଛି। ଏହି ବନ୍ଦ ଡାକରାକୁ ରାଜ୍ୟ କଂଗ୍ରେସ ସମର୍ଥନ ଦେବା ନେଇ ଘୋଷଣା କରିଥିବା ବେଳେ ବିଜୁ ଶ୍ରମିକ ସାମ୍ମୁଖ୍ୟ ପକ୍ଷରୁ ନୈତିକ ସମର୍ଥନ ପ୍ରଦାନ ନେଇ ଘୋଷଣା କରାଯାଇଛି।
ଏଆଇଟିୟୁସି ରାଜ୍ୟ ସଭାପତି ଅଶୋକ ଦାସ କହିଛନ୍ତି, ରାଜ୍ୟର ବିଭିନ୍ନ ସ୍ଥାନରେ ଏଆଇଟିୟୁସି ପକ୍ଷରୁ ଶାନ୍ତିପୂର୍ଣ୍ଣ ଭାବେ ବନ୍ଦ ପାଳନ କରାଯିବ। ୧୨ ଘଣ୍ଟା ଲାଗି ଭାରତ ବନ୍ଦ ଡାକରା ଦିଆଯାଇଛି। ୪ ନୂତନ ଶ୍ରମ କୋଡ୍‌ ବାତିଲ ଦାବି, କୃଷକମାନଙ୍କ ସର୍ବନିମ୍ନ ଉତ୍ପାଦିତ ମୂଲ୍ୟ, ବିଦ୍ୟୁତ୍‌ ବିଲ୍‌ରେ ଅନିୟମିତତା ଏବଂ ସ୍ମାର୍ଟ ମିଟର ପ୍ରତ୍ୟାହାର, ବିଭିନ୍ନ ରାଷ୍ଟ୍ରାୟିତ ଶିଳ୍ପଗୁଡିକୁ ଘରୋଇକରଣ ବନ୍ଦ ଆଦି ମୋଟ୍‌ ୧୭ଟି ଦାବି ନେଇ ବନ୍ଦ ଡାକରା ଦିଆଯାଇଛି। ଶ୍ରମିକମାନେ ଦେଶବ୍ୟାପୀ କାର୍ଯ୍ୟ ବନ୍ଦ ରଖିବେ ବୋଲି ସେ କହିଛନ୍ତି। ଅନ୍ୟପଟେ ଅଲ ଓଡ଼ିଶା ବସ୍‌ ଆସୋସିଏଶନ କୋଷାଧ୍ୟକ୍ଷ ବରୋଦା ଆଚାର୍ଯ୍ୟ କହିଛନ୍ତି, ମାଲିକମାନେ ରାସ୍ତାରେ ବହୁ ଦାମିକା ଗାଡ଼ି ଚଳାଚଳ କରୁଛନ୍ତି। ବନ୍ଦ ପାଳନ ସମୟରେ କିଏ କୋଉଠି କେତେବେଳେ କାଚ ଭାଙ୍ଗିଦେବ ତାକୁ ଦେଖି କେତେଜଣ ବସ୍‌ ଚଳାଚଳ ନ କରିପାରନ୍ତି। ଏପର୍ଯ୍ୟନ୍ତ କିଛି ଚୂଡ଼ାନ୍ତ ନିଷ୍ପତ୍ତି ହୋଇନାହିଁ। ହେଲେ ଆସୋସିଏଶନ ବନ୍ଦ କରିବ ନାହିଁ ବସ୍‌ ଚଳାଇବ ଯଦି କେହି ରାସ୍ତାରେ ଅଟକାଇବେ ତେବେ ସେଠାରେ ରହିଯିବ ବୋଲି ଆଚାର୍ଯ୍ୟ କହିଛନ୍ତି।
ଅନ୍ୟପକ୍ଷରେ ପିଲାମାନେ ସ୍କୁଲ, କଲେଜ ଯିବା ନେଇ ଏବେଠାରୁ ଦ୍ୱନ୍ଦ୍ୱ ସୃଷ୍ଟି ହୋଇଛି। କାରଣ ଯଦି ଗାଡ଼ି, ମଟର ଚଳାଚଳ ନ କରିବ ତେବେ ପିଲାମାନେ ଶିକ୍ଷାନୁଷ୍ଠାନ କେମିତି ଯିବେ ତାହା ଦ୍ୱନ୍ଦ୍ୱରେ ଅଛି। ସରକାରଙ୍କ ପକ୍ଷରୁ ସ୍କୁଲ, କଲେଜ ଏବଂ ସରକାରୀ କାର୍ଯ୍ୟାଳୟ ବନ୍ଦ ନେଇ କିଛି ଘୋଷଣା କରାଯାଇନାହିଁ। ଅନ୍ୟପଟେ କଂଗ୍ରେସ ବରିଷ୍ଠ ନେତା ଜୟଦେବ ଜେନା କହିଛନ୍ତି, ରାଜ୍ୟର ଯେଉଁଠାରେ ସବୁ ଟ୍ରେଡ୍‌ ୟୁନିୟନ ରହିଛି ସେସବୁଠି କଂଗ୍ରେସ ବନ୍ଦକୁ ସମର୍ଥନ ଦେବ। ଜିଲା ମୁଖ୍ୟାଳୟଗୁଡିକରେ ମଧ୍ୟ ଟ୍ରେଡ୍‌ ୟୁନିୟନଗୁଡିକୁ ସମର୍ଥନ କରିବାକୁ କଂଗ୍ରେସ ନେତାମାନଙ୍କୁ କୁହାଯାଇଥିବା ଜୟଦେବ କହିଛନ୍ତି। ବିଜୁ ଶ୍ରମିକ ସାମ୍ମୁଖ୍ୟର ମହାସଚିବ ସୁବାସ ସିଂ କହିଛନ୍ତି, କେନ୍ଦ୍ର ସରକାର ଶ୍ରମିକମାନଙ୍କ ସ୍ବାର୍ଥକୁ ସମ୍ପୂର୍ଣ୍ଣ ନଷ୍ଟ କରିଦେବାକୁ ବସିଛନ୍ତି। ଶ୍ରମିକମାନଙ୍କ ସ୍ବାର୍ଥକୁ ହତ୍ୟାକରି ମାଲିକମାନଙ୍କୁ ଲାଭ ଦେବାକୁ ଚେଷ୍ଟା କରାଯାଉଛି। ଅନେକ ରାଷ୍ଟ୍ରାୟତ୍ତ ସଂସ୍ଥାକୁ ଘରୋଇକରଣ କରି ବଡ଼ ବଡ଼ କମ୍ପାନୀ ହାତକୁ ଟେକିଦିଆଯାଇଛି। ଭାରତବ୍ୟାପୀ ଶ୍ରମିକମାନଙ୍କ ଭିତରେ ଅସନ୍ତୋଷ ବଢ଼ିବାରେ ଲାଗିଛି। କେନ୍ଦ୍ର ବଜେଟରେ ଶ୍ରମିକମାନଙ୍କ ପାଇଁ କିଛି ହେଲେ ନାହିଁ। ତେଣୁ ବିଜୁ ଶ୍ରମିକ ସାମ୍ମଖ୍ୟ ଏହାକୁ ସମର୍ଥନ କରିବ ବୋଲି ସୁବାସ କହିଛନ୍ତି।
ଭାଜପା ମୁଖପାତ୍ର ଅନିଲ ବିଶ୍ୱାଳ କହିଛନ୍ତି, ଶ୍ରମ କୋଡ୍‌ ପ୍ରତ୍ୟାହାର ଦାବିରେ ଦେଶବ୍ୟାପୀ ଧର୍ମଘଟ ଡାକରା ନିନ୍ଦନୀୟ। ଯେଉଁମାନେ ଶ୍ରମ ଆଇନରେ ସଂସ୍କାରକୁ ବିରୋଧ କରୁଛନ୍ତି ସେମାନେ କଳକାରଖାନା ବନ୍ଦର ମୁଖ୍ୟ ସୂତ୍ରଧର। ଶ୍ରମ ଆଇନରେ ସବୁ ସଂଶୋଧନ ଶ୍ରମିକମାନଙ୍କ ହିତରେ ଅଣାଯାଇଛି। ଯେଉଁମାନେ ବିରୋଧ କରୁଛନ୍ତି ସେମାନେ ସରକାରରେ ଥିବାବେଳେ ଶ୍ରମିକମାନେ ନିର୍ଯାତିତ ହେଉଥିଲେ ବୋଲି ଅନିଲ କହିଛନ୍ତି।

 

Dharitri – Odisha’s No.1 Odia Daily

 


Enter your email to get our daily news in your inbox.

All Right Reserved By Dharitri.Com

ବଲାଙ୍ଗୀରରୁ ଫରେଷ୍ଟରଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର, ଅଫିସ ଷ୍ଟାଫ୍ କ୍ବାର୍ଟରରେ…

ବଲାଙ୍ଗୀର,୨୦।୯( ସୁନିଲ କୁମାର ମହାନ୍ତି): ବଲାଙ୍ଗୀର ଫରେଷ୍ଟ ରେଞ୍ଜ ଅଫିସ ପଛପଟେ ଥିବା ଷ୍ଟାଫ କ୍ବାଟରୁ ଫରେଷ୍ଟରଙ୍କ ମୃତଦେହ ଉଦ୍ଧାର ହୋଇଛି । ଝୁଲନ୍ତା ଅବସ୍ଥାରେ ତାଙ୍କ…

SIR ନୋଟିସ୍‌: ଜୟଶଙ୍କରଙ୍କଠାରୁ ଆଡଭାନିଙ୍କ ପର୍ଯ୍ୟନ୍ତ, ତାଲିକାରେ ଅନେକ VVIP ଭୋଟର

ନୂଆଦିଲ୍ଲୀ,୨୦।୯: ଦିଲ୍ଲୀରେ ଚାଲିଥିବା ଭୋଟର ତାଲିକା ସ୍ବତନ୍ତ୍ର ସଘନ ସଂଶୋଧନ (SIR) ପ୍ରକ୍ରିୟାକୁ ନେଇ ଅନେକ ହାଇପ୍ରୋଫାଇଲ୍‌ ଭୋଟରଙ୍କୁ ନିର୍ବାଚନ କମିଶନଙ୍କ ପକ୍ଷରୁ ନୋଟିସ୍‌ ଜାରି କରାଯାଇଛି…

ଚମକାଇଦେଲା BCCIର ନିଷ୍ପତ୍ତି! ଟିମ୍ ଇଣ୍ଡିଆର ନୂଆ ହେଡ୍ କୋଚ୍ ହେଲେ…

ନୂଆଦିଲ୍ଲୀ,୨୦ା୯: ଭାରତୀୟ କ୍ରିକେଟ୍‌ ଟିମ୍‌ର ପୂର୍ବତନ ଦ୍ରୁତ ବୋଲର ଲକ୍ଷ୍ମୀପତି ବାଲାଜୀଙ୍କୁ ଭାରତ-ଏ ଦଳର ହେଡ୍‌ କୋଚ୍‌ ଭାବେ ନିଯୁକ୍ତ କରାଯାଇଛି । ଅଷ୍ଟ୍ରେଲିଆ-ଏ ବିପକ୍ଷ ମଲ୍ଟି-ଫର୍ମାଟ୍‌…

ବିହାରୀ କଏଦୀ ଫେରାର ଘଟଣା: ଚୌଦ୍ୱାର ଜେଲ ଅଧୀକ୍ଷକ ଗିରଫ

କଟକ,୨୦।୯(ପ୍ରଭୁ କଲ୍ୟାଣ ପାଲ ): ବିହାରୀ କଏଦୀ ଫେରାର ଘଟଣାରେ ଗିରଫ ହେଲେ ଚୌଦ୍ୱାର ଜେଲ ଅଧୀକ୍ଷକ ସୁଜିତ ରାଉଳ। ଜେଲ ମିନିଟି ବୁକ୍‌ରେ ଜାଲିଆତି ନେଇ…

ଅଡବା ପୋଲିସକୁ ବଡ଼ ସଫଳତା, ଜଙ୍ଗଲରେ ଲୁଚାଇ ରଖିଥିଲେ ଗଞ୍ଜେଇ, ହଜାରେ କେଜି ଜବତ

ମୋହନା,୨୦।୯( ମନ୍ମଥ ମିଶ୍ର ): ଗଜପତି ଜିଲାରେ ବେଆଇନ ଗଞ୍ଜେଇ କାରବାର ବିରୋଧରେ ଚାଲିଥିବା ସ୍ୱତନ୍ତ୍ର ଅଭିଯାନରେ ଅଡବା ପୋଲିସ ଏକ ବଡ଼ ସଫଳତା ହାସଲ କରିଛି…

କାଲି ନୂଆଁଖାଇବେ କଳାହାଣ୍ଡି ଗଡ଼ଜାତବାସୀ, ଉତ୍ସବ ମୁଖର ପୁରପଲ୍ଲୀ

ଭବାନୀପାଟଣା,୨୦।୯ (ଉତ୍ତମ କୁମାର ଦାଶ): ନୂଆଁଖାଇ କଳାହାଣ୍ଡି ଜିଲାର ଏକ ମୁଖ୍ୟ ପରମ୍ପରା। ପଶ୍ଚିମ ଓଡ଼ିଶାର ଅନ୍ୟ ଜିଲାରେ ପଞ୍ଚମୀ ତିଥିରେ ନୂଆଁଖାଇ ପାଳନ ହେଉଥିବା ବେଳେ…

ନ୍ୟୁଜିଲ୍ୟାଣ୍ଡ ଗସ୍ତରେ ବଦଳିବେ ଟିମ୍ ଇଣ୍ଡିଆର କ୍ୟାପ୍ଟେନ, ଶୁଭମନ୍ ଗିଲ୍‌ଙ୍କ ସ୍ଥାନ ନେବେ…

ନୂଆଦିଲ୍ଲୀ,୨୦ା୯: ଭାରତୀୟ କ୍ରିକେଟ୍ ଦଳ ବର୍ତ୍ତମାନ ଏସୀୟ କ୍ରୀଡ଼ା ପାଇଁ ଯାତ୍ରା କରୁଥିବା ବେଳେ, ଏହି ସମୟ ମଧ୍ୟରେ ୱେଷ୍ଟଇଣ୍ଡିଜ୍ ବିପକ୍ଷରେ ଏକ ଦିନିକିଆ (ODI) ସିରିଜ୍…

ଭଡ଼ାଘରେ ଚାଲିଥିଲା ଅନ୍‌ଲାଇନ୍‌ ବେଟିଂ କାରବାର, ଚଢ଼ାଉ କରି ୩ ଜଣଙ୍କୁ…

ଛତ୍ରପୁର,୨୦ା୯(ଦିଲ୍ଲୀପ ସାମଲ/ଦ୍ୱାରିକା ପଟ୍ଟନାୟକ): ଗଞ୍ଜାମ ସାଇବର ପୋଲିସ ଏକ ଅନଲାଇନ୍‌ ବେଟିଂ ଆପ୍‌ ଠକେଇ ନେଟ୍‌ଓ୍ବର୍କର ପର୍ଦ୍ଦାଫାଶ କରି ୩ ଅଭିଯୁକ୍ତଙ୍କୁ ଗିରଫ କରିଛି। ଗିରଫ ଅଭିଯୁକ୍ତମାନେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?