Posted inଜାତୀୟ

ଭାରତ ବନ୍ଦ ଡାକରା: ପ୍ରଭାବିତ ହେବ ଏସବୁ ସେବା

ନୂଆଦିଲ୍ଲୀ,୯।୭: କେନ୍ଦ୍ର ସରକାରଙ୍କ ଶ୍ରମିକ ଓ କୃଷକ ବିରୋଧୀ ତଥା ରାଷ୍ଟ୍ର ବିରୋଧୀ ଏବଂ କର୍ପୋରେଟ୍‌ ସପକ୍ଷବାଦୀ ନୀତିକୁ ବିରୋଧ କରି ୧୦ଟି କେନ୍ଦ୍ରୀୟ ଟ୍ରେଡ୍‌ ୟୁନିୟନ ଓ ଏହାର ସହଯୋଗୀ ସଂଗଠନଗୁଡ଼ିକ ପକ୍ଷରୁ ବୁଧବାର ଭାରତ ବନ୍ଦ ପାଇଁ ଡାକରା ଦିଆଯାଇଛି। ଏଥିରେ ବ୍ୟାଙ୍କିଙ୍ଗ୍‌, ବୀମା, ଡାକସେବାଠାରୁ ଆରମ୍ଭ କରି ଖଣି, ରାଜପଥ ଏବଂ ନିର୍ମାଣ କାର୍ଯ୍ୟ, ପରିବହନ କାର୍ଯ୍ୟରେ ନିୟୋଜିତ ୨୫ କୋଟିରୁ ଊର୍ଦ୍ଧ୍ୱ କର୍ମଚାରୀ ଓ ଶ୍ରମିକ ସାମିଲ ହେବାକୁ ଥିବାରୁ ସାଧାରଣ ଜୀବନଯାତ୍ରା ବ୍ୟାହତ ହୋଇପାରେ। ବନ୍ଦ ଯୋଗୁ ଜନସେବା କ୍ଷେତ୍ର ସର୍ବାଧିକ ପ୍ରଭାବିତ ହେବା ଆଶଙ୍କା କରାଯାଉଥିବାବେଳେ ଶିକ୍ଷାନୁଷ୍ଠାନ ଓ ଘରୋଇ କାର୍ଯ୍ୟାଳୟ ଖୋଲା ରହିବ।
ଭାରତ ବନ୍ଦ ଯୋଗୁ ବ୍ୟାଙ୍କିଙ୍ଗ୍‌ ଓ ଆର୍ଥତ୍କ ସେବା, ପୋଷ୍ଟାଲ ସେବା, କୋଇଲା ଖଣି ଖନନ ଏବଂ ଶିଳ୍ପାଞ୍ଚଳ ଶାଖା, ରାଜ୍ୟ ପରିଚାଳିତ ପରିବହନ ସେବା ପ୍ରଭାବିତ ହେବ। ସେହିପରି ରାଷ୍ଟ୍ରାୟତ୍ତ ଉଦ୍ୟୋଗ (ପିଏସ୍‌ୟୁ), ବିଭିନ୍ନ ସରକାରୀ ବିଭାଗ ଉପରେ ମଧ୍ୟ ବନ୍ଦ୍‌ର ପ୍ରଭାବ ପଡ଼ିବ। ତେବେ ବନ୍ଦ ପାଳନ ବେଳେ ସ୍କୁଲ୍‌ ଓ କଲେଜ ଖାଲା ରହିବ। ଘରୋଇ କାର୍ଯ୍ୟାଳୟଗୁଡ଼ିକ ସ୍ବାଭାବିକ କାର୍ଯ୍ୟ କରିବାକୁ ଥିବାବେଳେ ଟ୍ରେନ୍‌ ଚଳାଚଳ ବିଳମ୍ବିତ ହୋଇପାରେ ବୋଲି କୁହାଯାଇଛି।
ରିପୋର୍ଟ ଅନୁଯାୟୀ, ପଣ୍ଡିଚେରି ଏବଂ ତାମିଲନାଡୁରେ ସମ୍ପୂର୍ଣ୍ଣ ବନ୍ଦ ହେବାକୁ ଥିବାରୁ ବସ୍‌ ସମେତ ସାଧାରଣ ପରିବହନ ସେବା ବାଧାପ୍ରାପ୍ତ ହେବ। ତେଣୁ ସେଠାରେ ଶିକ୍ଷାନୁଷ୍ଠାନଗୁଡ଼ିକୁ ମଧ୍ୟ ବନ୍ଦ ରଖିବାକୁ କୁହାଯାଇଛି।

ଇଜ୍‌ ଅଫ୍‌ ଡୁଇଙ୍ଗ୍‌ ବିଜ୍‌ନେସ୍‌ ନାମରେ କେନ୍ଦ୍ର ସରକାର ଆର୍ଥତ୍କ ନୀତି ଏବଂ ଶ୍ରମ କ୍ଷେତ୍ରରେ ସଂସ୍କାର କାର୍ଯ୍ୟକାରୀ କରିବା ପାଇଁ ଯାଉଛନ୍ତି, ଯାହା ଶ୍ରମିକ କର୍ମଚାରୀଙ୍କ ଅଧିକାରକୁ ଦୁର୍ବଳ କରିବା ସହ ସେମାନଙ୍କ ସାମୂହିକ ମୂଲଚାଲ କ୍ଷମତାକୁ ସଂକୁଚିତ କରିବ ଓ କାର୍ଯ୍ୟକ୍ଷେତ୍ର ଅଧିକ ଖରାପ ହେବ ବୋଲି ୟୁନିୟନଗୁଡ଼ିକ ଅଭିଯୋଗ କରିଛନ୍ତି। ରାଷ୍ଟ୍ରାୟତ୍ତ ଉଦ୍ୟୋଗ ଏବଂ ସରକାରୀ ସେବାର ଘରୋଇକରଣ, ଆଉଟ୍‌ସୋର୍ସିଂ ନୀତି, ଶ୍ରମଶକ୍ତିର ଠିକାଦାରିତା ଆଦି ବିରୋଧରେ ଟ୍ରେଡ୍‌ ୟୁନିୟନଗୁଡ଼ିକ ଦୀର୍ଘଦିନ ହେଲା ଲଢ଼େଇ କରିଆସୁଛନ୍ତି। ପାର୍ଲାମେଣ୍ଟରେ ଗୃହୀତ ୪ ଲେବର କୋଡ୍‌ ଟ୍ରେଡ୍‌ ୟୁନିୟନଗୁଡ଼ିକର ଆନ୍ଦୋଳନକୁ ଚାପିଦେବା ଓ ପଙ୍ଗୁ କରିଦେବା ପାଇଁ ଉଦ୍ଦିଷ୍ଟ। ଏହାଦ୍ୱାରା କାର୍ଯ୍ୟ ସମୟ ବୃଦ୍ଧି ପାଇବ। କର୍ମଚାରୀଙ୍କ ଧର୍ମଘଟ କରିବା ଅଧିକାର ରହିବ ନାହିଁ ଏବଂ ନିଯୁକ୍ତିଦାତାଙ୍କ ଦ୍ୱାରା ଶ୍ରମ ଆଇନର ଉଲ୍ଲଂଘନକୁ ଅପରାଧମୁକ୍ତ କରାଯିବ ବୋଲି ଫୋରମ୍‌ ପକ୍ଷରୁ ଏକ ବିବୃତିରେ କୁହାଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

କୋସଲୀ ସାଂସ୍କୃତିକ ମହୋତ୍ସବ ଆରମ୍ଭ

ନୂଆପଡ଼ା,୨୦ା୧୨ (ମକାରୁ ବେମାଲ): ନୂଆପଡ଼ା ପୋଲିସ ପଡ଼ିଆ ରଙ୍ଗମଞ୍ଚଠାରେ କୋସଲୀ ସାଂସ୍କୃତିକ ମହୋତ୍ସବ ଉଦ୍‌ଘାଟିତ ହୋଇଯାଇଛି। ଅନୁଷ୍ଠାନର ସଭାପତି ସୁରଜିତସିଂ ମହାରଥାଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଉଦ୍‌ଘାଟନୀ...

ଶୀତରେ ଥରୁଛି କଳାହାଣ୍ଡି

ଭବାନୀପାଟଣା,୨୦ା୧୨(ଉତ୍ତମ କୁମାର ଦାଶ)- ସାରା ରାଜ୍ୟରେ ଶୀତର ପ୍ରକୋପ ଜାରି ରହିଛି। ଆହୁରି ସପ୍ତାହେ ଧରି ଏଭଳି ସ୍ଥିତି ଜାରି ରହିବ ବୋଲି ପାଣିପାଗ ବିଭାଗ...

ଆଶେସ ବିଜୟ ଲକ୍ଷ୍ୟରେ ଅଷ୍ଟ୍ରେଲିଆ

ଆଡିଲେଡ୍‌,୨୦ା୧୨: ଇଂଲଣ୍ଡର ଦ୍ୱିତୀୟ ଇନିଂସରେ ବିପର୍ଯ୍ୟୟ ପରେ ଅଷ୍ଟ୍ରେଲିଆ ଆଶେସ ସିରିଜ ବିଜୟ ପଥରେ ଅଗ୍ରସର ହେଉଛି। ନାଥାନ ଲିଅନ ଇଂଲଣ୍ଡର ୩ଟି ଉଇକେଟର ପତନ...

୩ ଜିଲାକୁ ଘନ କୁହୁଡ଼ି ଓ୍ବାର୍ନିଂ: ୭ଦିନ ଯାଏଁ…ଜି. ଉଦୟଗିରିରେ…

ଭୁବନେଶ୍ୱର, ୨୦ା୧୨(ବନ୍ଦନା ସେଠୀ) – ସାରା ରାଜ୍ୟରେ ଶୀତ ଲହରି ଜନଜୀବନକୁ ପ୍ରଭାବିତ କରୁଛି। ପାରଦ ତଳମୁହଁା ରହିଥିବାବେଳେ କେତେକ ଜିଲାରେ ଘନ କୁହୁଡ଼ି ଦେଖିବାକୁ...

ନୋରା ଫତେହିଙ୍କ କାର ଦୁର୍ଘଟଣା: ମଦ୍ୟପ ଚାଳକଙ୍କ ଧକ୍କାରେ…

ମୁମ୍ବାଇ,୨୦।୧୨: ଲୋକପ୍ରିୟ ବଲିଉଡ ଅଭିନେତ୍ରୀ ତଥା ନୃତ୍ୟଶିଳ୍ପୀ ନୋରା ଫତେହି ଶନିବାର ମୁମ୍ବାଇରେ ଏକ ସଡ଼କ ଦୁର୍ଘଟଣାର ସମ୍ମୁଖୀନ ହୋଇଛନ୍ତି। ବିଶ୍ୱପ୍ରସିଦ୍ଧ ମ୍ୟୁଜିକ୍ ପ୍ରୋଗ୍ରାମ ‘ସୁନବର୍ଣ୍ଣ...

ଇସ୍ରୋର ବଡ଼ ପଦକ୍ଷେପ: ଗଗନୟାନ ମିଶନ ପାଇଁ ସଫଳ ହେଲା ପାରାଚ୍ୟୁଟ୍‌ ପରୀକ୍ଷା

ନୂଆଦିଲ୍ଲୀ,୨୦ା୧୨: ମହାକାଶକୁ ଭାରତର ପ୍ରଥମ ମାନବ ପ୍ରେରଣ ଦିଗରେ ଶନିବାର ଆଉ ଏକ ବଡ଼ ପଦକ୍ଷେପ ସଫଳ ହୋଇଛି। ଭାରତୀୟ ମହାକାଶ ଗବେଷଣା ସଂଗଠନ (ଇସ୍ରୋ)...

ଟ୍ୟୁଶନରୁ ଫେରୁଥିବା ବେଳେ ନାବାଳିକାଙ୍କୁ ଟେକିନେଇ ବଳାତ୍କାର ପରେ ଫିଙ୍ଗି ଚାଲିଯାଇଥିଲେ, ଅଭିଯୁକ୍ତଙ୍କୁ ୨୦ ବର୍ଷ…

ଗଜପତି,୨୦।୧୨(ଗିରିଧାରୀ ପରିଚ୍ଛା)- ଏକ ଅପହରଣ ଓ ବଳାତ୍କାର ମାମଲାର ବିଚାର କରି ଅତିରିକ୍ତ ଜିଲ୍ଲା ସେସନ ଜର୍ଜ ବିଭୁ ପ୍ରସାଦ ପଣ୍ଡା ପୋକ୍ସୋ ଆକ୍ଟର ଧାରା...

ଅଣ୍ଡା ଖାଇଲେ ହେବେ କି କ୍ୟାନ୍ସର ? ସ୍ପଷ୍ଟୀକରଣ ଦେଲା FSSAI

ନୂଆଦିଲ୍ଲୀ,୨୦।୧୨: ଦେଶରେ ବିକ୍ରି ହେଉଥିବା ଅଣ୍ଡା ସମ୍ପୂର୍ଣ୍ଣ ସୁରକ୍ଷିତ। ଏଥିରେ କ୍ୟାନ୍ସର ସୃଷ୍ଟିକାରୀ ଉପାଦାନ ଥିବା ନେଇ ଚର୍ଚ୍ଚା ହେଉଥିବା ଖବରକୁ ଭାରତୀୟ ଖାଦ୍ୟ ସୁରକ୍ଷା...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri