Posted inଜାତୀୟ

୬ ପାକ୍‌ ଯୁଦ୍ଧବିମାନ ଖସାଇଥିଲା ଭାରତ: ବାୟୁସେନା ମୁଖ୍ୟ

ନୂଆଦିଲ୍ଲୀ,୧୦ା୮; ପାକିସ୍ତାନ ବିରୋଧରେ ‘ଅପରେଶନ ସିନ୍ଦୂର’ ବେଳେ ଭାରତ ଅନୂ୍ୟନ ୫ ଯୁଦ୍ଧବିମାନ ଏବଂ ଗୋଟିଏ ବଡ଼ ଏୟାରକ୍ରାଫ୍ଟକୁ ଖସାଇଥିବା ନେଇ ଶନିବାର ବାୟୁସେନା ମୁଖ୍ୟ ମାର୍ଶଲ ଅମରପ୍ରୀତ ସିଂ ଦାବି କରିଛନ୍ତି। ବେଙ୍ଗାଲୁରୁରେ ଶନିବାର ଆୟୋଜିତ ଷୋଡ଼ଶ ଏୟାର ଚିଫ୍‌ ମାର୍ଶଲ ଏଲ୍‌.ଏମ୍‌. କାତ୍ରେ ବତ୍କୃତାମାଳାରେ ଆଇଏଏଫ୍‌ ମୁଖ୍ୟ କହିଛନ୍ତି, ୩୦୦ କି.ମି. ଦୂରରୁ ଖସାଯାଇଥିବା ବୃହତ୍‌ ଏୟାରକ୍ରାଫ୍ଟଟି ଏକ ସର୍ଭିଲାନ୍ସ ପ୍ଲେନ୍‌ (ଇଏଲ୍‌ଆଇଏନ୍‌ଟି କିମ୍ବା ଏଇଡବ୍ଲ୍ୟୁଆଣ୍ଡ୍‌ସି) ହୋଇଥାଇପାରେ। ବାସ୍ତବରେ ଏହା ଭୂପୃଷ୍ଠରୁ ଆକାଶମାର୍ଗରେ ଖସାଯାଇଥିବା ସବୁଠୁ ବଡ଼ ଯୁଦ୍ଧବିମାନ। ରୁଷିଆ ନିର୍ମିତ ଏସ୍‌୪୦୦ ଆମ ପାଇଁ ଏକ ଗେମ୍‌ ଚେଞ୍ଜର ସାବ୍ୟସ୍ତ ହୋଇଥିଲା। ଏହି ସିଷ୍ଟମ୍‌ର ରେଞ୍ଜ ଯୋଗୁ ପାକିସ୍ତାନର ସବୁ ଅପଚେଷ୍ଟାକୁ ପ୍ରତିହତ କରାଯାଇପାରିଥିଲା। ଏଭଳି ସ୍ଥିତିରେ ସଂଘର୍ଷ ଅଧିକ ସମୟ ଜାରି ରହିଲେ କ୍ଷତି ବଢ଼ିବା ଆଶଙ୍କା କରି ପାକିସ୍ତାନୀ ପକ୍ଷ ଅସ୍ତ୍ରବିରତି ପାଇଁ ପ୍ରସ୍ତାବ ଦେଇଥିଲା। ଭାରତୀୟ ସଶସ୍ତ୍ର ବଳକୁ ଯୋଜନା ଓ ଆକ୍ରମଣ କରିବାକୁ ପୂର୍ଣ୍ଣ ସ୍ବାଧୀନତା ଦେଇଥିବାରୁ ଦେଶର ନେତୃତ୍ୱକୁ ମଧ୍ୟ ସେ ପ୍ରଶଂସା କରିଛନ୍ତି। ବାୟୁସେନା ମୁଖ୍ୟଙ୍କ ମୁହଁରୁ ଏହା ଶୁଣିବା ପରେ କାର୍ଯ୍ୟକ୍ରମରେ ଉପସ୍ଥିତ ଏୟାରଫୋର୍ସ ଅଧିକାରୀ, ଭେଟେରାନ୍‌ଙ୍କ ସହ ସରକାରୀ ଅଧିକାରୀମାନେ ଉଲ୍ଲସିତ ହୋଇଯାଇଥିଲେ। ଅନ୍ୟପକ୍ଷେ ଭାରତ ପାକିସ୍ତାନର କେଉଁ ଧରଣର ଯୁଦ୍ଧବିମାନଗୁଡ଼ିକୁ ଖସାଇଥିଲା, ବାୟୁସେନା ମୁଖ୍ୟ ସେନେଇ କିଛି ସ୍ପଷ୍ଟ କରିନାହାନ୍ତି। କିନ୍ତୁ ସେ କହିଛନ୍ତି, ଏୟାରଷ୍ଟ୍ରାଇକ୍‌ ବେଳେ ଦକ୍ଷିଣପୂର୍ବ ପାକିସ୍ତାନର ଦୁଇଟି ବାୟୁସେନା ଘାଟିରେ ଥିବା ଆଉ ଏକ ସର୍ଭିଲାନ୍ସ ପ୍ଲେନ୍‌ ସହ କିଛି ଏଫ୍‌୧୬ ଫାଇଟର୍ସକୁ ମଧ୍ୟ ଟାର୍ଗେଟ କରାଯାଇଥିଲା ବୋଲି ବାୟୁସେନା ମୁଖ୍ୟ କହିଛନ୍ତି। ପାକିସ୍ତାନ ପ୍ରତିରକ୍ଷା ମନ୍ତ୍ରୀ ଖ୍ବାଜା ଆସିଫ୍‌ ଏହାକୁ ଖଣ୍ଡନ କରି କହିଛନ୍ତି, ଭାରତ ଆମର କୌଣସି ଗୋଟିଏ ବି ସାମରିକ ବିମାନକୁ ଖସାଇ ନାହିଁ। ଆଇଏଏଫ୍‌ ମୁଖ୍ୟ ଭୁଲ୍‌ ସମୟରେ ଏହି ବିଳମ୍ବିତ ଦାବି କରିଛନ୍ତି। ଉଭୟ ପକ୍ଷ ନିରପେକ୍ଷ ଯାଞ୍ଚ ପାଇଁ ନିଜ ନିଜ ଏୟାରକ୍ରାଫ୍ଟ ଇନ୍‌ଭେଣ୍ଟୋରିଗୁଡ଼ିକୁ ଛାଡ଼ି ଦିଅନ୍ତୁ। ସତ ପଦାକୁ ଆସିବ।

ମୁଖ୍ୟତଃ ଚାଇନା ନିର୍ମିତ ଜେଟ୍‌ ଏବଂ ୟୁଏସ୍‌ ଏଫ୍‌-୧୬ଗୁଡ଼ିକୁ ନେଇ ପରିଚାଳିତ ପାକିସ୍ତାନୀ ବାୟୁସେନା ମେ’ ୭-୧୦ରେ ଦୁଇ ଆଣବିକ ଅସ୍ତ୍ର ସମ୍ପନ୍ନ ପଡ଼ୋଶୀଙ୍କ ମଧ୍ୟରେ ସଂଘର୍ଷ ବେଳେ ଭାରତ ପଟୁ ଗୋଟିଏ ହେଲେ ଯୁଦ୍ଧବିମାନ ଖସାଯାଇ ନ ଥିବା ବିଷୟ ଏହା ପୂର୍ବରୁ କହିସାରିଛି। ଏଥିସହ ଫ୍ରାନ୍ସ ନିର୍ମିତ ଏକ ରାଫାଲ ଫାଇଟର ସମେତ ଭାରତର ୬ ଯୁଦ୍ଧବିମାନ ଖସିଇଥିବା ଦାବି କରିଥିଲା। ଫ୍ରାନ୍ସ ବାୟୁସେନା ମୁଖ୍ୟ ଜୋରୋମି ବେଲ୍ଲାଙ୍ଗର ପୂର୍ବରୁ କହିଥିଲେ, ଗୋଟିଏ ରାଫାଲ ସମେତ ୩ ଭାରତୀୟ ଫାଇଟର୍ସ ଖସିଥିବା ନେଇ ସେ ପ୍ରମାଣ ପାଇଛନ୍ତି। କିନ୍ତୁ ଏହା ଉପରେ ଭାରତୀୟ ବାୟୁସେନା ଅଦ୍ୟାବଧି କୌଣସି ପ୍ରତିକ୍ରିୟା ପ୍ରକାଶ କରିନାହିଁ। ତେବେ ବାୟୁସେନା ମୁଖ୍ୟଙ୍କ ସଦ୍ୟ ପ୍ରଘଟକୁ ନେଇ କଂଗ୍ରେସ କେନ୍ଦ୍ର ସରକାରଙ୍କୁ ସମାଲୋଚନା କରିଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମେ’ ୧୦ ସନ୍ଧ୍ୟାରେ ହଠାତ୍‌ କାହିଁକି ଅପରେଶନ ସିନ୍ଦୂରକୁ ବନ୍ଦ କରିଦେଲେ? ପ୍ରଧାନମନ୍ତ୍ରୀଙ୍କ ଉପରେ କେଉଁଠୁ ଚାପ ପଡ଼ିଥିଲା ଏବଂ ସେ ଏତେ ଶୀଘ୍ର କାହିଁକି ମୁଣ୍ଡ ନୁଆଇ ହାର ମାନିଯାଇଥିଲେ ବୋଲି କଂଗ୍ରେସ ସାଧାରଣ ସମ୍ପାଦକ ଜୟରାମ ରମେଶ ‘X’ ରେ ପ୍ରଶ୍ନ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ପ୍ରଧାନଆଚାର୍ଯ୍ୟଙ୍କ ନିଲମ୍ବନ ନେଇ ପ୍ରତିବାଦ, ଫାଟକରେ ତାଲା ପକାଇ ଧାରଣାରେ ବସିଲେ ଗୁରୁମା-ଗୁରୁଜୀ

ତିହିଡ଼ି,୧୯ା୩(ସଞ୍ଜିତ ବଳ): ଭଦ୍ରକ ଜିଲା ତିହିଡ଼ିସ୍ଥିତ ଶିଶୁବିଦ୍ୟାମନ୍ଦିରର ଗୁରୁମା ଓ ଗୁରୁଜୀମାନେ ଗୁରୁବାର ସକାଳେ ବିଦ୍ୟାମନ୍ଦିର ଫାଟକରେ ତାଲା ପକାଇ ଧାରଣା ଦେଇଛନ୍ତି। ପ୍ରଧାନଆଚାର୍ଯ୍ୟଙ୍କୁ ନିଲମ୍ବନ ଏବଂ…

ପୁଣି ଯୁଦ୍ଧକୁ ଓହ୍ଲାଇବେ ଭାରତ-ପାକିସ୍ତାନ! ପରମାଣୁ ଆଟାକ୍‌ କରିପାରେ ପାକ୍‌…

ନୂଆଦିଲ୍ଲୀ,୧୯।୩: ଯଦିଓ ଭାରତ ଏବଂ ପାକିସ୍ତାନ ମଧ୍ୟରେ ପରିସ୍ଥିତି ବର୍ତ୍ତମାନ ଶାନ୍ତ ଦେଖାଯାଉଛି, ତଥାପି ବିପଦ ସମ୍ପୂର୍ଣ୍ଣ ହ୍ରାସ ପାଇନାହିଁ। ଏହି ଦାବି ଆମେ କରୁନୁ, ବରଂ…

ମା’ ପାଟ୍ଟଖଣ୍ଡାଙ୍କ ପୀଠରେ ନବରାତ୍ର ପୂଜା ଆରମ୍ଭ: ଢୋଲ, ମହୁରୀ ଶବ୍ଦରେ ଦୁଲୁକିଲା ଦାରିଙ୍ଗବାଡ଼ି

ଦାରିଙ୍ଗବାଡ଼ି,୧୯ା୩(ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡ଼ିର ପ୍ରସିଦ୍ଧ ମା’ ପାଟ୍ଟଖଣ୍ଡାଙ୍କ ପୀଠରେ ଗୁରୁବାର ଚଳିତ ଚୈତ୍ର ନବବର୍ଷରେ ବାସନ୍ତିକ ନବରାତ୍ରି ପୂଜାର ଶୁଭାରମ୍ଭ ହୋଇଯାଇଛି। ଏହି ଅବସରରେ…

୨୪ ଘଣ୍ଟା ଭିତରେ ୟୁ-ଟର୍ନ ନେଲେ ଟ୍ରମ୍ପ: ବ୍ୟାକ୍‌ଫୁଟ୍‌ରେ ଆମେରିକା

ଓ୍ବାଶିଂଟନ୍‌,୧୯।୩: ମଧ୍ୟପ୍ରାଚ୍ୟରେ ଗ୍ୟାସ ସୁବିଧା ଉପରେ ଇରାନର ପ୍ରତିଶୋଧମୂଳକ ଆକ୍ରମଣ ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କୁ ଟେନ୍‌ସନ୍‌ରେ ପକାଇ ଦେଇଛି। ଏକ ବିବୃତ୍ତି ଜାରି କରି ସେ…

ଜଙ୍ଗଲରେ ପଡ଼ିଛି ଛାତ୍ରୀଙ୍କ କ୍ଷତବିକ୍ଷତ ମୃତଦେହ, ପାରିପାର୍ଶ୍ୱିକ ସ୍ଥିତିରୁ ଜଣାପଡୁଛି…

କାମାକ୍ଷାନଗର,୧୯ା୩(ସୁଧୀର କୁମାର ପରିଡ଼ା): ଢେଙ୍କାନାଳ ଜିଲା କାମାକ୍ଷାନଗର ଥାନା ସାରୁଆଳି ଗ୍ରାମ ଜଙ୍ଗଲରେ ଜଣେ କଲେଜ ଛାତ୍ରୀଙ୍କ କ୍ଷତବିକ୍ଷତ ମୃତଦେହ ପଡ଼ିଥିବା ଦେଖିବାକୁ ମିଳିଛି। କାମାକ୍ଷାନଗର ମହିଳା…

ଶୈଳପୁତ୍ରୀ ବେଶରେ ଭକ୍ତଙ୍କୁ ଦର୍ଶନ ଦେଲେ ମା’ କନକଦୁର୍ଗା

ଦେବଗଡ଼,୧୯ା୩(ଶଶାଙ୍କ ଶେଖର ଝାଙ୍କର): ମଠସାହିସ୍ଥିତ ମା’ କନକ ଦୁର୍ଗା ମନ୍ଦିରରେ ବାସନ୍ତିକ ନବରାତ୍ର ପୂଜା ଆରମ୍ଭ ହୋଇଛି। ପ୍ରଥମ ଦିବସରେ ଦେବୀଙ୍କ ପୂଜାର୍ଚ୍ଚନା ସହିତ ଭକ୍ତମାନେ ମାନସିକ…

ବାଇକ୍‌ରେ ଯାଉଥିଲେ ୩ ଭାଇ, ୧୦ ପୁଟ ଡ୍ରେନ ତଳକୁ ଖସିଲା ଗାଡ଼ି: ଆଉ ତା’ପରେ…

ବଘିଆପଡା,୧୯।୩(ଶ୍ରୀକାନ୍ତ ସାହୁ): ଖୋର୍ଦ୍ଧା-ବଲାଙ୍ଗୀର ୫୭ ନମ୍ବର ଜାତୀୟ ରାଜପଥ ବୌଦ୍ଧ ଥାନା ଜହ୍ନାପଙ୍କ ଫାଣ୍ଡି ଅନ୍ତଗତ ତେଲିବନ୍ଧ ପନ୍ଥାଇ ବୁଲାଣି ନିକଟରେ ଭାରସାମ୍ୟ ହରାଇ ଏକ ବାଇକ…

ଭୟାବହ ଅଗ୍ନିକାଣ୍ଡ: ପିଚୁ କାରଖାନାରେ ଲାଗିଲା ନିଆଁ

ସମ୍ବଲପୁର,୧୯।୩(ପ୍ରମୋଦ ବହିଦାର): ସମ୍ବଲପୁର ସହର ଉପକଣ୍ଠରେ ଥିବା ଏକ ପିଚୁ କାରଖାନାରେ ଆଜି ସକାଳୁ ଏକ ଭୟାବହ ଅଗ୍ନିକାଣ୍ଡ ଘଟିଯାଇଛି। କାରଖାନା ପରିସରରେ ହଠାତ ନିଆଁ ଲାଗିଯିବାରୁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri