ଇସ୍ରାଏଲ-ହମାସ ଲଢେଇ ମଧ୍ୟରେ ଗାଜାକୁ ମାନବୀୟ ସହାୟତା ପଠାଇଲା ଭାରତ

ନୂଆଦିଲ୍ଲୀ, ୨୨।୧୦: ଇସ୍ରାଏଲ-ହମାସ ମଧ୍ୟରେ ଚାଲିଥିବା ଭୟଙ୍କର ଯୁଦ୍ଧ ମଧ୍ୟରେ ଭାରତ ଗାଜାର ଲୋକମାନଙ୍କ ପାଇଁ ମାନବୀୟ ସହାୟତା ପଠାଇଛି। ହମାସ ଉପରେ ଇସ୍ରାଏଲର ଜବାବି ଆକ୍ରମଣ ପରେ ଗାଜାର ଲୋକମାନେ ବର୍ତ୍ତମାନ ସମୟରେ ବଡ ସଂକଟରେ ବସବାସ କରୁଛନ୍ତି। ଏହି ସମୟରେ ଭାରତ ସହଯୋଗର ହାତ ବଢ଼ାଇ ମାନବୀୟ ସହାୟତା ପଠାଇଛି।

ବୈଦେଶିକ ମନ୍ତ୍ରାଳୟର ମୁଖପାତ୍ର ଅରିନ୍ଦମ ବାଗଚି ଟୁଇଟ କରି ଏହି ସୂଚନା ଦେଇଛନ୍ତି। ସେ କହିଛନ୍ତି ଯେ, ପାଲେଷ୍ଟାଇନ ଲୋକମାନଙ୍କ ପାଇଁ ୬.୫ ଟନ୍ ର ମେଡିକାଲ ସାହାଯ୍ୟ ଏବଂ ୩୨ ଟନ୍ ଜରୁରୀକାଳୀନ ସହାୟତା ସାମଗ୍ରୀ ନେଇ ଭାରତୀୟ ବାୟୁସେନାର ସି-୧୭ ବିମାନ ଏଲ-ଏରିଶ ବିମାନ ବନ୍ଦର ଅଭିମୁଖେ ବାହାରିଛି।

ଗାଜାକୁ ପଠାଯାଇଥିବା ସାହାଯ୍ୟରେ ଅତ୍ୟାବଶ୍ୟକ ଜୀବନ ରକ୍ଷାକାରୀ ଔଷଧ, ସର୍ଜିକାଲ୍ ଆଇଟମ୍, ଟେଣ୍ଟ୍, ଶୋଇବା ବ୍ୟାଗ୍, ଟର୍ପାଲିନ୍, ପରିମଳ ସୁବିଧା, ଜଳ ବିଶୋଧନ ଟାବଲେଟ୍ ଏବଂ ଅନ୍ୟାନ୍ୟ ଜରୁରୀ ସାମଗ୍ରୀ ସାମିଲ। ତେବେ ଇଜିପ୍ଟ ଦେଇ ମାନବିକ ସହାୟତା ଶନିବାର ଠାରୁ ଗାଜାରେ ପହଞ୍ଚିବା ଆରମ୍ଭ କରିଛି। ମାନବିକ ସହାୟତାକୁ ଗାଜାରେ ପହଞ୍ଚିବା ପାଇଁ ଇଜିପ୍ଟ ରାଫା ସୀମା ଖୋଲିଛି। ସୁରକ୍ଷା ସୂତ୍ର ତଥା ଜଣେ ଇଜିପ୍ଟର ରେଡକ୍ରସ ଅଧିକାରୀ AFP କୁ କହିଛନ୍ତି ଯେ ଇଜିପ୍ଟରୁ ଗାଜା ପର୍ଯ୍ୟନ୍ତ ମାନବିକ ସହାୟତା ନେଇ ଟ୍ରକ୍ ଶନିବାର ରାଫା ସୀମା ଦେଇ ଯିବା ଆରମ୍ଭ କରିଛି।


Enter your email to get our daily news in your inbox.

All Right Reserved By Dharitri.Com

ରାତିରେ ଧୂମ୍‌ଧାମରେ ପାଳିଲେ ବିବାହବାର୍ଷିକୀ, ସକାଳୁ ପାଲଟିଗଲେ ଶବ

ବଣାଇଁ,୧୪ା୨(ପ୍ରଦୀପ ତ୍ରିପାଠୀ): ସୁନ୍ଦରଗଡ଼ ଜିଲା ବଣାଇଁ ଉପଖଣ୍ଡର ପର୍ଯ୍ୟଟନସ୍ଥଳ ଖଣ୍ଡାଧାରକୁ ୩୦ତମ ବିବାହ ବାର୍ଷିକୀ ପାଳନ ପାଇଁ ଆସି ଦମ୍ପତିଙ୍କ ମଧ୍ୟରୁ ଜଣେ ଶବ ହୋଇ ଫେରିବା…

କଟକ ଜିଲାପାଳଙ୍କୁ ନୋଟିସ୍‌, ଦେବାଶିଷ ସାମନ୍ତରାୟଙ୍କ ଏହି ଅଭିଯୋଗ ନେଇ…

କଟକ,୧୪ା୨: କଟକ ଜିଲାପାଳ ଦତ୍ତାତ୍ରେୟ ଭାଓସାହେବ ସିନ୍ଧେଙ୍କୁ ନୋଟିସ୍‌ ଜାରି ହୋଇଛି। ରାଜ୍ୟ ସଭା ସଚିବାଳୟ ନିର୍ଦ୍ଦେଶକଙ୍କ ପକ୍ଷରୁ ନୋଟିସ୍‌ ହୋଇଛି। ଦେବାଶିଷ ସାମନ୍ତରାୟଙ୍କ ଲିଖିତ ଅଭିଯୋଗକୁ…

ଦାଦନ ଶ୍ରମିକ ଗଣେଶଙ୍କ ୨ କିଡ଼ନୀ ନଷ୍ଟ: ଚିକିତ୍ସା ପାଇଁ ଅର୍ଥ ସାଜିଛି ବାଧକ

କୃଷ୍ଣପ୍ରସାଦ,୧୪।୨(କୈଳାଶ ଚନ୍ଦ୍ର ପଟ୍ଟନାୟକ): ପୁରୀ ଜିଲା କୃଷ୍ଣପ୍ରସାଦ ବ୍ଲକ ଗିଲିନାସି ଗ୍ରାମର ଗଣେଶ ଚନ୍ଦ୍ର ପ୍ରଧାନ (୪୦ ବର୍ଷ)ଙ୍କର ଦୁଇଟି କିଡ଼ନୀ ନଷ୍ଟ ହୋଇଛି। ଓଳିଏ ଖାଇଲେ…

ପ୍ରଧାନମନ୍ତ୍ରୀଙ୍କ ଐତିହାସିକ ଅବତରଣ, ଏମରଜେନ୍ସି ଷ୍ଟ୍ରିପରେ ପ୍ରଥମଥର ଓହ୍ଲାଇଲା ମୋଦିଙ୍କ ବିମାନ

ଗୁଆହାଟି,୧୪।୨: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଶନିବାର ଆସାମ ଦିବ୍ରୁଗଡ଼ର ମୋରାନ ବାଇପାସରେ ଥିବା ଜରୁରୀକାଳୀନ ଅବତରଣ ସୁବିଧା (ELF) ରେ ଅବତରଣ କରିଥିଲେ। ସେଠାରେ ସେ ଲଢ଼ୁଆ…

ନବଜାତ ଶିଶୁପୁତ୍ରଙ୍କୁ ବିଲରେ ଫିଙ୍ଗିଦେଲେ, କୁକୁର ଟାଣି ଟାଣି ନେବାବେଳେ…

ଜେନାପୁର,୧୪।୨(ଅଶୋକ ଦାସ): ଯାଜପୁର ଜିଲାରେ ଏକ ଅମାନୁଷିକ ଘଟଣା ଘଟିଛି। ଏଠାରେ ଏକ ବିଲରୁ ମୃତ ଶିଶୁ ପୁତ୍ର ଉଦ୍ଧାର କରାଯାଇଛି। ଯାଜପୁର ଜିଲା ଧର୍ମଶାଳା ବ୍ଲକ…

ଚାକିରି ଦେବା ନାଁରେ ଠକୁଥିଲେ ମହିଳା ସ୍ବେଚ୍ଛାସେବୀ, କେନ୍ଦୁଝରରୁ ଗିରଫ କଲା ଖଣ୍ଡଗିରି ପୋଲିସ

ଭୁବନେଶ୍ୱର,୧୪ା୨: ଚାକିରି ଦେବା ନାଁରେ ଠକେଇ କରି ବନ୍ଧା ହୋଇଛନ୍ତି ଜଣେ ମହିଳା ସ୍ବେଚ୍ଛାସେବୀ। ତାଙ୍କ ନାଁ ସୁରେଶ୍ୱରୀ ଜେନା। ସେ ନିଜକୁ ମହିଳା ସ୍ବେଚ୍ଛାସେବୀ ପରିଚୟ…

ପ୍ରତିଶ୍ରୁତି ରକ୍ଷା ପାଇଁ ଅଣ୍ଟା ଭିଡ଼ିଲେ ବିଡିଓ: ଉଠା ଦୋକାନୀଙ୍କୁ ମିଳିବ ନ୍ୟାୟ

ଦାରିଙ୍ଗବାଡି,୧୪।୨(ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡିରେ ଉଠା ଦୋକାନୀଙ୍କ ତହସିଲ କାର୍ଯ୍ୟାଳୟ ଘେରାଉ ଘଟଣା ପରେ ସ୍ଥାନୀୟ ପ୍ରଶାସନ ଥଇଥାନ ପାଇଁ ପଦକ୍ଷେପ ଜୋରଦାର ଆରମ୍ଭ ହୋଇଯାଇଛି।…

ନଗ୍ନ ଭିଡିଓ ଜାଲରେ ଫସାଇ ଲୁଟିଥିଲେ ଲକ୍ଷାଧିକ ଟଙ୍କା: ମୁଖ୍ୟ ଅଭିଯୁକ୍ତଙ୍କୁ ଗିରଫ କରି…

ଧର୍ମଶାଳା,୧୪ା୨(ଶିବ ପ୍ରସାଦ ମହାନ୍ତି): ଯାଜପୁର ଜିଲା ଧର୍ମଶାଳା ଥାନା ଅନ୍ତର୍ଗତ ତରଞ୍ଜିଆ ପୋବଳ ଗାଁର ମୁଖ୍ୟ ସାଇବର ଠକେଇର ଅଭିଯୁକ୍ତ ସରୋଜ ଜେନାଙ୍କୁ କଟକ ସାଇବର ପୋଲିସ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri