ଇସ୍ରାଏଲ-ହମାସ ଲଢେଇ ମଧ୍ୟରେ ଗାଜାକୁ ମାନବୀୟ ସହାୟତା ପଠାଇଲା ଭାରତ

ନୂଆଦିଲ୍ଲୀ, ୨୨।୧୦: ଇସ୍ରାଏଲ-ହମାସ ମଧ୍ୟରେ ଚାଲିଥିବା ଭୟଙ୍କର ଯୁଦ୍ଧ ମଧ୍ୟରେ ଭାରତ ଗାଜାର ଲୋକମାନଙ୍କ ପାଇଁ ମାନବୀୟ ସହାୟତା ପଠାଇଛି। ହମାସ ଉପରେ ଇସ୍ରାଏଲର ଜବାବି ଆକ୍ରମଣ ପରେ ଗାଜାର ଲୋକମାନେ ବର୍ତ୍ତମାନ ସମୟରେ ବଡ ସଂକଟରେ ବସବାସ କରୁଛନ୍ତି। ଏହି ସମୟରେ ଭାରତ ସହଯୋଗର ହାତ ବଢ଼ାଇ ମାନବୀୟ ସହାୟତା ପଠାଇଛି।

ବୈଦେଶିକ ମନ୍ତ୍ରାଳୟର ମୁଖପାତ୍ର ଅରିନ୍ଦମ ବାଗଚି ଟୁଇଟ କରି ଏହି ସୂଚନା ଦେଇଛନ୍ତି। ସେ କହିଛନ୍ତି ଯେ, ପାଲେଷ୍ଟାଇନ ଲୋକମାନଙ୍କ ପାଇଁ ୬.୫ ଟନ୍ ର ମେଡିକାଲ ସାହାଯ୍ୟ ଏବଂ ୩୨ ଟନ୍ ଜରୁରୀକାଳୀନ ସହାୟତା ସାମଗ୍ରୀ ନେଇ ଭାରତୀୟ ବାୟୁସେନାର ସି-୧୭ ବିମାନ ଏଲ-ଏରିଶ ବିମାନ ବନ୍ଦର ଅଭିମୁଖେ ବାହାରିଛି।

ଗାଜାକୁ ପଠାଯାଇଥିବା ସାହାଯ୍ୟରେ ଅତ୍ୟାବଶ୍ୟକ ଜୀବନ ରକ୍ଷାକାରୀ ଔଷଧ, ସର୍ଜିକାଲ୍ ଆଇଟମ୍, ଟେଣ୍ଟ୍, ଶୋଇବା ବ୍ୟାଗ୍, ଟର୍ପାଲିନ୍, ପରିମଳ ସୁବିଧା, ଜଳ ବିଶୋଧନ ଟାବଲେଟ୍ ଏବଂ ଅନ୍ୟାନ୍ୟ ଜରୁରୀ ସାମଗ୍ରୀ ସାମିଲ। ତେବେ ଇଜିପ୍ଟ ଦେଇ ମାନବିକ ସହାୟତା ଶନିବାର ଠାରୁ ଗାଜାରେ ପହଞ୍ଚିବା ଆରମ୍ଭ କରିଛି। ମାନବିକ ସହାୟତାକୁ ଗାଜାରେ ପହଞ୍ଚିବା ପାଇଁ ଇଜିପ୍ଟ ରାଫା ସୀମା ଖୋଲିଛି। ସୁରକ୍ଷା ସୂତ୍ର ତଥା ଜଣେ ଇଜିପ୍ଟର ରେଡକ୍ରସ ଅଧିକାରୀ AFP କୁ କହିଛନ୍ତି ଯେ ଇଜିପ୍ଟରୁ ଗାଜା ପର୍ଯ୍ୟନ୍ତ ମାନବିକ ସହାୟତା ନେଇ ଟ୍ରକ୍ ଶନିବାର ରାଫା ସୀମା ଦେଇ ଯିବା ଆରମ୍ଭ କରିଛି।


Enter your email to get our daily news in your inbox.

All Right Reserved By Dharitri.Com

ଜିତିଲେ ଟ୍ରମ୍ପ, ମସ୍କଙ୍କ ସମ୍ପତ୍ତିରେ ୨୦ ବିଲିୟନ ଡଲାର ବୃଦ୍ଧି

ନୁୟର୍କ,୬।୧୧: ଚଳିତ ଆମେରିକା ରାଷ୍ଟ୍ରପତି ନିର୍ବାଚନରେ ବିଲିୟନେୟାର ବ୍ୟବସାୟୀ ତଥା ଟେସ୍‌ଲା ସିଇଓ ଏଲନ ମସ୍କ ଖୋଲାଖୋଲି ଭାବେ ରିପବ୍ଲିକାନ ପାର୍ଟିର ରାଷ୍ଟ୍ରପତି ପ୍ରାର୍ଥୀ ଡୋନାଲ୍ଡ...

ନିର୍ବାଚନ ତ ଜିତିଗଲେ ଟ୍ରମ୍ପ ମାତ୍ର ଆସନ୍ତାବର୍ଷ ପର୍ଯ୍ୟନ୍ତ ହୋଇପାରିବେନି ରାଷ୍ଟ୍ରପତି, ସାମ୍ନାକୁ ଆସିଲା ଏହି ବଡ଼ କାରଣ…

ଓ୍ବାଶିଂଟନ,୬ା୧୧: ଡୋନାଲ୍ଡ ଟ୍ରମ୍ପ ବୁଧବାର ହ୍ବାଇଟ୍‌ ହାଉସକୁ ଏକ ଅଦ୍ୱିତୀୟ ତଥା ଶକ୍ତିଶାଳୀ ରାଜନୈତିକ ପ୍ରତ୍ୟାବର୍ତ୍ତନ କରିଛନ୍ତି କିନ୍ତୁ ସମ୍ଭବତଃ ସେ ନୂଆବର୍ଷ ପର୍ଯ୍ୟନ୍ତ ରାଷ୍ଟ୍ରପତି...

ଶପଥ ନେଲା ପରେ ପ୍ରଥମ ନିଷ୍ପତ୍ତିରେ ଭାରତକୁ ଝଟକା ଦେଇ ପାରନ୍ତି ଟ୍ରମ୍ପ

ନୂଆଦିଲ୍ଲୀ,୬।୧୧: ଡୋନାଲ୍ଡ ଟ୍ରମ୍ପ ପୁଣିଥରେ ଆମେରିକା ରାଷ୍ଟ୍ରପତି ହେବାକୁ ଯାଉଥିବା ବେଳେ ଭାରତୀୟ ବ୍ୟବସାୟୀମାନଙ୍କୁ ଏଣିକି ଅଧିକ କଷ୍ଟମ ଡ୍ୟୁଟି ଦେବାକୁ ପଡିପାରେ। ବିଶେଷ କରି...

ମହିଳାଙ୍କୁ ପ୍ରତି ମାସରେ ୩୦୦୦ ଟଙ୍କା, କୃଷକଙ୍କୁ ଋଣ ଛାଡ଼ ଘୋଷଣା

ମୁମ୍ବାଇ,୬ା୧୧: ମହାରାଷ୍ଟ୍ରରେ ମହାବିକାଶ ଅଗାଡ଼ି ଭୋଟରଙ୍କୁ ଆକୃଷ୍ଟ କରିବାକୁ କିଛି ନିର୍ବାଚନୀ ପ୍ରତିଶ୍ରୁତି ଦେଇଛି। ଯେଉଁଥିରେ ମହିଳା, କୃଷକ ଏବଂ ଯୁବ ପିଢ଼ିଙ୍କୁ ଗୁରୁତ୍ୱ ଦିଆଯାଇଛି।...

କେନ୍ଦ୍ର କ୍ୟାବିନେଟ୍‌ରେ ବିଦ୍ୟାଲକ୍ଷ୍ମୀ ଯୋଜନା ମଞ୍ଜୁରୀ, ଛାତ୍ରୀଛାତ୍ରଙ୍କୁ ମିଳିବ ପଢ଼ିବା ପାଇଁ ଋଣ

ନୂଆଦିଲ୍ଲୀ,୬ା୧୧: ପ୍ରଧାନମନ୍ତ୍ରୀ ବିଦ୍ୟାଲକ୍ଷ୍ମୀ ଯୋଜନାକୁ କେନ୍ଦ୍ର କ୍ୟାବିନେଟ୍‌ରେ ବୁଧବାର ମଞ୍ଜୁରୀ ମିଳିଛି। ଏନେଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସୂଚନା ଦେଇଛନ୍ତି। ସହଜ ସରଳ ଉପାୟରେ ବିଦ୍ୟାର୍ଥୀଙ୍କୁ...

‘ଯାହା ଘର ଉପରେ ବୁଲଡୋଜର ଚଢ଼ାଉଛ, ତାକୁ ୨୫ ଲକ୍ଷ ଦିଅ…’ଯୋଗୀ ସରକାରଙ୍କୁ ଭତ୍ସନା କଲେ ସୁପ୍ରିମକୋର୍ଟ

ନୂଆଦିଲ୍ଲୀ/ଲକ୍ଷ୍ନୌ,୬।୧୧: ଉତ୍ତରପ୍ରଦେଶରେ ବୁଲଡୋଜର କାର୍ଯ୍ୟାନୁଷ୍ଠାନକୁ ନେଇ ସୁପ୍ରିମକୋର୍ଟ ବଡ଼ ନିଷ୍ପତ୍ତି ନେଇଛନ୍ତି। ବୁଲଡୋଜର ଜରିଆରେ ଯାହାଙ୍କ ଘର ଭଙ୍ଗାଯାଇଛି, ତାଙ୍କୁ ୨୫ ଲକ୍ଷ ଟଙ୍କା କ୍ଷତିପୂରଣ...

ବିଶ୍ୱରେ ଶାନ୍ତି ଫେରାଇବେ ଟ୍ରମ୍ପ; ବିଜୟ ପରେ ଯୁଦ୍ଧକୁ ନେଇ ଦେଲେ ବଡ଼ ବୟାନ 

ନୂଆଦିଲ୍ଲୀ,୬।୧୧: ଡୋନାଲ୍ଡ ଟ୍ରମ୍ପ ପୁଣି ହ୍ଵାଇଟ ହାଉସରେ ପ୍ରବେଶ କରିବାକୁ ଯାଉଛନ୍ତି। ତାଙ୍କ ବିଜୟ ଅଭିଭାଷଣରେ ସେ ସୂଚାଇ ଦେଇଛନ୍ତି ଯେ ଏକ ପ୍ରମୁଖ ନୀତିଗତ...

ସୁପରପାଓ୍ବାର ଲଢେଇରେ ଭାରତୀୟ ଜ୍ୱାଇଁଙ୍କ ଜିତାପଟ୍‌, ହେବେ ଉପରାଷ୍ଟ୍ରପତି

ଓ୍ବାଶିଂଟନ୍‌,୬।୧୧: ଆମେରିକାର ରାଷ୍ଟ୍ରପତି ନିର୍ବାଚନରେ ଡୋନାଲ୍ଡ ଟ୍ରମ୍ପ ଏକ ଐତିହାସିକ ବିଜୟ ହାସଲ କରିଛନ୍ତି। ତେବେ ବହୁମତ ପାଇବା ପରେ ତାଙ୍କ ସମର୍ଥକଙ୍କୁ ସମ୍ବୋଧିତ କରି...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri