Posted inଖେଳ

India vs New Zealand, Final: ୨୫୧ ରନ୍‌ରେ ଅଟକିଲା ନ୍ୟୁଜିଲାଣ୍ଡ

ଦୁବାଇ,୯।୩: ଦୁବାଇ ଅନ୍ତର୍ଜାତୀୟ କ୍ରିକେଟ ଷ୍ଟାଡିୟମରେ ରବିବାର ଚାଲିଛି ଚାମ୍ପିଅନ୍ସ ଟ୍ରଫି ୨୦୨୫ର ଫାଇନାଲ ମୁକାବିଲା। ଫାଇନାଲ ମ୍ୟାଚରେ ନ୍ୟୁଜିଲାଣ୍ଡ ଅଧିନାୟକ ମିଚେଲ ସାଣ୍ଟନର ଟସ୍‌ ଜିତି ପ୍ରଥମେ ବ୍ୟାଟିଂ କରିବାକୁ ନିଷ୍ପତ୍ତି ନେଇଥିଲେ। ଆମନ୍ତ୍ରଣ ପାଇ ଭାରତ ବୋଲିଂ ଆରମ୍ଭ କରିଥିଲା। ଭାରତର ଦମ୍‌ଦାର ବୋଲିଂ ଆଗରେ ନ୍ୟୁଜିଲାଣ୍ଡ ନିର୍ଦ୍ଧାରିତ ୫୦ ଓଭରରେ ୭ ଉଇକେଟ ହରାଇ ୨୫୧ ରନ୍‌ରେ ଅଟକି ଯାଇଥିଲା। ଅନ୍ୟପକ୍ଷେ ଭାରତ ଆଗରେ ୨୫୨ ରନ୍‌ର ବିଜୟ ଟାର୍ଗେଟ ରଖିଛି ନ୍ୟୁଜିଲାଣ୍ଡ।

୨୦୧୩ ସଂସ୍କରଣରେ ଚାମ୍ପିୟନ ହୋଇଥିବା ଭାରତ ଏଥର ତୃତୀୟ ଥର ପାଇଁ ଟାଇଟଲ ହାସଲ କରିବାକୁ ଲକ୍ଷ୍ୟ ରଖିଛି। ଭାରତ ୨୦୦୨ ସଂସ୍କରଣରେ ଶ୍ରୀଲଙ୍କା ସହିତ ମିଳିତ ଚାମ୍ପିୟନ ହୋଇଥିଲା। ଅନ୍ୟପକ୍ଷରେ ନ୍ୟୁଜିଲାଣ୍ଡ ଦ୍ୱିତୀୟ ଥର ପାଇଁ ଏହି ଆଇସିସି ଟୁର୍ନାମେଣ୍ଟ ଜିତିବାକୁ ଉଦ୍ୟମ ଜାରି ରଖିବ।

ଆମନ୍ତ୍ରଣ ପାଇ ଭାରତ ବୋଲିଂ ଆରମ୍ଭ କରିଥିଲା। ନ୍ୟୁଜିଲାଣ୍ଡର ଦୁଇ ଓପନର ୱିଲ ୟଙ୍ଗ ଏବଂ ରାଚିନ ରବୀନ୍ଦ୍ର ପଡିଆକୁ ଓହ୍ଲାଇ ଦଳ ପାଇଁ ପ୍ରାରମ୍ଭିକ ଭଲ ଷ୍ଟାର୍ଟ ଦେଇଥିଲେ। ହେଲେ ବରୁଣ ଚକ୍ରବର୍ତ୍ତୀ ଏବଂ କୁଲଦୀପ ଯାଦବଙ୍କ ସ୍ପିନ ଯାଦୁ ଯୋଗୁ ମାତ୍ର ୩ ଓଭର ମଧ୍ୟରେ ନ୍ୟୁଜିଲାଣ୍ଡର ୩ ପ୍ରମୁଖ ବ୍ୟାଟର ପାଭିଲିୟନ ଫେରିଥିଲେ। ବରୁଣ ୱିଲ ୟଙ୍ଗଙ୍କୁ ଆଉଟ୍‌ କରିଥିବା ବେଳେ କୁଲଦୀପ ଯାଦବ ରଚିନ ରବୀନ୍ଦ୍ରଙ୍କୁ ଆଉଟ କରିଥିଲେ।

ଏହାପରେ ନ୍ୟୁଜିଲାଣ୍ଡ ବ୍ୟାଟ୍ସମ୍ୟାନ ସମସ୍ୟାର ସମ୍ମୁଖୀନ ହୋଇଥିଲେ। ୱିଲ ୟଙ୍ଗ ୧୫ ରନ୍‌ କରିଥିବା ବେଳେ ରାଚିନ ରବୀନ୍ଦ୍ର ୪ ଚୌକା ଏବଂ ୧ ଛକା ସହାୟତାରେ ୩୭ ରନ୍‌ କରିଥିଲେ। ଏପରିକି କେନ୍‌ ୱିଲିୟମସନ ୧୧ ରନ୍‌ କରି ପାଭିଲିୟନ ଫେରିଥିଲେ। ହେଲେ ଡାରିଲ ମିଚେଲ ଧୈର୍ଯ୍ୟର ସହ ଖେଳି ୧୦୧ ବଲ୍‌ରେ ୬୩ ରନ୍‌ର ଗୁରୁତ୍ୱପୂର୍ଣ୍ଣ ଇନିଂସ ଖେଳି ଥିଲେ। ଉଇକେଟ କିପର ଟମ୍‌ ଲାଥାମ ୧୧ରନ୍‌ କରିଥିବା ବେଳେ ଶେଷ ବେଳେକୁ ମାଇକେଲ ବ୍ରେସୱେଲ ଦମ୍‌ଦାର ବ୍ୟାଟିଂ କରି ୫୩ ରନ୍‌ର ନଟ୍‌ ଆଉଟ୍‌ ଇନିଂସ ଖେଳି ଥିଲେ। ଅଧିନାୟକ ମିଚେଲ ସାଣ୍ଟନର ୩ରନ୍‌ କରି ରନ୍‌ ଆଉଟ ହୋଇଥିଲେ। ନାଥନ ସ୍ମିଥ ୮ରନ୍‌ କରିଥିଲେ ଫଳରେ ନ୍ୟୁଜିଲାଣ୍ଡ ୨୫୧ ରନ୍‌ କରିବାରେ ସକ୍ଷମ ହୋଇଥିଲ।

ଭାରତର ମହମ୍ମଦ ଶାମି ଗୋଟିଏ ଉଇକେଟ ନେଇଥିବା ବେଳେ ବରୁଣ ଚକ୍ରବର୍ତ୍ତୀ ୨ଟି କୁଲଦୀପ ଯାଦବ ୨ଟି ଉଇକେଟ ନେଇଥିଲେ। ସେହିପରି ରବୀନ୍ଦ୍ର ଜାଡେଜା ଗୋଟିଏ ଉଇକେଟ ନେବାରେ ସକ୍ଷମ ହୋଇଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ବିନା ଦର୍ଶକରେ ଖେଳାଯିବ PSL ମ୍ୟାଚ୍, ଏହି କାରଣରୁ ନିଆଗଲା ବଡ଼ ନିଷ୍ପତ୍ତି

ନୂଆଦିଲ୍ଲୀ,୨୨।୩: ପାକିସ୍ତାନ ସୁପର ଲିଗ୍ (PSL)ର ନୂତନ ସିଜିନ୍ ମାର୍ଚ୍ଚ ୨୬ ରେ ଆରମ୍ଭ ହେବାକୁ ଯାଉଛି । ସିଜିନ୍ ଆରମ୍ଭ ହେବା ପୂର୍ବରୁ, PCB ଟୁର୍ଣ୍ଣାମେଣ୍ଟ…

ସରକାରୀ ଜମି ଜବରଦଖଲ, ଚୌରଗଡ଼ିଆ ଗ୍ରାମରେ ତୀବ୍ର ଜନଅସନ୍ତୋଷ

ବଞ୍ଚୋ,୨୨।୩(ପ୍ରଦୋଷ କୁମାର ବିଶ୍ୱାଳ ): କେନ୍ଦୁଝର ଜିଲା ଆନନ୍ଦପୁର ଉପଖଣ୍ଡ ଚୋରଗାଡ଼ିଆ ଗ୍ରାମରେ ସରକାରୀ ଜମି ଜବରଦଖଲକୁ ନେଇ ଜନଅସନ୍ତୋଷ ଦେଖାଦେଇଛି । ଗ୍ରାମବାସୀଙ୍କ ଅଭିଯୋଗ ଅନୁସାରେ,…

VIDEO:ଷ୍ଟେଟ ଅଫ୍ ହର୍ମୁଜରେ ଇରାନର ବଡ଼ ଆକ୍ରମଣ, F-୧୫ ଫାଇଟର ଜେଟକୁ ଖସାଇ ଦେଇଥିବା ଦାବି

ନୂଆଦିଲ୍ଲୀ,୨୨।୩: ଇରାନ ପୁଣିଥରେ ଇସ୍ରାଏଲ ଏବଂ ଆମେରିକାକୁ ଏକ ବଡ଼ ଝଟକା ଦେଇଛି । ଏକ ଇରାନୀ କ୍ଷେପଣାସ୍ତ୍ର ହର୍ମୁଜ୍ ଷ୍ଟ୍ରେଟରେ ଶତ୍ରୁପକ୍ଷର ଏକ F-୧୫ ଲଢ଼ୁଆ…

ଇରାନ ସହ ଯୁଦ୍ଧ ମଧ୍ୟରେ ବଡ଼ ବୟାନ ଦେଲେ ଟ୍ରମ୍ପ! ଜାଣନ୍ତୁ ତେହରାନକୁ ନେଇ କ’ଣ କହିଲେ

ଓ୍ବାଶିଂଟନ,୨୨।୩: ଇରାନ ସହିତ ଚାଲିଥିବା ବିବାଦ ମଧ୍ୟରେ, ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ସୋସିଆଲ ମିଡିଆ ପ୍ଲାଟଫର୍ମ ଟ୍ରୁଥ ସୋସିଆଲରେ ଏକ ପୋଷ୍ଟରେ ଦେଶ ସମ୍ପର୍କରେ ଏକ…

ବିଶ୍ୱ ଜଳ ଦିବସ ସମାରୋହ ୨୦୨୬ ଉଦ୍‌ଘାଟନ କଲେ ମୁଖ୍ୟମନ୍ତ୍ରୀ, ବଡ଼ ଘୋଷଣା କରି…..

ଭୁବନେଶ୍ବର,୨୨।୩: ରାଜ୍ୟ ସ୍ତରୀୟ ବିଶ୍ୱ ଜଳ ଦିବସ ସମାରୋହ ୨୦୨୬ ଉଦ୍‌ଘାଟନ କଲେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ । ଲୋକସେବା ଭବନ କନଭେନଶନ ସେଣ୍ଟର ଠାରେ…

ମନ୍ଦିରରୁ ରୂପା ଅଳଙ୍କାର ନେଇଗଲେ ଦୁର୍ବୃତ୍ତ, ପୋଲିସ….

ଛତ୍ରପୁର,୨୨।୩(ଦିଲ୍ଲୀପ ସାମଲ): ଗଞ୍ଜାମ ଜିଲା ଚମଖଣ୍ଡି ଥାନା ଅଧୀନ ମାଣ୍ଡିଆପଲ୍ଲୀରେ ଥିବା ସିରିଡ଼ି ସାଇ ବାବା ମନ୍ଦିରରୁ ଚୋରି । କେହି ଦୁର୍ବୃତ୍ତ ମନ୍ଦିରରୁ ରୂପା ଚୋରି…

ଛାତିଥରା କାହାଣୀ, ପ୍ରେମିକ ସହ ମିଶି ଶାଶୁଙ୍କୁ ହତ୍ୟା କଲେ ୪୪ ବର୍ଷୀୟ ବୋହୂ

ଲକ୍ଷ୍ନୌ,୨୨।୩: ଉତ୍ତର ପ୍ରଦେଶର ରାଜଧାନୀ ଲକ୍ଷ୍ନୌରେ, ଜଣେ ୬୫ବର୍ଷୀୟା ମହିଳାଙ୍କୁ ତାଙ୍କ ନିଜ ଘର ଭିତରେ ଗଳାକାଟି ହତ୍ୟା କରାଯାଇଥିବା ନେଇ ଅଭିଯୋଗ ହୋଇଛି । ଲକ୍ଷ୍ନୌ…

Israel US Iran War: କାତାରରେ କ୍ରାଶ ହେଲା ହେଲିକପ୍ଟର, ୬ ମୃତ

ନୂଆଦିଲ୍ଲୀ,୨୨।୩: ଇସ୍ରାଏଲ, ଆମେରିକା ଏବଂ ଇରାନ ମଧ୍ୟରେ ଚାଲିଥିବା ବିବାଦ ମଧ୍ୟରେ ଏକ କାତାରର ମିଲିଟ୍ରି ହେଲିକପ୍ଟର ଦୁର୍ଘଟଣାଗ୍ରସ୍ତ ହୋଇଛି। ରବିବାର ଦିନ କାତାର ସରକାର ନିଶ୍ଚିତ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri