Posted inଜାତୀୟ

ଚାଇନା-ପାକିସ୍ତାନକୁ କଡା ଟକ୍କର ଦେବ ଭାରତ! ଅସ୍ତ୍ରଶସ୍ତ୍ର ଇମ୍ପୋର୍ଟରେ ରହିଛି ଟପରେ

ନୂଆଦିଲ୍ଲୀ,୧୪ ।୩: ଭାରତ ଅସ୍ତ୍ରଶସ୍ତ୍ର ଇମ୍ପୋର୍ଟର ଭାବେ ବିଶ୍ୱର ସବୁଠାରୁ ଶୀର୍ଷରେ ରହିଛି । ୨୦୧୩ରୁ ୨୦୧୭ ଓ ୨୦୧୮ରୁ ୨୦୨୨ ମଧ୍ୟରେ ଏହାର ଇମ୍ପୋର୍ଟ ୧୧ ପ୍ରତିଶତ ତଳକୁ ଖସିଛି । ଷ୍ଟକହୋମ ସ୍ଥିତ ଟ୍ୟାକ ‘ସିପରି’ ପକ୍ଷରୁ ସୋମବାର ଜାରି କରାଯାଇଥିବା ଏକ ରିପୋର୍ଟରେ ଏହି ସୂଚନା ଦିଆଯାଇଛି । ରିପୋର୍ଟରେ ପାକିସ୍ତାନ କଥା ବି ଉଠିଛି । ଏଥିରେ କୁହାଯାଇଛି ୨୦୧୮-୨୨ ମଧ୍ୟରେ ବିଶ୍ୱର ୮ମ ସବୁଠାରୁ ବଡ ଅସ୍ତ୍ରଶସ୍ତ୍ର ଆମଦାନୀ ପାକିସ୍ତାନ ପକ୍ଷରୁ ୧୪ ପ୍ରତିଶତ ବୃଦ୍ଧି ହୋଇଛି, ଯେଉଁଥିରେ ଚାଇନା ଏହାର ମୁଖ୍ୟ ସପ୍ଲାୟର ରହିଛି ।

ରିପୋର୍ଟରେ କୁହାଯାଇଛି କି ରୁଷିଆ ଆକ୍ରମଣ ପରେ ଆମେରିକା ଓ ୟୁରୋପରୁ ସାମରିକ ସହାୟତା ପାଇବା ପରେ ୟୁକ୍ରେନ୍ ଗତବର୍ଷ ବିଶ୍ୱର ତୃତୀୟ ବୃହତ୍ତମ ଅସ୍ତ୍ରଶସ୍ତ୍ର ଆମଦାନୀକାରୀ ହୋଇପାରିଥିଲା । ‘ସିପରି’ ସହିତ ଜଡିତ ଜଣେ ବରିଷ୍ଠ ଗବେଷକ ପିଟର ଡି ୱିଜିମ୍ୟାନ କହିଛନ୍ତି, ଗୋଟିଏ ପଟେ ଯେଉଁଠାରେ ଗତ ବର୍ଷ ଅସ୍ତ୍ରଶସ୍ତ୍ର ଆମଦାନୀରେ ହ୍ରାସ ଘଟିଥିଲା, ରୁଷିଆ ସହିତ ତିକ୍ତତା ବଢିବା କାରଣରୁ ୟୁରୋପୀୟ ଦେଶମାନଙ୍କରେ ଅସ୍ତ୍ରଶସ୍ତ୍ର ପ୍ରାୟ ବୃଦ୍ଧି ପାଇଥିଲା ।
ଏହି ରିପୋର୍ଟରେ କୁହାଯାଇଛି ଯେ ଭାରତର ଅସ୍ତ୍ରଶସ୍ତ୍ର ଆମଦାନୀରେ ହ୍ରାସ ଏକ ଜଟିଳ କ୍ରୟ ପ୍ରକ୍ରିୟା, ଅସ୍ତ୍ର ଯୋଗାଣକାରୀଙ୍କ ବିବିଧକରଣ ଏବଂ ଆମଦାନୀ ଅପେକ୍ଷା ଘରୋଇ ଡିଜାଇନ ପସନ୍ଦ ସହିତ ଜଡିତ । ଷ୍ଟକହୋମ ଆନ୍ତର୍ଜାତୀୟ ଶାନ୍ତି ଅନୁସନ୍ଧାନ ପ୍ରତିଷ୍ଠାନ(ସିପରି) କହିଛି ଯେ ୨୦୧୮-୨୨ ବର୍ଷରେ ବିଶ୍ୱର ୫ଟି ବୃହତ୍ତମ ଅସ୍ତ୍ର ଆମଦାନୀକାରୀ ହେଉଛି ଭାରତ, ସୌଦି ଆରବ, କତର, ଅଷ୍ଟ୍ରେଲିଆ ଏବଂ ଚାଇନା । ରିପୋର୍ଟ ଅନୁଯାୟୀ, ୫ଟି ବୃହତ୍ତମ ଅସ୍ତ୍ର ରପ୍ତାନୀକାରୀ ମଧ୍ୟରେ ଆମେରିକା, ରୁଷିଆ, ଫ୍ରାନ୍ସ, ଚାଇନା ଓ ଜର୍ମାନୀ ଅନ୍ତର୍ଭୁକ୍ତ ।


Enter your email to get our daily news in your inbox.

All Right Reserved By Dharitri.Com

ଗୋ-ହତ୍ୟା ଅଭିଯୋଗକୁ ନେଇ ବିଷମ କଟକ ଥାନାରେ ଉତ୍ତେଜନା, ମାଂସ ଧରି ଥାନା ସମ୍ମୁଖରେ ଧାରଣା…

ବିଷମକଟକ,୨୦।୨(ପ୍ରସନ୍ନ କୁମାର ପଣ୍ଡା):ରାୟଗଡ଼ା ଜିଲା ବିଷମ କଟକ ଥାନା ଅଞ୍ଚଳରେ ଗୋ-ହତ୍ୟା ଅଭିଯୋଗକୁ କେନ୍ଦ୍ର କରି ପ୍ରବଳ ଉତ୍ତେଜନା ପ୍ରକାଶ ପାଇଛି। ଦୁର୍ଗୀ ଅଞ୍ଚଳରେ ଗୋ-ମାଂସ ଚାଲାଣ…

ଡୋନାଲ୍ଡ ଟ୍ରମ୍ପଙ୍କୁ ଶକ୍ତ ଝଟ୍‌କା: ଟାରିଫ୍‌କୁ ବେଆଇନ୍‌ କହିଲେ ଆମେରିକା ସୁପ୍ରିମକୋର୍ଟ, ଏବେ…

ଓ୍ବାଶିଂଟନ,୨୦।୨: ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କୁ ଆମେରିକା ସୁପ୍ରିମକୋର୍ଟରୁ ବଡ଼ ଝଟ୍‌କା ଲାଗିଛି। ଶୁକ୍ରବାର କୋର୍ଟ ଟ୍ରମ୍ପଙ୍କ ଦ୍ୱାରା ଲାଗୁ କରାଯାଇଥିବା ବ୍ୟାପକ ‘ଟାରିଫ’ (Tariff) ବା ଆମଦାନୀ…

ସୁଦୃଢ଼ ହେବ ସ୍ବାସ୍ଥ୍ୟସେବା, ରାଜ୍ୟରେ ୫ ନୂଆ ମେଡିକାଲ କଲେଜ ନେଇ ମୁଖ୍ୟମନ୍ତ୍ରୀଙ୍କ ଘୋଷଣା

ଭୁବନେଶ୍ୱର,୨୦।୨: ରାଜ୍ୟରେ ସ୍ବାସ୍ଥ୍ୟସେବାକୁ ଅଧିକ ସୁଦୃଢ଼ କରିବା ପାଇଁ ଅର୍ଥମନ୍ତ୍ରୀ ତଥା ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ବଡ଼ ଘୋଷଣା କରିଛନ୍ତି। ରାଜ୍ୟରେ ୫ ନୂଆ ମେଡିକାଲ…

‘ମଧୁବାବୁ ପେନସନ୍‌ ଯୋଜନା’କୁ ନେଇ ମୁଖ୍ୟମନ୍ତ୍ରୀଙ୍କ ବଡ଼ ଘୋଷଣା: ବାଦ୍‌ ପଡ଼ିଥିବା ୬ ଲକ୍ଷ ଯୋଗ୍ୟଙ୍କୁ ମିଳିବ ଭତ୍ତା, ଆଉ କାହାକୁ… 

ଭୁବନେଶ୍ୱର,୨୦।୨: ୨୦୨୬-୨୭ ବର୍ଷ ପାଇଁ ଶୁକ୍ରବାର ଉପସ୍ଥାପନ କରାଯାଉଛି ବଜେଟ। ୨୦୨୬-୨୭ ବର୍ଷ ପାଇଁ ଶୁକ୍ରବାର ଉପସ୍ଥାପନ କରାଯାଉଛି ବଜେଟ। ଏଥିରେ ‘ମଧୁବାବୁ ପେନସନ୍‌ ଯୋଜନା’କୁ ନେଇ…

ବାପା-ମାଆଙ୍କ ଅନୁମତି ବିନା ଆପଣ ବିବାହ କରିପାରିବେନି, ବିଧାନସଭାରେ ବଡ଼କଥା କହିଦେଲେ ସରକାର

ନୂଆଦିଲ୍ଲୀ,୨୦।୨: ଗୁଜୁରାଟ ବିଧାନସଭାରେ ବିବାହ ପଞ୍ଜିକରଣକୁ ନେଇ ଏକ ଐତିହାସିକ ପ୍ରସ୍ତାବ ଦିଆଯାଇଛି । ବାପା ମାଆଙ୍କ ଅନୁମତି ବିନା କେହି ବି ବିବାହ କରିପାରିବେ ନାହିଁ, ଅର୍ଥାତ୍ ବିବାହ…

ଧରିତ୍ରୀ ପ୍ରଭାବ: ଖବର ପ୍ରକାଶିତ ପରେ ଗଛରୁ କଣ୍ଟା କାଢୁଛି ବନ ବିଭାଗ

ଦାରିଙ୍ଗବାଡି, ୨୦।୨(ଅରୁଣ ସାହୁ)-କନ୍ଧମାଳ ଜିଲା ଦାରିଙ୍ଗବାଡି ବନାଞ୍ଚଳ ଦେଇ ଯାଇଥିବା ଗୋପାଳପୁର-ରାଇପୁର ୫୯ ନଂ ଜାତୀୟ ରାଜପଥ କଡ଼ ସମେତ ବିଭିନ୍ନ ଗାଁ ଛକ ଓ ରାସ୍ତାକଡ଼ରେ…

ବଜେଟରେ ଉପକୂଳବାସୀଙ୍କୁ ବଡ଼ ଉପହାର ଦେଲେ ମୁଖ୍ୟମନ୍ତ୍ରୀ

ମୁଖ୍ୟମନ୍ତ୍ରୀ,୨୦।୨: ଏଥର ବଜେଟରେ ଉଚ୍ଚଶିକ୍ଷା ଭିତ୍ତିଭୁମିକୁ ସଜାଡିବାକୁ ବଡ଼ ନିଷ୍ପତ୍ତି ନିଆଯାଇଛି। ଅନୁସୂଚିତ ଜାତି ଓ ଜନଜାତି ପିଲାଙ୍କ ପାଇଁ ବଡ଼ ଘୋଷଣା କରାଯାଇଥିବା ବେଳେ ଏଥିରେ…

‘ଟପଲେସ୍‌, ବ୍ରେନଲେସ ଆଣ୍ଡ ସେମଲେସ୍‌’, ଏଆଇ ସମ୍ମିଳନୀରେ କଂଗ୍ରେସର ସାର୍ଟଲେସ ପ୍ରଦର୍ଶନ ଉପରେ ଭାଜପାର ଭର୍ତ୍ସନା

ନୂଆଦିଲ୍ଲୀ,୨୦।୨: ସମ୍ବିତ ପାତ୍ର ଫେବୃଆରୀ ୨୦, ୨୦୨୬ ରେ ଏକ ସାମ୍ବାଦିକ ସମ୍ମିଳନୀରେ ଯୁବ କଂଗ୍ରେସର ସଦସ୍ୟମାନଙ୍କ ବିରୁଦ୍ଧରେ ଗମ୍ଭୀର ଅଭିଯୋଗ ଆଣିଥିଲେ। ସେ କହିଥିଲେ ଯେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri