ବିଶ୍ୱ ଗଣମାଧ୍ୟମ ସ୍ବାଧୀନତା ସୂଚକାଙ୍କରେ ଭାରତର ସ୍ଥାନ ୧୬୧

ସମ୍ବଲପୁର, ୯ା୫(ପ୍ରମୋଦ ବହିଦାର)ଓଡିଶାର ସାମ୍ବାଦିକମାନଙ୍କ ପାଇଁ ସମସ୍ତ ବ୍ୟବସ୍ଥା କରିବାକୁ କେନ୍ଦ୍ରମନ୍ତ୍ରୀ ତଥା ସମ୍ବଲପୁର ଲୋକ ସଭା ଭାଜପା ପ୍ରାର୍ଥୀ ଧର୍ମେନ୍ଦ୍ର ପ୍ରଧାନଙ୍କ ପ୍ରତିଶ୍ରୁତିକୁ ଧୂଆଁବାଣ ସଦୃଶ ବୋଲି କହିଛନ୍ତି ବିଜେଡି ପ୍ରବକ୍ତା ଡ. ଲେନିନ ମହାନ୍ତି। ଖବରକାଗଜରେ ଭାଜପାର ଗ୍ୟାରେଣ୍ଟି ସମ୍ପର୍କିତ ବିଜ୍ଞାପନରେ ସାମ୍ବାଦିକଙ୍କ ସାମାଜିକ ସୁରକ୍ଷା ଓ ଅନ୍ୟାନ୍ୟ ସୁବିିଧା ସମ୍ପର୍କରେ କିଛି ଉଲ୍ଲେଖ ନାହିଁ। ଦୁଇଦିନ ତଳେ ଏକ ଛାପା ଗଣମାଧ୍ୟମରେ ପ୍ରକାଶିତ ହୋଇଥିବା ରିପୋର୍ଟ ଅନୁସାରେ ବିଶ୍ୱ ଗଣମାଧ୍ୟମ ସ୍ବାଧୀନତା ସୂଚକାଙ୍କରେ ଭାରତର ସ୍ଥାନ ୧୬୧କୁ ଖସିଛି । ରିପୋଟର୍ସ ୱିଦଆଉଟ ବଡର୍ସ(ଆରଏଫଏସ) ବିଶ୍ୱ ଗଣମାଧ୍ୟମ ସ୍ବାଧୀନତା ସୂଚକାଙ୍କର ୨୧ତମ ସଂସ୍କରଣ ଜାରି କରିଛି। ଗତ ୨୦୨୨ରେ ଭାରତର ସ୍ଥାନ ୧୫୦ ଥିବାବେଳେ ଏଥିରେ ଆହୁରି ଅବନତି ଘଟି ୧୬୧କୁ ଖସିଥିବା ସୂଚନା ରହିଛି। ଗଣମାଧ୍ୟମ ପାଇଁ ୩୧ ବିପଜ୍ଜନକ ଦେଶ ଗୁଡିକ ମଧ୍ୟରେ ଭାରତ ମଧ୍ୟ ରହିଛି। ବିଶ୍ୱର ସର୍ବବୃହତ ଗଣତନ୍ତ୍ର ଭାରତରେ ସାମ୍ବାଦିକଙ୍କ ଉପରେ ହିଂସା ଗଣମାଧ୍ୟମର ସ୍ବାଧୀନତାକୁ ବିପଦରେ ପକାଇଥିବା ଆରଏସଏଫ ରିପୋର୍ଟରେ ଉଲ୍ଲେଖ କରାଯାଇଛି। ତେବେ ଓଡ଼ିଶାରେ ଗଣମାଧ୍ୟମର ସୁବିଧା କରିବାକୁ ପ୍ରତିଶ୍ରୁତି ଦେଇ ଧର୍ମେନ୍ଦ୍ର ପ୍ରଧାନ ସାମ୍ବାଦିକଙ୍କୁ ଠକିବାକୁ ଚେଷ୍ଟା କରୁଛନ୍ତି ବୋଲି ଡ. ମହାନ୍ତି କହିଛନ୍ତି। ଓଡିଶାର ସାମ୍ବାଦିକ ଏବଂ ସେମାନଙ୍କର ପରିବାରଙ୍କ ପାଇଁ ସ୍ବାସ୍ଥ୍ୟବୀମା ବାର୍ଷିକ ୨ ଲକ୍ଷରୁ ୫ ଲକ୍ଷକୁ ବୃଦ୍ଧି କରାଯାଇଛି। ଏହି ଯୋଜନାରେ ରାଜ୍ୟର ୭୫୦୦ରୁ ଅଧିକ ସାମ୍ବାଦିକଙ୍କୁ ସ୍ବୀକୃତି ପ୍ରଦାନ କରାଯାଇଛି। ଗତବର୍ଷ ପ୍ରାୟ ୫୦୦ ସାମ୍ବାଦିକ ଏହି ଯୋଜନା ଅଧୀନରେ ନଗଦ ବିହୀନ ଚିକିତ୍ସା ପାଇଛନ୍ତି। କୋଭିଡ ମୃତ୍ୟୁକାଳୀନ ସହାୟତା ରାଶି ଭାବେ ଦିବଙ୍ଗତ ସାମ୍ବାଦିକଙ୍କ ପରିବାରଙ୍କୁ ୧୫ ଲକ୍ଷ ଟଙ୍କା ପ୍ରଦାନ କରାଯାଉଛି। ଦିବଙ୍ଗତ ସାମ୍ବାଦିକଙ୍କ ସନ୍ତାନଙ୍କ ଶିକ୍ଷା ସହାୟତା ପାଇଁ ଉଚ୍ଚ ବିଦ୍ୟାଳୟ ପର୍ଯ୍ୟନ୍ତ ମାସକୁ ୧୫୦୦ ଟଙ୍କା ଏବଂ ୨୧ ବର୍ଷ ପର୍ଯ୍ୟନ୍ତ ଉଚ୍ଚଶିକ୍ଷା ପାଇଁ ମାସିକ ୨୫୦୦ ଟଙ୍କା ପ୍ରଦାନ କରାଯାଏ। ଦୁର୍ଘଟଣା କିମ୍ବା ରୋଗ ଜନିତ ସ୍ଥାୟୀ ଅକ୍ଷମତା କ୍ଷେତ୍ରରେ ସାମ୍ବାଦିକଙ୍କୁ ୨ ଲକ୍ଷ ଟଙ୍କା ପ୍ରଦାନ କରୁଛନ୍ତି ରାଜ୍ୟ ସରକାର। ଧର୍ମେନ୍ଦ୍ର ଯଦି ସତରେ ସାମ୍ବାଦିକଙ୍କ ସୁରକ୍ଷା ଓ ଉନ୍ନତି କଥା ଚିନ୍ତା କରୁଛନ୍ତି ତାହେଲେ ପ୍ରଥମେ କେନ୍ଦ୍ରରେ ବସିଥିବା ତାଙ୍କର ନେତାଙ୍କ ସହିତ କଥାବାର୍ତ୍ତା କରି ନିଷ୍ପତ୍ତି ନେବାକୁ ଡ. ମହାନ୍ତି ଏକ ପ୍ରେସ ବିବୃତି ଜରିଆରେ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଏପ୍ରିଲ ୧ରୁ ଆରମ୍ଭ ହେବ ମାରାଗୁଡ଼ା ଲୋକମହୋତ୍ସବ

ନୂଆପଡ଼ା,୨୭ା୩(ମକାରୁ ବେମାଲ): ନୂଆପଡ଼ା ଜିଲାର ଐତିହ୍ୟ, ଲୋକକଳା ଓ ସଂସ୍କୃତିର ମହାପାର୍ବଣ ମାରାଗୁଡ଼ା ଲୋକମହୋତ୍ସବ ଆସନ୍ତା ଏପ୍ରିଲ ୧ରୁ ୫ ତାରିଖ ପର୍ଯ୍ୟନ୍ତ ନୂଆପଡ଼ାର ନ୍ୟାଶନାଲ ମହାବିଦ୍ୟାଳୟ…

ଓଡିଶାର ଶ୍ରେଷ୍ଠ ପୋଲିସ ଥାନା ଘୋଷଣା: ବାଜିମାରିଲା ଏହି ଥାନା

ଛତ୍ରପୁର, ୨୭/୩ (ଦିଲ୍ଲୀପ ସାମଲ): ଭାରତ ସରକାରଙ୍କ ଗୃହ ମନ୍ତ୍ରଣାଳୟ ଦ୍ୱାରା ଗଞ୍ଜାମ ପୋଲିସ ଜିଲାର ବଡ଼ଗଡ଼ ପୋଲିସ ଥାନା ୨୦୨୫ ବର୍ଷ ପାଇଁ ଓଡ଼ିଶାର ଶ୍ରେଷ୍ଠ…

ବୁଢ଼ୀ ଠାକୁରାଣୀ ଯାତ୍ରା ପାଇଁ ପାଟପୁର ଗାଁ ଉତ୍ସବମୁଖର: ଅସ୍ଥାୟୀ ପୀଠରେ ପୂଜା ପାଇଲେ ଦେବୀ

ଦିଗପହଣ୍ଡି,୨୭୩(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ପାଟପୁର ଗାଁର ଗ୍ରାମ ଦେବତୀ ମା’ ବୁଢ଼ୀ ଠାକୁରାଣୀଙ୍କ ଯାତ୍ରା ଦୁଇବର୍ଷ ବ୍ୟବଧାନରେ ଚୈତ୍ର ଶୁକ୍ଳ ନବମୀ ତିଥି…

ଯୁଦ୍ଧ ଭିତରେ ମିସାଇଲ କିଣିଲା ଭାରତ, ଥରିଲା ପାକିସ୍ତାନ!

ନୂଆଦିଲ୍ଲୀ,୨୭।୩: ମଧ୍ୟପ୍ରାଚ୍ୟରେ ଚାଲିଥିବା ସଂଘର୍ଷ ମଧ୍ୟରେ, ଭାରତ ରୁଷିଆଠାରୁ ‘ଟୁଙ୍ଗୁସ୍କା’ ଆଣ୍ଟି-ଏୟାରକ୍ରାଫ୍ଟ ଏବଂ ମିସାଇଲ ସିଷ୍ଟମ ହାସଲ କରିବାକୁ ଯୋଜନା କରିଛି। ଏଥିପାଇଁ, ଭାରତ ରୁଷିଆର ରୋସୋବୋରୋନେକ୍ସପୋର୍ଟ…

ନୂଆ ପ୍ରଧାନମନ୍ତ୍ରୀଙ୍କୁ ଶୁଭେଚ୍ଛା ଜଣାଇଲେ ମୋଦି, କହିଲେ ଗୁରୁତ୍ୱପୂର୍ଣ୍ଣ କଥା

ନୂଆଦିଲ୍ଲୀ/କାଠମାଣ୍ଡୁ,୨୭।୩: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଶୁକ୍ରବାର ନେପାଳର ନୂଆ ପ୍ରଧାନମନ୍ତ୍ରୀ ବଲେନ୍ଦ୍ର ‘ବାଲେନ’ ଶାହଙ୍କୁ ଅଭିନନ୍ଦନ ଜଣାଇଛନ୍ତି। ସେ କହିଛନ୍ତି ଯେ ଉଭୟ ଦେଶର ପାରସ୍ପରିକ ଲାଭକୁ…

ଯୁଦ୍ଧ ମଧ୍ୟରେ ଏମିତି ପଦକ୍ଷେପ ନେବାକୁ ଯାଉଛି ଭାରତ: ଚାହଁ ରହିଯିବେ ଚାଇନା-ପାକିସ୍ତାନ

ନୂଆଦିଲ୍ଲୀ,୨୭।୩: ମଧ୍ୟପ୍ରାଚ୍ୟରେ ବଢ଼ୁଥିବା ଉତ୍ତେଜନା ଏବଂ ହର୍ମୁଜ ଷ୍ଟ୍ରେଟ୍‌ ବନ୍ଦ ହେବା ବିଶ୍ୱ ଶକ୍ତି ବଜାରରେ ଅସ୍ଥିରତା ସୃଷ୍ଟି କରିଛି। ବିଶ୍ୱର ପ୍ରାୟ ୨୦% ତୈଳ ଏହି…

ଜଣେ ବିବାହିତ ପୁରୁଷ ଲିଭ-ଇନରେ ରହିପାରିବେ କି? ହାଇକୋର୍ଟଙ୍କ ଗୁରୁତ୍ୱପୂର୍ଣ୍ଣ ରାୟ

ଆଲ୍ଲାହାବାଦ,୨୭।୩: ଜଣେ ବିବାହିତ ପୁରୁଷ ଲିଭ-ଇନ ସମ୍ପର୍କରେ ରହିପାରିବେ କି ନାହିଁ ଏହାକୁ ନେଇ ଆଲ୍ଲାହାବାଦ ହାଇକୋର୍ଟ ଏକ ଗୁରୁତ୍ୱପୂର୍ଣ୍ଣ ରାୟ ଦେଇଛନ୍ତି। ଶୁକ୍ରବାର କୋର୍ଟ ଏକ…

ରାମ ନବମୀରେ ପ୍ରଶଂସକଙ୍କୁ ଚମତ୍କାର ଉପହାର ଦେଲେ ରାମ ଚରଣ

ସୁପରଷ୍ଟାର ରାମ ଚରଣ ପ୍ରଶଂସକଙ୍କୁ ଏକ ଚମତ୍କାର ଉପହାର ଦେଇଛନ୍ତି। ରାମ ନବମୀରେ ଫିଲ୍ମ ‘ପେଡ୍ଡି ପେହେଲୱାନ’ର ପ୍ରଥମ ଝଲକ ରିଲିଜ ହୋଇଛି। ଏହା ସୋସିଆଲ ମିଡିଆରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri