Posted inଜାତୀୟ

କାନାଡା ପ୍ରଧାନମନ୍ତ୍ରୀଙ୍କ ଉପରେ ବର୍ଷିଲା ଭାରତ: ରାଜନୈତିକ ଅଭିଳାଷ ପୂରଣ ପାଇଁ…

ନୂଆଦିଲ୍ଲୀ,୧୪।୧୦: ଖଲିସ୍ତାନୀ ଆତଙ୍କବାଦୀ ହରଦୀପ୍‌ ସିଂ ନିଜ୍ଜାର ହତ୍ୟା ମାମଲାରେ ଭାରତୀୟ ଉଚ୍ଚାୟୁକ୍ତ ଓ ଅନ୍ୟ କୂଟନୀତିଜ୍ଞମାନଙ୍କୁ କାନାଡା ଅଭିଯୁକ୍ତ କରିବା ପରେ ଦୁଇ ଦେଶ ମଧ୍ୟରେ କୂଟନୈତିକ ସମ୍ପର୍କରେ ତିକ୍ତତା ବଢ଼ିଯାଇଛି।  ସୋମବାର ବୈଦେଶିକ ବ୍ୟାପାର ମନ୍ତ୍ରଣାଳୟ ଏହି ଅଭିଯୋଗକୁ ‘ଅବୈଧ ଅଭିଯୋଗ” ବୋଲି କହିଛି ଏବଂ ଦୃଢ ପ୍ରତିକ୍ରିୟା ଦେଇଛି। କେବଳ ଏତିକି ନୁହେଁ, କାନାଡାର ପ୍ରଧାନମନ୍ତ୍ରୀ ଜଷ୍ଟିନ ଟ୍ରୁଡୋଙ୍କୁ ମଧ୍ୟ ବୈଦେଶିକ ମନ୍ତ୍ରଣାଳୟ ଟାର୍ଗେଟ କରିଛି ଏବଂ ଏହି ଅଭିଯୋଗ ତାଙ୍କ ରାଜନୈତିକ ଅଭିଳାଷ ଏବଂ ଭୋଟ ବ୍ୟାଙ୍କ ରାଜନୀତି ପ୍ରେରିତ ବୋଲି କୁହାଯାଉଛି।

ବୈଦେଶିକ ବ୍ୟାପାର ମନ୍ତ୍ରଣାଳୟର ଏକ ବିବୃତ୍ତି ଅନୁଯାୟୀ, ଗତକାଲି ଆମେ କାନାଡାରୁ କୂଟନୈତିକ ଯୋଗାଯୋଗ ପାଇଥିଲୁ। ଯେଉଁଥିରେ ଭାରତୀୟ ହାଇ କମିଶନର୍‌ ଏବଂ ଅନ୍ୟ କୂଟନୀତିଜ୍ଞଙ୍କୁ ‘ଏକ ମାମଲା ସହ ଜଡିତ ବ୍ୟକ୍ତି’ ଭାବରେ ବର୍ଣ୍ଣନା କରାଯାଇଥିଲା। ଏହି ଅବୈଧ ଅଭିଯୋଗକୁ ଭାରତ ସରକାର ସମ୍ପୂର୍ଣ୍ଣ ରୂପେ ପ୍ରତ୍ୟାଖ୍ୟାନ କରିଛନ୍ତି। ଭୋଟ ବ୍ୟାଙ୍କ ରାଜନୀତିର ଏକ ଅଂଶ ଭାବରେ ଉଠାଯାଇଥିବା ପ୍ରସଙ୍ଗ ବୋଲି ଭାରତ ଏହାକୁ କହିଛି। ଖଲିସ୍ତାନୀ ଆତଙ୍କବାଦୀ ହରଦୀପ ସିଂ ନିଜାରଙ୍କ ହତ୍ୟାରେ ଭାରତୀୟ ଅଧିକାରୀ ସମ୍ପୃକ୍ତ ଥିବା କାନାଡା ଅଭିଯୋଗ କରିଛି। ଭାରତ ଏହି ଦାବିକୁ ଅସ୍ବୀକାର କରିଛି ଏବଂ ଏହି ଗୁରୁତର ଅଭିଯୋଗକୁ ସମର୍ଥନ କରିବାକୁ ପ୍ରମାଣ ଦାବି କରିଛି।

 


Enter your email to get our daily news in your inbox.

All Right Reserved By Dharitri.Com

ରାତିରେ ଲାଗିଲା ନିଆଁ: ଜୀବନ୍ତ ଜଳିଲେ ଗୋରୁ

ବନ୍ତ,୨୨।୩(କିଶୋର କୁମାର ସେଠି):ଭଦ୍ରକ ଜିଲା ବନ୍ତ ତହସିଲ ଅନ୍ତର୍ଗତ ଓଡ଼ଙ୍ଗ ପଞ୍ଚାୟତର ଏରଝାଟିଆ ଗ୍ରାମରେ ଶନିବାର ବିଳମ୍ବିତ ରାତିରେ ଏକ ଭୟାବହ ଅଗ୍ନିକାଣ୍ଡ ଘଟିଯାଇଛି। ବିଦ୍ୟୁତ୍‌ ସର୍ଟଶର୍କିଟ…

ନନ୍ଦପୁର ପରେ ପାଡୁଆ ଥାନା ଅଞ୍ଚଳରେ ଚାଞ୍ଚଲ୍ୟ: ଶନିବାର ରାତିରେ ୧ ବୋଲେରୋ ୨ଟି ବାଇକ ଚୋରି

ନନ୍ଦପୁର/ପାଡୁଆ, ୨୨।୩ (ତୁଷାର କାନ୍ତ ମହାନ୍ତି/ଶଙ୍କର ପୂଜାରୀ): କୋରାପୁଟ ଜିଲା ନନ୍ଦପୁର ପୋଲିସ ଉପଖଣ୍ଡ ଥାନା ଅଞ୍ଚଳରେ ଦିନକୁ ଦିନ ଗାଡ଼ି ଚୋରି ସଂଖ୍ୟା ବଢିବାରେ ଲାଗିଛି।…

ଆରବ ସାଗରରେ ପରମାଣୁ ବୁଡ଼ାଜାହାଜ ମୁତୟନ କଲା ବ୍ରିଟେନ, ସାରା ବିଶ୍ୱର ବଢିଲା ଚିନ୍ତା!

ଲଣ୍ଡନ,୨୨।୩: ଆମେରିକା, ଇସ୍ରାଏଲ ଏବଂ ଇରାନ ମଧ୍ୟରେ ତିନି ସପ୍ତାହ ଧରି ସଂଘର୍ଷ ଜାରି ରହିଛି। ପ୍ରତିଶୋଧ ସ୍ବରୂପ, ଇରାନ ମଧ୍ୟପ୍ରାଚ୍ୟର ଦେଶଗୁଡ଼ିକୁ, ବିଶେଷକରି ୟୁଏଇକୁ ଟାର୍ଗେଟ…

ମା‘ ତାରିଣୀ ମନ୍ଦିରର ବାର୍ଷିକ ଉତ୍ସବ: ଚଳଚଞ୍ଚଳ ପରଜଙ୍ଗ ଗାଁ

ପରଜଙ୍ଗ,୨୨।୩ (ନିଗମାନନ୍ଦ ଦଳବେହେରା): ଢେଙ୍କାନାଳ ଜିଲା ପରଜଙ୍ଗ ବଜାର ମଧ୍ୟରେ ମା’ ତାରିଣୀଙ୍କ ମନ୍ଦିର ରହିଛି ।ଏହି ମନ୍ଦିରରେ ୩ ଦିନ ଧରି ହେବାକୁ ଥିବା ୧୨…

୧୩ହଜାର ଟଙ୍କା ଶସ୍ତା ହେଲା ସୁନା; ଏକ୍ସପର୍ଟ କଲେ ବଡ଼ ଭବିଷ୍ୟବାଣୀ, ଆଗକୁ…

ନୂଆଦିଲ୍ଲୀ,୨୨।୩: ଇରାନ, ଇସ୍ରାଏଲ ଏବଂ ଆମେରିକା ସହିତ ସଂଘର୍ଷ ଏବଂ ମଧ୍ୟପ୍ରାଚ୍ୟରେ ଉତ୍ତେଜନା ବୃଦ୍ଧି ପାଇବା ଯୋଗୁଁ, ଏହି ସପ୍ତାହରେ ସୁନା ଏବଂ ରୂପା ମୂଲ୍ୟରେ ତୀବ୍ର…

ବିମାନ ଭଡ଼ା ସୀମା ଉଠାଇ ଦେଲା ବେସାମରିକ ବିମାନ ଚଳାଚଳ ମନ୍ତ୍ରଣାଳୟ; କାହିଁକି ଏହି ନିଷ୍ପତ୍ତି ନିଆଯାଇଛି ଜାଣନ୍ତୁ

ନୂଆଦିଲ୍ଲୀ,୨୨।୩: ଘରୋଇ ବିମାନ ଯାତ୍ରା ଉପରେ ଲାଗୁ ହୋଇଥିବା ଅସ୍ଥାୟୀ ସୀମା ୨୩ ମାର୍ଚ୍ଚ, ୨୦୨୬ ରୁ ପ୍ରତ୍ୟାହାର କରିବାକୁ ନିଷ୍ପତ୍ତି ନେଇଛି ବେସାମରିକ ବିମାନ ଚଳାଚଳ…

ହରମୁଜ ସଙ୍କଟ ଭିତରେ ଭାରତ ତେଲକୁ ନେଇ ନେଲା ବଡ଼ ନିଷ୍ପତ୍ତି, ମେ ମାସ ଆରମ୍ଭରୁ…

ନୂଆଦିଲ୍ଲୀ,୨୨।୩: ବଢ଼ୁଥିବା ବିଶ୍ୱ ଉତ୍ତେଜନା ଏବଂ ଯୋଗାଣ ସଙ୍କଟ ମଧ୍ୟରେ, ହିନ୍ଦୁସ୍ତାନ ପେଟ୍ରୋଲିୟମ କର୍ପୋରେସନ (HPCL) ଆଙ୍ଗୋଲାରୁ 2 ନିୟୁତ ବ୍ୟାରେଲ ଅଶୋଧିତ ତୈଳ କ୍ରୟ କରିବା…

ବାବର ଆଜମଙ୍କ ଭବିଷ୍ୟତକୁ ନେଇ ଉଠିଲା ପ୍ରଶ୍ନ, ଭିଡ଼ିଓ ଭାଇରାଲ, ୟୁଜର୍ସ କହିଲେ ଢାବା…

ଇସଲାମାବାଦ,୨୨।୩: ବାବର ଆଜମ ବର୍ତ୍ତମାନ କ୍ରିକେଟରୁ ବିରତି ନେଇଛନ୍ତି। ଆଘାତ ଯୋଗୁ ସେ ବାଂଲାଦେଶ ବିପକ୍ଷରେ ଏକଦିବସୀୟ ସିରିଜ ହରାଇଥିଲେ ଏବଂ ଜାତୀୟ ଟି-୨୦ କପ ମଧ୍ୟ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri