Posted inଜାତୀୟ

‘ରାହୁଲଙ୍କୁ ଥାଇଲାଣ୍ଡ ପସନ୍ଦ, ଘୋଷଣାପତ୍ରରେ ସେଠାର ଫଟୋ ଲଗାଇଛନ୍ତି’

ନୂଆଦିଲ୍ଲୀ,୫।୪: ଲୋକ ସଭା ନିର୍ବାଚନ ପାଇଁ କଂଗ୍ରେସର ଘୋଷଣାପତ୍ରକୁ ନେଇ କଟାକ୍ଷ କରିଛି ଭାଜପା। ରାହୁଲ ଗାନ୍ଧୀଙ୍କୁ ଥାଇଲାଣ୍ଡ ପସନ୍ଦ। ଏଥିଲାଗି ସେଠାକାର ଫଟୋ ଘୋଷଣାପତ୍ରରେ ମୁଦ୍ରିତ ହୋଇଛି। ଦଳ ଜଳ ପରିଚାଳନାର ଫଟୋ ସ୍ଥାନରେ ନ୍ୟୁୟର୍କର ବଫାଲୋ ନଦୀର ଫଟୋ ଲଗାଯାଇଛି। ପରିବେଶ ପରିଷ୍କାର ପରିଚ୍ଛନ୍ନତା ସ୍ଥାନରେ ଯେଉଁ ଫଟୋ ଲାଗିଛି, ତାହା ଥାଇଲାଣ୍ଡର, ଏହାକୁ ରାହୁଲ ବେଶ ପସନ୍ଦ କରନ୍ତି ବୋଲି ଭାଜପା ଜାତୀୟ ମୁଖପାତ୍ର ଡା. ସୁଧାଂଶୁ ତ୍ରିବେଦୀ କଟାକ୍ଷ କରି କହିଛନ୍ତି।

ମୁଖପାତ୍ର ତ୍ରିବେଦୀ କହିଛନ୍ତି, ମୁଖ୍ୟ ବିରୋଧୀ ଦଳ ଏବଂ ୬୦ ବର୍ଷ ଧରି ଭାରତକୁ ଶାସନ କରିଥିବା ପୁରୁଣା ଦଳ ଏବେ ସୁଯୋଗ ମିଳିଲେ ଆଶ୍ଚର୍ଯ୍ୟଜନକ କାର୍ଯ୍ୟ କରିବେ ବୋଲି କହୁଛନ୍ତି। ଆଜି ମୁଦ୍ରାସ୍ଫୀତି ହାର ୫%, ବେକାରୀ ହାର ୩.୧% ରହିଛି। ସବୁଠାରୁ ସର୍ବନିମ୍ନ ଭାଜପା ଶାସନ କାଳରେ ହୋଇଛି। ୧୯୭୫ର କଂଗ୍ରେସ ଶାସନ କାଳରେ ସର୍ବାଧିକ ମୁଦ୍ରାସ୍ଫୀତି ଥିଲା।

କଂଗ୍ରେସ ଭାରତରେ ଛୁଞ୍ଚି ତିଆରି ହେଉ ନ ଥିଲା ବୋଲି କହିଛନ୍ତି। ହେଲେ ସିଭି ରମଣ ନିଜେ ୧୯୩୦ରେ ନୋବେଲ ପୁରସ୍କାର ପାଇଥିଲେ। ଟାଟାର ବିମାନସେବା ଆରମ୍ଭ ହୋଇଥିଲା, ହେଲେ ଦଳ ଛୁଞ୍ଚି ତିଆରି ହେଉ ନ ଥିଲା ବୋଲି କହି ଲୋକଙ୍କୁ ଦ୍ୱନ୍ଦ୍ୱରେ ପକାଇବାକୁ ଚେଷ୍ଟା କରୁଛନ୍ତି ବୋଲି ସେ କହିଛନ୍ତି।

ଏହାଛଡ଼ା ଖାର୍ଗେ ସମସ୍ତ ମହିଳାଙ୍କୁ ୧ ଲକ୍ଷ ଟଙ୍କା ଦେବେ ବୋଲି କହିଛନ୍ତି। ୨୦୧୯ରେ ଏମାନେ ୭୨ ହଜାର ଦେବେ ବୋଲି କହିଥିଲେ। ହେଲେ ନିଜ ସରକାର ଥିବା ରାଜ୍ୟରେ କେତେ ହଜାର ବାଣ୍ଟିଛନ୍ତି କି? ଘୋଷଣାପତ୍ରର ନାମ ନ୍ୟାୟପତ୍ର ରଖାଯାଇଛି। ଯେଉଁ ଦଳ ଭାରତବାସୀ, ଛାତ୍ରଙ୍କ ସହ, ଯବାନଙ୍କ ସହ ନ୍ୟାୟ କରିନାହାନ୍ତି, ସେ ନ୍ୟାୟ ପତ୍ର ବିଷୟରେ କହୁଛନ୍ତି। ଏମାନେ ଛଦ୍ମ ବେଶରେ ଆସିଥାନ୍ତି। ବିଦେଶରୁ ଋଣ ନେଇ ଫଟୋ ଲଗାଉଥିଲେ। ପୂର୍ବରୁ ଭାରତର ଭାବମୂର୍ତ୍ତିକୁ ଖରାପ ଚିତ୍ରଣ କରିବାକୁ ଚେଷ୍ଟା କରିଛନ୍ତି ବୋଲି ମଧ୍ୟ ସେ କହିଛନ୍ତି।

କହିରଖୁଛୁ, ଶୁକ୍ରବାର କଂଗ୍ରେସ ପକ୍ଷରୁ ନିର୍ବାଚନୀ ଘୋଷଣାପତ୍ର ଜାରି କରାଯାଇଥିଲା। ଏହାକୁ ନ୍ୟାୟ ପତ୍ର ନାମ ଦିଆଯାଇଛି। ଏହାର କାର୍ଯ୍ୟ, ଅର୍ଥ ଏବଂ କଲ୍ୟାଣ ଉପରେ କେନ୍ଦ୍ରିତ ରହିଛି। ବିଶେଷକରି କଶ୍ମୀରକୁ ରାଜ୍ୟ ମାନ୍ୟତା ଏବଂ ଏମ୍‌ଏସ୍‌ପିକୁ ଆଇନଗତ ଗ୍ୟାରେଣ୍ଟି ଦେବା ସହ କଂଗ୍ରେସ ଅନେକ ପ୍ରତିଶ୍ରୁତି ଦେଇଛି।


Enter your email to get our daily news in your inbox.

All Right Reserved By Dharitri.Com

ବେଆଇନ ଚୋରା ବାଲି ଚାଲାଣ: ୨ ହାଇୱାକୁ ମାଡିବସିଲା…

ପୋଲିସ।ପାଟଣା,୬।୧୨(ବୀର କିଶୋର ଦାଶ): କେନ୍ଦୁଝର ଜିଲା ପାଟଣା ସାହାରପଡା ଫାଣ୍ଡି ପୋଲିସ ସାହାରପଡା ପେଟ୍ରୋଲ ପମ୍ପ ନିକଟରୁ ଶନିବାର ଭୋର ସକାଳୁ ୨ଟି ଚୋରା ବାଲି...

ଇଣ୍ଡିଗୋ ବିମାନ ରଦ୍ଦ ପରେ ବି କେମିତି ଧଡାଧଡ ବିକ୍ରି ହେଉଛି ଟିକେଟ! ୩ ଗୁଣା ଅଧିକ ଦାମରେ ବି କିଣୁଛନ୍ତି ଲୋକେ

ନୂଆଦିଲ୍ଲୀ,୬।୧୨: ଇଣ୍ଡିଗୋ ଏୟାରଲାଇନ୍ସ ଅନେକ ଦିନ ଧରି ସଂଘର୍ଷ କରୁଛି। ଡିସେମ୍ବର ୨ରୁ ବିମାନ ବାତିଲ ଚାଲିଛି। ଇଣ୍ଡିଗୋ ପ୍ରତିଦିନ ୫୦୦ରୁ ଅଧିକ ବିମାନ ବାତିଲ...

ଶେଷରେ ଟସ୍‌ ଜିତିଲା ଭାରତ: ଖୁସିକୁ ରୋକି ନ ପାରି ରାହୁଲ କରିଦେଲେ…

ନୂଆଦିଲ୍ଲୀ,୬।୧୨: ଦକ୍ଷିଣ ଆଫ୍ରିକା ବିପକ୍ଷରେ ତୃତୀୟ ଦିନିକିଆରେ ଭାରତୀୟ ଅଧିନାୟକ କେଏଲ ରାହୁଲ ଟସ ଜିତି ପ୍ରଥମେ ବୋଲିଂ କରିବାକୁ ନିଷ୍ପତ୍ତି ନେଇଥିଲେ। ଭାରତ ୨୦...

ଏହିସବୁ ଭାରତୀୟ ଖାଦ୍ୟ ଖାଇଲେ ପୁଟିନ୍‌: ଜାଣିଲେ ହେବେ ଆଶ୍ଚର୍ଯ୍ୟ

ନୂଆଦିଲ୍ଲୀ,୧୨।୬: ରୁଷିଆ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କ ସମ୍ମାନାର୍ଥେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କ ଦ୍ୱାରା ଆୟୋଜିତ ରାଜ୍ୟ ଭୋଜିରେ କଶ୍ମୀର ଅଖରୋଟ ଗୁଚ୍ଚି ଦୁନ ଚେଟିନ ଏବଂ...

ପୁଟିନ ଫେରୁ ଫେରୁ ପୂରଣ ହେଲା ଭାରତର ବଡ଼ ଇଚ୍ଛା, ପ୍ରମାଦ ଗଣିବେ ଚାଇନା-ପାକିସ୍ତାନ

ନୂଆଦିଲ୍ଲୀ,୬।୧୨: ରୁଷିଆ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ ଭାରତ ଛାଡିବା ପରେ ଏକ ବଡ଼ ଖବର ଆସିଛି। ଏହି ନୂତନ ବିକାଶ ସ୍ବଦେଶୀ ଯୁଦ୍ଧ ବିମାନ କାର୍ଯ୍ୟକ୍ରମକୁ...

Featured Video Play Icon

ଝିଅ ବାହାଘର ପାଇଁ ଟଙ୍କା ଦେବେ ସରକାର, ଭୋଜି ପାଇଁ ମିଳିବ…

ସୁଭଦ୍ରା ଯୋଜନା ପରେ ଓଡ଼ିଶାରେ ନୂଆ ଯୋଜନା ପାଇଁ ବଡ଼ ଘୋଷଣା କରିଛନ୍ତି ରାଜ୍ୟ ସରକାର। ଏବେ ବାହାଘର ପାଇଁ ଟଙ୍କା ଦେବେ ଓଡ଼ିଶା ସରକାର।...

ଧନୁଯାତ୍ରା ପାଇଁ ଶୁଭସ୍ତମ୍ଭ: ପ୍ରସ୍ତୁତି ଜୋରଦାର…

ନୂଆପଡ଼ା,୬ା୧୨ (ମକାରୁ ବେମାଲ): ନୂଆପଡ଼ା ଜିଲା କୋମନା ବ୍ଲକ ଅନ୍ତର୍ଗତ ଲଖନା ଗାଁରେ ଶୁକ୍ରବାର ୧୭ତମ ଧନୁଯାତ୍ରା ପାଇଁ ନୂତନ କମିଟି ଗଠନ ସହ ଶୁଭସ୍ତମ୍ଭ...

ମୃତବ୍ୟକ୍ତିଙ୍କ ସୁନା ଅଳଙ୍କାର ପାଖରେ ରଖୁଛନ୍ତି କି? ପଡିପାରେ ନକରାତ୍ମକ ଶକ୍ତି, ଜାଣନ୍ତୁ ଗରୁଡ ପୁରାଣ କ’ଣ କହୁଛି

ସୁନାକୁ ସୌଭାଗ୍ୟ ଏବଂ ସକାରାତ୍ମକ ଶକ୍ତିର ବାହକ ବୋଲି ବିବେଚନା କରାଯାଏ। ଏହାର ଚମକ ଏବଂ ଆକର୍ଷଣ ସମସ୍ତଙ୍କୁ ଆକର୍ଷିତ କରେ। ସୁନା ଅଳଙ୍କାର, ବିଶେଷକରି...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri