Posted inଜାତୀୟ

Waqf Amendment Bill 2025: ମିଳିଲା ରାଷ୍ଟ୍ରପତିଙ୍କ ମଞ୍ଜୁରୀ, ଆଇନରେ ପରିଣତ ହେଲା ଓ୍ବକଫ୍‌ ସଂଶୋଧିତ ବିଲ୍‌

ନୂଆଦିଲ୍ଲୀ,୬।୪: ଆଇନ୍‌ରେ ପରିଣତ ହୋଇଛି ଓ୍ବକଫ୍‌ ସଂଶୋଧିତ ବିଲ୍‌। ସଂସଦର ଉଭୟ ଗୃହରେ ବିଲ୍‌ଟି ପାସ ହେବା ପରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଏହାକୁ ମଞ୍ଜୁରୀ ଦେଇଛନ୍ତି। ତେବେ ୧୯୯୫ର ଓ୍ବକ୍‌ଫ ସମ୍ପତ୍ତି ପରିଚାଳନା ଆଇନରେ ସଂଶୋଧନ ପାଇଁ ଅଣାଯାଇଥିବା ଏହି ବିଲ୍‌କୁ ନେଇ ବିରୋଧୀ ଦଳଗୁଡ଼ିକ ବିରୋଧ କରି ଆସୁଛନ୍ତି।
ପ୍ରକାଶ ଥାଉ କି, କଂଗ୍ରେସ ଏବଂ ଏଆଇଏମ୍‌ଆଇଏମ୍‌ ନେତା ଅସାଦୁଦ୍ଦିନ ଓଓ୍ବାଇସି ବିବାଦୀୟ ବିଲ୍‌କୁ ସୁପ୍ରିମକୋର୍ଟରେ ଚ୍ୟାଲେଞ୍ଜ କରିଥିବାବେଳେ ଶନିବାର ଆମ୍‌ ଆଦ୍‌ମୀ ପାର୍ଟି (ଆପ୍‌) ବିଧାୟକ ଅମାନତୁଲ୍ଲା ଖାନ୍‌ ବିରୋଧ କରି ସର୍ବୋଚ୍ଚ ଅଦାଲତଙ୍କ ଦ୍ୱାରସ୍ଥ ହୋଇଛନ୍ତି। ସେହିପରି ଏନ୍‌ଜିଓ ଆସୋସିଏଶନ ଫର୍‌ ଦି ପ୍ରୋଟେକ୍‌ଶନ ଅଫ୍‌ ସିଭିଲ୍‌ ରାଇଟ୍ସ (ଏପିସିଆର୍‌) ମଧ୍ୟ ବିଲ୍‌ର ସାମ୍ବିଧାନିକ ବୈଧତାକୁ ଚ୍ୟାଲେଞ୍ଜ କରିଛି।
ପ୍ରସ୍ତାବିତ ଆଇନ ମୁସଲମାନଙ୍କ ପ୍ରତି ପକ୍ଷପାତ ଏବଂ ସେମାନଙ୍କୁ ଟାର୍ଗେଟ କରାଯାଉଥିବା ବିରୋଧୀ ଅଭିଯୋଗ କରିଛନ୍ତି। ସରକାରଙ୍କ ହସ୍ତକ୍ଷେପ ଦ୍ୱାରା ଧର୍ମୀୟ ଏବଂ ଦାତବ୍ୟ ଅନୁଷ୍ଠାନ ପରିଚାଳନାରେ ସଂଖ୍ୟାଲଘୁଙ୍କ ଅଧିକାର ଦୁର୍ବଳ ହେବ ବୋଲି ଆପ୍‌ ବିଧାୟକ ପିଟିଶନ୍‌ରେ ଦର୍ଶାଇଛନ୍ତି। ଉକ୍ତ ବିଲ୍‌ ସମ୍ବିଧାନର ଅନୁଚ୍ଛେଦ ୧୪, ୨୫, ୨୬ ଏବଂ ୩୦୦ଏ’ର ସିଧାସଳଖ ଉଲ୍ଲଂଘନ କରିବା ସହ ପ୍ରସ୍ତାବନା ମୂଲ୍ୟବୋଧର ଉଲ୍ଲଂଘନ ବୋଲି ଏନ୍‌ଜିଓ କହିଛି। ଏନ୍‌ଜିଓ ପକ୍ଷରୁ ଆଦିଲ ଅହମଦ ଉକ୍ତ ପିଟିଶନ ଦାଏର କରିଛନ୍ତି।
ସୂଚନାଯୋଗ୍ୟ, ୨୦୨୪ ଲୋକ ସଭା ନିର୍ବାଚନ ପରେ ଭାଜପାର ଆସନ ସଂଖ୍ୟା ପୂର୍ବାପେକ୍ଷା ଊଣା ହୋଇଛି। କିନ୍ତୁ ଶାସକ ଦଳ ସଂସଦରେ ନିଜ ଶକ୍ତି ବଜାୟ ରଖିଛି। ଭାଜପା ନେତୃତ୍ୱାଧୀନ ଜାତୀୟ ଗଣତାନ୍ତ୍ରିକ ମେଣ୍ଟ (ଏନ୍‌ଡିଏ) ସରକାର ବହୁଚର୍ଚ୍ଚିତ ତଥା ବିବାଦୀୟ ଓ୍ବକ୍‌ଫ (ସଂଶୋଧନ) ବିଲ୍‌, ୨୦୨୫କୁ ସଂସଦରେ ପାରିତ କରାଇବାରେ ସଫଳ ହେବା ଏହାକୁ ପ୍ରମାଣିତ କରିଛି। ମୁସଲମାନ ସମ୍ପ୍ରଦାୟର ଦାନ ସମ୍ପତ୍ତି ପରିଚାଳନାରେ ସଂସ୍କାର ଆଣିବା ସକାଶେ ଉଦ୍ଦିଷ୍ଟ ଏହି ବିଧେୟକ ଲୋକ ସଭାରେ ଗୃହୀତ ହେବାର ଦିନକ ପରେ  ରାଜ୍ୟ ସଭାର ଅନୁମୋଦନ ଲାଭ କରିଥିଲା। ଉଚ୍ଚ ସଦନରେ ବିଲ୍‌ ସପକ୍ଷରେ ୧୨୮ ଭୋଟ ପଡ଼ିଥିବାବେଳେ ବିରୋଧୀ ଦଳଗୁଡ଼ିକର ୯୫ ସଦସ୍ୟ ଏହା ବିରୋଧରେ ମତଦାନ କରିଥିଲେ ।  ଚୂଡ଼ାନ୍ତ ମୋହର ପାଇଁ ବିଲ୍‌କୁ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କ ନିକଟକୁ ପଠାଯାଇଥିଲା। ରାଷ୍ଟ୍ରପତି ବିଧେୟକରେ ସ୍ବାକ୍ଷର କରିବା ପରେ ଏହା ଆଇନରେ ପରିଣତ ହୋଇଛି।

Enter your email to get our daily news in your inbox.

All Right Reserved By Dharitri.Com

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ଜଳ ପ୍ରପାତ

ସାନଘାଗରା ଜଳପ୍ରପାତ କେନ୍ଦୁଝର ସହରଠାରୁ ମାତ୍ର ୬ କି.ମି. ଦୂରରେ ରହିଛି ସାନଘାଘରା ଜଳପ୍ରପାତ। ସାନମାଛ କାନ୍ଦଣା ନଦୀର ଜଳ ଏଠାରେ ତଳକୁ ବିରାଟକାୟ ସ୍ରୋତରେ କଚାଡ଼ି…

ଭୁବନେଶ୍ୱର ଫୁଲ ଦୋକାନ

ଫର୍ନସ ଏନ୍‌ ପେଟାଲ୍‌ସ   ଏହା ରାଜଧାନୀର ଏକ ବଡ଼ ଫୁଲ ଦୋକାନ ଭାବେ ପରିଗଣିତ। ୧୧ବର୍ଷ ତଳେ ପ୍ରଥମ କରି ଶହୀଦନଗରରେ ଆରମ୍ଭ ହୋଇଥିଲା। ବର୍ତ୍ତମାନ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱର ଜିମ

କଳିଙ୍ଗ ଫିଟନେସ୍‌ ଜୟଦେବ ବିହାର ରୋଡ ବିଜୁ ପଟ୍ଟନାୟକ କଲେଜ ନିକଟରେ ରହିଛି କଳିଙ୍ଗ ଫିଟନେସ ଜିମ୍‌। ୪ବର୍ଷ ତଳେ ଖୋଲାଯାଇଥିବା ଏହି ଜିମ୍‌ରେ ସବୁ ପ୍ରକାର…

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ପର୍ଯ୍ୟଟନସ୍ଥଳ

ସପ୍ତଶଯ୍ୟା ଢେଙ୍କାନାଳ ଜିଲାରେ ଅବସ୍ଥିତ ସପ୍ତଶଯ୍ୟା ପର୍ଯ୍ୟଟନ ସ୍ଥଳ ସାତ ପାହାଡ଼, ଝରଣା ଏବଂ ଜଙ୍ଗଲରେ ପରିପୂର୍ଣ୍ଣ। ଏଠାରେ ରହିଛି ଶ୍ରୀରାମଙ୍କ ମନ୍ଦିର। ସପ୍ତଶଯ୍ୟାର ଶୀତଳ ପରିବେଶ…

କଟକ ଦହିବରା ଆଳୁଦମ

ବାରବାଟୀ ଷ୍ଟାଡିୟମର ରମେଶ ଗୋଛି ସକାଳ ୭ଟାରୁ ଆରମ୍ଭ କରି ରାତି ୧୦ଟା ଯାଏ ବାରବାଟୀ ଷ୍ଟାଡିୟମ ନିକଟରେ ରମେଶଙ୍କ ଷ୍ଟଲ ଖୋଲିଥାଏ। ପରିବାରର ସବୁ ସଦସ୍ୟ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱରର ପାର୍କ

ମହାତ୍ମା ଗାନ୍ଧୀ ପାର୍କ ପାର୍କଟି ଜୟଦେବ ବିହାରସ୍ଥିତ ନନ୍ଦନକାନନ ରୋଡ୍‌ର ଜନତା ମଇଦାନ ନିକଟରେ ଅବସ୍ଥିତ। ପାର୍କ ଭିତରେ ମହାତ୍ମା ଗାନ୍ଧୀଙ୍କ ପ୍ରାର୍ଥନା କରୁଥିବା ମୁଦ୍ରାରେ ମୂର୍ତ୍ତି…

ଶ୍ରେଷ୍ଠ ପାଞ୍ଚ ପୁରୀର ମଠ

ହାତୀ ଆଖଡ଼ା ମଠ ପୁରୀ ବଳଗଣ୍ଡି ନିକଟରେ ବଡ଼ଦାଣ୍ଡର ମୁଖ୍ୟ ରାସ୍ତାରେ ହାତୀ ଆଖଡା ମଠ ଅବସ୍ଥିତ। ଶ୍ରୀରାମାନନ୍ଦୀ ସମ୍ପ୍ରଦାୟର ନିର୍ବାଣୀ ଆଖଡା ରୂପେ ଏହା ପରିଚିତ।…

ଶ୍ରେଷ୍ଠ ପାଞ୍ଚ ଓଡ଼ିଶାର ପ୍ରସିଦ୍ଧ ଶୈବପୀଠ

ହରିଶଙ୍କର ବଲାଙ୍ଗୀରଠାରୁ ୮୦ କି.ମି. ଦୂରରେ ଗନ୍ଧମାର୍ଦ୍ଦନ ପର୍ବତ ପାଦଦେଶରେ ଅବସ୍ଥିତ ପ୍ରସିଦ୍ଧ ତୀର୍ଥ ତଥା ଶୈବପୀଠ ହରିଶଙ୍କର। ଏଠାକାର ମନ୍ଦିରର ପରିବେଶ ଏବଂ ଆକର୍ଷଣୀୟ ଝରଣା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?