Posted inଜାତୀୟ

ଭାରତ-ପାକିସ୍ତାନ ଭାଗବଣ୍ଟାରେ ଅଲଗା ହୋଇଥିଲେ ଭାଇ-ଭଉଣୀ, ୭୬ବର୍ଷ ପରେ କଲେ ସାକ୍ଷାତ

ଲାହୋର,୨୪।୧୦: ୧୯୪୭ ଅଗଷ୍ଟ ମାସରେ ଭାରତ ଠାରୁ ଅଲଗା ହେଲା ପାକିସ୍ତାନ। ସେହି ସମୟରେ ଦେଶରେ ବଡ ହିଂସା ଦେଖାଯାଇଥିଲା। ଏହି ହିଂସାରେ ବହୁ ଲୋକ ନିଜ ଘର ହରାଇବା ସହ ବହୁଜଣଙ୍କ ହତ୍ୟା କରାଯାଇଥିଲା। ବହୁ ପରିବାରଙ୍କୁ ଦେଶ ଛାଡି ପଳାୟନ କରିବାକୁ ପଡିଥିଲା। ତେବେ ସେହି ସମୟରେ ଅଲଗା ହୋଇଥିବା ଦୁଇ ଭାଇ-ଭଉଣୀ ୭୬ବର୍ଷ ପରେ ପୁଣି ଥରେ ସାକ୍ଷାତ କରିଛନ୍ତି। ସେମାନେ ହେଲେ ପାକିସ୍ତାନର ମହମ୍ମଦ ଇସମାଇଲ ଓ ତାଙ୍କ ସମ୍ପର୍କୀୟ ଭଉଣୀ ଭାରତୀୟ ସୁରିନ୍ଦର କୌର। ସୋସିଆଲ ମିଡିଆ ଯୋଗୁ ପରସ୍ପର ଭେଟି ପାରଛନ୍ତି ବୋଲି କହିଛନ୍ତି। ଦୁଇ ଭାଇ ଭଉଣୀ ପାକିସ୍ତାନର କରତାରପୁର ଗୁରୁଦ୍ୱାରରେ ସାକ୍ଷାତ କରିଛନ୍ତି। ପ୍ରାୟ ୭୬ବର୍ଷ ପୂର୍ବେ ଜଲନ୍ଧରର ଶାହକୋଟରେ ଦୁଇ ଭାଇଭଊଣୀ ରହୁଥିଲେ, କିନ୍ତୁ ଦଙ୍ଗାବେଳେ ଅଲଗା ହୋଇଯାଇଥିଲେ।

ସୋସିଆଲ ମିଡିଆରେ ପରସ୍ପରଙ୍କୁ ଜାଣିବା ପରେ ମହମ୍ମଦ ଭଉଣୀ ସୁରିନ୍ଦରଙ୍କ ଫୋନ ନମ୍ବର ପାଇଥିଲେ। ଫୋନରେ କଥା ହେବା ମାତ୍ରେ ଦୁହେଁ ସାକ୍ଷାତ କରିବାକୁ ଇଚ୍ଛା ପ୍ରକାଶ କରିଥିଲେ।
ଏହାପରେ ପାକିସ୍ତାନ ପଞ୍ଜାବ ପ୍ରଦେଶର କରତାପୁରର ଗୁରୁଦ୍ୱାରରେ ପରସ୍ପର ପରିବାର ଏକାଠି ହୋଇଥିଲେ। ଦୁଇ ଭାଇଭଉଣୀଙ୍କ ବୟସ ୮୦ବର୍ଷ ବୟସ ବୋଲି ଜଣାପଡିଛି।


Enter your email to get our daily news in your inbox.

All Right Reserved By Dharitri.Com

ଇରାନକୁ ସାହାଯ୍ୟର ହାତ ବଢାଇଲା ଭାରତ, ଯୁଦ୍ଧ ପାଇଁ ପଠାଇଲା…ଚମକି ପଡିଲା ଆମେରିକା!

ନୂଆଦିଲ୍‌ଲୀ,୧୮।୩: ଭାରତ ଇରାନକୁ ସହାୟତା ପ୍ରଦାନ କରିଛି, ଯାହା ବର୍ତ୍ତମାନ ଆମେରିକା ଏବଂ ଇସ୍ରାଏଲ ସହିତ ବିବାଦରେ ଫସି ଯାଇଛି। ଭାରତରୁ ଚିକିତ୍ସା ସହାୟତାର ପ୍ରଥମ ପଠାଣ…

ଆମକୁ ଭଲ ପାଉଥିଲେ, କିନ୍ତୁ ମୋଦିଙ୍କୁ ବିବାହ କଲେ: ସଂସଦରେ କାହାକୁ ଏମିତି କହିଲେ ଖାର୍ଗେ

ନୂଆଦିଲ୍ଲୀ,୧୮।୩: କଂଗ୍ରେସ ସଭାପତି ମଲ୍ଲିକାର୍ଜୁନ ଖାର୍ଗେ ଅବସରପ୍ରାପ୍ତ ରାଜ୍ୟ ସଭା ଏମ୍‌ପିମାନଙ୍କୁ ବିଦାୟ ଦେଇ ନିଜ ମତ ରଖିଛନ୍ତି। ସେ କହିଛନ୍ତି, ରାଜନୀତି ଏବଂ ସାର୍ବଜନୀନ ଜୀବନରେ…

ଆତ୍ମବିଶ୍ୱାସ ରହିଲେ ସଫଳତା ମିଳିବ, ଛାତ୍ରୀଛାତ୍ରଙ୍କ ଉଜ୍ଜ୍ୱଳ ଭବିଷ୍ୟତ କାମନା କରି…

ଭଞ୍ଜନଗର,୧୮ା୩(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର କବି ସମ୍ରାଟ ଉପେନ୍ଦ୍ର ଭଞ୍ଜ ମହାବିଦ୍ୟାଳୟ ଶିକ୍ଷା ବିଭାଗ ଯୁକ୍ତ ୩ ଶେଷବର୍ଷ ଛାତ୍ରୀଛାତ୍ରଙ୍କୁ ବୁଧବାର ବିଦାୟକାଳୀନ ସମ୍ବର୍ଦ୍ଧନା ଦିଆଯିବା…

ହରମୁଜରେ ଫସିଗଲା ଭାରତର ୨୩୦୦ କୋଟି ଟଙ୍କାର LPG, ଆସିବାକୁ ଲାଗିବ…

ନୂଆଦିଲ୍ଲୀ,୧୮।୩: ଇରାନ ଏବଂ ଇସ୍ରାଏଲ ମଧ୍ୟରେ ଚାଲିଥିବା ବିବାଦ ମଧ୍ୟରେ, ଭାରତର ଏଲପିଜି ସଙ୍କଟ ଆହୁରି ଗମ୍ଭୀର ହେବାରେ ଲାଗିଛି। କଳାବଜାରୀ ଏବଂ ଗଚ୍ଛିତ ରଖିବା ପାଇଁ…

ଖାର୍ଗେଙ୍କୁ ପ୍ରଶଂସା କଲେ ମୋଦି: ସଂସଦରେ ଖେଲିଗଲା…

ନୂଆଦିଲ୍ଲୀ,୧୮।୩: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ବୁଧବାର ରାଜ୍ୟ ସଭାରେ ବିଦାୟୀ ସଂସଦ ସଦସ୍ୟମାନଙ୍କୁ ସମ୍ବୋଧିତ କରିଥିଲେ। ତାଙ୍କ ଭାଷଣରେ ସେ କଂଗ୍ରେସ ସଭାପତି ମଲ୍ଲିକାର୍ଜୁନ ଖାର୍ଗେ, ପୂର୍ବତନ…

ପ୍ରଥମ ପର୍ଯ୍ୟାୟ ଜନଗଣନା ପାଇଁ ପ୍ରଶିକ୍ଷଣ ଆରମ୍ଭ: ନୀତି ନିୟମ ଉପରେ ଗୁରୁତ୍ୱ ଦେଇ…

କର୍ଲାମୁଣ୍ଡା,୧୮ା୩(ପ୍ରଦୀପ କୁମାର ସାହୁ): କଳାହାଣ୍ଡି ଜିଲା କର୍ଲାମୁଣ୍ଡା ବ୍ଲକ ସଦରସ୍ଥିତ ରତନ ଭୋଇ ପଞ୍ଚାୟତ ସମିତି ଉଚ୍ଚ ବିଦ୍ୟାଳୟଠାରେ କର୍ଲାମୁଣ୍ଡା ତହସିଲ ପକ୍ଷରୁ ପ୍ରଥମ ପର୍ଯ୍ୟାୟ ଜନଗଣନା…

ବେଆଇନ ଇଟାଭାଟି ଉଚ୍ଛେଦ କଲା ପ୍ରଶାସନ

ପରଜଙ୍ଗ,୧୮ା୩(ନିଗମାନନ୍ଦ ଦଳବେହେରା): ଢେଙ୍କାନାଳ ଜିଲା ପରଜଙ୍ଗ ବ୍ଲକ ଡମୋଳ ଗ୍ରାମ ଝରାସାଇ ନିକଟରେ ହୋଇଥିବା ଏକ ବେଆଇନ ଇଟାଭାଟି ସହିତ ଗଢ଼ା ହୋଇଥିବା କିଛି ଇଟାକୁ ପ୍ରଶାସନ…

ନଳକୂପରୁ ବାହାରୁଛି ଗୋଳିଆ ପାଣି, କୂଅରୁ ପାଣି ଆଣିବା ପାଇଁ ଦୂରକୁ ଯିବାକୁ ପଡୁଛି

ଦାରିଙ୍ଗବାଡ଼ି,୧୮ା୩(ଅରୁଣ ସାହୁ): ଏବେ ଶୀତ ଯାଇ ଗ୍ରୀଷ୍ମ ଆସିଲା ଚାରିଆଡ଼େ ପିଇବା ପାଣି ଟିକେ ପାଇଁ ସଂଘର୍ଷ କରିବାକୁ ପଡୁଛି। ଯେଉଁଠି ପାଇପ୍‌ ଯୋଗେ ଜଳ ଯୋଗାଣ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri