Posted inଜାତୀୟ

ସୁପର-୪ରେ ଆଜି ଭାରତ-ପାକିସ୍ତାନ

କଲମ୍ବୋ, ୧୦।୯: ଚଳିତ ଏସିଆ କପ୍‌ କ୍ରିକେଟ ଟୁର୍ନାମେଣ୍ଟରେ ରବିବାର ପାରମ୍ପରିକ ପ୍ରତିଦ୍ୱନ୍ଦ୍ୱୀ ଭାରତ ଓ ପାକିସ୍ତାନ ମଧ୍ୟରେ ହାଇ ଭୋଲ୍ଟେଜ ମ୍ୟାଚ ଅନୁଷ୍ଠିତ ହେବ। ଏହି ପର୍ଯ୍ୟାୟରେ ପାକିସ୍ତାନ ଗୋଟିଏ ମ୍ୟାଚ ଖେଳି ୨ ପଏଣ୍ଟ ପାଇ ସାରିଥିବାବେଳେ ଭାରତ ପାଇଁ ହେବ ପ୍ରଥମ ମ୍ୟାଚ। ଲିଗ୍‌ ପର୍ଯ୍ୟାୟରେ ଦୁଇ ଦଳ ମଧ୍ୟରେ ଅନୁଷ୍ଠିତ ମ୍ୟାଚଟି ବର୍ଷାରେ ବାଧାପ୍ରାପ୍ତ ହୋଇ ଯାଇଥିଲା। ଆଗାମୀ ମ୍ୟାଚ ସମୟରେ ମଧ୍ୟ ବର୍ଷା ହେବାର ପୂର୍ବାନୁମାନ ରହିଛି। ସେଥିପାଇଁ ଗୋଟିଏ ରିଜର୍ଭ ଦିବସ ରଖା ଯାଇଛି।
ପାକିସ୍ତାନ ବିପକ୍ଷ ଗୁରୁତ୍ୱପୂର୍ଣ୍ଣ ମ୍ୟାଚ ପୂର୍ବରୁ ଭାରତୀୟ ଟିମ୍‌ ମ୍ୟାନେଜମେଣ୍ଟ ଚୂଡ଼ାନ୍ତ ଦଳ ଚୟନକୁ ନେଇ ଦ୍ୱନ୍ଦ୍ୱରେ ରହିଛି। ଲୋକେଶ ରାହୁଲ ଓ ଇଶାନ କିଶନଙ୍କ ମଧ୍ୟରୁ କାହାକୁ ଦଳରେ ନିଆଯିବ ତାହାକୁ ନେଇ ଚିନ୍ତା ବଢ଼ିଛି। କିଶନ ନିକଟ ଅତୀତରେ ୪ ମ୍ୟାଚରୁ ୪ ଅର୍ଦ୍ଧଶତକ ହାସଲ କରି ସମସ୍ତଙ୍କୁ ପ୍ରଭାବିତ କରିଛନ୍ତି। ସେ ଓ୍ବେଷ୍ଟଇଣ୍ଡିଜ ବିପକ୍ଷରେ ୩ଟି ଏବଂ ପାକିସ୍ତାନ ବିପକ୍ଷ ଗ୍ରୁପ୍‌ ମ୍ୟାଚରେ ଅର୍ଦ୍ଧଶତକ ହାସଲ କରିଛନ୍ତି। ୫ ନମ୍ବର ସ୍ଥାନରେ ବ୍ୟାଟିଂ କରିବାକୁ କିଛି ଅସୁବିଧା ଅନୁଭବ କରୁ ନ ଥିବା ମଧ୍ୟ ସେ ପ୍ରମାଣିତ କରିଛନ୍ତି। ବାମହାତୀ ହୋଇଥିବାରୁ ତାଙ୍କ ଉପସ୍ଥିତିରେ ଭାରତୀୟ ବ୍ୟାଟିଂ ଲାଇନ୍‌ଅପ୍‌ରେ ବିବିଧତା ମଧ୍ୟ ଆସିପାରୁଛି। ଅନ୍ୟପକ୍ଷରେ ଆହତ ସମସ୍ୟାରୁ ମୁକୁଳିଥିବା ରାହୁଲ ଗତ ମାର୍ଚ୍ଚରୁ ଦିନିକିଆ ଖେଳି ନାହାନ୍ତି। ତେବେ ୨୦୧୯ରୁ ସେ ଭାରତୀୟ ଦିନିକିଆ ଦଳରେ ସେ ଜଣେ ନିର୍ଭରଯୋଗ୍ୟ ସଦସ୍ୟ ରହି ଆସିଛନ୍ତି। ଏହି ବର୍ଷ ସେ ୧୩ ମ୍ୟାଚରୁ ୪୭.୬୭ ଆଭରେଜରେ ୫୭୨, ୨୦୨୦ରେ ୯ ମ୍ୟାଚରୁ ୫୫.୩୮ ଆଭରେଜରେ ୪୪୩, ୨୦୨୧ରେ ୩ ମ୍ୟାଚରୁ ୮୮.୫୦ ଆଭରେଜରେ୧୦୮, ୨୦୨୨ରେ ୧୦ ମ୍ୟାଚରୁ ୨୭.୮୯ ଆଭରେଜରେ ୨୫୧ ଓ ୨୦୨୩ରେ ୬ ମ୍ୟାଚରୁ ୫୬.୫୦ ଆଭରେଜରେ ୨୨୬ ରନ ସ୍କୋର କରିଛନ୍ତି। ୫ ନମ୍ବର ସ୍ଥାନରେ ସେ ୧୮ଟି ମ୍ୟାଚ ଖେଳି ୫୩ ଆଭରେଜରେ ୭୪୨ ରନ ସ୍କୋର କରି ସାରିଛନ୍ତି। ଏହା ମଧ୍ୟରେ ଗୋଟିଏ ଶତକ ଏବଂ ୭ଟି ଅର୍ଦ୍ଧଶତକ ସାମିଲ। ତାଙ୍କ ଉଇକେଟ କିପିଂ ଦକ୍ଷତା ମଧ୍ୟ ବେଶ୍‌ ଭଲ। ଶୁକ୍ରବାର ସେ ନେଟ୍ସରେ ଅନେକ ସମୟ ଅଭ୍ୟାସ କରିଥିବାରୁ ଦଳକୁ ପ୍ରତ୍ୟାବର୍ତ୍ତନ କରିବା ସମ୍ଭାବନା ଅଧିକ ରହିଛି। ସେ ଯାହା ହେଉ ନା କାହିଁକି ୫ ନମ୍ବର ସ୍ଥାନ ପାଇଁ ଟିମ୍‌ ମ୍ୟାନେଜମେଣ୍ଟକୁ କଠୋର ନିଷ୍ପତ୍ତି ନେବାକୁ ପଡ଼ିବ।
ବାଂଲାଦେଶକୁ ହରାଇ ପାକିସ୍ତାନ ସୁପର-୪ରେ ୨ ପଏଣ୍ଟ ପାଇ ସାରିଛି। ଭାରତ ସେଭଳି ଆରମ୍ଭ ଆବଶ୍ୟକ କରୁଛି। ତେବେ ଭାରତୀୟ ବ୍ୟାଟରଙ୍କୁ ପାକିସ୍ତାନର ପେସ୍‌ ତ୍ରୟ ଶାହିନ ଶାହ ଆଫ୍ରିଦୀ, ହାରିସ ରୌଫ ଓ ନସିମ ଶାହାଙ୍କ ବୋଲିଂକୁ ମୁକାବିଲା ପାଇଁ ପ୍ରସ୍ତୁତ ରହିବାକୁ ପଡ଼ିବ। ଶାହିନଙ୍କ ଇନ୍‌କମିଂ ବଲ୍‌, ହାରିସ ରୌଫଙ୍କ ସ୍ପିଡ୍‌ ଚଳିତ ପ୍ରତିଯୋଗିତାରେ ଚର୍ଚ୍ଚାରେ ରହିଛି। ୩ ମ୍ୟାଚରୁ ରୌଫ ୯ ଏବଂ ନସିମ ୭ ଉଇକେଟ ପାଇ ସାରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ବିରୋଧୀଙ୍କୁ ଝଟ୍‌କା: CEC ଜ୍ଞାନେଶ କୁମାରଙ୍କ ବିରୋଧରେ ମହାଅଭିଯୋଗ ପ୍ରସ୍ତାବ ଖାରଜ

ନୂଆଦିଲ୍ଲୀ,୬।୪: ମୁଖ୍ୟ ନିର୍ବାଚନ କମିଶନର ଜ୍ଞାନେଶ କୁମାରଙ୍କ ବିରୋଧରେ ମହାଭିଯୋଗ ପ୍ରସ୍ତାବକୁ ଖାରଜ କରାଯାଇଛି। ରାଜ୍ୟ ସଭା ଅଧ୍ୟକ୍ଷ ଏହି ପ୍ରସ୍ତାବକୁ ଖାରଜ କରିଛନ୍ତି। ବିରୋଧୀ ଦଳ…

ଥୁଆମୂଳ ରାମପୁରରେ ସଡ଼କ ଦୁର୍ଘଟଣା: ଗଲା ୩ ଜୀବନ, କ୍ଷତିପୂରଣ ପାଇଁ ରାସ୍ତାରୋକୋ

ଥୁଆମୂଳ ରାମପୁର, ୬ା୪ (ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ଥାନା ଅଞ୍ଚଳରେ ସୋମବାର ଦୁଇଟି ପୃଥକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟି ୩ ଜଣଙ୍କ…

ସୁନା ଭର୍ତ୍ତି ବ୍ୟାଗ୍‌ ନେଇ ଯାଉଥିଲେ ପବିତ୍ର: ବାଟରେ ଛକିଥିଲେ ୪ ଦୁର୍ବୃତ୍ତ: ଆଉ ତା’ପରେ ଘଟିଲା..

ଦିଗପହଣ୍ଡି,୬।୪(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ଡେଙ୍ଗାଓସ୍ତା ଗ୍ରାମର ଖଜୁରୀପଦା ସାହି ନିକଟରେ ସୋମବାର ରାତି ପ୍ରାୟ ୮ଟାରେ ଗୁଳି ଫୁଟିଛି। ଡେଙ୍ଗାଓସ୍ତା-ଭୀଷ୍ମଗିରି ଗ୍ରାମ…

କାମଦେବଙ୍କୁ ମିଳିଲା ବଡ଼ ଦାୟିତ୍ୱ: ଆଦିବାସୀଙ୍କ ବିକାଶ ପାଇଁ ଦେଲେ ପ୍ରତିଶ୍ରୁତି

ମୋହନା,୬।୪(ମନ୍ମଥ ମିଶ୍ର): ଗଜପତି ଜିଲାର ସର୍ବାଙ୍ଗୀନ ଉନ୍ନତି ପାଇଁ ସ୍ବତନ୍ତ୍ର ଉନ୍ନୟନ ପରିଷଦ ଅଧ୍ୟକ୍ଷ ଭାବେ କାମଦେବ ବଡ଼ନାୟକଙ୍କୁ ରାଜ୍ୟ ସରକାର ମନୋନୀତ କରିଛନ୍ତି। ସେ ମୋହନା…

ସଲମାନଙ୍କ ଫଟା ଜୋତାର ଦାମ୍‌ ଜାଣିଲେ ଉଡିଯିବ ହୋଶ୍‌

ସଲମାନ ଖାନ ବଲିଉଡ ସୁପରଷ୍ଟାର ଭାବରେ ଜଣାଶୁଣା। ସେ ଯାହା କରନ୍ତି, ସମସ୍ତଙ୍କ ନଜର ତାଙ୍କ ଉପରେ ଥାଏ। ସେ ଫ୍ୟାଶନ ହେଉଛି କି ଫିଲ୍ମ ସବୁଠି…

ହାର୍‌ ମାନିଗଲେ ଟ୍ରମ୍ପ! ଶେଷରେ ଇରାନକୁ କହିଲେ ଶକ୍ତିଶାଳୀ, ଯୁଦ୍ଧ ଶେଷ କରିବା ଉପରେ ଦେଲେ ବଡ଼ ଅପଡେଟ୍‌

ଓ୍ବାଶିଂଟନ୍‌,୬।୪: ମଧ୍ୟପ୍ରାଚ୍ୟରେ ଚାଲିଥିବା ଯୁଦ୍ଧ ମଧ୍ୟରେ, ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଇରାନର ଶକ୍ତିକୁ ସ୍ବୀକାର କରିଛନ୍ତି। ଚାଲିଥିବା ଶାନ୍ତି ଆଲୋଚନା ଏବଂ ୪୮ ଘଣ୍ଟାର ଅଲ୍ଟିମେଟମ୍‌…

ବରଗଡ଼ରେ କରାମାଡ଼,ଫସଲ ଧୂଳିସାତ୍‌: ଉଜୁଡିଲା ଚାଷୀଙ୍କ ଅମଳ ଆଶା

ବରଗଡ଼,୬।୪(ପ୍ରେମାନନ୍ଦ ଖମାରୀ):ଅଧିକ ଧାନ ଉତ୍ପାଦନ ଯୋଗୁ ରାଜ୍ୟର ଭାତହାଣ୍ଡି କୁହାଯାଉଥିବା ବରଗଡ଼ ଜିଲାର ଚାଷୀଙ୍କ ଦୁଃଖ ସରୁନାହିଁ। ଧାନବିକ୍ରି ଅବ୍ୟବସ୍ଥା ସାଧାରଣରେ ପରିଣତ ହୋଇଥିବାବେଳେ ପ୍ରକୃତିର ତାଣ୍ଡବ…

ପୂର୍ବତନ ବିଧାୟକ, ପୂର୍ବତନ ଏମ୍‌ପିଙ୍କୁ ବିଜେଡିରୁ କରାଗଲା ନିଲମ୍ବନ , ଜାଣନ୍ତୁ କାହିଁକି ଏମିତି କାର୍ଯ୍ୟାନୁଷ୍ଠାନ ନେଲେ ନବୀନ

ବାସୁଦେବପୁର,୬।୪(କାଳୀପଦ ରାୟ): ଭଦ୍ରକ ଜିଲା ବାସୁଦେବପୁରର ପୂର୍ବତନ ବ୍ଲକ ଅଧ୍ୟକ୍ଷ ତଥା ଧାମନଗରର ପୂର୍ବତନ ବିଧାୟକ ମୁକ୍ତିକାନ୍ତ ମଣ୍ଡଳ, ଭଦ୍ରକର ପୂର୍ବତନ ଏମ୍‌ପି ମଞ୍ଜୁଲତା ମଣ୍ଡଳଙ୍କୁ ଦଳ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri