Posted inଖେଳ

ଭାରତ ପାଇଁ ନିନ୍ଦା ଆଣିଲା ଦିଲ୍ଲୀ ବାୟୁ ପ୍ରଦୂଷଣ: ଇଣ୍ଡିଆ ଓପନରୁ ଓହରିଲେ ବିଶ୍ୱର ୨ ନମ୍ବର ଖେଳାଳି

ନୂଆଦିଲ୍ଲୀ,୧୪।୧: ଦିଲ୍ଲୀରେ ଭୟାଭୟ ବାୟୁ ପ୍ରଦୂଷଣ ଏବେ ଭାରତ ସରକାରଙ୍କ ତଣ୍ଟିରେ କଣ୍ଟା ଭଳି ଲାଗିଛି। ପୂର୍ବରୁ ଏହାକୁ ନେଇ ଦିଲ୍ଲୀ ସରକାର ସମାଲୋଚନା ସହୁଥିବା ବେଳେ ଏବେ ଭାରତ ସରକାର ମଧ୍ୟ ଏହାର ସାମ୍ନା କରିଛନ୍ତି। ବାୟୁ ପ୍ରଦୂଷଣକୁ କାରଣ ଦର୍ଶାଇ ଦିଲ୍ଲୀରେ ଚାଲିଥିବା ଇଣ୍ଡିଆ ଓପନରୁ ଓହରିଛନ୍ତି ବିଶ୍ୱର ୨ ନମ୍ବର ଖେଳାଳି।

ରିପୋର୍ଟ ଅନୁସାରେ ରାଜଧାନୀ ଦିଲ୍ଲୀର ଭୟାବହ ବାୟୁ ପ୍ରଦୂଷଣ ଏବଂ ଖେଳାଳିଙ୍କ ରହିବା ଓ ଅଭ୍ୟାସ ସ୍ଥଳରେ ଅସ୍ୱାସ୍ଥ୍ୟକର ପରିବେଶକୁ ନେଇ ଏବେ ଚର୍ଚ୍ଚା ଜୋର ଧରିଛି। ଏହି କାରଣରୁ ବିଶ୍ୱର ଦ୍ୱିତୀୟ ମାନ୍ୟତା ପ୍ରାପ୍ତ ଡେନମାର୍କ ବ୍ୟାଡମିଣ୍ଟନ ତାରକା ଆଣ୍ଡର୍ସ ଆଣ୍ଟୋନସେନ୍ ଚଳିତ ‘ଇଣ୍ଡିଆ ଓପନ୍ ୨୦୨୬’ରୁ ନିଜ ନାମ ପ୍ରତ୍ୟାହାର କରିନେଇଛନ୍ତି।

ଆଣ୍ଟୋନସେନ୍ ସୋସିଆଲ ମିଡିଆରେ ଜଣାଇଛନ୍ତି ଯେ, ଦିଲ୍ଲୀର ଅତ୍ୟଧିକ ପ୍ରଦୂଷଣ କାରଣରୁ ଲଗାତାର ତୃତୀୟ ବର୍ଷ ପାଇଁ ସେ ଏହି ଟୁର୍ଣ୍ଣାମେଣ୍ଟରେ ଭାଗ ନେଉନାହାନ୍ତି। ତାଙ୍କ ମତରେ ଏଭଳି ପରିବେଶ ବ୍ୟାଡମିଣ୍ଟନ ଖେଳ ପାଇଁ ଆଦୌ ଉପଯୁକ୍ତ ନୁହେଁ। ଟୁର୍ଣ୍ଣାମେଣ୍ଟରୁ ଓହରିଯିବା କାରଣରୁ ବିଶ୍ୱ ବ୍ୟାଡମିଣ୍ଟନ ମହାସଂଘ (BWF) ତାଙ୍କ ଉପରେ ପ୍ରାୟ ୪.୧୫ ଲକ୍ଷ ଟଙ୍କାର ଜୋରିମାନା ଲଗାଇଛି।

ଅନ୍ୟତମ ଡେନମାର୍କ ଖେଳାଳି ମିଆ ବ୍ଲିଚଫେଲ୍ଟ ମଧ୍ୟ ଇନ୍ଦିରା ଗାନ୍ଧୀ ଇନଡୋର ଷ୍ଟାଡିୟମର ପରିବେଶକୁ ନେଇ ଗମ୍ଭୀର ଅଭିଯୋଗ ଆଣିଛନ୍ତି। ସେ କହିଛନ୍ତି ଯେ ୱାର୍ମ-ଅପ୍ ଏରିଆ ଅତ୍ୟନ୍ତ ଅପରିଷ୍କାର ଏବଂ କୋର୍ଟ ଉପରେ ପାରା ମଳ ପଡ଼ିଥିବାର ଦେଖିବାକୁ ମିଳିଛି।

ତେବେ ଭାରତୀୟ ବ୍ୟାଡମିଣ୍ଟନ ଆସୋସିଏସନ (BAI) ଏହି ଅଭିଯୋଗକୁ ଖଣ୍ଡନ କରିଛି। ସାଧାରଣ ସମ୍ପାଦକ ସଞ୍ଜୟ ମିଶ୍ର କହିଛନ୍ତି ଯେ, ମୁଖ୍ୟ ଖେଳାଳି କୋର୍ଟ ସମ୍ପୂର୍ଣ୍ଣ ପରିଷ୍କାର ରହିଛି। ଖେଳାଳିମାନେ କେବଳ ଅଭ୍ୟାସ କୋର୍ଟର କିଛି ସମସ୍ୟା ବିଷୟରେ କହୁଛନ୍ତି, ଯାହାକୁ ସଂଶୋଧନ କରାଯାଉଛି।

ଆଗାମୀ ଅଗଷ୍ଟ ମାସରେ ଦିଲ୍ଲୀରେ ବିଶ୍ୱ ବ୍ୟାଡମିଣ୍ଟନ ଚାମ୍ପିୟନସିପ୍ ଅନୁଷ୍ଠିତ ହେବାକୁ ଥିବାବେଳେ, ଏଭଳି ଅଭିଯୋଗ ଆୟୋଜକଙ୍କ ପାଇଁ ଚିନ୍ତାର ବିଷୟ ପାଲଟିଛି।


Enter your email to get our daily news in your inbox.

All Right Reserved By Dharitri.Com

ଇରାନ ବିକ୍ଷୋବ: ଯୁବକଙ୍କୁ ଫାଶୀ ଦଣ୍ଡ, ଶେଷ ଦେଖା ପାଇଁ ପରିବାରକୁ ମିଳିଲା ମାତ୍ର ୧୦ ମିନିଟ୍

ନୂଆଦିଲ୍ଲୀ,୧୪।୧: ଇରାନରେ ଜାରି ରହିଥିବା ସରକାର ବିରୋଧୀ ବିକ୍ଷୋବ ଭୟଙ୍କର ହେବାରେ ଲାଗିଛି। ଏହି ବିକ୍ଷୋବରେ ସାମିଲ ହୋଇଥିବା ପ୍ରାୟ ଅଢେଇ ହଜାର ଲୋକେ ମୃତ୍ୟୁ...

India vs New Zealand 2nd ODI : କେଏଲ ରାହୁଲଙ୍କ ଦମଦାର ଶତକ, ନ୍ୟୁଜିଲାଣ୍ଡକୁ ବଡ଼ ଟାର୍ଗେଟ

ନୂଆଦିଲ୍ଲୀ,୧୪।୧:  ଭାରତ ଏବଂ ନ୍ୟୁଜିଲାଣ୍ଡ ମଧ୍ୟରେ ତିନି ମ୍ୟାଚ୍ ବିଶିଷ୍ଟ ଏକଦିବସୀୟ ସିରିଜର ଦ୍ୱିତୀୟ ମ୍ୟାଚ୍ ଆଜି ରାଜକୋଟରେ ଖେଳାଯାଉଛି। ଭଦୋଦରାରେ ପ୍ରଥମ ଏକଦିବସୀୟ ମ୍ୟାଚକୁ ଟିମ୍...

ଯେତେଶୀଘ୍ର ସମ୍ଭବ ଇରାନ ଛାଡ଼ି ଚାଲିଆସ…ଭାରତୀୟଙ୍କ ପାଇଁ ଆଡଭାଇଜରୀ ଜାରି

ନୂଆଦିଲ୍ଲୀ,୧୪।୧: ଇରାନର ଖରାପ ପରିସ୍ଥିତି ଭିତରେ ଭାରତୀୟ ଦୂତାବାସ ସେଠାରେ ରହୁଥିବା ଭାରତୀୟଙ୍କ ପାଇଁ ଏକ ଗୁରୁତ୍ୱପୂର୍ଣ୍ଣ ଆଡଭାଇଜରୀ ଜାରି କରିଛି । ଏଥିରେ ଇରାନରେ...

ଛାତିଥରା…ନିର୍ବାଚନ ପ୍ରତିଶ୍ରୁତି ପାଳନ କରିବାକୁ ୫ ଶହ କୁକୁରଙ୍କୁ ହତ୍ୟା, ଇଞ୍ଜେକ୍ସନ….

ନୂଆଦିଲ୍ଲୀ,୧୪।୧: ତେଲେଙ୍ଗାନାରେ କୁକୁର ହତ୍ୟା ଘଟଣା ବର୍ତ୍ତମାନ ଉଗ୍ରରୂପ ନେଇଛି । ତେଲେଙ୍ଗାନା ପୋଲିସ ବୁଲା କୁକୁରଙ୍କ ଗଣହତ୍ୟା ଘଟଣାର ତଦନ୍ତକୁ ଜୋରଦାର କରିଛି ।...

୨୩ ମିନିଟ ମଧ୍ୟରେ ପଲଟିଲା ମ୍ୟାଚ୍‌: ୪୮ ଘଣ୍ଟା ମଧ୍ୟରେ ଜିରୋରୁ ହିରୋ ହୋଇଗଲେ ଏହି କ୍ରିକେଟର୍‌

ନୂଆଦିଲ୍ଲୀ,୧୪।୧: ନ୍ୟୁଜିଲାଣ୍ଡର ଘରୋଇ ଟି-୨୦ ଟୁର୍ନାମେଣ୍ଟ ସୁପର ସ୍ମାଶରେ, କ୍ରିକେଟ ପ୍ରେମୀମାନେ ପୁଣି ଥରେ ଏକ ଚମତ୍କାର ମ୍ୟାଚ୍‌ ଦେଖିଛନ୍ତି। ଏହି ମ୍ୟାଚ୍‌ରେ ଜଣେ ଖେଳାଳି...

ପୁଣି ବିଶ୍ୱର ନମ୍ବର-୧ ବ୍ୟାଟ୍ସମ୍ୟାନ୍‌ ହେଲେ କୋହଲି: ରୋହିତଙ୍କ ଭୟଙ୍କର କ୍ଷତି

ନୂଆଦିଲ୍ଲୀ,୧୪।୧: ୨୦୨୬ ପାଇଁ ପ୍ରଥମ ICC ର଼୍ୟାଙ୍କିଙ୍ଗ ପ୍ରକାଶ ପାଇଛି। ପୂର୍ବତନ ଭାରତୀୟ ଅଧିନାୟକ ବିରାଟ କୋହଲି ବର୍ଷ ଆରମ୍ଭରେ ନମ୍ବର ୱାନ ବ୍ୟାଟ୍ସମ୍ୟାନ ହୋଇଛନ୍ତି।...

କନଫର୍ମ କଲା BCB, ଭାରତ ବାହାରକୁ ମ୍ୟାଚ ସିପ୍ଟ କରିବାକୁ ମନା କଲା ICC, ଜାଣନ୍ତୁ ଏବେ କ’ଣ ହେବ

ନୂଆଦିଲ୍ଲୀ,୧୪।୧: ବାଂଲାଦେଶ କ୍ରିକେଟ ବୋର୍ଡ (BCB) ନିଶ୍ଚିତ କରିଛି ଯେ ଅନ୍ତର୍ଜାତୀୟ କ୍ରିକେଟ ପରିଷଦ (ICC) ଏହାର ଅନୁରୋଧକୁ ପ୍ରତ୍ୟାଖ୍ୟାନ କରିଛି। ସୁରକ୍ଷା ଚିନ୍ତାକୁ ଦର୍ଶାଇ,...

୫ କ୍ରିକେଟରଙ୍କ ବିଳାସପୂର୍ଣ୍ଣ ବଙ୍ଗଳା କୌଣସି ରାଜପ୍ରାସାଦରୁ ବି କମ୍‌ ନୁହେଁ, ଧୋନୀଙ୍କଠାରୁ ଆରମ୍ଭ କରି…

କ୍ରିକେଟରମାନେ ପଡ଼ିଆରେ ଯେତିକି ଚର୍ଚ୍ଚାରେ ଥାନ୍ତି, ପଡ଼ିଆ ବାହାରେ ବି ସେମାନଙ୍କ ବିଷୟରେ ଅଧିକ ଚର୍ଚ୍ଚା ହୁଏ। ଯେମିତିକି ସେମାନଙ୍କର ବିଳାସପୂର୍ଣ୍ଣ ବଙ୍ଗଳା, କାର୍‌ ଏବଂ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri