Posted inଜାତୀୟ

ଚନ୍ଦ୍ରରେ ଭାରତ, ଦେଶବାସୀ ଗର୍ବିତ

ନୂଆଦିଲ୍ଲୀ,୨୪ା୮: ଯାହାକୁ ଅଗଣିତ ଦେଶବାସୀ ଅପେକ୍ଷା କରିଥିଲେ, ଯାହା ଉପରେ ସମଗ୍ର ବିଶ୍ୱର ନଜର ରହିଥିଲା, ସେହି ଐତିହାସିକ ମୁହୂର୍ତ୍ତ ଉପନୀତ। ବୁଧବାର ସନ୍ଧ୍ୟା ୬ଟା ୪ ମିନିଟ୍‌ରେ ଚନ୍ଦ୍ରରେ ପାଦ ଥାପିବାରେ ସକ୍ଷମ ହୋଇଛି ଭାରତ। ଭାରତୀୟ ମହାକାଶ ଗବେଷଣା ପ୍ରତିଷ୍ଠାନ (ଇସ୍ରୋ)ର ତୃତୀୟ ଚନ୍ଦ୍ରାଭିଯାନ ସଫଳ ହୋଇଛି। ଚନ୍ଦ୍ରୟାନ-୩ ଚନ୍ଦ୍ରର ଦକ୍ଷିଣ ମେରୁରେ ସୂକ୍ଷ୍ମାବତରଣ କରିଛି। ଏଥିସହ ରୁଷିଆ, ଆମେରିକା ଓ ଚାଇନା ପରେ ଏହି ବିରଳ ସଫଳତା ହାସଲ କରିବାରେ ଭାରତ ପାଲଟିଛି ଚତୁର୍ଥ ରାଷ୍ଟ୍ର, କିନ୍ତୁ ସାଉଥ୍‌ ପୋଲ୍‌ରେ ସଫ୍ଟ ଲ୍ୟାଣ୍ଡିଂ କରିବାରେ ପ୍ରଥମ। ଏହି ଅଭୂତପୂର୍ବ ସଫଳତା ପାଇଁ ଭାରତୀୟ ବୈଜ୍ଞାନିକଙ୍କ ନିକଟକୁ ଛୁଟିବାରେ ଲାଗିଛି ଶୁଭେଚ୍ଛାର ସୁଅ।
୨୦୨୩ ଅଗଷ୍ଟ ୨୩ ଭାରତ ପାଇଁ ଐତିହାସିକ ଦିନ। ଭାରତର ତୃତୀୟ ମୁନ୍‌ ମିଶନ୍‌ ଚନ୍ଦ୍ରୟାନ-୩କୁ ମିଳିଛି ବିରଳ ସଫଳତା। ଚନ୍ଦ୍ରର ସାଉଥ୍‌ ପୋଲ୍‌ରେ ଚନ୍ଦ୍ରୟାନ-୩ ସଫ୍ଟ ଲ୍ୟାଣ୍ଡିଂ କରିବାରେ ସଫଳ ହେବା ସହ ୧୪୦ କୋଟି ଭାରତୀୟଙ୍କ ହୃଦୟରେ ଖୁସିର ଲହରି ଖେଳିଯାଇଛି। ଏହି ସଫଳତା ପରେ ବେଙ୍ଗାଲୁରୁସ୍ଥିତ ଇସ୍ରୋ କମାଣ୍ଡ ସେଣ୍ଟରରେ ସ୍ପେସ୍‌ ଏଜେନ୍ସିର ଅଧ୍ୟକ୍ଷ ଏସ୍‌. ସୋମନାଥନ୍‌ ଘୋଷଣା କରିଛନ୍ତି, ଆମେ ଚନ୍ଦ୍ରରେ ସୂକ୍ଷ୍ମାବତରଣ କରିପାରିଛେ। ଭାରତ ଏବେ ଚନ୍ଦ୍ରକୁ ଛୁଇଁଛି। ଇସ୍ରୋ ମୁଖ୍ୟଙ୍କ ଏହି ଘୋଷଣା ସହ ସାମାଜିକ ଗଣମାଧ୍ୟମରେ ଚାରିଆଡ଼ୁ ଅଭିନନ୍ଦନର ସୁଅ ଛୁଟିବାରେ ଲାଗିଛି।
୨୦୧୯ରେ ଭାରତର ଦ୍ୱିତୀୟ ମୁନ୍‌ ମିଶନ ଚନ୍ଦ୍ରୟାନ-୨ର ବିଫଳତା ଏବଂ ଗତ ରବିବାର ରୁଷିଆର ଲୁନା-୨୫ ଚନ୍ଦ୍ରପୃଷ୍ଠରେ ଧକ୍କା ହେବା ପରେ ଭାରତର ତୃତୀୟ ମୁନ୍‌ ମିଶନ୍‌କୁ ନେଇ ସସ୍ପେନ୍ସ ଜାରି ରହିଥିଲା। ଏହାସତ୍ତ୍ୱେ ସ୍ପେସ୍‌ ଏଜେନ୍ସି ଇସ୍ରୋର ବୈଜ୍ଞାନିକମାନେ ଚନ୍ଦ୍ରୟାନ-୩ର ସଫଳତାକୁ ନେଇ କେବଳ ଆଶାବାଦୀ ନ ଥିଲେ, ବରଂ ଦୃଢ଼ ନିଶ୍ଚିତ ଥିଲେ। ରୋଭର ପ୍ରଜ୍ଞାନକୁ ନେଇ ବିକ୍ରମ ଲ୍ୟାଣ୍ଡର ଚନ୍ଦ୍ରପୃଷ୍ଠରୁ ୨୭ କି.ମି. ଦୂରରେ ଥିବାବେଳେ ଏହାର ଗତିକୁ ନିୟନ୍ତ୍ରିତ କରି ହ୍ରାସ କରାଯାଇଥିଲା। ବିକ୍ରମ ଲ୍ୟାଣ୍ଡର ପାଇଁ ଆତଙ୍କର ୨୦ ମିନିଟ୍‌ ଆରମ୍ଭ ହୋଇଥିଲା ଭାରତୀୟ ସମୟ ଅପରାହ୍ନ ୫ଟା ୪୪ରେ। ନିର୍ଦ୍ଧାରିତ ସମୟ ପ୍ରାୟ ୬ଟା ୪ରେ ଚନ୍ଦ୍ରୟାନ-୩ର ସଫ୍ଟ ଲ୍ୟାଣ୍ଡିଂ ପ୍ରକ୍ରିୟାର ସିଧା ପ୍ରସାରଣକୁ ସାରା ଦେଶ ଦେଖିଲା। ବ୍ରିକ୍ସ ସମିଟ୍‌ରେ ଯୋଗଦେବା ପାଇଁ ଦକ୍ଷିଣ ଆଫ୍ରିକାର ଜୋହାନ୍ସବର୍ଗରେ ଥିବା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏହାକୁ ଅନ୍‌ଲାଇନ୍‌ରେ ଦେଖିଥିଲେ। ମିଶନ୍‌ ସଫଳ ହୋଇଥିବା ଦେଖି ପ୍ରଧାନମନ୍ତ୍ରୀ ଦେଶବାସୀଙ୍କୁ ଉଦ୍‌ବୋଧନ ଦେଇ କହିଥିଲେ, ଆମେ ଯେତେବେଳେ ଏପରି ଇତିହାସ ରଚୁ ସେତେବେଳେ ଜୀବନ ଧନ୍ୟ ହୋଇଯାଏ। ଏହା ଆମ ପାଇଁ ଏକ ମୂଲ୍ୟବାନ ଓ ଅଭୂତପୂର୍ବ ମୁହୂର୍ତ୍ତ। ଏହି ମୁହୂର୍ତ୍ତ ବିକଶିତ ଭାରତର ନୂଆ ଶଙ୍ଖନାଦ ଦେଇଛି। ଏହା ହେଉଛି ନ୍ୟୁ ଇଣ୍ଡିଆର ୧୪୦ କୋଟି ଲୋକଙ୍କ ହୃତ୍‌ସ୍ପନ୍ଦନର କ୍ଷଣ। ଆମର ମୁନ୍‌ ମିଶନ୍‌ ମାନବକୈନ୍ଦ୍ରିକ ସଫଳତା, ଯାହାକି ସମଗ୍ର ମାନବଜାତି ଉଦ୍ଦେଶ୍ୟରେ ସମର୍ପିତ। ଆଗକୁ ଏହା ଅନ୍ୟ ରାଷ୍ଟ୍ରଗୁଡ଼ିକୁ ମଧ୍ୟ ଚନ୍ଦ୍ରାଭିଯାନରେ ସହାୟକ ହେବ। ଏହି ଅବସରରେ ଇସ୍ରୋ ମୁଖ୍ୟ କହିଥିଲେ, ସଫଳତା ପାଇଁ ସେହି ସମସ୍ତଙ୍କୁ ଧନ୍ୟବାଦ, ଯେଉଁମାନେ ଦେଶ ଲାଗି ପ୍ରାର୍ଥନା କରିଥିଲେ, ଉତ୍ସାହ ଦେଖାଇଥିଲେ ଏବଂ ଭଲ ପାଇବା ଦେଇଥିଲେ। ଆପଣମାନଙ୍କୁ ଏହା ଉତ୍ସର୍ଗୀକୃତ। ଆମର ପରବର୍ତ୍ତୀ ମିଶନ ହେବ ଗଗନୟାନ (ହ୍ୟୁମାନ୍‌ ସ୍ପେସ୍‌ ଫ୍ଲାଇଟ୍‌)। ସେପ୍ଟେମ୍ବର କିମ୍ବା ଅକ୍ଟୋବର ପ୍ରଥମ ସପ୍ତାହରେ ଏହା ଆରମ୍ଭ କରିବାକୁ ଆମେ ଲକ୍ଷ୍ୟ ରଖିଛୁ। ଏହାର କିଛି ସମୟ ପରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଦେଶବାସୀଙ୍କ ଉଦ୍ଦେଶ୍ୟରେ ଏକ ଟେଲିଭିଜନ ବାର୍ତ୍ତାରେ କହିଥିଲେ, ବାସ୍ତବରେ ଏହା ହେଉଛି ଏକ ଗୌରବର ମୁହୂର୍ତ୍ତ, ଯାହାକି ଜୀବନକାଳ ମଧ୍ୟରେ ଥରେ ଥରେ ଦେଖିବାକୁ ମିଳିଥାଏ। ଇସ୍ରୋ ବୈଜ୍ଞାନିକମାନେ ଚନ୍ଦ୍ରୟାନ-୩ ମିଶନ୍‌କୁ ସଫଳ କରି କେବଳ ଇତିହାସ ରଚିନାହାନ୍ତି, ସେମାନେ ଭୂଗୋଳର ଧାରଣାକୁ ପୁନଃ ଅଙ୍କନ କରିଛନ୍ତି।
ଅନ୍ୟପକ୍ଷେ ବିକ୍ରମ ଲ୍ୟାଣ୍ଡରର ସଫଳ ଲ୍ୟାଣ୍ଡିଂ ପରେ ଚନ୍ଦ୍ରପୃଷ୍ଠରେ ବିପୁଳ ଧୂଳିକଣିକା ଉଠିଥିଲା। ଚନ୍ଦ୍ରର ନିମ୍ନ ମାଧ୍ୟାକର୍ଷଣ ଯୋଗୁ ଏହି ଧୂଳି ସ୍ଥିର ହେବାକୁ ଦିନେ ଲାଗିଯିବ। ଏହା ପରେ ରୋଭର ପ୍ରଜ୍ଞାନ ଚନ୍ଦ୍ରପୃଷ୍ଠରେ ଗଡ଼ିବା ଆରମ୍ଭ କରିବ। ବହୁ ପରୀକ୍ଷାନିରୀକ୍ଷା ପରେ ଲ୍ୟାଣ୍ଡିଂ ସ୍ଥଳ ସ୍ଥିର କରାଯାଇଥିଲା। ଉକ୍ତ ଅଞ୍ଚଳରେ ଜଳର ସଙ୍କେତ ଥିବାରୁ ଚନ୍ଦ୍ରରେ ବରଫ ଥାଇପାରେ ବୋଲି ଅନୁମାନ କରାଯାଉଛି, ଯାହାକି ବୈଜ୍ଞାନିକ ଗବେଷଣା ପାଇଁ ଏକ ଗୁରୁତ୍ୱପୂର୍ଣ୍ଣ ଉତ୍ସ। ଏହା ପୂର୍ବରୁ ମଧ୍ୟ ୨୦୦୯ରେ ଆମେରିକୀୟ ମହାକାଶ ଗବେଷଣା ସଂସ୍ଥା ନାସା ସହାୟତାରେ ଭାରତର ପ୍ରଥମ ମୁନ୍‌ ମିଶନ ଚନ୍ଦ୍ରୟାନ-୧ ଚନ୍ଦ୍ରପୃଷ୍ଠରେ ଜଳର ସନ୍ଧାନ ପାଇଥିଲା। ଆଗାମୀ ୨୪ ଦିନ (ଅର୍ଥାତ୍‌ ଚନ୍ଦ୍ରର ଦିନେ) ଧରି ସୌରଚାଳିତ ରୋଭର ପ୍ରଜ୍ଞାନ ଜହ୍ନ ରାଇଜରୁ ଇସ୍ରୋକୁ ଅନେକ ଚିତ୍ର ଓ ତଥ୍ୟ ପ୍ରେରଣ କରିବ। ୧୪ ଦିନ ପରେ ଏହାର ଗତିବିଧି ମନ୍ଥର ହୋଇଯାଇପାରେ। ମୁନ୍‌ ରୋଭର ଲ୍ୟାଣ୍ଡର ବିକ୍ରମ ଏବଂ ଚନ୍ଦ୍ରୟାନ୍‌-୨ର ଅର୍ବିଟର ସହ ଯୋଗାଯୋଗରେ ରହିବ। ଲ୍ୟାଣ୍ଡର ଇସ୍ରୋକୁ ଡେଟା ରିଲେ କରିବ।
ପ୍ରକାଶ ଯେ, ଜୁଲାଇ ୧୪ରେ ଆନ୍ଧ୍ରପ୍ରଦେଶର ଶ୍ରୀହରିକୋଟାସ୍ଥିତ ସତୀଶ ଧଓ୍ବନ୍‌ ମହାକାଶ କେନ୍ଦ୍ରର ଦ୍ୱିତୀୟ ଲଞ୍ଚ୍‌ପ୍ୟାଡ୍‌ରୁ ମୁନ୍‌ ଲ୍ୟାଣ୍ଡରକୁ ଭିଏଲ୍‌ଏମ୍‌ ୩ ଜରିଆରେ ଲଞ୍ଚ୍‌ କରାଯାଇଥିଲା। ଅଗଷ୍ଟ ୫ରେ ଏହା ଚନ୍ଦ୍ର କକ୍ଷପଥରେ ଅବସ୍ଥାପିତ ହୋଇଥିଲା।

‘ମୁଁ ଲକ୍ଷ୍ୟସ୍ଥଳରେ ପହଞ୍ଚିଲି’

ଚନ୍ଦ୍ରୟାନ-୩ ବୁଧବାର ଚନ୍ଦ୍ରପୃଷ୍ଠରେ ଅବତରଣ କରିବା ସହ ଭାରତ ଇତିହାସ ସୃଷ୍ଟି କରିଛି। ଲ୍ୟାଣ୍ଡର ‘ବିକ୍ରମ’ ଚନ୍ଦ୍ରର ଦକ୍ଷିଣ ମେରୁରେ ସନ୍ଧ୍ୟା ଠିକ୍‌ ୬ଟା ୪ ମିନିଟରେ ଓହ୍ଲାଇବା ସହ ଭାରତୀୟ ମହାକାଶ ଗବେଷଣା ସଂଗଠନ (ଇସ୍ରୋ) କାର୍ଯ୍ୟାଳୟରେ ଉତ୍ସବର ଝଲକ ଦେଖିବାକୁ ମିଳିଥିଲା। ମିଶନର ସଫଳତା ପାଇଁ ଇସ୍ରୋ ଦେଶବାସୀଙ୍କୁ ଅଭିନନ୍ଦନ ଜଣାଇଛି। ଦକ୍ଷିଣ ମେରୁ ନିକଟରେ ଅବତରଣ କରିବାରେ ଭାରତ ପ୍ରଥମ ଦେଶ ହୋଇପାରିଛି। ‘ଭାରତ, ମୁଁ ମୋ ଲକ୍ଷ୍ୟସ୍ଥଳରେ ପହଞ୍ଚିଲି
ଏବଂ ତୁମେ ମଧ୍ୟ’ ବୋଲି ବିକ୍ରମ ବାର୍ତ୍ତା ପଠାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ଦେଶରେ ଲାଗିବ କି ଲକ୍‌ଡାଉନ? ମୁଖ୍ୟମନ୍ତ୍ରୀଙ୍କ ସହ କଥା ହେବା ପରେ ମୋଦି କଲେ ବଡ଼ ଘୋଷଣା

ନୂଆଦିଲ୍ଲୀ,୨୭।୩: ଶୁକ୍ରବାର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଦେଶର ପ୍ରାୟ ସମସ୍ତ ରାଜ୍ୟର ମୁଖ୍ୟମନ୍ତ୍ରୀ ଏବଂ ଉପରାଜ୍ୟପାଳମାନଙ୍କ ସହିତ ଏକ ଭର୍ଚୁଆଲ ବୈଠକର ଅଧ୍ୟକ୍ଷତା କରିଥିଲେ। ଏହି ବୈଠକର…

LPG ପରେ ଆଉ ଏକ ବଡ଼ ସଙ୍କଟ; ୧୦ରୁ ୧୫ ପ୍ରତିଶତ ଯାଏ ବଢିପାରେ ଦର…

ନୂଆଦିଲ୍ଲୀ,୨୭।୩: LPG ସଙ୍କଟ ଭିତରେ ଜନତାଙ୍କୁ ବହୁ ଜଲଦି ଆଉ ଏକ ଝଟକା ଲାଗିବାକୁ ଯାଉଛି । ପଶ୍ଚିମ ଏସିଆରେ ଚାଲୁଥିବା ଏହି ଯୁଦ୍ଧ ଯୋଗ ବର୍ତ୍ତମାନ…

ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବଙ୍କ ବଡ଼ ଘୋଷଣା, ଓଡ଼ିଶାକୁ ୧୦,୫୯୯ କୋଟିର…

ନୂଆଦିଲ୍ଲୀ,୨୭।୩: ଓଡ଼ିଶାର ରେଳ ଭିତ୍ତିଭୂମି ବିକାଶ କ୍ଷେତ୍ରରେ କେନ୍ଦ୍ର ସରକାର ଏକ ବଡ଼ ପଦକ୍ଷେପ ଗ୍ରହଣ କରିଛନ୍ତି। ଆର୍ଥିକ ବର୍ଷ ୨୦୨୫-୨୬ ପାଇଁ ଓଡ଼ିଶାକୁ ରେଳବାଇ କ୍ଷେତ୍ରରେ…

ପଶ୍ଚିମ ଏସିଆ ସଂଘର୍ଷ: ମୁଖ୍ୟମନ୍ତ୍ରୀମାନଙ୍କ ସହ ପ୍ରଧାନମନ୍ତ୍ରୀଙ୍କ ଗୁରୁତ୍ୱପୂର୍ଣ୍ଣ ବୈଠକ; ସାମିଲ ହେଲେ ନାହିଁ ଏସବୁ ରାଜ୍ୟର CM

ନୂଆଦିଲ୍ଲୀ,୨୭।୩: ପଶ୍ଚିମ ଏସିଆରେ ସୃଷ୍ଟି ହୋଇଥିବା ଯୁଦ୍ଧ ପରିସ୍ଥିତି ଏବଂ ଏହାର ବିଶ୍ୱସ୍ତରୀୟ ପ୍ରଭାବକୁ ଦୃଷ୍ଟିରେ ରଖି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଶୁକ୍ରବାର ଭିଡିଓ କନଫରେନ୍ସିଂ ମାଧ୍ୟମରେ…

ରାସ୍ତାକଡ଼ ବୁଦା ଭିତରୁ ମିଳିଲା ପୁଳାପୁଳା ସରକାରୀ ଔଷଧ, ଏକ୍ସପାଏରୀ ଡେଟ୍‌ ଥିଲେ ସୁଦ୍ଧା କିଏ ଫିଙ୍ଗିଲା ସେ ନେଇ…

ସୁନ୍ଦରଗଡ଼, ୨୭।୩(ଜୟ ନାରାୟଣ ମେଣ୍ଡୁଳି): ସରକାର ଗରିବ ଲୋକଙ୍କୁ ମାଗଣାରେ ସ୍ବାସ୍ଥ୍ୟସେବା ଓ ଔଷଧ ଯୋଗାଇବା ପାଇଁ କୋଟି କୋଟି ଟଙ୍କା ଖର୍ଚ୍ଚ କରୁଥିବା ବେଳେ, ସୁନ୍ଦରଗଡ଼ରେ…

ଓଡିଶାର ଶ୍ରେଷ୍ଠ ପୋଲିସ ଥାନା ଘୋଷଣା: ବାଜିମାରିଲା ଏହି ଥାନା

ଛତ୍ରପୁର, ୨୭/୩ (ଦିଲ୍ଲୀପ ସାମଲ): ଭାରତ ସରକାରଙ୍କ ଗୃହ ମନ୍ତ୍ରଣାଳୟ ଦ୍ୱାରା ଗଞ୍ଜାମ ପୋଲିସ ଜିଲାର ବଡ଼ଗଡ଼ ପୋଲିସ ଥାନା ୨୦୨୫ ବର୍ଷ ପାଇଁ ଓଡ଼ିଶାର ଶ୍ରେଷ୍ଠ…

ବୁଢ଼ୀ ଠାକୁରାଣୀ ଯାତ୍ରା ପାଇଁ ପାଟପୁର ଗାଁ ଉତ୍ସବମୁଖର: ଅସ୍ଥାୟୀ ପୀଠରେ ପୂଜା ପାଇଲେ ଦେବୀ

ଦିଗପହଣ୍ଡି,୨୭୩(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ପାଟପୁର ଗାଁର ଗ୍ରାମ ଦେବତୀ ମା’ ବୁଢ଼ୀ ଠାକୁରାଣୀଙ୍କ ଯାତ୍ରା ଦୁଇବର୍ଷ ବ୍ୟବଧାନରେ ଚୈତ୍ର ଶୁକ୍ଳ ନବମୀ ତିଥି…

ଯୁଦ୍ଧ ଭିତରେ ମିସାଇଲ କିଣିଲା ଭାରତ, ଥରିଲା ପାକିସ୍ତାନ!

ନୂଆଦିଲ୍ଲୀ,୨୭।୩: ମଧ୍ୟପ୍ରାଚ୍ୟରେ ଚାଲିଥିବା ସଂଘର୍ଷ ମଧ୍ୟରେ, ଭାରତ ରୁଷିଆଠାରୁ ‘ଟୁଙ୍ଗୁସ୍କା’ ଆଣ୍ଟି-ଏୟାରକ୍ରାଫ୍ଟ ଏବଂ ମିସାଇଲ ସିଷ୍ଟମ ହାସଲ କରିବାକୁ ଯୋଜନା କରିଛି। ଏଥିପାଇଁ, ଭାରତ ରୁଷିଆର ରୋସୋବୋରୋନେକ୍ସପୋର୍ଟ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri