ଅର୍ଥନୈତିକ, ସାମାଜିକ ପ୍ରଗତି ପଥରେ ଭାରତ-ମରିସସ୍‌ ପରସ୍ପରର ସାଥୀ

ପୋର୍ଟ ଲୁଇସ୍‌, ୧୨।୩: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏବଂ ମରିସସ୍‌ ପ୍ରଧାନମନ୍ତ୍ରୀ ନବୀନ ଚନ୍ଦ୍ର ରାମଗୁଲାମଙ୍କ ଉପସ୍ଥିରେ ବୁଧବାର ୨ ଦେଶ ମଧ୍ୟରେ ଆପରାଧିକ ଯାଞ୍ଚ୍‌, ସାମୁଦ୍ରିକ ଟ୍ରାଫିକ ନୀରିକ୍ଷଣ, ଭିତ୍ତିଭୂମି କୂଟନୀତି, ବାଣିଜ୍ୟ, ଦକ୍ଷତା ବୃଦ୍ଧି, ମହାସାଗର ଅର୍ଥନୀତି ଆଦି ବିଭିନ୍ନ କ୍ଷେତ୍ରରେ ୮ଟି ଚୁକ୍ତି ସ୍ବାକ୍ଷର ହୋଇଛି। ଏହି ଅବସରରେ ମୋଦି କହିଛନ୍ତି, ଭାରତ ମରିସସ୍‌ ସମ୍ପର୍କ କେବଳ ଭାରତ ମହାସାଗରରେ ନୁହେଁ ବରଂ ଉଭୟ ଦେଶର ସାଂସ୍କୃତିକ ପରମ୍ପରା ଓ ମୂଲ୍ୟବୋଧ ପରସ୍ପର ସହ ଜଡ଼ିତ। ଅର୍ଥନୈତିକ ଏବଂ ସାମାଜିକ ପ୍ରଗତି ପଥରେ ଉଭୟ ପରସ୍ପରର ସାଥୀ। ବିଭିନ୍ନ ପ୍ରାକୃତିକ ବିପର୍ଯ୍ୟୟ ଏବଂ କୋଭିଡ୍‌ ମହାମାରୀ ସମୟରେ ଉଭୟ ଦେଶ ପରସ୍ପରକୁ ସହଯୋଗ କରିଆସୁଛନ୍ତି।

ଏହାସହ ବୁଧବାର ଉଭୟ ନେତା ମରିସସ୍‌ର ରେଡୁଇଟ୍‌ଠାରେ ‘ଅଟଳ ବିହାରୀ ବାଜପେୟୀ ଇନ୍‌ଷ୍ଟିଟ୍ୟୁଟ୍‌ ଅଫ୍‌ ପବ୍ଲିକ ସର୍ଭିସ୍‌ ଆଣ୍ଡ୍‌ ଇନୋଭେସନ’ର ଉଦଘାଟନ କରିଥିଲେ। ଭାରତ-ମରିସସ୍‌ ଦ୍ୱିପାକ୍ଷୀକ ବିକାଶ ଭାଗିଦାରୀ ଅଧୀନରେ କାର୍ଯ୍ୟକାରୀ ହୋଇଥିବା ଏହି ଗୁରୁତ୍ୱପୂର୍ଣ୍ଣ ପ୍ରକଳ୍ପ ମରିସସ୍‌ର ଦକ୍ଷତା ବୃଦ୍ଧି ଦିଗରେ ଭାରତର ପ୍ରତିବଦ୍ଧତାକୁ ଦର୍ଶାଉଛି ବୋଲି ମୋଦି କହିଛନ୍ତି। ସେହିପରି ବୁଧବାର ଅନୁଷ୍ଠିତ ହୋଇଥିବା ମରିସସ୍‌ର ଜାତୀୟ ଦିବସ କାର୍ଯ୍ୟକ୍ରମରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଗତ ୨ ବର୍ଷରେ ୧୧ ହଜାର ଇଞ୍ଜିନିୟର ୫ ହଜାର ଡାକ୍ତର ଦେଶ ଛାଡିଛନ୍ତି, କାହିଁକି ପାକିସ୍ତାନର ହେଉଛି ଏମିତି ଅବସ୍ଥା?ଜାଣନ୍ତୁ…

ଇସଲମାବାଦ,୨୭।୧୨: ପାକିସ୍ତାନ ବର୍ତ୍ତମାନ ଇତିହାସରେ ସବୁଠାରୁ ଗୁରୁତର ପ୍ରତିଭା ପ୍ରସ୍ଥାନର ସମ୍ମୁଖୀନ ହେଉଛି। ଆର୍ଥିକ ଦୁର୍ଦ୍ଦଶା, ରାଜନୈତିକ ଅନିଶ୍ଚିତତା ଏବଂ ବୃତ୍ତିଗତ ସୁଯୋଗର ଅଭାବ ଏପରି...

World Richest Indian-Origin: ବିଶ୍ୱର ସବଠାରୁ ଧନୀ ଭାରତୀୟ ମୂଳ ବାସିନ୍ଦା CEO ହେଲେ ଜୟଶ୍ରୀ ଉଲ୍ଲାଲ,ପଛରେ ରହିଗଲେ…

ନୂଆଦିଲ୍ଲୀ,୨୭।୧୨: ବହୁ ବର୍ଷ ଧରି, ଯେତେବେଳେ ବି ବିଶ୍ୱ ଟେକ ଇଣ୍ଡଷ୍ଟ୍ରି ବା ଶିଳ୍ପ ସବୁଠାରୁ ଧନୀ ଭାରତୀୟ ବଂଶୋଦ୍ଭବ ସିଇଓଙ୍କ ବିଷୟରେ ଆଲୋଚନା କରୁଥିଲା,...

ବାଂଲାଦେଶରେ ଏଣ୍ଟ୍ରି କଲେ ମିଷ୍ଟ୍ରି ଗର୍ଲ, ହୋଇପାରନ୍ତି ଭବିଷ୍ୟତର ଶେଖ ହାସିନା-ଖାଲିଦା ଜିଆ

ଢାକା,୨୭।୧୨: ବାଂଲାଦେଶ ବର୍ତ୍ତମାନ ହିଂସାରେ ବୁଡ଼ି ରହିଛି। ହିନ୍ଦୁମାନଙ୍କ ଉପରେ ନିର୍ଯାତନା ବୃଦ୍ଧି ପାଇଛି। ମହମ୍ମଦ ୟୁନୁସଙ୍କ ଶାସନରେ, ମୌଳବାଦୀମାନେ ପ୍ରଭାବ ବିସ୍ତାର କରୁଛନ୍ତି। କେବଳ...

ରୁଷିଆ-ୟୁକ୍ରେନ ଯୁଦ୍ଧରେ ନୂଆ ମୋଡ! ଟ୍ରମ୍ପଙ୍କୁ ଭେଟିବେ ଜେଲନସ୍କି

ଓ୍ବାଶିଂଟନ,୨୭।୧୨: ରୁଷିଆ-ୟୁକ୍ରେନ ଯୁଦ୍ଧ ସମାପ୍ତ କରିବା ପାଇଁ ପ୍ରୟାସ ମଧ୍ୟରେ, ୟୁକ୍ରେନ ରାଷ୍ଟ୍ରପତି ଭୋଲୋଡିମିର ଜେଲେନସ୍କି ରବିବାର (ଡିସେମ୍ବର ୨୮) ଫ୍ଲୋରିଡାରେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ...

ଟ୍ରମ୍ପ-ଜିନପିଙ୍ଗ ମୁହାଁମୁହିଁ: ଆମେରିକା ବିରୁଦ୍ଧରେ ପ୍ରତିଶୋଧମୂଳକ କାର୍ଯ୍ୟାନୁଷ୍ଠାନ ନେଲା ଚାଇନା, ବିଶ୍ୱରେ ଚହଳ

ବେଜିଂ,୨୭।୧୨: ଆମେରିକା ଏବଂ ଚାଇନା ମଧ୍ୟରେ ବଢ଼ୁଥିବା ଉତ୍ତେଜନା ମଧ୍ୟରେ, “ଡ୍ରାଗନ” ନିକଟରେ ଏକ ପଦକ୍ଷେପ ନେଇଛି। ସି ଜିନପିଙ୍ଗ ଆମେରିକା ବିରୁଦ୍ଧରେ ଏପର୍ଯ୍ୟନ୍ତ ସବୁଠାରୁ...

ଆମେରିକାରେ ବିମାନସେବା ପ୍ରଭାବିତ, ୧୧୦୦ ଉଡାଣ ରଦ୍ଦ, ୪୦୦୦ ବିମାନ ବିଳମ୍ବ, ଜାଣନ୍ତୁ କାରଣ

ଓ୍ବାଶିଂଟନ,୨୭।୧୨: ଶୁକ୍ରବାର (ଡିସେମ୍ବର ୨୬) ଖ୍ରୀଷ୍ଟମାସ ଛୁଟି ସତ୍ତ୍ୱେ ଆମେରିକାର ବିମାନ କମ୍ପାନୀଗୁଡ଼ିକ ୧୦୦୦ ରୁ ଅଧିକ ଉଡ଼ାଣ ବାତିଲ କରିଛନ୍ତି, କାରଣ ଦେଶର ଅଧିକାଂଶ...

କ୍ୱିଭ ଉପରେ ପୁଣି ମିଶାଇଲ ସହ ଡ୍ରୋନ ଆକ୍ରମଣ କଲା ରୁଷିଆ, ପରିସ୍ଥିତି ଜଟିଳ

କ୍ୱିଭ,୨୭।୧୨: ରୁଷିଆ ଏବଂ ୟୁକ୍ରେନ ମଧ୍ୟରେ ପ୍ରାୟ ଚାରି ବର୍ଷ ଧରି ଚାଲିଥିବା ସଂଘର୍ଷ ଦିନକୁ ଦିନ ଅଧିକ ଭୟଙ୍କର ହେଉଥିବା ପରି ମନେ ହେଉଛି।...

ଭୟଙ୍କର ଦୁର୍ଘଟଣା: ପଛକୁ ପଛ ପିଟିହେଲା ୫୦ ଗାଡ଼ି, ଲାଗିଲା ନିଆଁ

ଟୋକିଓ,୨୭।୧୨: ବର୍ଷ ଶେଷ ହେବା ଏବଂ ନୂତନ ବର୍ଷର ଛୁଟି ଆରମ୍ଭ ହେବା ମାତ୍ରେ ଜାପାନରେ ଏକ ଭୟଙ୍କର ସଡ଼କ ଦୁର୍ଘଟଣା ଘଟିଛି। ଏକ ବରଫ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri