Categories: ଖେଳ

ତୃତୀୟ ସ୍ଥାନରେ ଭାରତ

ଦୁବାଇ,୨୮ା୭: ଓ୍ବେଷ୍ଟଇଣ୍ଡିଜ ବିପକ୍ଷରେ ୩-୦ରେ କ୍ଲିନ୍‌ ସୁଇପ୍‌ ପରେ ଭାରତ ସଦ୍ୟ ପ୍ରକାଶିତ ପୁରୁଷ ଅନ୍ତର୍ଜାତୀୟ ଦିନିକିଆ କ୍ରିକେଟ ଟିମ୍‌ ର଼୍ୟାଙ୍କିଙ୍ଗ ତାଲିକାରେ ତୃତୀୟ ସ୍ଥାନ ବଜାୟ ରଖିଛି। ବରିଷ୍ଠ ଖେଳାଳିଙ୍କ ଅନୁପସ୍ଥିତି ସତ୍ତ୍ୱେ ଶିଖର ଧାଓ୍ବନଙ୍କ ନେତୃତ୍ୱାଧୀନ ଭାରତ ବୁଧବାର ଓ୍ବେଷ୍ଟଇଣ୍ଡିଜ ବିପକ୍ଷ ତୃତୀୟ ଅନ୍ତର୍ଜାତୀୟ ଦିିନିକିଆ ମାଚ ୧୧୯ରନ୍‌ରେ ଜିତିନେଇଛି। ଅନ୍ତର୍ଜାତୀୟ ଦିନିକିଆରେ ଭାରତର ଏହା ହେଉଛି କ୍ରମାଗତ ତୃତୀୟ ସିରିଜ ବିଜୟ। ଭାରତର ରେଟିଂ ପଏଣ୍ଟ ବର୍ତ୍ତମାନ ୧୧୦କୁ ବୃଦ୍ଧି ପାଇଛି। ଚତୁର୍ଥ ସ୍ଥାନରେ ରହିଥିବା ପାକିସ୍ତାନ (୧୦୬)ଠାରୁ ୪ ପଏଣ୍ଟ ଆଗରେ ରହିଛି। ଭାରତ ଖେଳିଥିବା ଗତ ୯ଟି ମାଚ ମଧ୍ୟରୁ ଏହା ଥିଲା ଅଷ୍ଟମ ବିଜୟ। ଅନ୍ତର୍ଜାତୀୟ ଦିନିକିଆ ର଼୍ୟାଙ୍କିଙ୍ଗ ତାଲିକାରେ ନ୍ୟୁଜିଲାଣ୍ଡ ୧୨୮ ପଏଣ୍ଟ ସହ ପ୍ରଥମ ସ୍ଥାନରେ ରହିଛି। ନିକଟରେ ଭାରତଠାରୁ ସିରିଜ ପରାଜୟ ଏବଂ ଦକ୍ଷିଣ ଆଫ୍ରିକା ବିପକ୍ଷରେ ସିରିଜ ଡ୍ର’ ସତ୍ତ୍ୱେ ଇଂଲଣ୍ଡ (୧୧୯) ପୂର୍ବଭଳି ଦ୍ୱିତୀୟ ସ୍ଥାନରେ ରହଛି।

Share