Posted inଖେଳ

ମାଲେସିଆକୁ ହରାଇଲା ଭାରତ

କାକାମିଘାରା, ୬ା୬ (ପି.ଟି.): ଜୁନିୟର ମହିଳା ଏସିଆ କପ୍‌ ହକି ଟୁର୍ନାମେଣ୍ଟରେ ସୋମବାର ଖେଳାଯାଇଥିବା ଏକ ମ୍ୟାଚ୍‌ରେ ଭାରତ ଦୃଢ଼ ପ୍ରତ୍ୟାବର୍ତ୍ତନ ସହ ମାଲେସିଆକୁ ୨-୧ ଗୋଲ୍‌ରେ ପରାସ୍ତ କରିଛି। ଖେଳର ୬ଷ୍ଠ ମିନିଟ୍‌ରେ ଦିଆନ ନାଜେରିଙ୍କ ଗୋଲ ଜରିଆରେ ମାଲେସିଆ ମ୍ୟାଚ୍‌ରେ ପ୍ରଥମେ ଅଗ୍ରଣୀ ଲାଭ କରିଥିଲା। ତେବେ ପରେ ମମ୍‌ତାଜ ଖାଁ(୧୦ମ ମିନିଟ) ଓ ଦୀପିକା(୨୬ତମ ମିନିଟ୍‌) ଗୋଟିଏ ଲେଖାଏଁ ଗୋଲ ସ୍କୋର କରି ଭାରତକୁ ବିଜୟୀ କରାଇଥିଲେ। ସୋମବାରର ଏହି ବିଜୟ ଦ୍ୱାରା ଭାରତ ପୁଲ୍‌ ‘ଏ’ରେ ନମ୍ବର ଓ୍ବାନ୍‌ ସ୍ଥାନ ବଜାୟ ରଖିଛି। ଟୁର୍ନାମେଣ୍ଟରେ ଭାରତ ଏହାର ପ୍ରଥମ ମ୍ୟାଚ୍‌ରେ ଉଜ୍‌ବେକିସ୍ତାନକୁ ୨୨-୦ରେ ପରାସ୍ତ କରିଥିଲା। ଦଳ ଏହାର ପରବର୍ତ୍ତୀ ମ୍ୟାଚ୍‌ ମଙ୍ଗଳବାର କୋରିଆ ବିପକ୍ଷରେ ଖେଳିବ। ସୋମବାର ମ୍ୟାଚ୍‌ରେ ଭାରତ ଆରମ୍ଭରୁ ଆକ୍ରମଣାତ୍ମକ ଖେଳିଥିଲା। ଦୁଇଟି ପେନାଲ୍ଟି କର୍ନର ସୁଯୋଗ ପାଇଥିଲେ ହେଁ ତାହାକୁ କାର୍ଯ୍ୟକାରୀ କରିପାରି ନ ଥିଲା। ଅନ୍ୟପକ୍ଷରେ ମାଲେସିଆ ବଲ୍‌କୁ ନିଜ ନିୟନ୍ତ୍ରଣରେ ରଖିଥିଲା। ଦଳର ପାସିଂ ମଧ୍ୟ ଖୁବ୍‌ ଭଲ ରହିଥିଲା। ଦଳ ପ୍ରତିଆକ୍ରମଣ କରି ସଫଳ ରହିଥିଲା। ନାଜେରି ଏକ ସହଜ ଫିଲ୍ଡ ଗୋଲ୍‌ ଦେଇ ମାଲେସିଆକୁ ଅପ୍ରତ୍ୟାଶିତ ଭାବେ ଅଗ୍ରଣୀ କରାଇଥିଲେ। ମାଲେସିଆର ଖୁସି କିନ୍ତୁ ଅଧିକ ସମୟ ତିଷ୍ଠି ନ ଥିଲା। ୪ ମିନିଟ୍‌ ପରେ ମମ୍‌ତାଜ ଏକ ପେନାଲ୍ଟି କର୍ନର ଜରିଆରେ ଗୋଲ ସ୍କୋର କରି ମ୍ୟାଚ୍‌କୁ୧-୧ ସ୍ତରକୁ ନେଇଆସିଥିଲେ। ଦ୍ୱିତୀୟ କ୍ୱାର୍ଟରରେ ଭାରତ ଆକ୍ରମଣାତ୍ମକ ଖେଳ ଜାରି ରଖି ମ୍ୟାଚ୍‌ରେ ଅଗ୍ରଣୀ ହାସଲ ଲକ୍ଷ୍ୟରେ ରହିଥିଲା। ପ୍ରଥମାର୍ଦ୍ଧ ଖେଳ ଶେଷହେବାକୁ ଆଉ ମାତ୍ର ୪ ମିନିଟ ସମୟ ବାକି ରହିଥିବା ବେଳେ ଭାରତକୁ ଏକ ପେନାଲ୍ଟି କର୍ନର ମିଳିଥିଲା। ଦୀପିକା କୌଣସି ତ୍ରୁଟି ନ କରି ଏହାକୁ ଗୋଲ୍‌ରେ ପରିଣତ କରିଦେଇଥିଲେ। ତୃତୀୟ କ୍ୱାର୍ଟରରେ ଭାରତ ସମାନ ଢଙ୍ଗରେ ଖେଳି ମାଲେସିଆ ଡିଫେନ୍ସ ଉପରେ ଚାପ ସୃଷ୍ଟି କରିଥିଲା, ମାତ୍ର ଗୋଲ୍‌ ସ୍କୋର କରିପାରି ନ ଥିଲା। ଚତୁର୍ଥ କ୍ୱାର୍ଟରରେ ଭାରତ ଏହାର ରଣନୀତି ବଦଳାଇ ରକ୍ଷଣାତ୍ମକ ଖେଳି ବଲ୍‌କୁ ନିଜ ନିୟନ୍ତ୍ରଣରେ ରଖିବାକୁ ଚେଷ୍ଟା କରିଥିଲା। ଅବଶ୍ୟ ମାଲେସିଆ ଗୋଲ୍‌ ଦେବାକୁ ଚେଷ୍ଟା କରିଥିଲେ ହେଁ ସଫଳ ହୋଇ ନ ଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ଏମିତି ଛକା ମାରିଲେ ମୁକୁଲ: ଖୁସିରେ ଡେଇଁଲେ ମାଲିକ, ଦେଖନ୍ତୁ ଭିଡିଓ…

ନୂଆଦିଲ୍ଲୀ,୧୦।୪: ଆଇପିଏଲ୍‌ରେ ଲକ୍ଷ୍ନୌ ସୁପର ଜାଏଣ୍ଟସ ପାଇଁ ଖେଳୁଥିବା ମୁକୁଲ ଚୌଧୁରୀ KKR ବିପକ୍ଷରେ ଏମିତି ଏକ ଛକା ମାରିଥିଲେ, ଯାହା ଅତ୍ୟନ୍ତ କଷ୍ଟକର କୃତିତ୍ୱ ବୋଲି…

କଟାଗଲା ଗଛ, ଭଙ୍ଗାଯିବ ଘର, ଜବରଦଖଲକାରୀଙ୍କ ଚିନ୍ତା ବଢ଼ିଲା

ଧର୍ମଶାଳା,୧୦ା୪(ଶିବପ୍ରସାଦ ମହାନ୍ତି): ଯାଜପୁର ଜିଲା ଧର୍ମଶାଳା ବ୍ଲକ ଶାନ୍ତିବଜାରଠାରୁ କାଏମା ପର୍ଯ୍ୟନ୍ତ ଅଟକି ରହିଥିବା ପ୍ରଶସ୍ତିକରଣ କାର୍ଯ୍ୟ ଦୀର୍ଘ ୨୭ମାସ ପରେ ଆରମ୍ଭ ହୋଇଛି। ଏହାକୁ ଚାରି…

ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ; ଜୟନ୍ତୀ ପଢିଆରି-ମହେଶ ମହାନ୍ତିଙ୍କୁ ଗୁରୁତ୍ୱପୂର୍ଣ୍ଣ ଦାୟିତ୍ୱ, ଭଞ୍ଜନଗରରେ ଖୁସିର ଲହରୀ

ଭଞ୍ଜନଗର,୧୦।୪(ବାବୁଲା ପ୍ରଧାନ): ଭାଜପା ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ, ସ୍ଵତନ୍ତ୍ର ସ୍ଥାୟୀ ନିମନ୍ତ୍ରୀତ ସଦସ୍ୟ ଏବଂ ସ୍ୱତନ୍ତ୍ର ନିମନ୍ତ୍ରୀତ ସଦସ୍ୟ ତାଲିକା ଶୁକ୍ରବାର ଘୋଷଣା ହୋଇଛି । ଏଥିରେ…

ମଝି ଆକାଶରେ ଗାଏବ ହେଲା ଆମେରିକାର ୧୬୦୦ କୋଟିର ଡ୍ରୋନ! ରହସ୍ୟମୟ ଭାବରେ ହର୍ମୁଜ ଉପରେ ହୋଇଗଲା ଅଦୃଶ୍ୟ

ଓ୍ବାଶିଂଟନ୍‌,୧୦।୪: ଆଜି ହର୍ମୁଜ ପ୍ରଣାଳୀ ଉପରେ ଏକ ସ୍ବତନ୍ତ୍ର ଆମେରିକା ନୌସେନା ନିରୀକ୍ଷଣ ଡ୍ରୋନ, MQ-4C ଟ୍ରାଇଟନ ହଠାତ୍‌ ଅଦୃଶ୍ୟ ହୋଇଯାଇଛି। ଏହି ଡ୍ରୋନଟିକୁ ଆମେରିକାର ସବୁଠାରୁ…

ପର୍ପଲ-ଅରେଞ୍ଜ୍‌ କ୍ୟାପ୍‌ ରେସ୍‌ରେ ଅଛନ୍ତି ଏହି ଖେଳାଳି: IPL ୨୦୨୬ର ୧୫ ମ୍ୟାଚ୍‌ ପରେ…

ନୂଆଦିଲ୍ଲୀ,୧୦।୪: କୋଲକାତାର ଇଡେନ ଗାର୍ଡେନରେ କୋଲକାତା ନାଇଟ ରାଇଡର୍ସ (KKR) ଏବଂ ଲକ୍ଷ୍ନୌ ସୁପର ଜାଏଣ୍ଟ୍ସ (LSG) ମଧ୍ୟରେ IPL ୨୦୨୬ର ୧୫ତମ ମ୍ୟାଚ ଖେଳାଯାଇଥିଲା। ଏହି…

ଏହି ୪ ରାଶିର ଫିଟିବ ଭାଗ୍ୟ: ଏପ୍ରିଲ ୧୧ରୁ ମିଳିବ ବଡ଼ ସଫଳତା

ନୂଆଦିଲ୍ଲୀ,୧୦।୪: ମୀନ ରାଶିରେ ବୁଧଙ୍କ ଗୋଚର ଏପରି ଏକ ସମୟ, ଯେଉଁଠାରେ ଲୋକଙ୍କର ଚିନ୍ତା ଶକ୍ତି ଭାବନା ଏବଂ କଳ୍ପନା ଦ୍ୱାରା ପ୍ରଭାବିତ ହେବ। ୧୧ ଏପ୍ରିଲ…

କୃଷି ଜମି ବିକ୍ରୟ କଲେ ଦେବାକୁ ପଡିବ କି ଟ୍ୟାକ୍ସ? ଜାଣନ୍ତୁ କଣ ରହିଛି ନିୟମ

ନୂଆଦିଲ୍ଲୀ,୧୦।୪: ଲୋକମାନେ ପ୍ରାୟତଃ ବିବାହ ପାଇଁ ପାଣ୍ଠି ଯୋଗାଡିବା, ଘର ନିର୍ମାଣ କରିବା କିମ୍ବା ଜରୁରୀକାଳୀନ ପରିସ୍ଥିତିର ସମାଧାନ କରିବା ପାଇଁ ନିଜର କୃଷି ଜମି ବିକ୍ରି…

IPL ମଧ୍ୟରେ ଦୁଃଖଦ ଖବର: ପରଲୋକରେ ପୂର୍ବତନ ଭାରତୀୟ କ୍ରିକେଟର

ନୂଆଦିଲ୍ଲୀ,୧୦।୪: ପୂର୍ବତନ ଭାରତୀୟ କ୍ରିକେଟର ଚିଙ୍ଗଲପୁତ ଦୋରାଇକାନୁ ଗୋପୀନାଥ (ସିଡି ଗୋପୀନାଥ)ଙ୍କର ୯୬ ବର୍ଷ ବୟସରେ ପରଲୋକ ଘଟିଛି। ସେ ୧୯୫୨ରେ ଇଂଲଣ୍ଡ ବିପକ୍ଷରେ ଭାରତର ପ୍ରଥମ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri