Posted inଖେଳ

୨୧ ରନରେ ହାରିଲା ଭାରତ

ରାଞ୍ଚି,୨୮।୧: ଭାରତ ବିପକ୍ଷ ପ୍ରଥମ ଟି୨୦ ମ୍ୟାଚକୁ ୨୧ ରନ୍‌ରେ ଜିତି ନେଇଛି ନ୍ୟୁଜିଲାଣ୍ଡ। ଡାରିଲ ମିଚେଲ ଓ ଡେଭନ କନଓ୍ବେଙ୍କ ଅର୍ଦ୍ଧଶତକ ବଳରେ ନ୍ୟୁଜିଲାଣ୍ଡ ପ୍ରଥମେ ବ୍ୟାଟିଂ କରି ୨୦ ଓଭରରେ ୭ ଉଇକେଟରେ ୧୭୬ ରନ କରିଥିଲା। ଜବାବରେ ଭାରତ ୨୦ ଓଭରରେ ୯ ଉଇକେଟ ହରାଇ ୧୫୫ ରନ୍‌ କରିଥିଲା। ରାଞ୍ଚିର ଜେଏସ୍‌ସିଏ ଷ୍ଟାଡିୟମରେ ଖେଳାଯାଇଥିବା ମ୍ୟାଚରେ ଭାରତ ଟସ୍‌ ଜିତି ପ୍ରଥମେ ବୋଲିଂ କରିଥିଲା। ନ୍ୟୁଜିଲାଣ୍ଡ ପକ୍ଷରୁ ଡେଭନ୍‌ କନଓ୍ବେ(୫୨) ଓ ଫିନ୍‌ ଆଲେନ୍‌(୩୫) ପ୍ରଥମ ଉଇକେଟରେ ୪୩ ରନ ଯୋଡିଥିଲେ। ଓ୍ବାଶିଂଟନ୍‌ ସୁନ୍ଦର ମାତ୍ର ୪ ବଲ୍‌ ବ୍ୟବଧାନରେ ଫିନ୍‌ ଆଲେନ୍‌ ଓ ମାର୍କ ଚାପମ୍ୟାନ(୦)ଙ୍କୁ ଆଉଟ କରିଥିଲେ। ଗ୍ଲେନ୍‌ ଫିଲିପ୍ସ(୧୭) ଧୀମା ବ୍ୟାଟିଂ କରିବାରୁ ଭାରତ ମ୍ୟାଚକୁ ପ୍ରତ୍ୟାବର୍ତ୍ତନ କରିଥିଲା। ନ୍ୟୁଜିଲାଣ୍ଡ ପକ୍ଷରୁ ଡାରିଲ ମିଚେଲ୍‌ ୩୦ ବଲରୁ ୫୯ ରନ୍‌ କରିବାରୁ ଦଳ ୧୭୬ ରନ ସ୍କୋର କରିଥିଲା। ମିଚେଲଙ୍କ ଇନିଂସରେ ୩ ଚୌକା ଓ ୫ ଛକା ସାମିଲ ଥିଲା। ୧୯ ଓଭର ସୁଦ୍ଧା ନ୍ୟୁଜିଲାଣ୍ଡ ୧୪୯ ରନ୍‌ କରିଥବା ବେଳେ ୨୦ ତମ ଓଭରରେ ୨୭ ରନ୍‌ ଦେଇଥିଲେ ଅର୍ଶଦୀପ ସିଂ। ଭାରତ ପକ୍ଷରୁ ଓ୍ବାଶିଂଟନ୍‌ ସୁନ୍ଦର ୨ ଓ କୁଲଦୀପ ଯାଦବ, ଶିବମ ମାଭି ଓ ଅର୍ଶଦୀପ ସିଂ ଗୋଟିଏ ଲେଖାଏ ଉଇକେଟ ନେଇଥିଲେ।
୧୭୭ ରନ୍‌ର ପିଛା କରୁଥିବା ଭାରତର ଆରମ୍ଭ ଅତ୍ୟନ୍ତ ଖରାପ ରହିଥିଲା। ୩ ଟପ୍‌ ଅର୍ଡର ବ୍ୟାଟର ଶୁବମାନ ଗିଲ(୭), ଲୋକାଲ ବୟ ଇଶାନ କିଶନ(୪) ଓ ରାହୁଲ ତ୍ରିପାଠୀ(୦) ଦଳୀୟ ସ୍କୋର ୧୫ ମଧ୍ୟରେ ପ୍ୟାଭିଲିୟନ ଫେରିଥିଲେ। ସୂର୍ଯ୍ୟକୁମାର ଯାଦବ(୪୭) ଓ ହାର୍ଦ୍ଦିକ ପାଣ୍ଡ୍ୟା(୨୧)ଙ୍କ ମଧ୍ୟରେ ୬୮ ରନ୍‌ର ଭାଗୀଦାରି ହୋଇଥିଲା। ମାତ୍ର ୬ ରନ୍‌ ମଧ୍ୟରେ ଉଭୟ ପ୍ୟାଭିଲିୟନ ଫେରିବା ପରେ ନ୍ୟୁଜିଲାଣ୍ଡ ଡ୍ରାଇଭର ସିଟରେ ରହିଥିଲା।ଶେଷ ଆଡକୁ ଓ୍ବାଶିଂଟନ୍‌ ସୁନ୍ଦର(୫୦) କିଛି ଆକର୍ଷଣୀୟ ଶଟ୍‌ ଖେଳିଥିଲେ। ନ୍ୟୁଜିଲାଣ୍ଡ ପକ୍ଷରୁ ମାଇକେଲ ବ୍ରେସଓ୍ବେଲ ଓ ମିଚେଲ ସାଣ୍ଟନର ଦୁଇଟି ଲେଖାଏ ଉଇକେଟ ନେଇଥିଲେ।
ସଂକ୍ଷିପ୍ତ ସ୍କୋର
ନ୍ୟୁଜିଲାଣ୍ଡ: ୨୦ ଓଭରରେ ୧୭୬/୬ (ଡାରିଲ ମିଚେଲ-୫୯*, ଡେଭନ୍‌ କନଓ୍ବେ-୫୨, ଫିନ୍‌ ଆଲେନ୍‌-୩୫, ଓ୍ବାଶିଂଟନ୍‌ ସୁନ୍ଦର-୨/୨୨, ଶିବମ ମାଭି-୧/୧୯, କୁଲଦୀପ ଯାଦବ-୧/୨୦)।
ଭାରତ: ୨୦ ଓଭରରେ ୧୫୫/୯ (ଓ୍ବାଶିଂଟନ୍‌ ସୁନ୍ଦର-୫୦, ସୂର୍ଯ୍ୟକୁମାର ଯାଦବ-୪୭, ହାର୍ଦ୍ଦିକ ପାଣ୍ଡ୍ୟା-୨୧, ମିଚେଲ ସାଣ୍ଟନର-୨/୧୧, ମାଇକେଲ ବ୍ରେସଓ୍ବେଲ-୨/୩୧, ଲୋକି ଫର୍ଗୁସନ୍‌-୨/୩୩)।


Enter your email to get our daily news in your inbox.

All Right Reserved By Dharitri.Com

ଆହୁରି ୩ ଦିନ ଶୀତରେ ଥରିବେ ରାଜ୍ୟବାସୀ, ଏସବୁ ଜିଲାକୁ ଓ୍ବାର୍ନିଂ

ଭୁବନେଶ୍ୱର,୨୯ା୧୨: ରାଜ୍ୟରେ ଶୀତ ଲହରି ଜାରି ରହିଥିବାବେଳେ ଆସନ୍ତା ୩ ଦିନ ପର୍ଯ୍ୟନ୍ତ ପାଣିପାଗରେ ବିଶେଷ ପରିବର୍ତ୍ତନ ହେବ ନାହିଁ। ପରବର୍ତ୍ତୀ ସମୟରେ ତାପମାତ୍ରା ୨ରୁ...

ମା’ ସୁରେଶ୍ଵରୀଙ୍କ ଐତିହାସିକ ଘାଟ ଯାତ୍ରାରେ ଜନସମାଗମ, ବଳି ଦେଲେ ମାନସିକ ପୂରଣ ହୋଇଥିବା ବ୍ୟକ୍ତି

ରିଷିଡା ୨୯/୧୨(ସୁଶାନ୍ତ ମଲ୍ଲିକ): କଳାହାଣ୍ଡି ଜିଲ୍ଲା କର୍ଲାମୁଣ୍ଡା ବ୍ଲକ ତେରେସିଂହା କେଉଁଟ କୈବର୍ତ୍ତ ଆଞ୍ଚଳିକ ସମାଜ ତରଫରୁ ତେରେସିଂହା ଆମପାଲି ନଦୀ ଘାଟ ଠାରେ ଐତିହାସିକ...

ଅତୀତର ସ୍ମୃତିକୁ ମନେ ପକାଇଲେ ପୁରାତନ ଛାତ୍ରୀଛାତ୍ର

ଦିଗପହଣ୍ଡି,୨୯।୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ପଦ୍ମନାଭପୁର ଗ୍ରାମ ରାଧାଶ୍ୟାମ ଉଚ୍ଚ ବିଦ୍ୟାଳୟ ଏବଂ ରାଧାଦାମୋଦର ବାଳିକା ଉଚ୍ଚ ବିଦ୍ୟାଳୟ ୧୯୯୧ ମାଟ୍ରିକ...

ଆରାବଳି ମାମଲା: ରାୟ ଉପରେ ସୁପ୍ରିମକୋର୍ଟଙ୍କ ରହିତାଦେଶ

ନୂଆଦିଲ୍ଲୀ,୨୯ା୧୨: ଆରାବଳି ମାମଲା ରାୟ ଉପରେ ସୁପ୍ରିମକୋର୍ଟ ରହିତାଦେଶ ଜାରି କରିଛନ୍ତି। ନଭେମ୍ବର ୨୦ ରାୟ ଉପରେ ଏହି ରହିତାଦେଶ ଦେଇଛନ୍ତି ମାନ୍ୟବର କୋର୍ଟ। ପରିବେଶବିତ୍‌ଙ୍କୁ...

ନର୍ସିଂ ହୋମରେ ଭୟଙ୍କର ଅଗ୍ନିକାଣ୍ଡ, ଜଳିଗଲେ ୧୬ ଜଣ ବୃଦ୍ଧାବୃଦ୍ଧ

ନୂଆଦିଲ୍ଲୀ,୨୯।୧୨: ଇଣ୍ଡୋନେସିଆର ଏକ ନର୍ସିଂ ହୋମରେ ଏକ ବଡ଼ ଅଗ୍ନିକାଣ୍ଡ ଘଟିଛି, ଯେଉଁଥିରେ ୧୬ ଜଣଙ୍କର ମୃତ୍ୟୁ ହୋଇଛି। ଅଗ୍ନିକାଣ୍ଡର କାରଣ ଅସ୍ପଷ୍ଟ ରହିଛି ।...

ବିମାନବନ୍ଦରରେ ୨ଯୁବକଙ୍କୁ ବାଂଲାଦେଶୀ କହି ମାଡ଼ିବସିଲେ, ପରେ…

ଭୁବନେଶ୍ୱର,୨୯।୧୨: ବାଂଲାଦେଶୀ ଭାଭିଲେ ଆଉ ମାଡ଼ିବସିଲେ। ଆମ ହିନ୍ଦୁ ମାନଙ୍କୁ ବାଂଲାଦେଶରେ ଅମାନୁଷିକ ଭାବେ ହତ୍ୟା କରୁଛ କହି ଦୁଇ ଯୁବକଙ୍କୁ ବାଂଲାଦେଶୀ ସନ୍ଦେହରେ ଭୁବନେଶ୍ୱର...

ଆକ୍ସନ ମୋଡରେ ବାଣିଜ୍ୟ ଓ ପରିବହନ ମନ୍ତ୍ରୀ, ବାଲି ବୋଝେଇ ଟ୍ରାକ୍ଟର ଧରି ପୋଲିସକୁ ଜିମା ଦେଲେ

ଦିଗପହଣ୍ଡି,୨୯|୧୨(ଅଶେଷ ନାଥ ମିଶ୍ର): ରାଜ୍ୟ ଖଣି, ଇସ୍ପାତ, ବାଣିଜ୍ୟ ଓ ପରିବହନ ମନ୍ତ୍ରୀ ବିଭୂତି ଭୂଷଣ ଜେନା  ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ମୌଳାଭଞ୍ଜା ଗ୍ରାମ...

ରାଜ୍ୟ ଭାଜପାର ୪ ସାଧାରଣ ସମ୍ପାଦକଙ୍କୁ ନେଇ ବସିଲା ବଡ଼ ବୈଠକ: ଆସିପାରେ…

ଭୁବନେଶ୍ୱର,୨୯।୧୨: ଭାଜପା ରାଜ୍ୟ କାର୍ଯ୍ୟାଳୟରେ ସାଙ୍ଗଠନିକ ସ୍ଥିତିକୁ ନେଇ ଗୁରୁତ୍ୱପୂର୍ଣ୍ଣ ବୈଠକ ବସିଛି। ରାଜ୍ୟ ଭାଜପାର ୪ ସାଧାରଣ ସମ୍ପାଦକଙ୍କୁ ନେଇ ଏହି ବୈଠକ ବସିଛି।...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri