Posted inଖେଳ

୨୧ ରନରେ ହାରିଲା ଭାରତ

ରାଞ୍ଚି,୨୮।୧: ଭାରତ ବିପକ୍ଷ ପ୍ରଥମ ଟି୨୦ ମ୍ୟାଚକୁ ୨୧ ରନ୍‌ରେ ଜିତି ନେଇଛି ନ୍ୟୁଜିଲାଣ୍ଡ। ଡାରିଲ ମିଚେଲ ଓ ଡେଭନ କନଓ୍ବେଙ୍କ ଅର୍ଦ୍ଧଶତକ ବଳରେ ନ୍ୟୁଜିଲାଣ୍ଡ ପ୍ରଥମେ ବ୍ୟାଟିଂ କରି ୨୦ ଓଭରରେ ୭ ଉଇକେଟରେ ୧୭୬ ରନ କରିଥିଲା। ଜବାବରେ ଭାରତ ୨୦ ଓଭରରେ ୯ ଉଇକେଟ ହରାଇ ୧୫୫ ରନ୍‌ କରିଥିଲା। ରାଞ୍ଚିର ଜେଏସ୍‌ସିଏ ଷ୍ଟାଡିୟମରେ ଖେଳାଯାଇଥିବା ମ୍ୟାଚରେ ଭାରତ ଟସ୍‌ ଜିତି ପ୍ରଥମେ ବୋଲିଂ କରିଥିଲା। ନ୍ୟୁଜିଲାଣ୍ଡ ପକ୍ଷରୁ ଡେଭନ୍‌ କନଓ୍ବେ(୫୨) ଓ ଫିନ୍‌ ଆଲେନ୍‌(୩୫) ପ୍ରଥମ ଉଇକେଟରେ ୪୩ ରନ ଯୋଡିଥିଲେ। ଓ୍ବାଶିଂଟନ୍‌ ସୁନ୍ଦର ମାତ୍ର ୪ ବଲ୍‌ ବ୍ୟବଧାନରେ ଫିନ୍‌ ଆଲେନ୍‌ ଓ ମାର୍କ ଚାପମ୍ୟାନ(୦)ଙ୍କୁ ଆଉଟ କରିଥିଲେ। ଗ୍ଲେନ୍‌ ଫିଲିପ୍ସ(୧୭) ଧୀମା ବ୍ୟାଟିଂ କରିବାରୁ ଭାରତ ମ୍ୟାଚକୁ ପ୍ରତ୍ୟାବର୍ତ୍ତନ କରିଥିଲା। ନ୍ୟୁଜିଲାଣ୍ଡ ପକ୍ଷରୁ ଡାରିଲ ମିଚେଲ୍‌ ୩୦ ବଲରୁ ୫୯ ରନ୍‌ କରିବାରୁ ଦଳ ୧୭୬ ରନ ସ୍କୋର କରିଥିଲା। ମିଚେଲଙ୍କ ଇନିଂସରେ ୩ ଚୌକା ଓ ୫ ଛକା ସାମିଲ ଥିଲା। ୧୯ ଓଭର ସୁଦ୍ଧା ନ୍ୟୁଜିଲାଣ୍ଡ ୧୪୯ ରନ୍‌ କରିଥବା ବେଳେ ୨୦ ତମ ଓଭରରେ ୨୭ ରନ୍‌ ଦେଇଥିଲେ ଅର୍ଶଦୀପ ସିଂ। ଭାରତ ପକ୍ଷରୁ ଓ୍ବାଶିଂଟନ୍‌ ସୁନ୍ଦର ୨ ଓ କୁଲଦୀପ ଯାଦବ, ଶିବମ ମାଭି ଓ ଅର୍ଶଦୀପ ସିଂ ଗୋଟିଏ ଲେଖାଏ ଉଇକେଟ ନେଇଥିଲେ।
୧୭୭ ରନ୍‌ର ପିଛା କରୁଥିବା ଭାରତର ଆରମ୍ଭ ଅତ୍ୟନ୍ତ ଖରାପ ରହିଥିଲା। ୩ ଟପ୍‌ ଅର୍ଡର ବ୍ୟାଟର ଶୁବମାନ ଗିଲ(୭), ଲୋକାଲ ବୟ ଇଶାନ କିଶନ(୪) ଓ ରାହୁଲ ତ୍ରିପାଠୀ(୦) ଦଳୀୟ ସ୍କୋର ୧୫ ମଧ୍ୟରେ ପ୍ୟାଭିଲିୟନ ଫେରିଥିଲେ। ସୂର୍ଯ୍ୟକୁମାର ଯାଦବ(୪୭) ଓ ହାର୍ଦ୍ଦିକ ପାଣ୍ଡ୍ୟା(୨୧)ଙ୍କ ମଧ୍ୟରେ ୬୮ ରନ୍‌ର ଭାଗୀଦାରି ହୋଇଥିଲା। ମାତ୍ର ୬ ରନ୍‌ ମଧ୍ୟରେ ଉଭୟ ପ୍ୟାଭିଲିୟନ ଫେରିବା ପରେ ନ୍ୟୁଜିଲାଣ୍ଡ ଡ୍ରାଇଭର ସିଟରେ ରହିଥିଲା।ଶେଷ ଆଡକୁ ଓ୍ବାଶିଂଟନ୍‌ ସୁନ୍ଦର(୫୦) କିଛି ଆକର୍ଷଣୀୟ ଶଟ୍‌ ଖେଳିଥିଲେ। ନ୍ୟୁଜିଲାଣ୍ଡ ପକ୍ଷରୁ ମାଇକେଲ ବ୍ରେସଓ୍ବେଲ ଓ ମିଚେଲ ସାଣ୍ଟନର ଦୁଇଟି ଲେଖାଏ ଉଇକେଟ ନେଇଥିଲେ।
ସଂକ୍ଷିପ୍ତ ସ୍କୋର
ନ୍ୟୁଜିଲାଣ୍ଡ: ୨୦ ଓଭରରେ ୧୭୬/୬ (ଡାରିଲ ମିଚେଲ-୫୯*, ଡେଭନ୍‌ କନଓ୍ବେ-୫୨, ଫିନ୍‌ ଆଲେନ୍‌-୩୫, ଓ୍ବାଶିଂଟନ୍‌ ସୁନ୍ଦର-୨/୨୨, ଶିବମ ମାଭି-୧/୧୯, କୁଲଦୀପ ଯାଦବ-୧/୨୦)।
ଭାରତ: ୨୦ ଓଭରରେ ୧୫୫/୯ (ଓ୍ବାଶିଂଟନ୍‌ ସୁନ୍ଦର-୫୦, ସୂର୍ଯ୍ୟକୁମାର ଯାଦବ-୪୭, ହାର୍ଦ୍ଦିକ ପାଣ୍ଡ୍ୟା-୨୧, ମିଚେଲ ସାଣ୍ଟନର-୨/୧୧, ମାଇକେଲ ବ୍ରେସଓ୍ବେଲ-୨/୩୧, ଲୋକି ଫର୍ଗୁସନ୍‌-୨/୩୩)।


Enter your email to get our daily news in your inbox.

All Right Reserved By Dharitri.Com

ପାକିସ୍ତାନରେ ହେବ ଲକ୍‌ଡାଉନ୍‌

ଇସ୍‌ଲାମାବାଦ,୨୯ା୩: ମଧ୍ୟପ୍ରାଚ୍ୟ ଯୁଦ୍ଧ ଯୋଗୁ ପାକିସ୍ତାନରେ ଇନ୍ଧନ ସଙ୍କଟ ଗୁରୁତର ହୋଇପଡିଛି। ଦେଶରେ ଶକ୍ତି ଏବଂ ଇନ୍ଧନ ବ୍ୟବହାର କମାଇବା ଉଦ୍ୟମ ସ୍ବରୂପ ପାକ୍‌ ସରକାର ପ୍ରତି…

ଭିମ୍‌ସାରରେ ପିଜି ଛାତ୍ରୀଙ୍କ ଆତ୍ମହତ୍ୟା ଉଦ୍ୟମ, ନିର୍ଯାତନା ଅଭିଯୋଗ ନେଇ ଚର୍ଚ୍ଚା

ସମ୍ବଲପୁର,୨୯ା୩(ପ୍ରମୋଦ ବହିଦାର): ସମ୍ବଲପୁର ଜିଲା ବୁର୍ଲାସ୍ଥିତ ବୀର ସୁରେନ୍ଦ୍ର ସାଏ ଆୟୁର୍ବିଜ୍ଞାନ ଓ ଗବେଷଣା ପ୍ରତିଷ୍ଠାନ(ଭିମ୍‌ସାର)ର ଜଣେ ପିଜି ଛାତ୍ରୀ ଆତ୍ମହତ୍ୟା ଉଦ୍ୟମ କରି ଗୁରୁତର ହୋଇଛନ୍ତି।…

ଇସ୍ରାଏଲ ଉପରେ ବଡ଼ ଆକ୍ରମଣ କଲା ଇରାନ; କେମିକାଲ୍ ଲିକ୍ ନେଇ ଚେତାବନୀ, ଝରକା ବନ୍ଦ ରଖିବାକୁ…

ନୂଆଦିଲ୍ଲୀ,୨୯।୩: ଇରାନ ଇସ୍ରାଏଲର ଏକ ପ୍ରମୁଖ ରାସାୟନିକ କେନ୍ଦ୍ର ଉପରେ ବାଲିଷ୍ଟିକ୍ ମିଶାଇଲ୍ ହମଲା କରିଛି । ଏହା ଫଳରେ ସେହି ସ୍ଥାନରେ ଏକ ବଡ଼ ଅଗ୍ନିକାଣ୍ଡ ଘଟିଛି…

 ଓହରିଯାଉଥିବା ବିଦେଶୀ ଖେଳାଳିଙ୍କୁ କଠୋର ଦଣ୍ଡ ଦେବାକୁ ଦାବି କଲେ ଗାଭାସ୍କର

ନୂଆଦିଲ୍ଲୀ,୨୯ା୩: କିମ୍ବଦନ୍ତୀ ଭାରତୀୟ କ୍ରିକେଟର ସୁନୀଲ ଗାଭାସ୍କର ଆଇପିଏଲ୍‌ରୁ ଅନ୍ତିମ ସମୟରେ ଓହରିଯାଉଥିବା ବିଦେଶୀ ଖେଳାଳିଙ୍କ ପାଇଁ କଠୋର ଦଣ୍ଡ ଲାଗି ଦାବି କରିଛନ୍ତି। ଏଥିସହିତ ବର୍ତ୍ତମାନ…

ଅଭିଯୋଗର ୧୨ ଘଣ୍ଟା ମଧ୍ୟରେ ନିଖୋଜ ନାବାଳିକାଙ୍କୁ ଖୋଜିଲା ପାଟପୁର ପୋଲିସ, ଗାଁରୁ….

ଦିଗପହଣ୍ଡି,୨୯।୩(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ଅଧିନ ଏକ ଗାଁରୁ ଆକସ୍ମିକ ଭାବେ ନିଖୋଜ ହୋଇଯାଇଥିବା ଜଣେ ୧୭ ବର୍ଷୀୟା ନାବାଳିକାଙ୍କୁ ଉଦ୍ଧାର କଲା…

ଆମେରିକାକୁ ଧମକ ଦେଲା ତେହେରାନ, ‘ସାର୍କର ଖାଦ୍ୟ ହେବେ…..’

ନୂଆଦିଲ୍ଲୀ,୨୯।୩: ମଧ୍ୟପ୍ରାଚ୍ୟରେ ଚାଲିଥିବା ସଂଘର୍ଷର ଅନ୍ତ ପାଇଁ ପ୍ରୟାସ ଚାଲିଥିବା ବେଳେ ଉଭୟ ପକ୍ଷ ପରସ୍ପର ଉପରେ ନିରନ୍ତର ଆକ୍ରମଣ ଜାରି ରଖିଛନ୍ତି । ଆମେରିକାର ସ୍ଥଳ…

ଗାଧୋଇବାକୁ ଯାଇ ମହାନଦୀରେ ବୁଡ଼ିଗଲେ ନାବାଳକ

ବାଙ୍କୀ,୨୯।୩(ଶୁଭେନ୍ଦୁ ମହାପାତ୍ର): ବାଙ୍କୀ ବୈଦେସ୍ବର ଥାନା ଅଧୀନ ମହାନଦୀରେ ଗାଧୋଉଥିବା ବେଳେ ପାଣିରେ ବୁଡି ଜଣେ ନାବାଳକଙ୍କ ମୃତ୍ୟୁ ଘଟିଛି। ସେ ହେଲେ ଶୁଭମ୍‌ କୁମାର ରାଉତ(୧୫)।…

ବରଗଡ଼ରେ ଟମାଟୋର ଅଭାବୀ ବିକ୍ରି, ମିଳୁନି ମୂଲ

ବରଗଡ଼,୨୯।୩(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲାରେ ଧାନ ଭଳି ବିଭିନ୍ନ ପନିପରିବାରେ ମଧ୍ୟ ଅଭାବୀ ବିକ୍ରି ସ୍ଥିତି ଉପୁଜିଛି । ଫଳରେ ଚାଷୀଙ୍କୁ କ୍ଷତି ସହିବାକୁ ପଡୁଛି ।…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri