Posted inଖେଳ

ଚାଇନାଠୁ ଭାରତ ପୁଣି ହାରିଲା

ରାଉରକେଲା,୧୩।୨(ଦିନେଶ ମିଶ୍ର): ରାଉରକେଲା ବିର୍ସା ମୁଣ୍ଡା ଅନ୍ତର୍ଜାତୀୟ ହକି ଷ୍ଟାଡିୟମରେ ସୋମବାର ମହିଳା ହକି ପ୍ରୋ ଲିଗ୍‌ର ଦ୍ୱିତୀୟ ମ୍ୟାଚ୍‌ ଭାରତ ଓ ଚାଇନା ମଧ୍ୟରେ ଖେଳାଯାଇଥିଲା। ଏଥିରେ ଭାରତକୁ ଚାଇନା ମହିଳା ହକି ଦଳ ୨-୧ ଗୋଲରେ ପରାସ୍ତ କରଛି। ଭୁବନେଶ୍ୱରର କଳିଙ୍ଗ ଷ୍ଟାଡିୟମରେ ଅନୁଷ୍ଠିତ ପ୍ରଥମ ଚରଣ ମ୍ୟାଚରେ ମଧ୍ୟ ଭାରତ ସମାନ ବ୍ୟବଧାନରେ ଚାଇନାଠାରୁ ପରାସ୍ତ ହୋଇଥିଲା। ପୂର୍ବ ପରାଜୟରୁ ଶିକ୍ଷାଲାଭ କରି ନ ପାରିବା ଭାରତ ପାଇଁ ଏଠାରେ ମହଙ୍ଗା ପଡ଼ିଥିଲା। ପେନାଲ୍ଟି କର୍ନରକୁ ଗୋଲରେ ପରିଣତ କରି ନ ପାରିବା ମଧ୍ୟ ଦଳକୁ କ୍ଷତି ପହଞ୍ଚାଇବାରେ ଲାଗିଛି। ଭାରତ ଦଳ ଖେଳ ଆରମ୍ଭରୁ ଆକ୍ରମକ ଖେଳ ପ୍ରଦର୍ଶନ କରି ପ୍ରଥମ କ୍ୱାର୍ଟରର ୭ ମିନିଟ୍‌ରେ ଫରଓ୍ବାର୍ଡ ସଙ୍ଗୀତା କୁମାରୀଙ୍କ ଗୋଲ ବଳରେ ଅଗ୍ରଣୀ ହାସଲ କରିଥିଲା। ପରେ ଭାରତ ଦଳକୁ ୫ଟି ପେନାଲ୍‌ଟି କର୍ଣ୍ଣର ମିଳିଥିଲେ ମଧ୍ୟ ଦଳ ଗୋଟିଏ ହେଲେ ଗୋଲରେ ପରିବର୍ତ୍ତନ କରିପାରି ନ ଥିଲା। ଚାଇନା ଦଳ ସଫଳ ପ୍ରତ୍ୟାବର୍ତ୍ତନ କରି ଭାରତ ଉପରେ ଚାପ ପକାଇ ଖେଳର ପ୍ରଥମ କ୍ୱାର୍ଟରର ୧୪ ମିନିଟ୍‌ ଓ ଶେଷ କ୍ୱାର୍ଟରର ୫୩ ମିନିଟ୍‌ରେ ଗୁ ବିଙ୍ଗ୍‌ଫେଙ୍ଗ୍‌ ୨ଟି ଗୋଲ ମାରି ଦଳକୁ ବିଜୟୀ କରାଇଥିଲେ। ଚାଇନା ଦଳକୁ ୪ଟି ପେନାଲ୍‌ଟି କର୍ଣ୍ଣର ମିଳିଥିବାବେଳେ ଦଳ ସେଥିରୁ ଗୋଟିଏ ପେନାଲଟି ଷ୍ଟ୍ରୋକରେ ଗୋଲ କରିପାରିଥିଲା। ଚାଇନା ପକ୍ଷରୁ ଫରଓ୍ବାର୍ଡ ଖେଳାଳି ଗୁ ବିଙ୍ଗପେଙ୍ଗଙ୍କୁ ପ୍ଲେୟର ଅଫ୍‌ ଦି ମ୍ୟାଚ୍‌ ପୁରସ୍କାର ପ୍ରଦାନ କରାଯାଇଥିଲା। ଚାଇନା ୫ ମ୍ୟାଚରୁ ୪ର୍ଥ ବିଜୟ ସହ ୧୨ ପଏଣ୍ଟ ପାଇ ଟେବୁଲର ଦ୍ୱିତୀୟ ସ୍ଥାନରେ ଅପରିବର୍ତ୍ତିତ ରହିଛି। ଭାରତ ୫ ମ୍ୟାଚରୁ ମାତ୍ର ୧ ବିଜୟ ସହ ୫ମ ସ୍ଥାନରେ ରହିଛି। ଚଳିତ ସିଜନରେ ଅପରାଜେୟ ରହିଥିବା ନେଦରଲାଣ୍ଡ୍ସ ୯ ମ୍ୟାଚରୁ ୯ ବିଜୟ ସହ ୨୭ ପଏଣ୍ଟ ପାଇ ଶୀର୍ଷରେ ନିଜ ସ୍ଥାନକୁ ଦୃଢ଼ କରିଛି।


Enter your email to get our daily news in your inbox.

All Right Reserved By Dharitri.Com

ଯୁଦ୍ଧ ଶେଷ କରିବାକୁ ରାଜି ହେଲେ ଇରାନର ସର୍ବୋଚ୍ଚ ନେତା! କହିଦେଲେ ଏମିତି…ସାରା ବିଶ୍ୱରେ ଚହଳ

ଓ୍ବାଶିଂଟନ୍‌,୨୪।୩: ଆଜି ଆମେରିକା, ଇସ୍ରାଏଲ ଏବଂ ଇରାନ ମଧ୍ୟରେ ଚାଲିଥିବା ଯୁଦ୍ଧର ୨୫ତମ ଦିନ। ଉଭୟ ପକ୍ଷ ଦ୍ରୁତ ଆକ୍ରମଣ ଜାରି ରଖିଥିବାବେଳେ ଯୁଦ୍ଧ ଶେଷ କରିବା…

IPL 2026କୁ ନେଇ କଡ଼ା ନିୟମ: ଖେଳାଳି ତଥା ତାଙ୍କ ପରିବାର ପାଇଁ ନୂଆ ନିୟମ ଆଣିଲା BCCI, ଜାଣନ୍ତୁ…

ନୂଆଦିଲ୍ଲୀ,୨୪।୩: IPL 2026 ଆରମ୍ଭ ହେବା ପୂର୍ବରୁ, BCCI ସମସ୍ତ ୧୦ଟି ଫ୍ରାଞ୍ଚାଇଜ ପାଇଁ ଏକ ନୂଆ ଏବଂ କଠୋର ନିୟମ ଜାରି କରିଛି। ଏହି ନିୟମଗୁଡ଼ିକର…

୧୪.୨ କିଲୋଗ୍ରାମ ବଦଳରେ ମିଳିବ ୧୦ କିଲୋଗ୍ରାମ ଗ୍ୟାସ! ସରକାର ଦେଲେ ବଡ଼ ଅପଡେଟ୍‌

  ନୂଆଦିଲ୍ଲୀ,୨୪।୩: ମଧ୍ୟପ୍ରାଚ୍ୟରେ ଚାଲିଥିବା ସଂଘର୍ଷର ସିଧାସଳଖ ପ୍ରଭାବ ଏବେ ଭାରତର ଶକ୍ତି ସୁରକ୍ଷା ଉପରେ ପଡୁଛି। ଅଶୋଧିତ ତୈଳ ଏବଂ ଏଲପିଜିର ନିରବଚ୍ଛିନ୍ନ ଯୋଗାଣ ବାଧାପ୍ରାପ୍ତ…

ରାତିରେ ଘରକୁ ଫେରିଲେନି ସ୍ବାମୀ, ସକାଳୁ ରକ୍ତାକ୍ତ ମୃତଦେହ….

ଜଗନ୍ନାଥ ପ୍ରସାଦ,୨୪।୩(ବିଭୁ ପ୍ରସାଦ ପଟ୍ଟନାୟକ): ଗଞ୍ଜାମ ଜିଲା ଜଗନ୍ନାଥ ପ୍ରସାଦ ବ୍ଲକ ଚଢିଆ ପଲ୍ଲୀ ପଞ୍ଚାୟତ ଗୁପ୍ତ ପଲ୍ଲୀରେ ଜଣେ ଯୁବକଙ୍କୁ ସଂଘବଦ୍ଧ ଭାବେ ହତ୍ୟା କରାଯାଇଥିବା…

ଷ୍ଟାର୍କଙ୍କୁ ମିଳୁନି ଏନ୍‌ଓସି: ଦଳରେ ଯୋଗଦେବା ନେଇ ବଢ଼ିଲା ଅଡୁଆ

ନୂଆଦିଲ୍ଲୀ,୨୪ା୩: ଦିଲ୍ଲୀ କ୍ୟାପିଟାଲ୍ସ ଦଳକୁ ଏପର୍ଯ୍ୟନ୍ତ ମିଚେଲ ଷ୍ଟାର୍କଙ୍କ ପାଇଁ କ୍ରିକେଟ ଅଷ୍ଟ୍ରେଲିଆ (ସିଏ)ଠାରୁ ନୋ ଅବଜେକଶନ ସାର୍ଟିଫିକେଟ (ଏନ୍‌ଓସି) ମିଳିନାହିଁ। ଏହାସତ୍ତ୍ୱେ ଦଳର ପ୍ରଥମ ମ୍ୟାଚ୍‌…

୭.୬ ତୀବ୍ରତାର ଶକ୍ତିଶାଳୀ ଭୂମିକମ୍ପ: ସୁନାମି ଚେତାବନୀ ଜାରି

ନୂଆଦିଲ୍ଲୀ,୨୪।୩: ଓସେନିଆର ଟୋଙ୍ଗା ଅଞ୍ଚଳ ନିକଟରେ ନିଆଫୁରେ ଏକ ଶକ୍ତିଶାଳୀ ୭.୬ ତୀବ୍ରତାର ଭୂମିକମ୍ପ ଅନୁଭୂତ ହୋଇଛି। ଏପର୍ଯ୍ୟନ୍ତ କୌଣସି କ୍ଷୟକ୍ଷତିର ରିପୋର୍ଟ ମିଳିନାହିଁ। ଆମେରିକାର ଭୂତତ୍ତ୍ୱ…

ତଣ୍ଟି କାଟି ଯୁବକଙ୍କୁ ନିର୍ମମ ହତ୍ୟା, ରକ୍ତ ଜୁଡ଼ୁବୁଡ଼ୁ ଅବସ୍ଥାରେ ରାସ୍ତା ଉପରେ ଯୁବକ…

ବାଲେଶ୍ଵର, ୨୪/୩( ବାଞ୍ଛାନିଧି ଦେ): ବାଲେଶ୍ଵର ସହଦେବଖୁଣ୍ଟା ଥାନା ଅନ୍ତର୍ଗତ ରେଲୱେ ଷ୍ଟେସନ ନିକଟ ସାଇ ମନ୍ଦିର ଗଳି ନିକଟରେ ଜଣେ ଯୁବକକୁ ତଣ୍ଟି କାଟି ନିର୍ମମ…

ପୁଅର ବର୍ବରକାଣ୍ଡ: ବାପାଙ୍କୁ ବାଡେଇ ବାହାରୁ ତାଲାଦେଇ ଘର ଭାଙ୍ଗିଲେ ପୁଅ

ଖଇରା,୨୪।୩(ଉତ୍କଳ ବନ୍ଧୁ ପଣ୍ଡା ): ବାଲେଶ୍ବର ଜିଲା ଖଇରା ଥାନା ଝିଙ୍କିରିଆ ପଞ୍ଚାୟତ ଅଧୀନ ମୁସ୍ତଫାବାଦ ଗ୍ରାମରେ ପୁଅର ଆକ୍ରମଣରେ ବାପା ଲହୁଲୁହାଣ ହେବା ପରେ ବାପାର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri