Posted inଖେଳ

ପୁଣି ବାଂଲାଦେଶଠାରୁ ହାରିଲା ଭାରତ

ଢାକା,୭।୧୨: ଦ୍ୱିତୀୟ ଦିନିକିଆରେ ବାଂଲାଦେଶ ଭାରତକୁ ପାଞ୍ଚ ରନ୍‌ରେ ପରାସ୍ତ କରିଛି। ଏହି ବିଜୟ ସହ ବାଂଲାଦେଶ ସିରିଜ୍‌ ବିଜୟ ହାସଲ କରିଛି। ଢାକାସ୍ଥିତ ଶେର-ଇ-ବଙ୍ଗଳା ଷ୍ଟାଡିୟମରେ ଖେଳାଯାଇଥିବା ମ୍ୟାଚରେ ଟସ ହାରି ପ୍ରଥମେ ବ୍ୟାଟିଂ କରିଥିବା ବାଂଲାଦେଶ ୫୦ ଓଭରରେ ୭ ଉଇକେଟ୍‌ ହରାଇ ୨୭୧ ରନ୍‌ କରିଥିଲା। ମେହେଦି ହାସନ ମିରାଜ ୮୩ ବଲରେ ୧୦୦ ରନର ଅପରାଜିତ ଇନିଂସ ଖେଳିଥିଲେ। ଏହା ବ୍ୟତୀତ ମହମୁଦୁଲ୍ଲା ୭୭ ରନ ସଂଗ୍ରହ କରିଥିଲେ। ଏହାର ଜବାବରେ ଭାରତୀୟ ଦଳ ନଅ ଉଇକେଟ ହରାଇ ୫୦ ଓଭରରେ ୨୬୬ ରନ ସ୍କୋର କରିପାରିଥିଲା। ଏହି ମ୍ୟାଚ ଆରମ୍ଭରେ ରୋହିତ ଶର୍ମା ଆହତ ହୋଇଥିଲେ। ଫିଲ୍ଡିଂ ବେଳେ ତାଙ୍କ ବାମ ଆଙ୍ଗୁଠିରେ ଗଭୀର ଆଘାତ ଲାଗିଥିଲା। ଏହା ପରେ ରୋହିତଙ୍କୁ ମଧ୍ୟ ଡାକ୍ତରଖାନା ନିଆଯାଇଥିଲା। ପରେ ସେ ପଡିଆକୁ ଫେରିଥିଲେ, କିନ୍ତୁ ତାଙ୍କ ବାମ ଆଙ୍ଗୁଠିକୁ ବ୍ୟାଣ୍ଡେଜ କରାଯାଇଥିଲା। ଏଭଳି ପରିସ୍ଥିତିରେ ସେ ଫିଲ୍ଡିଂ ପାଇଁ ଓହ୍ଲାଇ ନ ଥିଲେ। ରୋହିତ ନଅ ନମ୍ବରରେ ବ୍ୟାଟିଂ କରିବାକୁ ଆସିଥିଲେ। ଆହତ ଆଙ୍ଗୁଠି ପରେ ମଧ୍ୟ ରୋହିତ ତିନୋଟି ଚୌକା ଓ ପାଞ୍ଚ ଛକା ସହାୟତାରେ ୨୮ଟି ବଲରେ ଅପରାଜିତ ୫୧ ରନ କରି କରିଥିଲେ। ଶେଷ ଓଭରରେ ଭାରତକୁ ୨୦ ରନ ଆବଶ୍ୟକ ଥିଲା। ବଲଟି ମୁସ୍ତାଫିଜୁର ରହମାନଙ୍କ ହାତରେ ଥିଲା ଏବଂ ରୋହିତ ଷ୍ଟ୍ରାଇକରେ ଥିଲେ।
ପ୍ରଥମ ବଲରେ କୌଣସି ରନ ସ୍କୋର ହୋଇ ନ ଥିଲା। ଦ୍ୱିତୀୟ ଏବଂ ତୃତୀୟ ବଲରେ ରୋହିତ ଲଗାତାର ଦୁଇଟି ଚୌକା ମାରିଥିଲେ। ଏହା ପରେ ଚତୁର୍ଥ ବଲରେ କୌଣସି ରନ ସ୍କୋର କରାଯାଇ ନ ଥିଲା। ଜିତିବା ପାଇଁ ଭାରତ ଶେଷ ଦୁଇଟି ବଲରୁ ୧୨ ରନ ଆବଶ୍ୟକ କରିଥିଲା। ରୋହିତ ପଞ୍ଚମ ବଲରେ ଛକା ମାରିଥିଲେ। ମୁସ୍ତାଫିଜୁର ଶେଷ ବଲରେ ଏକ ୟର୍କର ବଲ ବୋଲିଂ କରିଥିଲେ ଏବଂ କୌଣସି ରନ ସ୍କୋର କରାଯାଇ ନ ଥିଲା। ଏହିପରି ଭାବେ ବାଂଲାଦେଶ ଜିତିଥିଲା। ମ୍ୟାଚର ଟର୍ନିଂ ପଏଣ୍ଟ ୪୮ ତମ ଓଭରରେ ଥିଲା, ଯେଉଁଥିରେ ମହମ୍ମଦ ସିରାଜ ଷ୍ଟ୍ରାଇକ ନେଇଥିଲେ। ରହମାନଙ୍କ ଏହି ଓଭରରେ କୌଣସି ରନ ସ୍କୋର କରାଯାଇ ନ ଥିଲା।
ତିନି ମ୍ୟାଚ ବିଶିଷ୍ଟ ଦିନିକିଆ ସିରିଜରେ ବାଂଲାଦେଶ ମଧ୍ୟ ୨-୦ ଅଗ୍ରଣୀ ହାସଲ କରିଛି। ୨୦୧୫ ପରଠାରୁ ବାଂଲାଦେଶ ପ୍ରଥମ ଥର ପାଇଁ ଭାରତ ବିପକ୍ଷରେ ଏକ ଦିନିକିଆ ସିରିଜ ଜିତିଛି।


Enter your email to get our daily news in your inbox.

All Right Reserved By Dharitri.Com

ପୁଣି ଟ୍ରେନ୍‌ ଟିକେଟ ବୁକିଂ ନିୟମ ବଦଳାଇଲା IRCTC, ଯାତ୍ରା କରିବାକୁ ଥିଲେ ଜାଣି ନିଅନ୍ତୁ…

ନୂଆଦିଲ୍ଲୀ,୩୦।୧୨: ଭାରତୀୟ ରେଳବାଇ ଆଧାର-ଯାଞ୍ଚ ହୋଇଥିବା IRCTC ଆକାଉଣ୍ଟ୍ ଧାରୀମାନଙ୍କ ପାଇଁ ବଡ଼ ରାହତ ଘୋଷଣା କରିଛି। ଆଡ଼ଭାନ୍ସ ରିଜର୍ଭେସନ୍ ପିରିଅଡ୍ (ARP)ର ପ୍ରଥମ ଦିନରେ...

ବିଶ୍ୱର ୪ର୍ଥ ବୃହତ୍ ଅର୍ଥନୀତି ପାଲଟିଲା ଭାରତ; ୨୦୩୦ ସୁଦ୍ଧା ଜର୍ମାନୀକୁ ଟପିବା ଲକ୍ଷ୍ୟ

ନୂଆଦିଲ୍ଲୀ,୩୦।୧୨: ବିଶ୍ୱ ଅର୍ଥନୀତି ମାନଚିତ୍ରରେ ଭାରତର ଦବଦବା ଜାରି ରହିଛି। ଜାପାନକୁ ଟପି ଭାରତ ଏବେ ବିଶ୍ୱର ଚତୁର୍ଥ ବୃହତ୍ତମ ଅର୍ଥନୈତିକ ଶକ୍ତି ଭାବେ ଉଭା...

ଆର୍‌ସିବିକୁ ବଡ଼ ଝଟ୍‌କା, ଏହି କାରଣରୁ ଖେଳିବେ ନାହିଁ…

ନୂଆଦିଲ୍ଲୀ, ୩୦।୧୨: ମହିଳା ପ୍ରିମିଅର୍ ଲିଗ୍ (WPL) ୨୦୨୬ ଆରମ୍ଭ ହେବାକୁ ମାତ୍ର କିଛି ଦିନ ବାକି ଥିବାବେଳେ ରୟାଲ୍ ଚ୍ୟାଲେଞ୍ଜର୍ସ ବେଙ୍ଗଲୁରୁ (RCB) ଟିମ୍‌କୁ...

UAE ର ଦୁଇ ଜାହାଜ ଉପରେ ଏୟାରଷ୍ଟ୍ରାଇକ୍ କଲା ସାଉଦି ଆରବ, ଦେଲା ୨୪ ଘଣ୍ଟା ଅଲ୍ଟିମେଟମ୍

ନୂଆଦିଲ୍ଲୀ,୩୦।୧୨: ଇସ୍ରାଏଲ-ହମାସ ଯୁଦ୍ଧ ମଧ୍ୟରେ ପଶ୍ଚିମ ଏସିଆର ଦୁଇ ଶକ୍ତିଶାଳୀ ଦେଶ ସାଉଦି ଆରବ ଏବଂ ୟୁନାଇଟେଡ ଆରବ ଏମିରେଟ୍ସ (UAE) ମଧ୍ୟରେ ତିକ୍ତତା ଚରମ...

ଟିମ୍‌ ଇଣ୍ଡିଆକୁ ଫେରିପାରନ୍ତି ମହମ୍ମଦ ସାମି: ବିଶ୍ୱକପ୍ ପୂର୍ବରୁ ବଦଳିପାରେ ଚୟନକର୍ତ୍ତାଙ୍କ ନିଷ୍ପତି

ମୁମ୍ବାଇ,୩୦।୧୨: ଅଭିଜ୍ଞ ଦ୍ରୁତ ବୋଲର ମହମ୍ମଦ ସାମିଙ୍କୁ ନେଇ ବିସିସିଆଇ ଚୟନକର୍ତ୍ତା ଏକ ବଡ଼ ନିଷ୍ପତ୍ତି ନେବାକୁ ଯାଉଛନ୍ତି। ଫିଟ୍‌ନେସ୍‌ ଏବଂ ବୟସକୁ ନେଇ ଚାଲିଥିବା...

ଦେଶର GDP’କୁ ଅତିକ୍ରମ କଲା ଭାରତୀୟ ପରିବାର ପାଖରେ ଥିବା ସୁନା ମୂଲ୍ୟ

ନୂଆଦିଲ୍ଲୀ,୩୦।୧୨: ଭାରତୀୟ ପରିବାରଗୁଡ଼ିକ ପାଇଁ ସୁନା କେବଳ ଏକ ଅଳଙ୍କାର ନୁହେଁ, ବରଂ ଏହା ଭାବପ୍ରବଣତା ଏବଂ ଆର୍ଥିକ ସୁରକ୍ଷାର ଏକ ପ୍ରତୀକ। ବିଶ୍ୱ ବଜାରରେ...

ମୁଜାଗଡ଼ କ୍ରିକେଟ୍ ଟୁର୍ଣ୍ଣାମେଣ୍ଟ, ସାନକୋଦଣ୍ଡାକୁ ହରାଇ ବୋଇରାଣୀ ଚାମ୍ପିୟନ

ଭଞ୍ଜନଗର,୩୦।୧୨(ବାବୁଲା ପ୍ରଧାନ)-ଗଞ୍ଜାମ ଜିଲା ଭଞ୍ଜନଗର ବ୍ଲକ ମୁଜାଗଡ଼ରେ ଆଜକୁ ଏକ ସପ୍ତାହ ଧରି ଚାଲିଥିବା ମୁଜାଗଡ କ୍ରିକେଟ୍ ଟୁର୍ଣ୍ଣାମେଣ୍ଟର ଫାଇନାଲ ମ୍ୟାଚ୍ ମଙ୍ଗଳବାର ସାନକୋଦଣ୍ଡା ଓ...

ଆଇସିସି ମହିଳା ର଼୍ୟାଙ୍କିଙ୍ଗରେ ଦୀପ୍ତି ନମ୍ବର ଓ୍ବାନ୍‌

ଦୁବାଇ, ୩୦ା୧୨: ଆଇସିସି ଅନ୍ତର୍ଜାତୀୟ ଟି୨୦ ପ୍ଲେୟର୍ସ ର଼୍ୟାଙ୍କିଙ୍ଗ ତାଲିକାରେ ଭାରତର ବିସ୍ଫୋରକ ଓପନର ଶେଫାଳୀ ବର୍ମା ୬ଷ୍ଠ ସ୍ଥାନକୁ ଉନ୍ନୀତ ହୋଇଛନ୍ତି। ଏହି ୨୧...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri