Posted inଖେଳ

ଶତକୀୟ ଭାଗୀଦାରି ପରେ ଭାରତକୁ ୪ ଝଟ୍‌କା

ଜୋହାନ୍ସବର୍ଗ,୫।୧: ଦକ୍ଷିଣ ଆଫ୍ରିକା ବିପକ୍ଷ ଚଳିତ ନ୍ୟୁ ଇୟର ଟେଷ୍ଟରେ ଅଜିଙ୍କ୍ୟ ରାହାନେ ଓ ଚେତେଶ୍ୱର ପୂଜାରାଙ୍କ ମଧ୍ୟରେ ଶତକୀୟ ଭାଗୀଦାରି ପରେ ଲଗାତାର ୩ ଉଇକେଟ ହରାଇଛି ଟିମ୍‌ ଇଣ୍ଡିଆ। ଫଳରେ ପ୍ରଥମ ଇନିଂସରେ ୨୭ ରନ୍‌ରେ ପଛୁଆ ଥିବା ଟିମ୍‌ ଇଣ୍ଡିଆ ୬ ଉଇକେଟ ହରାଇ ଏପର୍ଯ୍ୟନ୍ତ ୧୮୮ ରନ୍‌ କରିଛି। ଏବେ ହନୁମା ବିହାରୀ ୬ ଓ ଶାର୍ଦ୍ଦୁଳ ଠାକୁର ୪ ରନ୍‌ କରି କ୍ରିଜରେ ଅଛନ୍ତି। ପୂର୍ବରୁ ପ୍ରଥମ ଇନିଂସରେ ଭାରତ ୨୦୨ ରନ୍‌ କରିଥିବା ବେଳେ ଠାକୁରଙ୍କ ଚମତ୍କାର ବୋଲିଂ ପ୍ରଦର୍ଶନ କାରଣରୁ ଘରୋଇ ଦକ୍ଷିଣ ଆଫ୍ରିକା ୨୨୯ ରନ୍‌ରେ ଅଲଆଉଟ୍‌ ହୋଇଯାଇଥିଲା।

ପରବର୍ତ୍ତୀ ମ୍ୟାଚ୍‌ ଲାଗି ଦଳରେ ସ୍ଥାନ ସୁରକ୍ଷିତ ରଖିବା ପାଇଁ ସଂଘର୍ଷ କରୁଥିବା ଦୁଇ ବରିଷ୍ଠ ବ୍ୟାଟର ବୁଧବାର ଆରମ୍ଭରୁ ଆଟାକିଂ ବ୍ୟାଟିଂ କରିଥିଲେ। ଦୁହେଁ ପ୍ୟାଭେଲିଅନ ଫେରିବା ପୂର୍ବରୁ ଅର୍ଦ୍ଧଶତକ ପୂରଣ କରିଥିଲେ। ରାହାନେ ୫୮ (୮ ଚୌକା ଓ ୧ ଛକା) ଓ ଚେତେଶ୍ୱର ପୂଜାରା ୫୩ (୧୦ ଚୌକା) ରନ୍‌ କରି କ୍ରମାଗତ ଓଭରରେ କାଗିସୋ ରବାଡାଙ୍କ ଦ୍ୱାରା ଆଉଟ୍‌ ହୋଇଥିଲେ। ଦୁହେଁ ୩ୟ ଉଇକେଟ ପାଇଁ ଦଳୀୟ ସ୍କୋରରେ ଯୋଡ଼ିଥିଲେ ୧୧୧ ରନ୍‌। ଉଇକେଟକିପର ବ୍ୟାଟର ରିଷଭ ପନ୍ତ ଖାତା ଖୋଲିବା ପୂର୍ବରୁ ବେପରୁଆ ଶଟ୍‌ ଖେଳି ଉଇକେଟ ହରାଇଥିଲେ। ତାଙ୍କ ଉଇକେଟ ମଧ୍ୟ ପଡ଼ିଥିଲା ରବାଡାଙ୍କ ଭାଗରେ। ଆଟାକିଂ ବ୍ୟାଟିଂ କରୁଥିବା ରବିଚନ୍ଦ୍ରନ ଅଶ୍ୱିନ ୧୬ ରନ୍‌ କରି ଆଉଟ୍‌ ହୋଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଦୁର୍ଘଟଣାରେ ଭାଜପା ନେତାଙ୍କ ପରଲୋକ

ଭଞ୍ଜନଗର,୨୧।୧୨(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ବାର ଆସୋସିଏଶନ ଯୁବ ଆଇନଜୀବୀ ତଥା ଭାଜପା ନେତା ଅରୁଣ ପ୍ରଧାନଙ୍କ ରବିବାର ରାତିରେ ତାରସିଂ ଥାନା ଅନ୍ତର୍ଗତ...

ଆର୍ଥିକ ସଙ୍କଟରେ ପାକିସ୍ତାନ ହକି ଖେଳାଳି

କରାଚୀ, ୨୧ା୧୨: ପାକିସ୍ତାନ ହକି ଖେଳାଳିମାନେ ଆର୍ଥିକ ସମସ୍ୟା ସହିତ ଜଡ଼ିତ ଅଛନ୍ତି। କାରଣ ସେମାନଙ୍କର ଲକ୍ଷ ଲକ୍ଷ ଟଙ୍କା ବକେୟା ପାଉଣା ପଡ଼ି ରହିଛି।...

ଖସଡ଼ା ଜଳପ୍ରପାତକୁ ସଫା କରି ସମାଜକୁ ଦେଲେ ନିଆରା ବାର୍ତ୍ତା, ପର୍ଯ୍ୟଟନସ୍ଥଳୀର ସୁରକ୍ଷା ନିମନ୍ତେ ଅଣ୍ଟା ଭିଡ଼ିଲେ….

ମୋହନା,୨୧/୧୨( ମନ୍ମଥ ମିଶ୍ର ): ନୂଆବର୍ଷ ପାଖେଇ ଆସୁଥିବା ବେଳେ ଦିନକୁ ଦିନ ବଣଭୋଜି ପାଇଁ ବିଭିନ୍ନ ଦର୍ଶନୀୟ ସ୍ଥାନରେ ଜନ ସମାଗମ ଦେଖିବାକୁ ମିଳୁଛି...

ଭଞ୍ଜନଗରରେ ୩ଟି ଦୁର୍ଘଟଣା, ଜଣେ ମୃତ ୨ ଗୁରୁତର

ଭଞ୍ଜନଗର,୨୧/୧୨(ବାବୁଲା ପ୍ରଧାନ)-ଗଞ୍ଜାମ ଜିଲା ଭଞ୍ଜନଗର ଥାନା ଅଞ୍ଚଳରେ ରବିବାର ଅପରାହ୍ନରେ ଦୁଇଟି ଦୁର୍ଘଟଣା ଘଟିଛି। ଏଥିସହ ଶନିବାର ବିଳମ୍ବିତ ରାତିରେ ତାରସିଂ ଥାନା ଅଞ୍ଚଳରେ ଆଉ...

ହ୍ୟୁମାନ ମୃତ୍ୟୁ: ଏତଲାରେ ବୋହୂଙ୍କ ନାଁ, ଆବେଗଭରା ମନ୍ତବ୍ୟ ଦେଇ କହିଲେ ଅର୍ପିତା ଚୌଧୁରୀ….

କଟକ,୨୧ା୧୨: ହ୍ୟୁମାନ ସାଗରଙ୍କ ମୃତ୍ୟୁକୁ ଦିନ ପରେ ଦିନ ଗଡିଯାଉଥିବା ବେଳେ ସସପେନ୍ସ ଉପରୁ ପରଦା ଉଠିପାରୁ ନାହିଁ । ଆଜି ମା ଶେଫାଳି ସୁନା...

ବଡ଼ଦିନ ପୂର୍ବରୁ ଅଘଟଣ, ନାଳକୁ ଲୁଗା ସଫା କରିବାକୁ ଯାଇଥିବା ବେଳେ ସାପ କାମୁଡ଼ାରେ ମହିଳାଙ୍କ ମୃତ୍ୟୁ

ଗଜପତି୨୧/୧୨ (ଗିରିଧାରୀ ପରିଛା): ନଦୀକୁ ଲୁଗାପଟା ସଫା କରିବାକୁ ଯାଇ ସାପ କାମୁଡ଼ାରେ ଜଣେ ମହିଳାଙ୍କ ମୃତ୍ୟୁ ଘଟିଛି । ଆଜି ଏମିତି ଏକ ହୃଦୟ...

ଅଜଣା ଗାଡି ଧକ୍କାରେ ୨ ମୃତ, କ୍ଷତିପୂରଣ ଦାବିରେ ହରଡଖୋଲରେ ଏନଏଚ ଅବରୋଧ

ସୋନପୁର,୨୧/୧୨(ମୃତ୍ୟୁଞ୍ଜୟ ଶତପଥୀ): ସୋନପୁର ଥାନା ଅଧିନସ୍ଥ ୫୭ ନମ୍ବର ଜାତୀୟ ରାଜପଥର ହରଡ଼ଖୋଲ୍ ନିକଟରେ ରବିବାର ସନ୍ଧ୍ୟା ୬ଟାରେ ଏକ ମର୍ମନ୍ତୁଦ ସଡ଼କ ଦୁ୍ର୍ଘଟଣା ଘଟିଛି...

୫୦ ଫୁଟ ତଳକୁ ଖସିଲା ପିକନିକ୍ ବସ୍, ଜଣେ ମୃତ ୪ ଗୁରୁତର

ପାତ୍ରପୁର ୨୧/୧୨(ଉମା ଚରଣ ନେପାକ): ଗଞ୍ଜାମ ଜିଲା ଜରଡା ଥାନା ଅନ୍ତର୍ଗତ ବୁରାତାଲ୍ ପଞ୍ଚାୟତ ସାପୁଆଖତ ଠାରେ ବ୍ରହ୍ମପୁର ଏକ ଘୋରଇ ସ୍କୁଲ୍ ବସ ଦୁର୍ଘଟଣା...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri