Posted inଖେଳ

୨-୧ରେ ସିରିଜ ଜିତିଲା ଭାରତ

ମୀରପୁର, ୧୩ା୭: ୩ ମ୍ୟାଚ୍‌ ବିଶିଷ୍ଟ ଟି୨୦ ସିରିଜ୍‌ର ଅନ୍ତିମ ମ୍ୟାଚ୍‌ରେ ବାଂଲାଦେଶ ବିଜୟୀ ହୋଇଛି। ହେଲେ ପୂର୍ବରୁ ଦୁଇ ମ୍ୟାଚ୍‌ ଜିତିଥିବା ଭାରତ ୨-୧ରେ ସିରିଜକୁ ଜିତି ନେଇଛି। ଗୁରୁବାର ପ୍ରଥମେ ବ୍ୟାଟିଂ କରିଥିବା ଭାରତ ୯ ଉଇକେଟରେ ୧୦୨ ରନ୍‌ କରିଥିବା ବେଳେ ବାଂଲାଦେଶ ୧୮.୩ ଓଭରରେ ୬ ଉଇକେଟ ହରାଇ ୧୦୩ ରନ୍‌ କରି ବିଜୟ ହାସଲ କରିଥିଲା।

ଟସ୍‌ ଜିତି ଭାରତ ପ୍ରଥମେ ବ୍ୟାଟିଂ ନେଇଥିଲା। ଦୁଇ ଓପନର ସ୍ମୃତି ମନ୍ଧାନା(୧) ଓ ଶେଫାଳି ବର୍ମା(୧୧) ରନ୍‌ କରି ପ୍ୟାଭିଲିୟନ ଫେରିଥିଲେ। ତେବେ ଜେମିମା ରୋଡ୍ରିଗୁଏଜ୍‌(୨୮) ଓ ହରମନ୍‌ପ୍ରୀତ୍‌ କୌର୍‌(୪୦)ଙ୍କ ମଧ୍ୟରେ ତୃତୀୟ ଉଇକେଟରେ ୪୫ ରନ୍‌ର ଭାଗୀଦାରି ହୋଇଥିଲା। ୨୬ ବଲ୍‌ରୁ ୪ଚୌକା ସହିତ ୨୮ ରନ୍‌ କରି ଜେମିମା ଆଉଟ ହୋଇଥିଲେ। ୟସ୍ତିକା ଭାଟିଆ କ୍ରିଜକୁ ଆସିବା ସହିତ ହରମନ୍‌ପ୍ରୀତ କୌରଙ୍କ ସହ ୨୬ ରନ୍‌ ଯୋଡିଥିଲେ। ୧୭ ତମ ଓଭରରେ ଦଳୀୟ ସ୍କୋର ୯୧ରେ ହରମନ୍‌ପ୍ରୀତ୍‌ ଆଉଟ ହେବା ପରେ ଭାରତର ରନ୍‌ ଗତି ଧୀମେଇ ଯାଇଥିଲା। ପରବର୍ତ୍ତୀ ୩ ଓଭରରେ ଭାରତ ୧୧ ରନ୍‌ କରିବାରେ ସମର୍ଥ ହୋଇଥିଲା। ବାଂଲାଦେଶ ପକ୍ଷରୁ ରାବେୟା ଖାନ୍‌ ସର୍ବାଧିକ ୩ ଉଇକେଟ ନେଇଥିବା ବେଳେ ସୁଲତାନା ଖାତୁନ ୨, ନାହିଦା ଅଖତର, ଫହିମା ଖାତୁନ ଓ ଶୋରନା ଅଖତର ପ୍ରମୁଖ ଗୋଟିଏ ଲେଖାଏ ଉଇକେଟ ନେବାରେ ସକ୍ଷମ ହୋଇଥିଲେ।

୧୦୩ ରନ୍‌ ଜବାବରେ ବାଂଲାଦେଶର ୧୬ ରନ୍‌ ମଧ୍ୟରେ ଦୁଇ ଉଇକେଟ ହରାଇଥିଲା। ସାଥୀ ରାଣୀ(୧୦) ଓ ଦିଲାରା ଅଖତର(୧) ରନ୍‌ କରି ଆଉଟ ହୋଇଥିଲେ। ତେବେ ଅନ୍ୟତମ ଓପନର ଶମିମା ସୁଲତାନା ଚମତ୍କାର ବ୍ୟାଟିଂ କରି ୪୨ ରନ୍‌ ସ୍କୋର କରିଥିଲେ। ୪୬ ବଲ୍‌ର ଏହି ଇନିଂସରେ ୩ ଚୌକା ସାମିଲ ଥିଲା। ଅଧିନାୟିକା ନିଗାର ସୁଲତାନା ଜ୍ୟୋତି ୧୪ ରନ୍‌ କରିଥିବା ବେଳେ ସୁଲତାନା ଖାତୁନ ୧୨ ରନ୍‌ କରିଥିଲେ। ଭାରତ ପକ୍ଷରୁ ଦେବିକା ବୈଦ୍ୟ ଓ ମିନ୍ନୁ ମଣି ଦୁଇଟି ଲେଖାଏ ଉଇକେଟ ନେଇଥିଲେ। ଶମିମା ସୁଲତାନାଙ୍କୁ ପ୍ଲେୟର ଅଫ୍‌ ଦ ମ୍ୟାଚ୍‌ ଏବଂ ଭାରତୀୟ ଅଧିନାୟିକା ହରମନ୍‌ପ୍ରୀତ୍‌ କୌରଙ୍କୁ ପ୍ଲେୟର୍‌ ଅଫ୍‌ ଦ ସିରିଜ ଘୋଷଣା କରାଯାଇଥିଲା।


Enter your email to get our daily news in your inbox.

All Right Reserved By Dharitri.Com

LPG ପରେ ଆଉ ଏକ ବଡ଼ ସଙ୍କଟ; ୧୦ରୁ ୧୫ ପ୍ରତିଶତ ଯାଏ ବଢିପାରେ ଦର…

ନୂଆଦିଲ୍ଲୀ,୨୭।୩: LPG ସଙ୍କଟ ଭିତରେ ଜନତାଙ୍କୁ ବହୁ ଜଲଦି ଆଉ ଏକ ଝଟକା ଲାଗିବାକୁ ଯାଉଛି । ପଶ୍ଚିମ ଏସିଆରେ ଚାଲୁଥିବା ଏହି ଯୁଦ୍ଧ ଯୋଗ ବର୍ତ୍ତମାନ…

ଚଳନ୍ତା ଟ୍ରେନ୍‌ରୁ ଡେଇଁ ପଡ଼ିଲେ ଯୁବକ, ଆଉ ତା’ପରେ…

ଛତ୍ରପୁର,୨୭ା୩(ଦିଲୀପ ସାମଲ): ଗଞ୍ଜାମ ଜିଲା ଛତ୍ରପୁର ନିକଟରେ ଚଳନ୍ତା ଟ୍ରେନରୁ ଖସିପଡି ଜଣେ ଯୁବକ ଆହତ ହୋଇଛନ୍ତି। ସେ ହେଲେ କେନ୍ଦୁଝର ଜିଲା ଗୁଣ୍ଠପୁର ଅଞ୍ଚଳର ବିକ୍ରମ…

ରାସ୍ତାକଡ଼ ବୁଦା ଭିତରୁ ମିଳିଲା ପୁଳାପୁଳା ସରକାରୀ ଔଷଧ, ଏକ୍ସପାଏରୀ ଡେଟ୍‌ ଥିଲେ ସୁଦ୍ଧା କିଏ ଫିଙ୍ଗିଲା ସେ ନେଇ…

ସୁନ୍ଦରଗଡ଼, ୨୭।୩(ଜୟ ନାରାୟଣ ମେଣ୍ଡୁଳି): ସରକାର ଗରିବ ଲୋକଙ୍କୁ ମାଗଣାରେ ସ୍ବାସ୍ଥ୍ୟସେବା ଓ ଔଷଧ ଯୋଗାଇବା ପାଇଁ କୋଟି କୋଟି ଟଙ୍କା ଖର୍ଚ୍ଚ କରୁଥିବା ବେଳେ, ସୁନ୍ଦରଗଡ଼ରେ…

ବିଦ୍ୟୁତ୍‌ କାଟ୍‌କୁ ନେଇ ବଢୁଛି ଅସନ୍ତୋଷ

ଶେରଗଡ଼,୨୭ା୩(ସୂର୍ଯ୍ୟ ନାରାୟଣ ଦାଶ): ଶେରଗଡ଼ରେ ବିଦ୍ୟୁତ୍‌ ବିଭ୍ରାଟ ଦିନକୁ ଦିନ ବଢ଼ିବାରେ ଲାଗିଛି। ମେଣ୍ଟେନାନ୍ସ ଆଳରେ ଏପରି ବିଦ୍ୟୁତ୍‌ କାଟ କରାଯାଉଥିବା ଅଭିଯୋଗ ହେଉଛି। ଏପରି ଦିନକୁ…

୩ୟ ବିଶ୍ୱଯୁଦ୍ଧର ଭୟଙ୍କର ରୂପ! ଆମେରିକା ସହ ଯୁଦ୍ଧ କରିବେ ୧୨ବର୍ଷର ପିଲା

ତେହରାନ,୨୭।୩: ଇରାନ-ଇସ୍ରାଏଲ ବିବାଦ ମଧ୍ୟରେ, ଯେତେବେଳେ ଆମେରିକା ଗୋଟିଏ ମୋର୍ଚ୍ଚାରେ ଇରାନରେ ତାର ସୈନ୍ୟ ମୁତୟନ କରିବାକୁ ପ୍ରସ୍ତୁତ ହେଉଛି, ଅନ୍ୟପଟେ ଇରାନ ଏବେ ତାର ସୈନ୍ୟବାହିନୀକୁ…

ଏପ୍ରିଲ ୧ରୁ ଆରମ୍ଭ ହେବ ମାରାଗୁଡ଼ା ଲୋକମହୋତ୍ସବ

ନୂଆପଡ଼ା,୨୭ା୩(ମକାରୁ ବେମାଲ): ନୂଆପଡ଼ା ଜିଲାର ଐତିହ୍ୟ, ଲୋକକଳା ଓ ସଂସ୍କୃତିର ମହାପାର୍ବଣ ମାରାଗୁଡ଼ା ଲୋକମହୋତ୍ସବ ଆସନ୍ତା ଏପ୍ରିଲ ୧ରୁ ୫ ତାରିଖ ପର୍ଯ୍ୟନ୍ତ ନୂଆପଡ଼ାର ନ୍ୟାଶନାଲ ମହାବିଦ୍ୟାଳୟ…

ଖେଳାଳିଙ୍କ ଗସ୍ତ ଉପରେ କଟକଣା ଲଗାଇଲା ଇରାନ

ତେହେରାନ,୨୭ା୩: ଇରାନ ଶତ୍ରୁରାଷ୍ଟ୍ର ଭାବେ ବିବେଚନା ଦେଶଗୁଡ଼ିକୁ ଖେଳାଳିଙ୍କ ଗସ୍ତ ଉପରେ କଟକଣା ଜାରି କରିଛି। ସାଉଦି ଆରବରେ ଟ୍ରାକ୍ଟର ଏଫ୍‌ସି ବିପକ୍ଷ ଗେମ୍‌ ପୂର୍ବରୁ ଇରାନ…

ଓଡିଶାର ଶ୍ରେଷ୍ଠ ପୋଲିସ ଥାନା ଘୋଷଣା: ବାଜିମାରିଲା ଏହି ଥାନା

ଛତ୍ରପୁର, ୨୭/୩ (ଦିଲ୍ଲୀପ ସାମଲ): ଭାରତ ସରକାରଙ୍କ ଗୃହ ମନ୍ତ୍ରଣାଳୟ ଦ୍ୱାରା ଗଞ୍ଜାମ ପୋଲିସ ଜିଲାର ବଡ଼ଗଡ଼ ପୋଲିସ ଥାନା ୨୦୨୫ ବର୍ଷ ପାଇଁ ଓଡ଼ିଶାର ଶ୍ରେଷ୍ଠ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri