Posted inଜାତୀୟ

ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କ ବିରୋଧରେ ସୁପ୍ରିମକୋର୍ଟ ଗଲା କେରଳ

ନୂଆଦିଲ୍ଲୀ,୨୪।୩: କେରଳ ବିଧାନସଭାରେ ଗୃହୀତ ୪ ବିଲ୍‌କୁ ମଞ୍ଜୁରୀ ନ ଦେଇ ପକାଇରଖିଥିବାରୁ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କ ବିରୋଧରେ ରାଜ୍ୟ ସରକାର ସୁପ୍ରିମକୋର୍ଟରେ ପିଟିଶନ ଦାଏର କରିଛନ୍ତି। କେରଳର ସିପିଆଇ(ଏମ୍‌) ନେତୃତ୍ୱାଧୀନ ଏଲ୍‌ଡିଏଫ୍‌ ସରକାର ଏହି ମାମଲାରେ କେନ୍ଦ୍ର ସରକାର, ରାଷ୍ଟ୍ରପତିଙ୍କ ସଚିବ, କେରଳ ରାଜ୍ୟପାଳ ଅରିଫ ମହମ୍ମଦ ଖାନ୍‌ ଏବଂ ତାଙ୍କ ଅତିରିକ୍ତ ସଚିବଙ୍କୁ ପକ୍ଷଭୁକ୍ତ କରିଛନ୍ତି। ଆଇନଜୀବୀ ସି.କେ. ଶଶୀଙ୍କ ଜରିଆରେ ଦାଖଲ ହୋଇଥିବା ପିଟିଶନରେ କୁହାଯାଇଛି, କେରଳ ରାଜ୍ୟପାଳ ଖାନ୍‌ ୭ଟି ବିଲ୍‌କୁ ଅଟକାଇ ରଖିଛନ୍ତି। ୭ ବିଲ୍‌ରୁ କୌଣସି ଗୋଟିଏ ବି କେନ୍ଦ୍ର-ରାଜ୍ୟ ସମ୍ପର୍କ ସହ ଜଡ଼ିତ ନୁହେଁ। ରାଜ୍ୟପାଳ ବିଲ୍‌ଗୁଡ଼ିକୁ ୨ ବର୍ଷ ହେଲା ଅଟକାଇ ରଖିଥିବାରୁ ରାଜ୍ୟ ବିଧାନସଭା କାର୍ଯ୍ୟଧାରାକୁ ବିକୃତ କରିଛି ଏବଂ ଏହାର ଉପସ୍ଥିତି ପ୍ରଭାବହୀନ ହୋଇପଡ଼ିଛି। ସେଥିପାଇଁ ରାଜ୍ୟପାଳଙ୍କୁ ବେଆଇନ ଘୋଷଣା କରାଯାଉ ବୋଲି କେରଳ ସରକାର ପିଟିଶନରେ ନିବେଦନ କରିଛନ୍ତି।

ବିଲ୍‌ଗୁଡ଼ିକ ଜନସ୍ବାର୍ଥ ସମ୍ବଳିତ, ଯାହା କାର୍ଯ୍ୟକାରୀ ହୋଇଥିଲେ ଲୋକଙ୍କ ମଙ୍ଗଳ ହୋଇଥାନ୍ତା। ତେବେ ରାଜ୍ୟପାଳ ସେଗୁଡ଼ିକୁ ଚାପିରଖି ଅପ୍ରଭାବୀ କରିଦେଇଛନ୍ତି। ଅନୁଚ୍ଛେଦ ୨୦୦ର ବ୍ୟବସ୍ଥା ଅନୁଯାୟୀ ଉକ୍ତ ବିଲ୍‌ଗୁଡ଼ିକ ଯଥାସମ୍ଭବ ଶୀଘ୍ର ମଞ୍ଜୁରୀ ପାଇବା ଆବଶ୍ୟକ। ୭ ବିଲ୍‌ ମଧ୍ୟରୁ ରାଷ୍ଟ୍ରପତିଙ୍କ ପାଖରେ ୪ଟି ବିଲ୍‌ ପଡ଼ିରହିଥିବା ଗତ ଫେବୃଆରୀ ୨୩ ଏବଂ ୨୯ରେ ସ୍ବରାଷ୍ଟ୍ର ମନ୍ତ୍ରଣାଳୟ ଜଣାଇଥିଲା। ସେହି ବିଲ୍‌ଗୁଡ଼ିକ ହେଲା, ବିଶ୍ୱବିଦ୍ୟାଳୟ ଆଇନ(ସଂଶୋଧନ)(୨ ନମ୍ବର) ବିଲ୍‌, ୨୦୨୧, କେରଳ କୋ-ଅପରେଟିଭ୍‌ ସୋସାଇଟିଜ୍‌ (ସଂଶୋଧନ) ବିଲ୍‌, ୨୦୨୨, ବିଶ୍‌ବିଦ୍ୟାଳୟ ଆଇନ (ସଂଶୋଧନ) ବିଲ୍‌, ୨୦୨୨ ଏବଂ ବିଶ୍ୱବିଦ୍ୟାଳୟ ଆଇନ (ସଂଶୋଧନ) (୩ ନମ୍ବର) ବିଲ୍‌, ୨୦୨୨। କୌଣସିି କାରଣ ନ ଦର୍ଶାଇ ବିଲ୍‌ଗୁଡ଼ିକୁ
ରାଷ୍ଟ୍ରପତି ମଞ୍ଜୁରୀ ପ୍ରଦାନ ନ କରିବାକୁ ଅସାମ୍ବିଧାନିକ ଘୋଷଣା କରାଯାଉ ବୋଲି ପିଟିଶନରେ ନିବେଦନ କରାଯାଇଛି। ତେବେ ରାଜ୍ୟ ବିଧାନସଭାରେ ଗୃହୀତ ବିଲ୍‌କୁ ମଞ୍ଜୁରୀ ପ୍ରଦାନ କରିବା ବା ମଞ୍ଜୁରୀ ଦେବାକୁ ମନା କରିବା ପାଇଁ ରାଷ୍ଟ୍ରପତି କେତେ ସମୟ ନେବେ ଏବଂ ରାଷ୍ଟ୍ରପତିଙ୍କ ବିଚାର ନିମନ୍ତେ ପଠାଯିବାକୁ କେତେ ସମୟ ଲାଗିବ, ସେ ନେଇ ସମ୍ବିଧାନରେ କିଛି କୁହାଯାଇ ନାହିଁ। ସମ୍ବିଧାନର ଅନୁଚ୍ଛେଦ ୩୬୧ ଅନୁଯାୟୀ ରାଷ୍ଟ୍ରପତି କିମ୍ବା ରାଜ୍ୟର ରାଜ୍ୟପାଳ ସେମାନଙ୍କ କ୍ଷମତାର ପ୍ରଦର୍ଶନ ଏବଂ କର୍ତ୍ତବ୍ୟ ସମ୍ପାଦନ ନେଇ କୌଣସି ଅଦାଲତଙ୍କ ନିକଟରେ ଉତ୍ତରଦାୟୀ ନୁହନ୍ତି। ୨୦୧୭ରେ ତତ୍କାଳୀନ ରାଷ୍ଟ୍ରପତି ପ୍ରଣବ ମୁଖାର୍ଜୀଙ୍କ ବିରୋଧରେ ଅନିନ୍ଦିତା ନାମ୍ନୀ ମହିଳାଙ୍କ ସମେତ ଅନ୍ୟମାନେ ଜନସ୍ବାର୍ଥ ମାମଲା(ପିଆଇଏଲ୍‌) ଦାଏର କରିଥିଲେ। ରାଷ୍ଟ୍ରପତି ଉକ୍ତ ପଦବୀ ପାଇଁ ଯୋଗ୍ୟ ନୁହନ୍ତି ବୋଲି ଘୋଷଣା କରିବା ନିମନ୍ତେ ସୁପ୍ରିମକୋର୍ଟରେ ଆବେଦନ ହୋଇଥିଲା। ତତ୍କାଳୀନ ସୁପ୍ରିମକୋର୍ଟ ବିଚାରପତି ଜଷ୍ଟିସ ଦୀପକ ମିଶ୍ର ଏବଂ ଆର୍‌. ଭାନୁମତୀ ପିଟିଶନରମାନଙ୍କୁ ଭର୍ତ୍ସନା କରିବା ସହ ରାଷ୍ଟ୍ରପତିଙ୍କୁ କୌଣସି ମାମଲାରେ ପକ୍ଷଭୁକ୍ତ କରାଯାଇପାରିବ ନାହିଁ ବୋଲି ତାଙ୍କ ରାୟରେ ସ୍ପଷ୍ଟ କରିଦେଇଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଉପକୂଳରେ ଘୂର୍ଣ୍ଣିବଳୟ, ଦୁଇଟି ଟ୍ରଫ୍‌: ଆସନ୍ତା ୫ ଦିନ ଯାଏ ଏସବୁ ଜିଲାରେ ପ୍ରବଳ ବର୍ଷା, ଓ୍ବାର୍ନିଂ ଜାରି କଲା…

ଭୁବନେଶ୍ୱର, ୨୧ା୭ (ବନ୍ଦନା ସେଠୀ)- ପଶ୍ଚିମ କେନ୍ଦ୍ରୀୟ ବଙ୍ଗୋପସାଗର ଓ ଏହା ସଂଲଗ୍ନ ଉତ୍ତର ଆନ୍ଧ୍ରପ୍ରଦେଶ ଉପକୂଳରେ ଏକ ଘୂର୍ଣ୍ଣିବଳୟ ସକ୍ରିୟ ରହିଛି। ଏଥିସହ ଦୁଇଟି ଟ୍ରଫ୍‌…

ଦକ୍ଷିଣମୋଡ଼ ହେଲା ଦର୍ପଦଳନ, ଅଧାରେ ଅଟକିଲା ତାଳଧ୍ୱଜ: ନନ୍ଦିଘୋଷ… 

ପୁରୀ,୨୧ା୭(ଅଜିତ୍‌ କୁମାର ମହାନ୍ତି): ମହାପ୍ରଭୁ ଶ୍ରୀଜଗନ୍ନାଥ ବଡ଼ଭାଇ ବଳଭଦ୍ର ଏବଂ ଭଉଣୀ ସୁଭଦ୍ରାଙ୍କୁ ସାଙ୍ଗରେ ଧରି ରଥାରୂଢ଼ ହୋଇ ଆସି ଶ୍ରୀଗୁଣ୍ଡିଚା ମନ୍ଦିରରେ ଅବସ୍ଥାନ କରିଛନ୍ତି। ରଥଯାତ୍ରାର…

ଛାତ୍ରଙ୍କ ଉପରେ ଲାଠିଚାର୍ଜକୁ ନେଇ କ୍ଷୁବ୍ଧ ଅରିଜିତ, କହିଲେ– ‘ନିଜକୁ ଭଗବାନ ଭାବୁଛନ୍ତି କି?’

ନୂଆଦିଲ୍ଲୀ,୨୧।୭: ଦିଲ୍ଲୀରେ ୨୦ ଜୁଲାଇରେ କକରୋଚ୍ ଜନତା ପାର୍ଟି (CJP)ର ଆହ୍ୱାନରେ ଆୟୋଜିତ ସଂସଦ ମାର୍ଚ୍ଚ ସମୟରେ ଛାତ୍ର ଓ ପୋଲିସ ମଧ୍ୟରେ ଉତ୍ତେଜନା ସୃଷ୍ଟି ହୋଇଥିଲା।…

ରାଜ୍ୟ ରାଜନୀତିରେ ଚହଳ: ଧର୍ମେନ୍ଦ୍ରଙ୍କ ଇସ୍ତଫା ଦାବି କଲେ ନବୀନ

ନୂଆଦିଲ୍ଲୀ/ ଭୁବନେଶ୍ୱର:୨୧।୭: ଓଡ଼ିଶା ତଥା ଜାତୀୟ ରାଜନୀତିରେ ଏକ ବଡ଼ ଧରଣର ହଟଚମଟ ସୃଷ୍ଟି ହୋଇଛି। ପୂର୍ବତନ ମୁଖ୍ୟମନ୍ତ୍ରୀ, ଓଡ଼ିଶା ବିଧାନସଭାର ବିରୋଧୀ ଦଳ ନେତା ନବୀନ…

ପୋଲିସ ଟେକିନେବାରୁ ରାଗିଗଲେ ରାହୁଲ, ଏମିତି କହିଲେ ରାଜନୀତିରେ ଚହଳ!

ନୂଆଦିଲ୍ଲୀ,୨୧।୭: ପ୍ରଧାନମନ୍ତ୍ରୀଙ୍କ ବାସଭବନ ଆଗରେ ମଙ୍ଗଳବାର ବିକ୍ଷୋଭ ପ୍ରଦର୍ଶନରେ ବସିଥିବା କଂଗ୍ରେସ ନେତା ରାହୁଲ ଗାନ୍ଧୀ, ପ୍ରିୟଙ୍କା ଗାନ୍ଧୀ, ସମାଜବାଦୀ ପାର୍ଟି (SP) ମୁଖିଆ ଅଖିଲେଶ ଯାଦବ…

ପୁଣି ଆନ୍ଦୋଳନ ଡାକରା ଦେଲା CJP! ଆଜି ରାତି ୮ଟାରେ ଦିଲ୍ଲୀରେ ହେବ…

ନୂଆଦିଲ୍ଲୀ,୨୧।୭: ନିଟ୍ (NEET) ପେପର ଲିକ୍, କୃଷକଙ୍କ ଆନ୍ଦୋଳନ ଏବଂ ପୋଲିସର ବଳପ୍ରୟୋଗ ବିରୋଧରେ ଦିଲ୍ଲୀରେ ରାଜନୈତିକ ସରଗରମ ବୃଦ୍ଧି ପାଇବାରେ ଲାଗିଛି। ଏହି କ୍ରମରେ କକରୋଚ…

ଜୀରାନଦୀ ଜଳ ହେବ ସ୍ବଚ୍ଛ: ୧୭୮.୫୦ କୋଟି ଟଙ୍କାର ଏସଟିପି ପ୍ରକଳ୍ପ ପାଇଁ ମିଳିଲା ରାଜ୍ୟ ସରକାରଙ୍କ ମଞ୍ଜୁରୀ

ବରଗଡ଼,୨୧।୭(ପ୍ରେମାନନ୍ଦ ଖମାରୀ)- ବରଗଡ଼ ସହର ମଧ୍ୟ ଦେଇ ପ୍ରବାହିତ ଜୀରାନଦୀକୁ ପ୍ରଦୂଷଣମୁକ୍ତ କରିବା ଏବଂ ସହରର ବ୍ୟବହୃତ ଜଳ ପରିଚାଳନା ବ୍ୟବସ୍ଥାକୁ ସୁଦୃଢ଼ କରିବା ପାଇଁ ରାଜ୍ୟ…

ମୋଦିଙ୍କ ଘର ଆଗରେ ଶୋଇଗଲେ ରାହୁଲ; ଉଠାଇ ନେଲା ପୋଲିସ, ଭିଡିଓ ଭାଇରାଲ

ନୂଆଦିଲ୍ଲୀ,୨୧।୭: ନିଟ୍ (NEET) ପେପର ଲିକ୍ ଏବଂ ଛାତ୍ରଛାତ୍ରୀଙ୍କ ଉପରେ ଦିଲ୍ଲୀ ପୋଲିସର ବଳପ୍ରୟୋଗ ବିରୋଧରେ ମଙ୍ଗଳବାର ଦିନ ପ୍ରଧାନମନ୍ତ୍ରୀଙ୍କ ବାସଭବନ ଆଗରେ କଂଗ୍ରେସ ପକ୍ଷରୁ ଧାରଣା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri