Categories: ଖେଳ

ଚାମ୍ପିୟନ ପରେ ଭାରତ ତୃତୀୟ ସ୍ଥାନକୁ ଉନ୍ନୀତ

ନୂଆଦିଲ୍ଲୀ,୧୩ା୮: ଏସିଆନ ଚାମ୍ପିୟନ ଟ୍ରଫି ସଫଳତା ପରେ ପ୍ରକାଶିତ ଅନ୍ତର୍ଜାତୀୟ ହକି ମହାସଂଘ (ଏଫ୍‌ଆଇଏଚ୍‌) ର଼୍ୟାଙ୍କିଙ୍ଗ ତାଲିକାରେ ଭାରତର ପୁରୁଷ ହକି ଦଳ ତୃତୀୟ ସ୍ଥାନକୁ ଉନ୍ନୀତ ହୋଇଛି। ଭାରତ (୨୭୭୧.୩୫ ପଏଣ୍ଟ) ଗୋଟିଏ ସ୍ଥାନ ଉପରକୁ ଉଠି ଇଂଲଣ୍ଡ (୨୭୬୩.୫୦ ପଏଣ୍ଟ)କୁ ହଟାଇ ତୃତୀୟ ସ୍ଥାନ ଅଧିକାର କରିଛି।

ନେଦରଲାଣ୍ଡ୍ସ (୩୦୯୫.୯୦) ପ୍ରଥମ ସ୍ଥାନରେ ରହିଥିବା ବେଳେ ବେଲଜିୟମ (୨୯୧୭.୮୭ ପଏଣ୍ଟ) ଦ୍ୱିତୀୟ ସ୍ଥାନରେ ରହିଛି। ଭାରତ ଦ୍ୱିତୀୟ ଥର ପାଇଁ ଏଫ୍‌ଆଇଏଚ୍‌ ର଼୍ୟାଙ୍କିଙ୍ଗରେ ତୃତୀୟ ସ୍ଥାନ ଅଧିକାର କରିଛି। ଭାରତ ପୂର୍ବରୁ ଏହି ର଼୍ୟାଙ୍କିଙ୍ଗ ୨୦୨୧ରେ ଟୋକିଓ ଅଲିମ୍ପିକ୍ସରେ ବ୍ରୋଞ୍ଜ ପାଇବା ବେଳେ ହାସଲ କରିଥିଲା। ୪୧ ବର୍ଷ ପରେ ଗେମ୍ସରେ ଏହାଥିଲା ଭାରତର ପ୍ରଥମ ପଦକ।

ହରମନପ୍ରୀତ ସିଂଙ୍କ ନେତୃତ୍ୱାଧୀନ ଦଳ ମାଲେସିଆକୁ ୪-୩ ଗୋଲ୍‌ରେ ପରାସ୍ତ କରି ଏସିଆନ ଚାମ୍ପିୟନ୍ସ ଟ୍ରଫି ଟାଇଟଲ ଜିତିଥିଲା। ମ୍ୟାଚରେ ଦଳ ୧-୩ ପଛରେ ଥାଇ ଚମତ୍କାର ପ୍ରତ୍ୟାବର୍ତ୍ତନ କରିଥିଲା।

Share