ପାକିସ୍ତାନ-ଚାଇନାର ସିକ୍ରେଟ ଡିଲ ଦେଖି ଭାରତ ପଡ଼ିଲାଣି ଚିନ୍ତାରେ! ରୁଷିଆ S-400 ମିଶାଇଲ ସିଷ୍ଟମର ଡାଟା ଶେୟାର କରିବ ଡ୍ରାଗନ?

ନୂଆଦିଲ୍ଲୀ,୩।୫: ଭାରତର ସୁରକ୍ଷା ରଣନୀତିରେ S-400 କ୍ଷେପଣାସ୍ତ୍ର ପ୍ରଣାଳୀକୁ ଏକ ନିର୍ଣ୍ଣାୟକ ଅସ୍ତ୍ର ଭାବରେ ଦେଖାଯାଏ। ରୁଷିଆରୁ କିଣାଯାଇଥିବା ଏହି ଉଚ୍ଚ-ପ୍ରଯୁକ୍ତି ପ୍ରତିରକ୍ଷା ପ୍ଲାଟଫର୍ମକୁ ଭାରତ ବିଶେଷ ଭାବରେ ଚାଇନା ଏବଂ ପାକିସ୍ତାନର ସମ୍ଭାବ୍ୟ ଆକାଶ ମାର୍ଗର ଆକ୍ରମଣକୁ ରୋକିବା ପାଇଁ ନିୟୋଜିତ କରିଛି, କିନ୍ତୁ ଏକ ସାମ୍ପ୍ରତିକ ରିପୋର୍ଟ ଭାରତର ଉତ୍ତେଜନାକୁ ବୃଦ୍ଧି କରିଛି।
BulgarianMilitary.com ର ଏକ ରିପୋର୍ଟ ଅନୁଯାୟୀ, ଚାଇନା ଏବଂ ପାକିସ୍ତାନ ମଧ୍ୟରେ ଏକ ଗୁପ୍ତ ଚୁକ୍ତିନାମା ସମ୍ପର୍କରେ ଆଲୋଚନା ଚାଲିଛି ଯାହା ଅଧୀନରେ ଚାଇନା ପାକିସ୍ତାନକୁ S-400 ର ବୈଷୟିକ ସୂଚନା ପ୍ରଦାନ କରିପାରିବ। ଯୁଦ୍ଧ ପରିସ୍ଥିତିରେ ଏହି ସୂଚନା ଭାରତ ବିରୁଦ୍ଧରେ ବ୍ୟବହାର କରାଯାଇପାରେ, ଯାହା ଭାରତର ପ୍ରତିରକ୍ଷା ରଣନୀତିକୁ ଏକ ବଡ଼ ଧକ୍କା ଦେଇପାରେ। ଯଦିଓ ଏହା ଏପର୍ଯ୍ୟନ୍ତ ଆନୁଷ୍ଠାନିକ ଭାବରେ ନିଶ୍ଚିତ ହୋଇନାହିଁ, କିନ୍ତୁ ଯଦି ଏହା ହୁଏ ତେବେ ଏହା ଭାରତ ପାଇଁ ରାଜନୈତିକ ଏବଂ ଆର୍ଥିକ ଦୃଷ୍ଟିକୋଣରୁ ଘାତକ ସାବ୍ୟସ୍ତ ହୋଇପାରେ।
S-400 ଟ୍ରାୟମ୍ଫ ହେଉଛି ରୁଷିଆର ଆଲମାଜ-ଆଣ୍ଟେ କମ୍ପାନୀ ଦ୍ୱାରା ବିକଶିତ ଏକ ଅତ୍ୟାଧୁନିକ ବାୟୁ ପ୍ରତିରକ୍ଷା ପ୍ରଣାଳୀ। ଏହି କ୍ଷେପଣାସ୍ତ୍ର ପ୍ରତିରକ୍ଷା ପ୍ରଣାଳୀର ଲକ୍ଷ୍ୟଭେଦ ୪୦୦ କିଲୋମିଟର ହେବ। ଏହା ଯୁଦ୍ଧବିମାନ, କ୍ରୁଜ କ୍ଷେପଣାସ୍ତ୍ର, ବାଲିଷ୍ଟିକ କ୍ଷେପଣାସ୍ତ୍ର ଏବଂ ଡ୍ରୋନ ଭଳି ଆକାଶମାର୍ଗର ବିପଦକୁ ଟ୍ରାକ ଏବଂ ନିପାତ କରିବାରେ ସକ୍ଷମ।
ଭାରତ ୨୦୧୮ ମସିହାରେ ରୁଷିଆ ସହିତ ୫.୪୩ ବିଲିୟନ ଡଲାରର ଏକ ଚୁକ୍ତି ସ୍ବାକ୍ଷର କରିଥିଲା। ଏଥିପାଇଁ ଭାରତକୁ ୫ଟି ସ୍କ୍ବାର୍ଡନ S-400ମିଳିବାର ଯୋଜନା ଥିଲା। ଏହି ସମୟରେ, ୨୦୨୩ ସୁଦ୍ଧା, ଭାରତ ୩ଟି ସ୍କ୍ବାର୍ଡନ ପାଇସାରିଛି। ରୁଷିଆ-ୟୁକ୍ରେନ ଯୁଦ୍ଧ ଯୋଗୁଁ ବାକି ୨ଟି ସ୍କ୍ବାର୍ଡନ ହୋଲ୍ଡରେ ଅଛି। ଭାରତ ପାକିସ୍ତାନ ଏବଂ ଚାଇନା ସୀମାରେ S-400 ମୁତୟନ କରିଛି, ଯାହା ଏହାକୁ ଆଞ୍ଚଳିକ ସନ୍ତୁଳନ ପାଇଁ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ କରିଛି।


Enter your email to get our daily news in your inbox.

All Right Reserved By Dharitri.Com

ଶୀତ ପାଇଁ ସକାଳୁଆ ସ୍କୁଲ ବନ୍ଦ

କୋରାପୁଟ,୫ା୧୨(ଅମିତାଭ ବେହେରା)-କୋରାପୁଟ ଜିଲାରେ ଅସହ୍ୟ ଶୀତ ହେଉଥିବାରୁ ଫ୍ରେବୃଆରୀ ଯାଏ ସକାଳୁଆ କ୍ଲାସ ବନ୍ଦ ରଖିବାକୁ ଜିଲାପାଳ ମନୋଜ ସତ୍ୟବାନ ମହାଜନ ଏକ ନିର୍ଦ୍ଦେଶନାମା ଜାରି...

ପୁଟିନ୍‌ଙ୍କୁ ଗୀତା ଉପହାର ଦେଲେ ମୋଦି

ନୂଆଦିଲ୍ଲୀ,୫।୧୨: ରୁଷିଆ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ ଦୁଇ ଦିନିଆ ଗସ୍ତରେ ଭାରତ ଆସିଛନ୍ତି। ଏଡି ଅବସରରେ ରାଷ୍ଟ୍ରପତି ପୁଟିନ୍‌ଙ୍କୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏକ ଶ୍ରୀମଦ୍‌ଭଗବତ...

ପୂର୍ବତନ ଡିଏସ୍‌ପିଙ୍କ ଝିଅ ହାତ ଧରିଲେ ବୃନ୍ଦାବନର ପ୍ରବଚକ ଇନ୍ଦ୍ରେଶ ଉପାଧ୍ୟାୟ

ଜୟପୁର,୫ା୧୨: ପ୍ରବଚକ ଇନ୍ଦ୍ରେଶ ଉପାଧ୍ୟାୟ ଏବଂ ପୂର୍ବତନ ଡିଏସ୍‌ପିଙ୍କ ଝିଅ ସିପ୍ରା ଜୟପୁରର ଏକ ହୋଟେଲରେ ବିବାହ ବନ୍ଧନରେ ବାନ୍ଧି ହୋଇଛନ୍ତି। ପ୍ରସିଦ୍ଧ ମଥୁରାର ପ୍ରବଚକ...

ବୋର୍ଡ ନିଗମ ନିଯୁକ୍ତି ନେଇ ଆସିଲା ବଡ଼ ଖବର: ମନମୋହନ କହିଲେ…

ଭୁବନେଶ୍ୱର,୫।୧୨: ବୋର୍ଡ ନିଗମ ନିଯୁକ୍ତି ନେଇ ଖୁବଶୀଘ୍ର ନିଷ୍ପତ୍ତି ନିଆଯାଇ ଘୋଷଣା ହେବ। ଏ ନେଇ ରାଜ୍ୟ ଭାଜପା ସଭାପତି ମନମୋହନ ସାମଲ କହିଛନ୍ତି। ଚର୍ଚ୍ଚା...

ସ୍ବାସ୍ଥ୍ୟକୁ ସୁସ୍ଥ ରଖେ କ୍ରୀଡ଼ା, ନିୟମିତ ଖେଳକୁଦ ଅଭ୍ୟାସ ପାଇଁ…

ଭଞ୍ଜନଗର,୫ା୧୨(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ସରସ୍ବତୀ ଶିଶୁ ବିଦ୍ୟାମନ୍ଦିରର ୩୬ ତମ ବାର୍ଷିକ କ୍ରୀଡ଼ା ପ୍ରତିଯୋଗିତା ଶୁକ୍ରବାର ଅନୁଷ୍ଠିତ ହୋଇଯାଇଛି । ମୁଖ୍ୟ ଅତିଥି...

ଲଣ୍ଡନଠାରୁ ବି ମହଙ୍ଗା ହେଲା ପାଟନା-କୋଲକାତା ବିମାନ ଟିକେଟ, ଇଣ୍ଡିଗୋ ସଙ୍କଟ ପରେ ଭାଙ୍ଗିଲା ଭଡ଼ା ରେକର୍ଡ

ନୂଆଦିଲ୍ଲୀ,୫।୧୨: ଭାରତରେ ଗତ ଚାରି ଦିନ ମଧ୍ୟରେ ବିମାନ ଯାତ୍ରା ସମସ୍ୟା ବୃଦ୍ଧି ପାଇଛି। ଇଣ୍ଡିଗୋ ଏୟାରଲାଇନ୍ସର ୧,୦୦୦ ରୁ ଅଧିକ ବିମାନ ବାତିଲ ହେବା...

ରେଞ୍ଜ ରୋଭର୍‌ କି ମର୍ସିଡିିଜ ନୁହେଁ: ପୁଟିନଙ୍କୁ ନେବାକୁ କାହିଁକି ଫର୍ଚୁନର ବାଛିଲେ ମୋଦି? ଜଣାପଡିଲା ଅସଲ ସତ

ନୂଆଦିଲ୍ଲୀ,୫।୧୨: ଋଷିଆ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କ ଭାରତ ଗସ୍ତ ଏବଂ ତାଙ୍କୁ ସ୍ୱାଗତବେଳେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ବ୍ୟକ୍ତିଗତ ଉପସ୍ଥିତି ଏବଂ କୁଣ୍ଢେଇବା ଦୃଶ୍ୟ ସମସ୍ତଙ୍କ...

ମୁଖ୍ୟମନ୍ତ୍ରୀଙ୍କୁ ଭେଟି ଜଣାଇଲେ ସମସ୍ୟା, ସମାଧାନ ପାଇଁ

ନୂଆପଡ଼ା,୫ା୧୨ (ମକାରୁ ବେମାଲ): ନୂଆପଡ଼ା ଜିଲାର ଷ୍ଟୋନ କ୍ରଶର ଓ ପଥର କ୍ୱାରୀ ବ୍ୟବସାୟୀଙ୍କ ବିଭିନ୍ନ ସମସ୍ୟା ଉପରେ ଭାଜପା ରାଜ୍ୟ କାର୍ଯ୍ୟକାରିଣି ସଦସ୍ୟ ଯଦୁମଣି...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri