Categories: ବାଣିଜ୍ୟ

ମୋବାଇଲ ବ୍ୟବହାରରେ ଭାରତ ତୃତୀୟ

ନୂଆଦିଲ୍ଲୀ, ୨୬।୭:  ବର୍ତ୍ତମାନ ମୋବାଇଲ ଫୋନ ଲୋକଙ୍କ ଜୀବନରେ ଏକ ଅଭିନ୍ନ ଅଙ୍ଗ ପାଲଟିଛି। ଏମିତି ମଧ୍ୟ କିଛି କାମ ରହିଛି, ଯାହା ବିନା ମୋବାଇଲରେ ହେବା ଅସମ୍ଭବ। ମୋବାଇଲ ବ୍ୟବହାର କଥା ବିଚାରକୁ ନେଲେ ଭାରତ ତୃତୀୟ ସ୍ଥାନରେ ରହିଛି। ରିପୋର୍ଟ ମୁତାବକ ଭାରତରେ ଲୋକେ ଦୈନିକ ହାରାହାରି ୪ ଘଣ୍ଟା ୯ ମିନିଟ୍‌ ସମୟ ମୋବାଇଲ ବ୍ୟବହାର କରୁଥିବା ଜଣାପଡ଼ିଛି।
ଡିଜେଡ୍‌ ନେଟ ଓ୍ବେବ୍‌ସାଇଟରେ ପ୍ରକାଶିତ ଏକ ରିପୋର୍ଟ ମୁତାବକ, ବ୍ରାଜିଲର ଲୋକମାନେ ସବୁଠାରୁ ଅଧିକ ସମୟ ମୋବାଇଲ ବ୍ୟବହାର କରୁଛନ୍ତି। ଏଠାକାର ଲୋକମାନେ ଦୈନିକ ହାରାହାରି ପ୍ରାୟ ୫ ଘଣ୍ଟା ୪ ମିନିଟ୍‌ ସମୟ ମୋବାଇଲରେ ବିତାଉଛନ୍ତି। ସେହିଭଳି ଦ୍ୱିତୀୟ ସ୍ଥାନରେ ଇଣ୍ଡୋନେସିଆ ରହିଛି। ଏହି ଦେଶରେ ଲୋକମାନେ ଦୈନିକ ହାରାହାରି ୫ ଘଣ୍ଟା ୩ ମିନିଟ୍‌ ମୋବାଇଲ ବ୍ୟବହାର କରୁଛନ୍ତି।
ପାର୍ଟ ମୁତାବକ, ୭ ଅନ୍ୟ ଦେଶ ମଧ୍ୟରେ ଦକ୍ଷିଣକୋରିଆ ଚତୁର୍ଥ ସ୍ଥାନରେ ରହିଛି। ଏହି ଦେଶରେ ଲୋକମାନେ ଦୈନିକ ହାରାହାରି ୪ ଘଣ୍ଟା ୮ ମିନିଟ୍‌, ୫ମରେ ଥିବା ମେକ୍ସିକୋରେ ୪ ଘଣ୍ଟା ୭ ମିନିଟ୍‌, ତୁର୍କୀ (୬ଷ୍ଠ ସ୍ଥାନ) ୪ ଘଣ୍ଟା ୫ ମିନିଟ୍‌, ଜାପାନ (୭ମ) ୪ ଘଣ୍ଟା ୪ ମିନିଟ୍‌, କାନାଡା(୮ମ) ୪ ଘଣ୍ଟା ୧ ମିନିଟ୍‌, ୟୁଏସ୍‌(୯ମ) ୩ ଘଣ୍ଟା ୯ ମିନିଟ୍‌ ଏବଂ ବ୍ରିଟେନରେ ଲୋକମାନେ ୩ ଘଣ୍ଟା ୮ ମିନିଟ୍‌ ମୋବାଇଲ ବ୍ୟବହାର କରୁଥିବା ଜଣାପଡ଼ିଛି।

Share