Posted inଜାତୀୟ

ଭାରତ ତୃତୀୟ ସର୍ବାଧିକ ପ୍ରଦୂଷିତ ଦେଶ

ନୂଆଦିଲ୍ଲୀ,୨୦।୩: ବାଂଲାଦେଶ ଏବଂ ପାକିସ୍ତାନ ପରେ ଭାରତ ବିଶ୍ୱର ତୃତୀୟ ସବୁଠୁ ପ୍ରଦୂଷିତ ଦେଶ। ସୁଇସ୍‌ ବାୟୁ ମାନ ପର୍ଯ୍ୟବେକ୍ଷଣ ସଂସ୍ଥା ଆଇକ୍ୟୁଏୟାର ପକ୍ଷରୁ ପ୍ରକାଶିତ ‘ଓ୍ବାଲର୍‌ଡ ଏୟାର କ୍ୱାଲିଲିଟ ରିପୋର୍ଟ ୨୦୨୩’ରେ ଏହା କୁହାଯାଇଛି। ଏହି ରିପୋର୍ଟ ଅନୁଯାୟୀ ଭାରତର ହାରାହାରି ବାର୍ଷିକ ପିଏମ୍‌୨.୫ ସାନ୍ଧ୍ରତା ଘନମିଟର ପ୍ରତି ୫୪.୪ ମାଇକ୍ରୋଗ୍ରାମ ଥିଲା, ଯାହାକି ୧୩୪ ଦେଶ ମଧ୍ୟରୁ ତୃତୀୟ ନିକୃଷ୍ଟ। ବାଂଲାଦେଶର ପିଏମ୍‌୨.୫ ସାନ୍ଧ୍ରତା ୭୯.୯ ମାଇକ୍ରୋଗ୍ରାମ ହୋଇଥିବାବେଳେ ପାକିସ୍ତାନର ୭୩.୭ ମାଇକ୍ରୋଗ୍ରାମ। ୨୦୨୨ରେ ଭାରତ ୫୩.୩ ମାଇକ୍ରୋଗ୍ରାମ ପିଏମ୍‌୨.୫ ସାନ୍ଧ୍ରତା ସହ ପ୍ରଦୂଷିତ ସହର ତାଲିକାର ଅଷ୍ଟମ ସ୍ଥାନରେ ରହିଥିଲା।
ବିଶ୍ୱର ସବୁଠୁ ପ୍ରଦୂଷିତ ୫୦ ସହର ମଧ୍ୟରୁ ଭାରତର ୪୨ଟି ରହିଛି। ବିହାରର ବେଗୁସରାଇ ସବୁଠୁ ପ୍ରଦୂଷିତ ମେଟ୍ରୋପଲିଟାନ ଅଞ୍ଚଳ ହୋଇଥିବାବେଳେ ଏହା ପଛକୁ ଗୁଆହାଟୀ ଏବଂ ଦିଲ୍ଲୀ ରହିଛି। ଗତବର୍ଷ ବେଗୁସରାଇରେ ପ୍ରତି ଘନମିଟର ବାୟୁରେ ହାରାହାରି ପିଏମ୍‌୨.୫ ୧୧୮.୯ ମାଇକ୍ରୋଗ୍ରାମ ରହିଥିଲା। ୨୦୨୨ରେ ଉକ୍ତ ସହରର ପିଏମ୍‌୨.୫ ସାନ୍ଧ୍ରତା ଥିଲା ୧୯.୭ ମାଇକ୍ରୋଗ୍ରାମ। ସେହିପରି ଗୁଆହାଟୀର ପିଏମ୍‌୨.୫ ସାନ୍ଧ୍ରତା ପୂର୍ବବର୍ଷ ୫୧ରୁ ବଢ଼ି ୧୦୫.୪ ମାଇକ୍ରୋଗ୍ରାମ ହୋଇଥିବାବେଳେ ଦିଲ୍ଲୀରେ ଏହା ୮୯.୧ରୁ ୯୨.୭ ମାଇକ୍ରୋଗ୍ରାମକୁ ବୃଦ୍ଧି ପାଇଛି। ଭାରତର ଅନ୍ୟ ପ୍ରମୁଖ ପ୍ରଦୂଷିତ ସହର ମଧ୍ୟରେ ରହିଛି ଗ୍ରେଟର ନଏଡ଼ା, ମୁଜାଫରନଗର, ଗୁରୁଗ୍ରାମ, ଦାଦ୍ରି, ପାଟନା, ଫରିଦାବାଦ, ନଏଡ଼ା, ମିରଟ, ଗାଜିଆବାଦ ଏବଂ ରୋହତକ।


Enter your email to get our daily news in your inbox.

All Right Reserved By Dharitri.Com

ଯୁଦ୍ଧ ମଧ୍ୟରେ ଟ୍ରମ୍ପଙ୍କ ବଡ଼ ଘୋଷଣା: ବିଶ୍ୱ ବଜାରରେ ଆଶ୍ୱସ୍ତି, ହ୍ରାସ ପାଇଲା…

ଓ୍ବାଶିଂଟନ୍‌,୨୩।୩: ମଧ୍ୟପ୍ରାଚ୍ୟରେ ବଢ଼ୁଥିବା ଉତ୍ତେଜନା ଯୋଗୁ ସାରା ବିଶ୍ୱରେ ଅଶୋଧିତ ତୈଳ ମୂଲ୍ୟ ବୃଦ୍ଧି ପାଇଛି। ଭାରତୀୟ ମୁଦ୍ରା ଡଲାର ତୁଳନାରେ ୯୪.୦୧କୁ ଖସି ଆସି ଏସିଆରେ…

ଉଡାଣ ଭରିବାର କିଛି ସମୟ ପରେ ବାୟୁସେନା ବିମାନ ଦୁର୍ଘଟଣାଗ୍ରସ୍ତ, ୧୧୦ ଜଣ କରୁଥିଲେ ଯାତ୍ରା

କଲମ୍ବିଆ,୨୩।୩: କଲମ୍ବିଆରେ ଏକ ବାୟୁସେନା ବିମାନ ଦୁର୍ଘଟଣାଗ୍ରସ୍ତ ହୋଇଛି। ଏଥିରେ ମୋଟ ୧୧୦ ଜଣ ଯାତ୍ରା କରୁଥିଲେ। ରିପୋର୍ଟ ଅନୁଯାୟୀ ବିମାନଟି ଉଡ଼ାଣ ଆରମ୍ଭ ହେବାର କିଛି…

ଜମି ଅଧିଗ୍ରହଣକୁ ନେଇ ଗ୍ରାମବାସୀ-ପ୍ରଶାସନ ମୁହାଁମୁହିଁ, ଅନୁମତି ଅପେକ୍ଷାରେ…

ଥୁଆମୂଳ ରାମପୁର,୨୩ା୩(ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ତହସିଲ ଅନ୍ତର୍ଗତ କୁରୁକୁଟି ମୌଜାରେ ପ୍ରସ୍ତାବିତ ଥଇଥାନ କଲୋନୀ ନିର୍ମାଣ ଓ ଜମି ଅଧିଗ୍ରହଣକୁ ନେଇ ପ୍ରଶାସନ…

୨୨ ବସ୍ତା ଚାଉଳ ସହ ଜିପ୍‌ ଜବତ, ଡ୍ରାଇଭର ଅଟକ

କୋରାପୁଟ,୨୩ା୩(ଅମିତାଭ ବେହେରା): କୋରାପୁଟ ସଦର ଥାନା ପୋଲିସ ସୋମବାର ଅପରାହ୍ନରେ ଏକ  ଜିପ୍‌ ସହ ୨୨ ବସ୍ତା (୧୧ କ୍ୱିଣ୍ଟାଲ) ସରକାରୀ ଚାଉଳ ଜବତ କରିଥିବା ବେଳେ…

ଯୁଦ୍ଧ ଭିତରେ ଟ୍ରମ୍ପଙ୍କ ବଡ଼ ଘୋଷଣା, ଇରାନ ବିରୋଧରେ ୫ ଦିନ ଯୁଦ୍ଧ ସ୍ଥଗିତ ରଖିଲା ଆମେରିକା

ନୂଆଦିଲ୍ଲୀ,୨୩।୩: ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଘୋଷଣା କରିଛନ୍ତି ଯେ ସେ ଆଗାମୀ ପାଞ୍ଚ ଦିନ ପାଇଁ ଇରାନର ଏନର୍ଜୀ ଭିତ୍ତିଭୂମି ଉପରେ ଆକ୍ରମଣ ଯୋଜନାକୁ ସ୍ଥଗିତ…

ଇତିହାସରେ ପ୍ରଥମ: ଏଥର ହେବ ଡିଜିଟାଲ ଜନଗଣନା, ଗାଁରେ ଘରକୁ ଘର ବୁଲି…

ଭୁବନେଶ୍ୱର,୨୩ା୩: ରାଜ୍ୟରେ ଚୂଡ଼ାନ୍ତ ପର୍ଯ୍ୟାୟରେ ପହଞ୍ଚିଛି ଜନଗଣନା ପ୍ରସ୍ତୁତି। ଏନେଇ ଓଡ଼ିଶା ଜନଗଣନା ନିର୍ଦ୍ଦେଶକ ନିଖିଲ ପଓ୍ବନ କଲ୍ୟାଣ ସୂଚନା ଦେଇଛନ୍ତି। ଏପ୍ରିଲ ୧ରୁ ୧୫ ତାରିଖ…

ମୃତଦେହ ସହିତ ୧୩ ଘଣ୍ଟା ଉଡିଲା ବିମାନ, ହେଲେ ଜରୁରୀକାଳୀନ ଅବତରଣ କଲେନି ପାଇଲଟ, ଜାଣନ୍ତୁ କାହିଁକି…

ନୂଆଦିଲ୍ଲୀ,୨୩।୩: ହଂକଂରୁ ଲଣ୍ଡନ ଯାଉଥିବା ବ୍ରିଟିଶ ଏୟାରୱେଜ ବିମାନ BA32ରେ ଏକ ଏଭଳି ଘଟଣା ଘଟିଛି, ଯାହା ବିମାନ ଚଳାଚଳ ନିୟମ ଏବଂ ମାନବ ସମ୍ବେଦନଶୀଳତା ମଧ୍ୟରେ…

ଗାଁରେ ପଡିଛି ମହିଳାଙ୍କ ଦରପୋଡା ମୃତଦେହ, ହତ୍ୟା ପରେ ଜାଳିଦେଲେ….

ଦେବଗଡ,୨୩।୩(ଶଶାଙ୍କ ଶେଖର ଝାଙ୍କର): ଦେବଗଡ ଜିଲା କୁଣ୍ଢେଇଗୋଳା ଥାନା ମହ୍ଲାରବାହାଲ ଗ୍ରାମରେ ଭୟାନକ ହତ୍ୟାକାଣ୍ଡ । ମହିଳାଙ୍କୁ ହତ୍ୟା ପରେ ନିଆଁ ଲଗାଇ ପୋଡି ଦେଇଥିବା ନେଇ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri