ବିଶ୍ୱ ବଜାରରେ ଚମକ ହରାଉଛି ଭାରତ

ନୂଆଦିଲ୍ଲୀ,୨୩।୨: ଚଳିତ ଆର୍ଥିକ ବର୍ଷରେ ଭାରତ ବିଶ୍ୱ ଦରବାରରେ ଏକ ବିରଳ ରେକର୍ଡ ସ୍ଥାପନ କରିଥିଲା। ଏପରିକି ବହୁ ବିକଶିତ ରାଷ୍ଟ୍ରକୁ ପଛରେ ପକାଇ ବିଶ୍ୱ ବଜାରରେ ୫ମ ସ୍ଥାନରେ ପହଞ୍ଚତ୍ୟାଇଥିଲା। ହେଲେ ବିଗତ ୯ ମାସ ତଳେ ପାଇଥିବା ସଫଳତା ଧୀରେ ଧୀରେ ହ୍ରାସ ପାଉଛି। ଫଳରେ ବିଶ୍ୱ ବଜାରରେ ଭାରତ ତା’ର ଚମକ ହରାଉଥିବା ବଜାର ବିଶେଷଜ୍ଞମାନେ ମତବ୍ୟକ୍ତ କରୁଛନ୍ତି। ଏପରିକି ମାର୍କେଟ୍‌ କ୍ୟାପ୍‌ ମାମଲାରେ ମଧ୍ୟ ଭାରତକୁ ଅତିକ୍ରମ କରି ବ୍ରିଟେନ ୬ଷ୍ଠ ସ୍ଥାନରେ ପହଞ୍ଚତ୍ଛି।
ବିଶେଷକରି ଭାରତ ୯ ମାସ ପୂର୍ବେ ବ୍ରିଟେନକୁ ପଛରେ ପକାଇ ପ୍ରଥମ ଥର ପାଇଁ ଶୀର୍ଷ ୫ରେ ସ୍ଥାନ ହାସଲ କରିଥିଲା। ହେଲେ ବିଗତ ୨ମାସରୁ କାମ ସମୟ ମଧ୍ୟରେ ଘରୋଇ ବଜାର ୫ମ ସ୍ଥାନରୁ ଖସି ୭ ସ୍ଥାନରେ ପହଞ୍ଚତ୍ଛି। ଚଳିତ ବର୍ଷ ଜାନୁୟାରୀ ୩୧ରେ ଭାରତକୁ ପଛରେ ପକାଇ ଫ୍ରାନ୍ସ ୫ମ ସ୍ଥାନରେ ରହିଛି।
ସେହିଭଳି ଚଳିତ ବର୍ଷ ଫେବୃୟାରୀ ୨୨ ମଧ୍ୟରେ ଭାରତର ମାର୍କେଟ୍‌ କ୍ୟାପ୍‌ ୨୩୧ ବିଲିୟନ ଡଲାର ତଥା ୬.୯୩% ହ୍ରାସ ହୋଇ ୩.୧୧ ଲକ୍ଷ କୋଟି ଟଙ୍କାରେ ପହଞ୍ଚତ୍ଛି। ଉକ୍ତ କ୍ଷତିରେ ଆଦାନୀ ଗ୍ରୁପ୍‌ର ଭାଗଦାରି ପ୍ରାୟ ୬୦% ଅନ୍ତର୍ଭୁକ୍ତ ବୋଲି ଆକଳନ କରାଯାଉଛି। ବର୍ତ୍ତମାନ ସମୟରେ ଆଦାନୀ ଗ୍ରୁପ୍‌ର ବଜାର ପୁଞ୍ଜି ୨୦୨୩ ଫେବୃୟାରୀ ୨୨ ସୁଦ୍ଧା ୧୪୫ ବିଲିୟନ ଡଲାର ହ୍ରାସ ହୋଇଛି। ଅପରପକ୍ଷରେ ଗ୍ଲୋବାଲ ମାର୍କେଟ୍‌ କ୍ୟାପିଟାଲାଇଜେଶନରେ ମଧ୍ୟ ଭାରତର ଯୋଗଦାନ ହ୍ରାସ ପାଇ ୩% ରୁ କମ୍‌ରେ ରହିଛି। ଏପରିକି ୨୦୨୨ଅକ୍ଟୋବରରେ ଏହା ପରିମାଣ ୪% ରହିଥିଲା ବୋଲି କୁହାଯାଉଛି। ଭାରତୀୟ ଶେୟାର ମାର୍କେଟ ଶୀର୍ଷ ୧୦ସ୍ଥାନରେ ସବୁଠୁ ଦୁର୍ବଳ ପ୍ରଦର୍ଶନ କରୁଥିବା ବଜାରରେ ପରିଣତ ହୋଇଛି।
ସୂଚନା ଯୋଗ୍ୟ ଜାତୀୟ ଓ ଅନ୍ତଜାତୀୟ ସମସ୍ୟା ସାଙ୍ଗକୁ ବିଶ୍ୱ ଅର୍ଥନୀତିରେ ମଧ୍ୟ ମାନ୍ଦାବସ୍ଥା ଜାରି ରହିଛି। ଭାରତୀୟ ଶିଳ୍ପପତି ତଥା ଆଦାନୀ ଗ୍ରୁପ୍‌ର ଚେୟାରମ୍ୟାନ ଗୌତମ ଆଦାନୀଙ୍କ ବିରୋଧରେ ଆମେରିକୀୟ ଏଜେନ୍ସି ହିଣ୍ଡେନ୍‌ବର୍ଗ ତା’ର ଏକ ସର୍ଭେ ରିର୍ପୋଟ ପ୍ରକାଶ କରିଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ଶାନ୍ତି ଆଲୋଚନା ବିଫଳ ହେବା ପରେ ରାଗିଗଲେ ଟ୍ରମ୍ପ! ଇରାନକୁ ଚରମବାଣୀ, ‘ପରମାଣୁ ବୋମା…’

ଓ୍ବାଶିଂଟନ,୧୨ା୪: ମଧ୍ୟପ୍ରାଚ୍ୟରେ ଚାଲିଥିବା ସଂଘର୍ଷକୁ ବନ୍ଦ କରିବା ଉଦ୍ଦେଶ୍ୟରେ ପାକିସ୍ତାନର ଇସଲାମାବାଦରେ ଇସ୍ରାଏଲ, ଆମେରିକା ଏବଂ ଇରାନ ମଧ୍ୟରେ ହୋଇଥିବା ଆଲୋଚନା ବୈଠକ ସମ୍ପୁର୍ଣ୍ଣ ଭାବେ ଫେଲ୍…

SBI ଗ୍ରାହକ ହୁଅନ୍ତୁ ସତର୍କ!ଟଙ୍କା ରଖିଥିଲେ ଜାଣି ନିଅନ୍ତୁ…

ଦେଶରେ ସର୍ବବୃହତ ସାର୍ବଜନୀନ ବ୍ୟାଙ୍କ ଭାବରେ ଏସବିଆଇର ଆଦୃତି ରହିଛି । ଅନେକ ଲୋକମାନଙ୍କ ଏହି ବ୍ୟାଙ୍କରେ ବିଭିନ୍ନ ଆକାଉଣ୍ଟ ରହିଛି । ବର୍ତ୍ତମାନ ବ୍ୟାଙ୍କ ଗୋଟିଏ…

ଜଳିଗଲା ୩ ପରିବାରର ଗୁହାଳ ଘର, ୨ ବଳଦ ଜୀବନ୍ତ ଦଗ୍ଧ 

ଦିଗପହଣ୍ଡି,୧୨।୪(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଳକ କଇଠଖଣ୍ଡି ପଞ୍ଚାୟତ ବୋରିପଦର ଗ୍ରାମରେ ଅଗ୍ନିକାଣ୍ଡ । ରବିବାର ଅପରାହ୍ନରେ ନିଆଁ ଲାଗି ୩ଟି ପରିବାରର ଗୁହାଳ…

ଭୀମ ଭୋଇ ମେଡିକାଲରେ ରୋଗୀଙ୍କ ମୋବାଇଲ୍ ଚୋରି କରୁଥିଲା ଚୋର, ହାତ ବାନ୍ଧି ଉତ୍ତମ ମଧ୍ୟମ ଦେଲେ ଲୋକେ

ବଲାଙ୍ଗୀର,୧୨।୪(ସୁନିଲ କୁମାର ମହାନ୍ତି): ବଲାଙ୍ଗୀର ଭୀମଭୋଇ ମେଡ଼ିକାଲ କଲେଜ ଓ ହସ୍ପିଟାଲରେ ଦିନକୁ ଦିନ ଚୋରି ଘଟଣା ବଢିବାରେ ଲାଗିଛି । ନିଶାସେବନ କରି କିଛି ଅସାମାଜିକ…

‘ସବୁକିଛି ଶେଷ…’ ଲେବାନନ୍ ଉପରେ ବଡ଼ ଆକ୍ରମଣ କଲା ଇସ୍ତ୍ରାଏଲ, ସମ୍ପୂର୍ଣ୍ଣ ଗାଁ ଧ୍ୱଂସ

ନୂଆଦିଲ୍ଲୀ,୧୨।୪:  ଇରାନ ଏବଂ ଆମେରିକା ମଧ୍ୟରେ ଦୁଇ ସପ୍ତାହ ଧରି ଯୁଦ୍ଧବିରତି ହୋଇଥିବା ସତ୍ତ୍ୱେ, ଇସ୍ରାଏଲ ଲେବାନନ ଉପରେ ନିରନ୍ତର ଆକ୍ରମଣ ଆରମ୍ଭ କରିଛି । ଏହି ଆକ୍ରମଣରେ…

କାଠ ବୋଝେଇ ପିକଅପ୍ ଭ୍ୟାନକୁ ଜବତ କଲା ପଦ୍ମପୁର ବନ ବିଭାଗ, ମିଳିଲା….

ପଦ୍ମପୁର,୧୨।୪(ପ୍ରଦୀପ୍ତ ଦାଶ): ପଦ୍ମପୁର ବନ ବିଭାଗକୁ ସଫଳତା । ଶନିବାର ଜଗଦଳପୁର ଥାନା ଅନ୍ତର୍ଗତ ଲୋହରା କୋଟ ଗ୍ରାମ ପାଖରୁ ଏକ ସାଗୁଆନ ଗଣ୍ଡି ବୋଝେଇ ମେକ୍ସ…

ବରଗଡରେ ୨ଟି ଫୁଲମାଳା ବିନିମୟରେ ବାଛିଲେ ଜୀବନସାଥୀ… ନା ଦେଖିଥିଲେ ଜାତି, ନା ଦେଇଥିଲେ ଯୌତୁକ

ବରଗଡ଼,୧୨।୪(ପ୍ରେମାନନ୍ଦ ଖମାରୀ): ବିବାହରେ ନ ଥିଲା ଯାନି ଯୌତୁକ । ନ ଥିଲା ଜାତି ଭେଦଭାବ। ବାହାରି ନ ଥିଲା ବରାତି ଶୋଭାଯାତ୍ରା। କେବଳ ୨ଟି ଫୁଲମାଳା…

ଦୋକାନରେ ଚାଲିଥିଲା ଗଞ୍ଜେଇ ବିକ୍ରି, ପୋଲିସ ଅତର୍କିତ ଚଢ଼ାଉ କରି…

ତିହିଡ଼ି,୧୨ା୪(ସଞ୍ଜିତ ବଳ): ଭଦ୍ରକ ଜିଲା ତିହିଡ଼ି ବଜାରରେ ଥିବା ଏକ ବେଆଇନ ଗଞ୍ଜେଇ ଦୋକାନ ଉପରେ ତିହିଡ଼ି ପୋଲିସ ଅତର୍କିତ ଚଢ଼ାଉ କରି ଜଣେ ଗଞ୍ଜେଇ ବିକ୍ରେତା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri