Posted inଜାତୀୟ

ଲଦାଖରେ ଶକ୍ତି ବଢ଼ାଉଛି ଭାରତ

ନୂଆଦିଲ୍ଲୀ,୪।୮: ଚାଇନା ସହ ସୀମା ବିବାଦ ସମାଧାନ ହେବା ପରିବର୍ତ୍ତେ ସ୍ଥିତି ବିଗିଡ଼ିବାରେ ଲାଗିଛି। ଚାଇନାର ସାମ୍ରାଜ୍ୟବାଦୀ ଆଭିମୁଖ୍ୟ ଯୋଗୁ ଭାରତ ସୀମାରେ ଶକ୍ତି ବୃଦ୍ଧି କରିବାରେ ଲାଗିଛି। ଦୌଲତବେଗ୍‌ ଓଲ୍‌ଡି ଓ ଦେପ୍‌ସାଙ୍ଗ ନିକଟରେ ୧୭ ହଜାରରୁ ଅଧିକ ସୈନ୍ୟ ଚାଇନା ମୁତୟନ କରବା ସହ ଯୁଦ୍ଧାସ୍ତ୍ର ମହଜୁଦ କରିଛି। ଏହାକୁ ଦୃଷ୍ଟିରେ ରଖି ଭାରତ ମଧ୍ୟ ସେନା ଓ ଟ୍ୟାଙ୍କ ଠୁଳ କରିବାରେ ଲାଗିପଡ଼ିଛି। ପିଏଲ୍‌ଏର ଯେକୌଣସି ଉଦ୍ୟମକୁ ପଣ୍ଡ କରିବା ଲାଗି ଜୋର୍‌ଦାର ପ୍ରସ୍ତୁତି ଚାଲିଛି। ସୀମା ଶାନ୍ତ ଲାଗି ଦୁଇଦେଶ ଆଲୋଚନା ଜାରି ରଖିଥିବାବେଳେ ସୀମାରେ ଉତ୍ତେଜନା ବଢ଼ିବାରେ ଲାଗିଛି। ଏଲ୍‌ଏସି ନିକଟ ଦେପ୍‌ସାଙ୍ଗ ଓ ଦୌଲତ ବେଗ୍‌ ଓଲ୍‌ଡିରେ ଚାଇନା ନିର୍ମାଣ କାର୍ଯ୍ୟ ଜାରି ରଖିଛି। ସେନା ଅପସାରଣ ପରେ ଶାନ୍ତି ଫେରିଲେ ପର୍ଯ୍ୟାୟ କ୍ରମେ ଆଲୋଚନା କରିବା ସପକ୍ଷରେ ଭାରତ ରହିଛି। ପ୍ରକାଶଥାଉ କି, ରବିବାର ଦୁଇଦେଶ ମଧ୍ୟରେ ମୋଲ୍‌ଡୋଠାରେ ସେନା କମାଣ୍ଡରସ୍ତରୀୟ ଆଲୋଚନା ହୋଇଥିଲା। ପୂର୍ବରୁ ଗଲ୍‌ଓ୍ବାନ ଉପତ୍ୟକାରୁ ସେନା ଅପସାରଣ ଲାଗି ଚାଇନା ରାଜି ହୋଇଥିଲା। ଏବେ ସେ ଏହାକୁ ମାନୁନି। ଫଳରେ ଦୁଇଦେଶ ଲଦାଖ ସୀମାରେ ପୁଣି ମୁହାଁମୁହିଁ ହେବାର ଆଶଙ୍କା ସୃଷ୍ଟିହୋଇଛି।
ଅନ୍ୟପକ୍ଷରେ ଭାରତ ପ୍ରତିରକ୍ଷା ଉତ୍ପାଦନ ଖର୍ଚ୍ଚ ବୃଦ୍ଧି କରିବା ଲାଗି ଯୋଜନା କରୁଛି। ୨୦୨୫ ସୁଦ୍ଧା ପ୍ରତିରକ୍ଷା ସରଞ୍ଜାମ କିଣାରେ ୧.୭୫ ଲକ୍ଷ କୋଟି ଟଙ୍କା ଖର୍ଚ୍ଚ ହେବ ବୋଲି ଜଣାପଡ଼ିଛି। ପ୍ରତିରକ୍ଷା ମନ୍ତ୍ରଣାଳୟ ଦ୍ୱାରା ପ୍ରସ୍ତୁତ କରାଯାଇଥିବା ଏକ ଚିଠାରୁ ଏଭଳି ତଥ୍ୟ ପଦାକୁ ଆସିଛି। ଏହି ଡ୍ରାଫ୍ଟ ଡିଫେନ୍ସ ପ୍ରଡକ୍ସନ ଆଣ୍ଡ ଏକ୍ସପୋର୍ଟ ପ୍ରମୋଶନ ପଲିସି-୨୦୨୦ରେ ୩୫ ହଜାର କୋଟି ଟଙ୍କାର ଅନ୍ତରୀକ୍ଷ ଓ ପ୍ରତିରକ୍ଷା ସରଞ୍ଜାମ ଆଗାମୀ ୫ ବର୍ଷ ଲାଗି କ୍ରୟ କରାଯିବ।


Enter your email to get our daily news in your inbox.

All Right Reserved By Dharitri.Com

ଯୋଗାଣ ମନ୍ତ୍ରୀଙ୍କ ବଡ଼ ଘୋଷଣା, ପେଟ୍ରୋଲ ପମ୍ପରେ ମିଳିବ ୫ କେଜିଆ LPG ଗ୍ୟାସ, କେତେ ଟଙ୍କା?

ଭୁବନେଶ୍ବର,୮।୪: ୫ କେଜିଆ ଗ୍ୟାସ ସିଲିଣ୍ଡର ନେଇ ଯୋଗାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର ବଡ଼ ଘୋଷଣା କରିଛନ୍ତି । ପେଟ୍ରୋଲ ପମ୍ପରେ ମିଳିବ ୫ କେଜିଆ ଏଲ୍‌ପିଜି…

ବନ୍ତରେ କାଳବୈଶାଖୀର ତାଣ୍ଡବ; ଉଜୁଡ଼ିଲା ଫସଲ, ମୁଣ୍ଡରେ ହାତଦେଲେ ଚାଷୀ

ବନ୍ତ,୮।୪(କିଶୋର କୁମାର ସେଠୀ ): ଗତ ମଙ୍ଗଳବାର ଦିନ କାଳବୈଶାଖୀ ପ୍ରଭାବରେରେ ଭଦ୍ରକ ଜିଲା ବନ୍ତ ବ୍ଲକର ବିଭିନ୍ନ ପଞ୍ଚାୟତରେ ବ୍ୟାପକ ପନି ପରିବା ଏବଂ ଡାଲି…

ବଡ଼ ଖବର: ବିଜେଡି ସଂସଦୀୟ ଦଳ ନେତା ପଦରୁ ସସ୍ମିତ ପାତ୍ରଙ୍କ ଇସ୍ତଫା, ବଢ଼ିଲା ଚର୍ଚ୍ଚା

ଭୁବନେଶ୍ୱର,୮।୪: ଓଡ଼ିଶା ରାଜନୀତିରୁ ଏକ ବଡ଼ ଖବର ସାମ୍ନାକୁ ଆସିଛି। ରାଜ୍ୟ ସଭାରେ ବିଜେଡି ସଂସଦୀୟ ଦଳ ନେତା ପଦରୁ ଇସ୍ତଫା ଦେଇଛନ୍ତି ଡକ୍ଟର ସସ୍ମିତ ପାତ୍ର।…

ଇରାନକୁ ଅସ୍ତ୍ରଶସ୍ତ୍ର ଯୋଗାଉଥିବା ଦେଶ ଉପରେ ଲାଗିବ ୫୦% ଟାରିଫ, ଯୁଦ୍ଧବିରତି ପରେ ଟ୍ରମ୍ପଙ୍କ ଘୋଷଣା

ଓ୍ବାଶିଂଟନ୍‌,୮।୪:  ଯୁଦ୍ଧବିରତି ପରେ, ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଏକ ଗୁରୁତ୍ୱପୂର୍ଣ୍ଣ ବିବୃତ୍ତି ଜାରି କରିଛନ୍ତି । ସେ ଦୃଢ଼ତାର ସହିତ କହିଛନ୍ତି ଯେ ଇରାନରେ ନେତୃତ୍ୱର ଏକ…

ଯୁଦ୍ଧବିରତିର ସତ କହିଦେଲା ରୁଷିଆ, ଟ୍ରମ୍ପ କରିଥିଲେ…

ନୂଆଦିଲ୍ଲୀ,୮।୪: ମଧ୍ୟପ୍ରାଚ୍ୟରେ ଦୁଇ ସପ୍ତାହ ପାଇଁ ଯୁଦ୍ଧବିରତି ପାଇଁ ଆମେରିକା ଏବଂ ଇରାନ ରାଜି ହୋଇଛନ୍ତି, ଯାହା ଉଭୟ ପକ୍ଷ ଦ୍ୱାରା ଘୋଷଣା କରାଯାଇଛି। ଡୋନାଲ୍ଡ ଟ୍ରମ୍ପଙ୍କ…

ଯୁବକଙ୍କୁ ମରଣାନ୍ତକ ଆକ୍ରମଣ କରି ବନ୍ଧା ହେଲେ ଯୁବକ

ଆନନ୍ଦପୁର,୮ା୪(ସୁଶାନ୍ତ କୁମାର ସାହୁ): କେନ୍ଦୁଝର ଜିଲା ରାମଚନ୍ଦ୍ରପୁରୁ ଥାନା ଅଧୀନ କଡ଼ରାପlଳ ଗ୍ରାମର ପ୍ରଦୋଷ ବରାଳ (୨୮) ଗତ ମଙ୍ଗଳବାର କୌଣସି କାରଣରୁ ରାମଚନ୍ଦ୍ରପୁରୁ ଥାନା ଅଧୀନ…

MI ବିପକ୍ଷରେ ଆଉଟ୍ ହୋଇ କାନ୍ଦିଲେ ବୈଭବ ସୂର୍ଯ୍ୟବଂଶୀ! ଭାଇରାଲ୍ ହେଉଛି ଭିଡିଓ

ମୁମ୍ବାଇ,୮।୪: ଆଇପିଏଲ ୨୦୨୬ର ୧୩ତମ ଲିଗ୍ ମ୍ୟାଚ୍, ମୁମ୍ବାଇ ଇଣ୍ଡିଆନ୍ସ ବିପକ୍ଷରେ ବୈଭବ ସୂର୍ଯ୍ୟବଂଶୀ ଏକ ଚମତ୍କାର ଇନିଂସ ଖେଳିଥିଲେ । ମାତ୍ର ୧୪ ବଲ୍‌ରେ ୩୯ ରନ୍…

ପୋଲତଳୁ ମିଳିଲା ମୃତଦେହ, ପାରିପାର୍ଶ୍ୱିକ ସ୍ଥିତିରୁ…

ବଲାଙ୍ଗୀର/ଲାଠୋର,୮ା୪(ସୁନିଲ କୁମାର ମହାନ୍ତି/ଭୁବନେଶ୍ୱର ବାରିକ): ବଲାଙ୍ଗୀର ଜିଲା ଲାଠୋର ଥାନା ଅଧୀନ କରୁଆଁଝର କୋଉ ପୋଲତଳୁ ପୋଲିସ ବୁଧବାର ଏକ ମୃତଦେହ ଜବତ କରିଛି। ମୃତକ ଜଣକ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri