ସିଡନୀ,୨୫ା୨: ଆହତ ସମସ୍ୟା ଦେଇ ଗତି କରୁଥିବା ଅଷ୍ଟ୍ରେଲିଆ ଦଳର ଅଧିନାୟକ ପାଟ କୁମିନ୍ସଙ୍କ ମତରେ ଭାରତୀୟ ଦଳକୁ ଦୁବାଇରେ ଚାମ୍ପିୟନ୍ସ ଟ୍ରଫିର ସମସ୍ତ ମ୍ୟାଚ ଖେଳିବାର ବଡ଼ ଫାଇଦା ମିଳୁଛି। ଅନ୍ୟ ଦଳଗୁଡ଼ିକୁ ପାକିସ୍ତାନର ବିଭିନ୍ନ ଭେନ୍ୟୁରେ ଖେଳିବାକୁ ପଡ଼ୁଛି। ରୋହିତ ଶର୍ମାଙ୍କ ନେତୃତ୍ୱାଧୀନ ଭାରତୀୟ ଦଳ ତା’ର ସମସ୍ତ ଲିଗ ମ୍ୟାଚ ଦୁବାଇରେ ଖେଳୁଛି। ଦଳ ଯଦି ଫାଇନାଲରେ ପ୍ରବେଶ କରିବାରେ ସଫଳ ହୁଏ, ତେବେ ଫାଇନାଲ ମ୍ୟାଚ ମଧ୍ୟ ଦୁବାଇରେ ଖେଳାଯିବ।
ମତରେ ହାଇବ୍ରିଡ ମଡେଲରେ ଟୁର୍ନାମେଣ୍ଟ ହେଉଛି, ଏହା ଭଲ କଥା। କିନ୍ତୁ ଏହା ଭାରତକୁ ସମାନ ଭେନ୍ୟୁରେ ଖେଳିବାର ଏକ ବଡ଼ ଫାଇଦା ପ୍ରଦାନ କରୁଛି। ଭାରତ ଖୁବ ଶକ୍ତିଶାଳୀ ଦଳ ଏବଂ ଦଳକୁ ଗୋଟିଏ ଭେନ୍ୟୁରେ ସମସ୍ତ ମ୍ୟାଚ ଖେଳିବାର ଫାଇଦା ମିଳୁଛି ବୋଲି କୁମିନ୍ସ କହିଛନ୍ତି। ଭାରତୀୟ ଦଳ ତା’ର ଉଭୟ ମ୍ୟାଚକୁ ଜିତି ସେମିଫାଇନାଲ ପ୍ରବେଶ କରିଛି। ଆସନ୍ତା ରବିବାର ଭାରତ ତା’ର ଅନ୍ତିମ ଲିଗ ମ୍ୟାଚରେ ନ୍ୟୁଜିଲାଣ୍ଡକୁ ଭେଟିବ।


