Posted inଖେଳ

ଶୀର୍ଷକୁ ଫେରିଲା ଭାରତ

ଲକ୍ଷ୍ନୌ, ୩୦।୧୦: ଚଳିତ ଦିନିକିଆ କ୍ରିକେଟ ବିଶ୍ୱକପରେ ଟିମ୍‌ ଇଣ୍ଡିଆର ବିଜୟ ଧାରା ଅବ୍ୟାହତ ରହିଛି। ପୂର୍ବରୁ ଅଷ୍ଟ୍ରେଲିଆ, ଆଫଗାନିସ୍ତାନ, ପାକିସ୍ତାନ, ବାଂଲାଦେଶ ଓ ନ୍ୟୁଜିଲାଣ୍ଡକୁ ହରାଇଥିବା ଭାରତ ରବିବାର ଡିଫେଣ୍ଡିଂ ଚାମ୍ପିୟନ ଇଂଲଣ୍ଡକୁ ୧୦୦ ରନରେ ହରାଇ ଅପରାଜେୟ ରହିଛି। ଇକାନ୍ନା କ୍ରିକେଟ ଷ୍ଟାଡିୟମର ବୋଲିଂ ଫ୍ରେଣ୍ଡଲୀ ପିଚ୍‌ରେ ଅଧିନାୟକ ରୋହିତ ଶର୍ମାଙ୍କ ସ୍ବତନ୍ତ୍ର ଇନିଂସ ପରେ ବୋଲରଙ୍କ ମିଳିତ ସଫଳତା ବଳରେ ଭାରତ କ୍ରମାଗତ ୬ଷ୍ଠ ବିଜୟ ହାସଲ କରିବାରେ ସକ୍ଷମ ହୋଇଛି। ଫଳରେ ୧୨ ପଏଣ୍ଟ ସହିତ ଘରୋଇ ଦଳ ପଏଣ୍ଟ ଟେବୁଲର ଶୀର୍ଷକୁ ଫେରିବା ସହ ସେମିଫାଇନାଲର ନିକଟତର ହୋଇଛି। ଅନ୍ୟପକ୍ଷରେ ଇଂଲଣ୍ଡ ୬ ମ୍ୟାଚରୁ ୫ମ ପରାଜୟ ବରଣ କରିଛି। ଭାରତ ୫୦ ଓଭରରେ ୯ ଉଇକେଟ ହରାଇ ୨୨୯ ରନ କରିଥିଲା। ଜବାବରେ ଇଂଲଣ୍ଡ ୩୪.୫ ଓଭରରେ ୧୨୯ ରନକରି ଅଲ୍‌ଆଉଟ ହୋଇ ଯାଇଥିଲା। ରୋହିତ ପ୍ଲେୟର ଅଫ୍‌ ଦି ମ୍ୟାଚ ବିବେଚିତ ହୋଇଥିଲେ।
ଟସ୍‌ ହାରି ବ୍ୟାଟିଂ ଆମନ୍ତ୍ରଣ ପାଇଥିଲା ଭାରତ। ଅଧିନାୟକ ରୋହିତ ଶର୍ମା ଓ ଶୁବମନ ଗିଲ୍‌ ଯଦିଓ ସତର୍କତାର ସହ ଇନିଂସ ଆରମ୍ଭ କରି ୪ ଓଭରରେ ୨୬ ରନ ସଂଗ୍ରହ କରିଥିଲେ ତେବେ ମାତ୍ର ୧ ରନ ବ୍ୟବଧାନରେ ୨ଟି ଉଇକେଟର ପତନ ଘରୋଇ ଦଳକୁ ବ୍ୟାକ୍‌ଫୁଟ୍‌କୁ ଠେଲି ଦେଇଥିଲା। ଶୁବମନ ଗିଲ୍‌ ୯ ରନରେ ଆଉଟ ହୋଇଥିବାବେଳେ ଫର୍ମରେ ଥିବା ବିରାଟ କୋହଲି ଖାତା ଖୋଲି ନ ପାରିବା ଦଳକୁ ଚିନ୍ତାରେ ପକାଇଥିଲା। ଗିଲ୍‌ଙ୍କୁ କ୍ଲିନ୍‌ ବୋଲ୍ଡ କରି କ୍ରିସ୍‌ ଓ୍ବକ୍ସ ଭାରତକୁ ପ୍ରଥମ ଝଟ୍‌କା ଦେଇଥିବାବେଳେ କୋହଲିଙ୍କ ପ୍ରାଇଜ୍‌ ଉଇକେଟ ପାଇଥିଲେ ଡାଭିଡ ଓ୍ବିଲି। କୋହଲି ଚଳିତ ବର୍ଷ ପ୍ରଥମଥରପାଇଁ ଡକ୍‌ (୦)ରେ ଆଉଟ ହୋଇଥିଲେ। ଶ୍ରେୟସ ଆୟାର ମଧ୍ୟ ମାତ୍ର ୪ ରନକରି ଓ୍ବକ୍ସଙ୍କ ଦ୍ୱିତୀୟ ଶିକାର ବନିଥିଲେ। ଫଳରେ ୪୦ ରନ ମଧ୍ୟରେ ଭାରତର ୩ଟି ଉଇକେଟ ପଡ଼ି ଯାଇଥିଲା। ରୋହିତ ଓ ଲୋକେଶ ରାହୁଲ ଚାପର ବଶବର୍ତ୍ତୀ ନ ହୋଇ ଇନିଂସ ସମ୍ଭାଳିଥିଲେ। ଇତିମଧ୍ୟରେ ରୋହିତ ବିଶ୍ୱକପରେ କ୍ୟାରିୟରର ୧୨ଶ ଅର୍ଦ୍ଧଶତକ ପୂରଣ କରିଥିଲେ। ବିଶ୍ୱକପରେ ସର୍ବାଧିକ ଅର୍ଦ୍ଧଶତକ ହାସଲ କ୍ଷେତ୍ରରେ ସେ ଭାରତର ବିରାଟ କୋହଲି, ବାଂଲାଦେଶର ଶାକିବ ଅଲ୍‌ ହାସନ ଓ ଶ୍ରୀଲଙ୍କାର କୁମାର ସଙ୍ଗକାରାଙ୍କ ସମକକ୍ଷ ହୋଇଥିଲେ। ୪ର୍ଥ ଉଇକେଟରେ ୧୧୧ ବଲ୍‌ରୁ ୯୧ ରନ ସଂଗ୍ରହ ପରେ ରାହୁଲଙ୍କୁ ଆଉଟ କରି ଇଂଲଣ୍ଡକୁ ବ୍ରେକ୍‌ ଥ୍ରୁ ଦେଇଥିଲେ ଓ୍ବିଲି। ରାହୁଲ ୫୮ ବଲ୍‌ରୁ ୩୯ (୩ ଚୌକା) ରନ ସଂଗ୍ରହ କରିଥିଲେ। ସୂର୍ଯ୍ୟକୁମାରଙ୍କ ସହ ଇନିଂସକୁ ଆଗେଇ ନେଇ ରୋହିତ ଶତକର ନିକଟତର ହୋଇଥିଲେ। ତେବେ ସେ ତିନିଅଙ୍କ ସ୍ପର୍ଶଠାରୁ ୧୩ ରନ ଦୂରରେ ଥିବାବେଳେ ଆଡିଲ ରଶିଦଙ୍କ ବଲ୍‌ରେ ଡିପ୍‌ ମିଡ୍‌ ଉଇକେଟରେ ଲିଆମ ଲିଭିଂଷ୍ଟୋନଙ୍କୁ କ୍ୟାଚ ଦେଇ ପ୍ୟାଭିଲିୟନ ଫେରିଥିଲେ। ୧୦୧ ବଲ୍‌ରୁ ୮୭ ରନ ସଂଗ୍ରହ କରିଥିବା ରୋହିତ ନିଜ ଇନିଂସ ମଧ୍ୟରେ ୧୦ ଚୌକା ଓ ୩ ଛକା ମାରିଥିଲେ। ରବୀନ୍ଦ୍ର ଜାଡେଜା ୮ ଓ ଭାରତର ଶେଷ ଆଶା ସୂର୍ଯ୍ୟକୁମାର ଯାଦବ ୪୯ (୪୭ ବଲ, ୪ ଚୌକା, ୧ ଛକା) ରନକରି ଆଉଟ ହେବାରୁ ଭାରତର ବଡ଼ ସ୍କୋର ସମ୍ଭବ ହୋଇ ନ ଥିଲା। ଇଂଲଣ୍ଡ ପକ୍ଷରୁ ଡେଭିଡ ଓ୍ବିଲି ୩ଟି, କ୍ରିସ୍‌ ଓ୍ବକ୍ସ ଓ ଆଡିଲ ରଶିଦ ୨ଟି ଲେଖାଏ ଏବଂ ମାର୍କ ଉଡ୍‌ ଗୋଟିଏ ଉଇକେଟ ନେଇଥିଲେ।
୨୩୦ ରନ ବିଜୟ ଲକ୍ଷ୍ୟରେ ଇଂଲଣ୍ଡର ଆରମ୍ଭ ଭଲ ହୋଇଥିଲା। ଦୁଇ ଓପନର ୨୯ ବଲ୍‌ରୁ ୩୦ ରନ ସଂଗ୍ରହ କରିଥିଲେ। ତେବେ ଯଶପ୍ରୀତ୍‌ ବୁମ୍‌ରା ଓ ମହମ୍ମଦ ଶାମି ଘାତକ ବୋଲିଂ କରି ୯ ରନ ବ୍ୟବଧାନରେ ୪ ଉଇକେଟ ନେଇ ଇଂଲଣ୍ଡର ବ୍ୟାଟିଂ ବିପର୍ଯ୍ୟୟ ଘଟାଇଥିଲେ। ଦୁହେଁ କୌଣସି ଫିଲ୍ଡରଙ୍କ ସହାୟତା ମଧ୍ୟ ନେଇ ନ ଥିଲେ। ନିଜର ୩ୟ ଏବଂ ଇନିଂସର ୫ମ ଓଭରର ୫ମ ଓ ୬ଷ୍ଠ ବଲ୍‌ରେ ଯଥାକ୍ରମେ ଦାଓ୍ବିଦ ମଲନ ଓ ଜୋ ରୁଟ୍‌ଙ୍କୁ ଆଉଟ କରି ହ୍ୟାଟ୍ରିକ ସୁଯୋଗ ସୃଷ୍ଟି କରିଥିଲେ ବୁମ୍‌ରା। ମଲନ ବୋଲ୍ଡ ଓ ରୁଟ୍‌ ଏଲବିଡବ୍ଲ୍ୟୁ ହୋଇଥିଲେ। ଶାମି ମଧ୍ୟ ପଛରେ ପଡ଼ି ନ ଥିଲେ। ସେ ଅଲରାଉଣ୍ଡର ବେନ୍‌ ଷ୍ଟୋକ୍ସଙ୍କୁ ଡକ୍‌ (୦) ଓ ସେଟ୍‌ ହୋଇ ଆସୁଥିବା ଜନି ବେୟାରଷ୍ଟୋ (୧୪ ରନ)ଙ୍କୁ କ୍ଲିନ୍‌ ବୋଲ୍ଡ କରି ଭାରତୀୟ ଶିବିରରେ ଉତ୍ସାହ ଖେଳାଇ ଦେଇଥିଲେ। ଉଭୟ ବୁମ୍‌ରା ଓ ଶାମି ଗୋଟିଏ ଲେଖାଏ ମେଡେନ ମଧ୍ୟ ନେଇଥିଲେ। ଚାପର ବଶବର୍ତ୍ତୀ ହୋଇ ଯାଇଥିବା ଅଧିନାୟକ ଜୋଶ୍‌ ବଟଲର ମଧ୍ୟ ଫେଲ୍‌ ମାରିଥିଲେ। ସେ ୨୩ ବଲ୍‌ରୁ ମାତ୍ର ୧୦ ରନ କରିଥିବାବେଳେ କୁଲଦୀପ ଯାଦବଙ୍କ ବଲ୍‌ରେ ବୋଲ୍ଡ ହୋଇଥିଲେ। ]

ଷ୍ଟ୍ରାଇକ୍‌ ରୋଟେଟ୍‌ କରି ନ ପାରିବା ଏବଂ ଅନେକ ଡଟ୍‌ବଲ୍‌ ଖେଳିବା ଇଂଲଣ୍ଡ ପାଇଁ ମହଙ୍ଗା ପଡ଼ିଥିଲା। ୨୪ତମ ଓଭରର ପ୍ରଥମ ବଲ୍‌ରେ ମୋଇନ୍‌ ଅଲୀ (୧୫)ଙ୍କୁ ଆଉଟ କରି ଶାମି ତୃତୀୟ ସଫଳତା ପାଇଥିଲେ। ଫଳରେ ଇଂଲଣ୍ଡ ସ୍କୋର ୮୧/୬ ହୋଇ ଯାଇଥିଲା। ପରାଜୟ ମୁହାଁ ହୋଇ ସାରିଥିବା ଇଂଲଣ୍ଡ ଇନିଂସକୁ ଆଗେଇ ନେବାକୁ ଲିଆମ ଲିଭିଂଷ୍ଟୋନ ଓ କ୍ରିସ୍‌ ଓ୍ବକ୍ସ ଉଦ୍ୟମ କରିଥିଲେ ହେଁ ସଫଳ ହୋଇ ନ ଥିଲେ। ଲିଭିଂଷ୍ଟୋନ ସର୍ବାଧିକ ୨୭ ରନକରି କୁଲୀଦପଙ୍କ ଦ୍ୱିତୀୟ ଶିକାର ବନିଥିଲେ। କ୍ରିସ୍‌ ଓ୍ବକ୍ସଙ୍କୁ ରବୀନ୍ଦ୍ର ଜାଡେଜା, ଆଡିଲ ରଶିଦଙ୍କୁ ଶାମି ଓ ମାର୍କ ଉଡ୍‌ଙ୍କୁ ବୁମ୍‌ରା ଆଉଟ କରି ଇଂଲଣ୍ଡ ଇନିଂସର ପରିସମାପ୍ତି ଘଟାଇଥିଲେ। ଇଂଲଣ୍ଡ ଇନିଂସ ୩୪.୫ ଓଭରରେ ଶେଷ ହୋଇ ଯାଇଥିଲା। ଭାରତ ପକ୍ଷରୁ ଶାମି ସର୍ବାଧିକ ୪ଟି, ବୁମ୍‌ରା ୩ଟି, କୁଲଦୀପ ୨ଟି ଓ ଜାଡେଜା ଗୋଟିଏ ଉଇକେଟ ନେଇଥିଲେ।

 


Enter your email to get our daily news in your inbox.

All Right Reserved By Dharitri.Com

ଇରାନ ଯୁଦ୍ଧରେ ରୁଷିଆର ଏଣ୍ଟ୍ରି? ଟ୍ରମ୍ପଙ୍କ ହଜିଲା ନିଦ, ଭୟଙ୍କର ହୋଇପାରେ…

ନୂଆଦିଲ୍ଲୀ/ତେହେରାନ, ୨୬।୩: ପଶ୍ଚିମ ଏସିଆରେ ଜାରି ରହିଥିବା ଯୁଦ୍ଧ ମଧ୍ୟରେ ରୁଷିଆ ଏବଂ ଇରାନର ବଢୁଥିବା ନିକଟତରତା ବିଶ୍ୱ ପାଇଁ ଚିନ୍ତାର କାରଣ ପାଲଟିଛି। ପଶ୍ଚିମା ଗୋଇନ୍ଦା…

ନଦୀକୁ ଖସିଲା ବସ୍‌: ୨୪ ମୃତ, ଏବେ ବି ଅନେକ ନିଖୋଜ

ଢାକା,୨୬ା୩: ବାଂଲାଦେଶରେ ଏକ ବସ୍‌ ନଦୀ ମଧ୍ୟକୁ ଖସିପଡ଼ିବାରୁ ଅନୂ୍ୟନ ୨୪ ଜଣଙ୍କ ମୃତ୍ୟୁ ଘଟିବା ସହ ଅନେକ ନିଖୋଜ ଅଛନ୍ତି। ସେମାନଙ୍କୁ ଉଦ୍ଧାର ପାଇଁ ଉଦ୍ୟମ…

ବସଷ୍ଟାଣ୍ଡରେ OSRTC ବସ୍‌ରେ ଲାଗିଲା ନିଆଁ: ଜୀବନ ବଞ୍ଚାଇବାକୁ କିଏ ଝରକା ପଟେ ଡେଇଁଲେ ତ କିଏ… VIDEO 

କୋରାପୁଟ, ୨୬।୩ (ଅମିତାଭ ବେହେରା): କୋରାପୁଟ ବସଷ୍ଟାଣ୍ଡରେ ଏକ ବଡ଼ ଧରଣର ଅଘଟଣ ଟଳିଯାଇଛି। ଗୁରୁବାର ସଂନ୍ଧ୍ୟାରେ ଏକ ସରକାରୀ (OSRTC) ବସ୍‌ରେ ହଠାତ ନିଆଁ ଲାଗିଯିବା…

ରାମ ନବବୀ ପାଇଁ ହାଇଆଲର୍ଟରେ ସମ୍ୱଲପୁର ସହର, ଜାରି ହେଲା ମ୍ୟାପ୍‌

ସମ୍ୱଲପୁର,୨୬ା୩(ପ୍ରମୋଦ ବହିଦାର): ଶୁକ୍ରବାର ଶ୍ରୀରାମ ନବମୀ ଉପଲକ୍ଷେ ପାଳିତ ହେବାକୁ ଥିବା ଶ୍ରୀରାମ ଜନ୍ମୋତ୍ସବ ଓ ଶୋଭାଯାତ୍ରା ପାଇଁ ହାଇଆଲର୍ଟରେ ରହିଛି ସମଗ୍ର ସମ୍ୱଲପୁର ସହର। ସମଗ୍ର…

ଏମିତି ପ୍ରଶ୍ନରେ ରାଗିଗଲେ ଶୁବମନ ଗିଲ, T20 ଟିମରୁ…

ନୂଆଦିଲ୍ଲୀ,୨୬।୩: ଭାରତୀୟ ଦିନିକିଆ ଏବଂ ଟେଷ୍ଟ ଅଧିନାୟକ ଶୁବମନ ଗିଲ ଗୁରୁବାର କହିଛନ୍ତି ଯେ ୨୦୨୬ ଟି୨୦ ବିଶ୍ୱକପ ପୂର୍ବରୁ ଭାରତୀୟ ଦଳରୁ ବାଦ ପଡ଼ିବା ପରେ…

ଚକ୍‌ମା ଦେଉଛନ୍ତି ଟ୍ରମ୍ପ! ପୁଣି ଓଲଟିଲେ, କହିଲେ ‘ଡିଲ ପାଇଁ ଭିକ୍ଷା କରୁଥିଲା ଇରାନ, ମୁଁ ନୁହେଁ’, ସାରା ବିଶ୍ୱ ଆଶ୍ଚର୍ଯ୍ୟ

ଓ୍ବାଶିଂଟନ,୨୬।୩: ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ପୁଣି ଥରେ ଇରାନ ସହିତ ଶାନ୍ତି ଚୁକ୍ତିର ସମ୍ଭାବନା ଉପରେ ସନ୍ଦେହ ପ୍ରକାଶ କରି କହିଛନ୍ତି ଯେ ଇରାନ ଯୁଦ୍ଧ…

ରାମ ନବମୀ ପୂର୍ୱରୁ ପୋଲିସର ଫ୍ଲାଗ୍‌ ମାର୍ଚ୍ଚ, ବଢ଼ିଲା ସୁରକ୍ଷା…

କୋରାପୁଟ,୨୬ା୩(ଅମିତାଭ ବେହେରା): ରାମ ନବମୀ ଅବ୍ୟହିତ ପୂର୍ୱରୁ କୋରାପୁଟ ପୋଲିସ ପକ୍ଷରୁ ସହରରେ ଗୁରୁବାର ଫ୍ଲାଗ ମାର୍ଚ୍ଚ କରାଯାଇଛି। ରାମ ନବମୀରେ ଶୁକ୍ରବାର ସହରରେ ୧୦ହଜାର ଊର୍ଦ୍ଧ୍ୱ…

ଗଜପତିରେ ଗଞ୍ଜେଇ କାରବାର ଉପରେ ପୋଲିସର ଶକ୍ତ ପ୍ରହାର: ୪.୦୬ ଟନ୍‌ର ଗଞ୍ଜେଇ ଜବତ, ମୂଲ୍ୟ…

ପାରଳାଖେମୁଣ୍ଡି/ମୋହନା, ୨୬।୩ (ଗିରିଧାରୀ ପରିଚ୍ଛା/ମନ୍ମଥ ମିଶ୍ର): ଗଜପତି ଜିଲାରେ ଅବାଧ ଗଞ୍ଜେଇ ଚାଷ ଓ ଚାଲାଣକୁ ରୋକିବା ପାଇଁ ପୋଲିସ ପ୍ରଶାସନ ପକ୍ଷରୁ ଚଢାଉକୁ ଜୋରଦାର କରାଯାଇଛି।…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri