ସରିଲା ୧୦ଦିନିଆ ଦ୍ୱୈତ ମେଳା

ଭୁବନେଶ୍ୱର,୭।୩ : ପ୍ରତିବର୍ଷ ପରି ଚଳିତବର୍ଷ ମଧ୍ୟ ସ୍ଥାନୀୟ ଜନତା ମଇଦାନଠାରେ ୧୮ତମ ହୋମ୍‌ ଆଣ୍ଡ ଡେକୋର ସାଙ୍ଗକୁ ୧୮ତମ ଇଣ୍ଡିଆ ଇଣ୍ଟରନ୍ୟାଶନାଲ ମେଗା ଟ୍ରେଡ୍‌ ଫେୟାର-୨୦୨୩ ସୋମବାର ଉଦ୍‌ଯାପିତ ହୋଇଯାଇଛି। ଏପରିକି ଚଳିତ ବର୍ଷ ଫେବୃୟାରୀ ୨୫ରୁ ଆରମ୍ଭ ହୋଇଥିବା ଏହି ଦ୍ୱୈତ ମେଳା ଆନୁଷ୍ଠାନିକ ଭାବେ ଶେଷ ହୋଇଥିବା ଆୟୋଜକଙ୍କ ପକ୍ଷରୁ କୁହାଯାଇଛି। ଉକ୍ତ ମେଳାର ଉଦ୍‌ଯାପନୀ ଉତ୍ସବରେ ଶିଳ୍ପମନ୍ତ୍ରୀ ପ୍ରତାପ କେଶରୀ ଦେବ ମୁଖ୍ୟ ଅତିଥି ଭାବେ ଯୋଗଦେଇଥିବା ବେଳେ ଜାତୀୟ କ୍ଷୁଦ୍ର ଶିଳ୍ପ ନିଗମ ଲିଃ ତଥା ଜାତୀୟ ଏସ୍‌ସି-ଏସ୍‌ଟି ହବ୍‌ ଭୁବନେଶ୍ୱରର ଶାଖା ପରିଚାଳକ ଶୁଭାଶିଷ୍‌ ଦାସ, କ୍ରେଡାଇ ଭୁବନେଶ୍ୱରର ସଭାପତି ପ୍ରଦୀପ୍ତ କୁମାର ବିଶ୍ୱାସରାଏ, ଉପସଭାପତି ସୂର୍ଯ୍ୟକାନ୍ତ ନନ୍ଦ ଏବଂ ଜିଏସ୍‌ ମାର୍କେଟିଂର ନିର୍ଦ୍ଦେଶକ ଚିଦ୍ରୁଦ୍‌ ସାହା ପ୍ରମୁଖ ଉପସ୍ଥିତ ଥିଲେ। ଏହି ପରିପ୍ରେକ୍ଷୀରେ ମନ୍ତ୍ରୀ ଦେବ କହିଥିଲେ, ପ୍ରତିଟି ମେଳା ସବୁ ବର୍ଗର ଲୋକଙ୍କୁ ଉତ୍ସାହିତ କରିଥାଏ। ଏପରିକି ମେଳାର ବିଶେଷ ଗ୍ରାହକ ଥାଆନ୍ତି। ସେହିଭଳି ଦେଶର ସମସ୍ତ ପୁଞ୍ଜିନିବେଶକାରୀଙ୍କୁ ଓଡ଼ିଶାରେ ଥିବା ଖଣିଜ ସମ୍ପଦ ବ୍ୟବହାରକରି ଶିଳ୍ପ ନିର୍ମାଣ ନିମନ୍ତେ ନିମନ୍ତ୍ରଣ କରାଯାଉଛି। ଏପରିକି ସରକାରଙ୍କ ସହଯୋଗରେ ପୁଞ୍ଜିନିବେଶ କରିବାକୁ ମନ୍ତ୍ରୀ ଦେବ ଆହ୍ବାନ କରିଛନ୍ତି। ଅପରପକ୍ଷରେ ଉପରୋକ୍ତ ୨ଟି ମେଳାରେ ୯ଟି ଦେଶ ଏବଂ ୧୬ଟି ରାଜ୍ୟର ବ୍ୟବସାୟୀ ସେମାନଙ୍କର ଭିନ୍ନ ଭିନ୍ନ ବ୍ୟବସାୟର ପସରା ଖୋଲିଥିଲା ବେଳେ ଏହି ୧୦ଦିନ ମଧ୍ୟରେ ପ୍ରାୟ ଅଢ଼େଇ ଲକ୍ଷରୁ ଊର୍ଦ୍ଧ୍ୱ ଲୋକ ମେଳା ବୁଲିବାକୁ ଆସିଥିଲେ। ସେହିଭଳି ଗ୍ରାହକଙ୍କ ପସନ୍ଦର ଅନୁଯାୟୀ ସାମଗୀ ସାଙ୍ଗକୁ ଖାଦ୍ୟପେୟ ଓ ଆସବାବପତ୍ର ସମେତ ଅନ୍ୟାନ୍ୟ ଘରକରଣା ଦ୍ରବ୍ୟମାନ ଗୋଟିଏ ସ୍ଥାନରେ ପାଇପାରିଥିବାରୁ ସବୁ ବର୍ଗର ଗ୍ରାହକ ସେ ସବୁକୁ କିଣିବା ସହ ଖୁସି ବ୍ୟକ୍ତ କରିଛନ୍ତି। ଏହା ସହିତ କ୍ରେଡାଇ ଭୁବନେଶ୍ୱର ପକ୍ଷରୁ ସ୍ବତନ୍ତ୍ର ଭାବେ ଏକ ଜୋନ୍‌ରେ ରିୟଲ ଇଷ୍ଟେଟ ସମ୍ବନ୍ଧିତ ସମସ୍ତ ସୂଚନା ଓ ପ୍ରକଳ୍ପକୁ ଏକ ବୃହତ୍‌ ଷ୍ଟଲ୍‌ ଜରିଆରେ ପ୍ରଦର୍ଶନ କରିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଉତ୍କଟ ହେଲାଣି ରନ୍ଧନ ଗ୍ୟାସ ସଙ୍କଟ: ଡିପୋରେ ପଡ଼ିଛି ତାଲା, ଖାଲି ସିଲିଣ୍ଡର ଧରି…

ମୋହନା, ୧୨।୩ (ମନ୍ମଥ ମିଶ୍ର): ଗଜପତି ଜିଲା ମୋହନା ଅଞ୍ଚଳରେ ଏବେ ରନ୍ଧନ ଗ୍ୟାସର ଘୋର ସଙ୍କଟ ଦେଖାଦେଇଛି। ବିଶ୍ୱ ବଜାରରେ ଇରାନ ଓ ଇଜରାଏଲ ମଧ୍ୟରେ…

ଆମେରିକାକୁ ଥରାଇ ଦେଲାଣି ଇରାନର ସୁପ୍ରିମ ଲିଡରଙ୍କ ବୟାନ! ହର୍ମୁଜ ବନ୍ଦ ରଖିବାକୁ ଦେଲେ କଡ଼ା ଚେତାବନୀ

ତେହରାନ,୧୨।୩: ମଧ୍ୟପ୍ରାଚ୍ୟରେ ଚାଲିଥିବା ଯୁଦ୍ଧ ଯୋଗୁ, ଇରାନ ହର୍ମୁଜ ପ୍ରଣାଳୀ ବନ୍ଦ କରିବାକୁ ଘୋଷଣା କରିଛି, ଯାହା ସାରା ବିଶ୍ୱରେ ଶକ୍ତି ପ୍ରବେଶକୁ ବାଧା ସୃଷ୍ଟି କରୁଛି।…

ବନ୍ତଳାରେ ଭୟାବହ ଅଗ୍ନିକାଣ୍ଡ: ଗ୍ୟାସ ଟାଙ୍କି ଫାଟି ଜଳିଗଲା ୧୦ ଦୋକାନ, ୫ ଦମକଳ ଗାଡ଼ି…

ବନ୍ତଳା, ୧୨।୩(ସୁଶିତ ସାହୁ): ଅନୁଗୋଳ ଜିଲା ଶଙ୍ଖପୁର ମଦନମୋହନ ଛକସ୍ଥିତ ବନ୍ତଳା ବଜାରରେ ଗୁରୁବାର ଅପରାହ୍ନରେ ଏକ ଭୟଙ୍କର ଅଗ୍ନିକାଣ୍ଡ ଘଟିଛି। ଗ୍ୟାସ ଟାଙ୍କି ବିସ୍ଫୋରଣ ଯୋଗୁ…

ଗ୍ୟାସ ବୁକିଂ ସମୟ ବଦଳାଇଲେ ଏଜେନ୍ସି, ଏହି ନମ୍ବରରେ କରନ୍ତୁ କଲ, ନୋଟ୍‌ କରନ୍ତୁ ସମୟ, ୨୪ ଘଣ୍ଟାରେ ମିଳିବ ସିଲିଣ୍ଡର!

ଆଗ୍ରା,୧୨।୩: ଯଦି ଆପଣଙ୍କୁ ଗ୍ୟାସ ସିଲିଣ୍ଡର ବୁକ କରିବାକୁ ପଡିବ, ତେବେ ଏହି ଖବରକୁ ଭଲ ଭାବେ ପଢନ୍ତୁ, କାରଣ ବୁକିଂ କେବଳ ସକାଳ ୫ ଟାରୁ…

ଶ୍ୱଶୁର ଘରେ ଜ୍ୱାଇଁଙ୍କ ରହସ୍ୟମୟ ମୃତ୍ୟୁ: ସ୍ତ୍ରୀଙ୍କ ଉପସ୍ଥିତିକୁ ନେଇ ବଢୁଛି ସନ୍ଦେହ, ହତ୍ୟା ନା ଆତ୍ମହତ୍ୟା…

ଥୁଆମୂଳ ରାମପୁର,୧୨।୩: ଶ୍ୱଶୁର ଘରେ ଜ୍ୱାଇଁଙ୍କ ମୃତ୍ୟୁକୁ ନେଇ ଏବେ ସ୍ଥାନୀୟ ଅଞ୍ଚଳରେ ଚର୍ଚ୍ଚା ବଢ଼ିବା ସହ ସନ୍ଦେହ ପ୍ରକାଶ ପାଇଛି। କଳାହାଣ୍ଡି ଜିଲା ଥୁଆମୂଳ ରାମପୁର…

IPL 2026 ପୂର୍ବରୁ ‘ଫିକ୍ସିଂ’କୁ ନେଇ କ୍ରିକେଟ ଜଗତରେ ଆଲୋଡ଼ନ,ପୂର୍ବତନ KKR ଖେଳାଳିଙ୍କୁ ନିଲମ୍ବିତ କଲା ICC

ନୂଆଦିଲ୍ଲୀ,୧୨।୩: IPL 2026 ଆରମ୍ଭ ହେବା ପୂର୍ବରୁ, କ୍ରିକେଟ ଜଗତ ‘ଫିକ୍ସିଂ’ ଅଭିଯୋଗରେ ଦୋହଲିଯାଇଛି। ଅନ୍ତର୍ଜାତୀୟ କ୍ରିକେଟ ପରିଷଦ (ICC) କୋଲକାତା ନାଇଟ ରାଇଡର୍ସ (KKR) ପାଇଁ…

ମିଳିଲାନି ସୁଭଦ୍ରା ଟଙ୍କା: ବିଡ଼ିଓଙ୍କ ଦ୍ୱାରସ୍ଥ ହେଲେ ଆଦିବାସୀ ମହିଳା

ଗୁଡାରି,୧୨।୩ (ପ୍ରମୋଦ କୁମାର ପତି): ରାଜ୍ୟ ସରକାରଙ୍କ ‘ସୁଭଦ୍ରା’ ଯୋଜନାରେ ଯୋଗ୍ୟ ମହିଳାଙ୍କୁ ମହିଳା ଦିବସ ଅବସରରେ ଚତୁର୍ଥ କିସ୍ତି ଟଙ୍କା ମିଳିଛି। କିନ୍ତୁ ରାୟଗଡା ଜିଲା…

କାର୍‌ ନେଲା ଜୀବନ

ପାତ୍ରପୁର,୧୨ା୩(ଉମା ଚରଣ ନେପାକ): ଗଞ୍ଜାମ ଜିଲା ଜରଡ଼ା ଥାନା ସୁରଙ୍ଗୀଠାରେ ଏକ କାର୍‌ ଧକ୍କାରେ ଜଣେ ବ୍ୟକ୍ତିଙ୍କ ମୃତ୍ୟୁ ଘଟିିଛି। ସେ ହେଲେ ସୁରଙ୍ଗୀ ଗ୍ରାମର ଅଭିମନ୍ୟୁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri