Posted inଖେଳ

ସିରିଜ ବିଜୟ ଲକ୍ଷ୍ୟରେ ଭାରତ

ବାର୍ବାଡୋସ, ୨୯।୭: ଭାରତ ଓ ଓ୍ବେଷ୍ଟଇଣ୍ଡିଜ ମଧ୍ୟରେ ଚଳିତ ସିରିଜର ଦ୍ୱିତୀୟ ଦିନିକିଆ କ୍ରିକେଟ ମ୍ୟାଚ ଶନିବାର ଏଠାରେ ଅନୁଷ୍ଠିତ ହେବ। ପ୍ରଥମ ଦିନିକିଆକୁ ୫ ଉଇକେଟରେ ଜିତି ଭାରତ ୩ ମ୍ୟାଚ ବିଶିଷ୍ଟ ସିରିଜରେ ୧-୦ରେ ଅଗ୍ରଣୀଲାଭ କରିଛି। ତେଣୁ ଦ୍ୱିତୀୟ ଦିନିକିଆ ଜିତି ଆଗୁଆ ସିରିଜ ବିଜୟ ଲକ୍ଷ୍ୟରେ ରହିଛି ଟିମ୍‌ ଇଣ୍ଡିଆ। ପ୍ରଥମ ଦିନିକିଆରେ ବିଜୟ ଲକ୍ଷ୍ୟ ମାତ୍ର ୧୧୫ ରନ ଥିବାରୁ ଅଧିନାୟକ ରୋହିତ ଶର୍ମା ଓ କୋଚ୍‌ ରାହୁଲ ଡ୍ରାଭିଡ ମିଡିଲ୍‌ ଅର୍ଡର ବ୍ୟାଟରଙ୍କୁ ଟପ୍‌ ଅର୍ଡରରେ ଖେଳିବା ସୁଯୋଗ ଦେଇଥିଲେ। ମାତ୍ର ଟର୍ନିଂ ଟ୍ରାକ୍‌ରେ ଭାରତ ବିଜୟ ଲକ୍ଷ୍ୟରେ ପହଞ୍ଚତ୍ବା ପାଇଁ ୫ ଉଇକେଟ ହରାଇଥିଲା। ତେଣୁ ଆଗାମୀ ମ୍ୟାଚରେ ସ୍ବାଭାବିକ ବ୍ୟାଟିଂ ଅର୍ଡରକୁ ନେଇ ଭାରତ ଖେଳିବ ବୋଲି ଆଶା କରାଯାଉଛି।
ଆସନ୍ତା ଦିନିକିଆ କ୍ରିକେଟ ବିଶ୍ୱକପ୍‌ରେ ଭାରତ ଏହାର ପ୍ରଥମ ମ୍ୟାଚ ଅକ୍ଟୋବର ୮ରେ ଅଷ୍ଟ୍ରେଲିଆକୁ ଭେଟିବ। ଏହା ପୂର୍ବରୁ ରୋହିତ ଶର୍ମାଙ୍କ ଦଳକୁ ୧୧ଟି ମ୍ୟାଚ ଖେଳିବାର ଅଛି। ତେଣୁ ବିଶ୍ୱକପ୍‌ ପୂର୍ବରୁ ଟିମ୍‌ କମ୍ବିନେଶନ ସଜାଡ଼ିନେବାକୁ ମ୍ୟାନେଜମେଣ୍ଟ ଉଦ୍ୟମ କରିବ। ବାର୍ବାଡୋସର କେନ୍‌ସିଙ୍ଗଟନ ଓଭାଲ ସ୍ବର୍ଗତ ମାଲକମ ମାର୍ଶାଲ ଓ ‘ବିଗ୍‌ ବାର୍ଡ’ ଜୋଏଲ ଗାର୍ନରଙ୍କ ହୋମ୍‌ ଟର୍ଫ। ତେଣୁ ଏଠାରେ ଦ୍ରୁତ ବୋଲରଙ୍କୁ ସହାୟତା ମିଳିବା ସମ୍ଭାବନା ଅଧିକ। ବ୍ରିଜ୍‌ଟାଉନ୍‌ରେ ଅନୁଷ୍ଠିତ ପ୍ରଥମ ଦିନିକିଆରେ କିନ୍ତୁ ଏହାର ବିପରୀତ ଫଳ ଦେଖିବାକୁ ମିଳିଥିଲା। ଭାରତର ଦୁଇ ସ୍ପିନର ରବୀନ୍ଦ୍ର ଜାଡେଜା ଓ କୁଲଦୀପ ଯାଦବ ଓ୍ବେଷ୍ଟଇଣ୍ଡିଜ ବ୍ୟାଟିଂ ଲାଇନ୍‌ଅପ୍‌କୁ ଧ୍ୱସ୍ତ କରି ଦେଇଥିଲେ। ୫୦ ଓଭର ବିଶିଷ୍ଟ ମ୍ୟାଚରେ ଟି୨୦ ପରି ଶଟ୍‌ ଚୟନ ଓ୍ବେଷ୍ଟଇଣ୍ଡିଜ ବ୍ୟାଟରଙ୍କ ପାଇଁ ମହଙ୍ଗା ପଡ଼ିଥିଲା। ଓ୍ବେଷ୍ଟଇଣ୍ଡିଜ କ୍ରିକେଟର ସୁବର୍ଣ୍ଣ ଦିନ ଏବେ ଆଉ ନାହିଁ। ଭାରତରେ ହେବାକୁଥିବା ଦିନିକିଆ କ୍ରିକେଟ ବିଶ୍ୱକପ୍‌ ପାଇଁ ଏହି ଦଳ ଯୋଗ୍ୟତା ମଧ୍ୟ ହାସଲ କରିପାରି ନାହିଁ।
ଦ୍ୱିତୀୟ ଦିନିକିଆର ଟ୍ରାକ୍‌ ପ୍ରଥମ ଦିନିକିଆ ପରି ସମାନ ହୋଇ ନ ପାରେ। ତେବେ ଏଠାରେ ଭାରତ ପ୍ରଥମେ ବ୍ୟାଟିଂ ଚ୍ୟାଲେଞ୍ଜ ପାଇଲେ ମଧ୍ୟ ପ୍ରଭାବୀ ହୋଇପାରିବ। ପୂର୍ବ ମ୍ୟାଚରେ ଗୁଡାକେଶ ମୋତିଙ୍କ ଅର୍ଥାଡକ୍ସ ବାମହାତୀ ସ୍ପିନ୍‌ ଏବଂ ୟାନିକ୍‌ କାରିଆଙ୍କ ଲେଗ୍‌ ବ୍ରେକ୍‌କୁ ଖେଳିବାରେ ଭାରତକୁ ବିଶେଷ ଅସୁବିଧା ହୋଇ ନ ଥିଲେ ମଧ୍ୟ ସହଜ ମଧ୍ୟ ଅନୁଭବ କରି ନ ଥିଲା। ସୂର୍ଯ୍ୟକୁମାର ଯାଦବ ନିଜ ଟି୨୦ ଫର୍ମକୁ ୫୦ ଓଭର ଫର୍ମାଟରେ ରୂପାନ୍ତରିତ କରିବାର ଅଛି। ପ୍ରଥମ ଦିନିକିଆ ତାଙ୍କ ପାଇଁ ସୁବର୍ଣ୍ଣ ସୁଯୋଗ ଥିଲା। ସେ ଭଲ ଆରମ୍ଭ ମଧ୍ୟ କରିଥିଲେ, ମାତ୍ର ମୋତିଙ୍କ ବଲ୍‌କୁ କ୍ରମାଗତ ସୁଇପ୍‌ ଶଟ୍‌ ଖେଳିବାକୁଯାଇ ଆଉଟ ହୋଇଥିଲେ। ଶ୍ରେୟସ ଆୟାର ଓ ଲୋକେଶ ରାହୁଲ ଫିଟ୍‌ ହେଲେ ଭାରତୀୟ ଏକାଦଶରେ ସ୍ଥାନ ପାଇବା ତାଙ୍କ ପାଇଁ ଅସୁବିଧା ହେବ ବୋଲି ସୂର୍ଯ୍ୟ ଭଲଭାବେ ଜାଣିଛନ୍ତି। ତେଣୁ ତାଙ୍କୁ ସତର୍କତାର ସହ ଖେଳିବାକୁ ହେବ। ଏସିଆ କପ୍‌ରେ ପାକିସ୍ତାନ ବିପକ୍ଷରେ ସେ ଭଲ ଖେଳିଥିଲେ। ମହମ୍ମଦ ଶାମି, ଯଶପ୍ରୀତ୍‌ ବୁମ୍‌ରା, ମହମ୍ମଦ ସିରାଜ ଓ ଶାର୍ଦ୍ଦୂଳ ଠାକୁରଙ୍କ ଉପସ୍ଥିତିରେ ମୁକେଶ କୁମାରଙ୍କୁ ରିଜର୍ଭ ପେସରଭାବେ ବିବେଚନା କରାଯାଉଥିଲା। ମାତ୍ର ସୁଯୋଗ ପାଇବା ପରେ ସମସ୍ତ ଫର୍ମାଟରେ ଯେପରି ଲାଇନ୍‌ ଓ ଲେନ୍ଥରେ ବୋଲିଂ କରୁଛନ୍ତି ତାଙ୍କୁ ଦଳରୁ ବାଦ୍‌ଦେବା ସହଜ ହେବନି।


Enter your email to get our daily news in your inbox.

All Right Reserved By Dharitri.Com

ଏହି ଦେଶ ଆମେରିକାକୁ ଦେଲା ଝଟକା, ହକ୍ ବଦଳରେ ଭାରତରୁ ଆକାଶ କ୍ଷେପଣାସ୍ତ୍ର କିଣିବ

ନୂଆଦିଲ୍ଲୀ,୭ା୧୨: ଫିଲିପାଇନ୍ସ ଭାରତ ସହିତ ମଧ୍ୟମ ଦୂରଗାମୀ ସର୍ଫେସ ଟୁ ଏୟାର ମିସାଇଲ (SAM) ସିଷ୍ଟମ୍ କିଣିବାକୁ ଆନୁଷ୍ଠାନିକ ଆଲୋଚନା ଆରମ୍ଭ କରିଛି। ଏହି କ୍ଷେପଣାସ୍ତ୍ର...

ସଡ଼କ ଦୁର୍ଘଟଣାରେ ଯାତ୍ରା କଳାକାର ଗୁରୁ ପୃଷ୍ଟିଙ୍କ ପରଲୋକ

ଭଦ୍ରକ,୭ା୧୨: ଓଡ଼ିଶାର ଜଣାଶୁଣା ଯାତ୍ରା କଳାକାର ଗୁରୁ ପୃଷ୍ଟିଙ୍କର ଆଜି ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣାରେ ପରଲୋକ ଘଟିଛି। ମିଳିଥିବା ସୂଚନା ଅନୁଯାୟୀ, ଗୁରୁ ପୃଷ୍ଟି...

ଏହି ୪ ଜିଲାରେ ଶୀତଲହରୀ ସମ୍ଭାବନା; ଭୁବନେଶ୍ୱର ପାଇଁ ଆସନ୍ତା ୨୪ ଘଣ୍ଟା ଗୁରୁତ୍ୱପୂର୍ଣ୍ଣ

ଭୁବନେଶ୍ୱର,୭ା୧୨: ରାଜ୍ୟକୁ ବିଳମ୍ବରେ ଶୀତ ଆସିଥିଲେ ମଧ୍ୟ ରହି ରହିକା ବିଭିନ୍ନ ଜିଲାରେ ଶୀତର ଲହରୀ ଦେଖିବାକୁ ମିଳୁଛି। ଡିସେମ୍ବର ୯ ତାରିଖ ପର୍ଯ୍ୟନ୍ତ ରାଜ୍ୟର...

F1: ଲାଣ୍ଡୋ ନରିସ୍ ବିଶ୍ୱ ଚାମ୍ପିଅନ୍, ମ୍ୟାକ୍‌ଲାରେନ୍‌ର ୧୭ ବର୍ଷର ଅପେକ୍ଷା ଶେଷ

ଆବୁଧାବି,୭ା୧୨: ଫର୍ମୁଲା ୱାନ୍‌ର ରୋମାଞ୍ଚକର ଶେଷ ରେସ୍‌ରେ ମ୍ୟାକ୍‌ଲାରେନ୍‌ର ଡ୍ରାଇଭର୍ ଲାଣ୍ଡୋ ନରିସ୍ (୨୬) ପ୍ରଥମ ଥର ପାଇଁ ବିଶ୍ୱ ଚାମ୍ପିଅନ୍ ଟାଇଟଲ୍ ଜିତିଛନ୍ତି ।...

ବାରବାଟୀରେ ଏକାକୀ ପ୍ରାକ୍ଟିସ କଲେ ହାର୍ଦ୍ଦିକ ପାଣ୍ଡ୍ୟା

କଟକ,୭ା୧୨: ଆସନ୍ତା ୯ ତାରିଖରେ କଟକର ବାରବାଟୀ ଷ୍ଟାଡିୟମ୍‌ରେ ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ଖେଳାଯିବାକୁ ଥିବା ପ୍ରଥମ ଟି-୨୦ ମ୍ୟାଚ ପାଇଁ କ୍ରିକେଟ୍‌...

ପୁତ୍ର ବିଚ୍ଛେଦରୁ ମୁକୁଳି ପାରୁନାହାନ୍ତି ହ୍ୟୁମାନଙ୍କ ମାଆ, ସ୍ତ୍ରୀ କହିଲେ ”ମୁଁ ୩୦ ବର୍ଷରେ ସ୍ବାମୀ ହରାଇଲି”

ବଲାଙ୍ଗୀର,୭ା୧୨: ଲୋକପ୍ରିୟ ଗାୟକ ହ୍ୟୁମାନ ସାଗରଙ୍କ ଶ୍ରଦ୍ଧାଞ୍ଜଳି ସଭାରେ ପୁଣି ଥରେ ପୁଅର ମୃତ୍ୟୁ ପାଇଁ ପୂର୍ବରୁ କରିଥିବା ଅଭିଯୋଗକୁ ଦୋହରାଇଛନ୍ତି ତାଙ୍କ ମାଆ ।...

ହତ୍ୟା ପରେ ବ୍ୟକ୍ତିଙ୍କୁ ଜାଳିଦେଲେ ଦୁର୍ବୃତ୍ତ, ଦୁର୍ଗନ୍ଧ ହେବାରୁ…

ଖଲ୍ଲିକୋଟ,୭ା୧୨(ପ୍ରଶାନ୍ତ କୁମାର ମିଶ୍ର): ଗଞ୍ଜାମ ଜିଲା ଖଲ୍ଲିକୋଟ ଥାନା ଅନ୍ତର୍ଗତ ଚିକିଲି ନିକଟସ୍ଥ ମେଦିପୁର-ଆଲିପୁର ରାସ୍ତା ସୁଳିଆ ପାହାଡ଼ ନିକଟରୁ ଜଣେ ଅଜଣା ବ୍ୟକ୍ତିଙ୍କ ଗଳିତ...

ପୁଟିନ୍‌ଙ୍କ ପାଇଁ ଭୋଜିରେ ଥିଲା ୪୦,୦୦୦ ଟଙ୍କା କେଜିର ଛତୁ, ଜାଣନ୍ତୁ ଏହାର ବିଶେଷତ୍ୱ

ନୂଆଦିଲ୍ଲୀ,୭ା୧୨: ରୁଷିଆ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ୍ ତାଙ୍କ ଭାରତ-ରୁଷିଆ ଶିଖର ସମ୍ମିଳନୀ ପାଇଁ ନୂଆଦିଲ୍ଲୀରେ ପହଞ୍ଚିଥିଲେ। ରାଷ୍ଟ୍ରପତି ଭବନରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଆୟୋଜନ କରିଥିବା...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri