Posted inଖେଳ

ପ୍ରଥମ ଟେଷ୍ଟ ବିଜୟ ଆଶାରେ ଭାରତ

ନଭି ମୁମ୍ବାଇ, ୧୬।୧୨: ଦୀପ୍ତି ଶର୍ମାଙ୍କ ଅଲ୍‌ରାଉଣ୍ଡ ପ୍ରଦର୍ଶନ (ଅର୍ଦ୍ଧଶତକ ଏବଂ ୫ ଉଇକେଟ) ବଳରେ ଭାରତ ଘରୋଇ ମାଟିରେ ଇଂଲଣ୍ଡ ବିପକ୍ଷରେ ପ୍ରଥମ ମହିଳା ଟେଷ୍ଟ ଜିତିବା ସମ୍ଭାବନା ସୃଷ୍ଟି କରିଛି। ଏଠାରେ ଚାଲିଥିବା ଇଂଲଣ୍ଡ ବିପକ୍ଷ ଏକମାତ୍ର ଟେଷ୍ଟରେ ଭାରତ ଦ୍ୱିତୀୟ ଦିବସ ଖେଳ ଶେଷସୁଦ୍ଧା ୪୭୮ ରନରେ ଅଗ୍ରଣୀଲାଭ କରିିଛି, ଯାହାକି ମହିଳା କ୍ରିକେଟରେ ଏକ ରେକର୍ଡ।

ଭାରତର ପ୍ରଥମ ଇନିଂସରେ ୧୧୩ ବଲ୍‌ରୁ ଧୈର୍ଯ୍ୟପୂର୍ଣ୍ଣ ୬୭ ରନ ସ୍କୋର କରିଥିବା ଦୀପ୍ତି ପରେ ଇଂଲଣ୍ଡର ବ୍ୟାଟିଂ ବିପର୍ଯ୍ୟୟ ଘଟାଇବାରେ ପ୍ରମୁଖ ଭୂମିକା ଗ୍ରହଣ କରିଥିଲେ। ତାଙ୍କ ୫.୩-୪-୭-୫ ସ୍ପେଲ୍‌ ଯୋଗୁ ଇଂଲଣ୍ଡ ମାତ୍ର ୧୩୬ ରନରେ ଅଲ୍‌ଆଉଟ ହୋଇ ଯାଇଥିଲା। ଦ୍ୱିତୀୟ ଦିବସର ଷ୍ଟମ୍ପ୍ସ ଅପସାରଣ ବେଳକୁ ଭାରତ ଦ୍ୱିତୀୟ ଇନିଂସରେ ୬ ଉଇକେଟ ହରାଇ ୧୮୬ ରନ କରିଛି। ଫଳରେ ୪ ଉଇକେଟ ସୁରକ୍ଷିତ ଥାଇ ଭାରତ ବୃହତ୍‌ ଅଗ୍ରଣୀ ନେଇଛି। ଦ୍ୱିତୀୟ ଦିବସରେ ମୋଟ ୧୯ ଉଇକେଟର ପତନ ଘଟିଛି। ଏହା ମଧ୍ୟରୁ କେବଳ ସ୍ପିନରମାନେ ୧୫ଟି ଉଇକେଟ ନେଇଛନ୍ତି। ମହିଳା ଟେଷ୍ଟ କ୍ରିକେଟରେ ପୂର୍ବରୁ କେବେ ୪୭୮ ରନ ଚେଜ୍‌ ହେବାର ରେକର୍ଡ ନାହିଁ। ତେଣୁ ଭାରତ ବିଜୟୀ ହେବା ସହ ସିରିଜ ଜିତିବା ସମ୍ଭାବନା ଉଜ୍ଜ୍ୱଳ ହୋଇଛି।
ପ୍ରଥମ ଦିବସର ଅସମାପ୍ତ ସ୍କୋର ୪୧୦/୭ରୁ ଖେଳ ଆରମ୍ଭ କରିଥିବା ଭାରତ ଆଉ ୧୮ ରନକରି ୪୨୮ରେ ଅଲ୍‌ଆଉଟ ହୋଇଥିଲା। ଇଂଲଣ୍ଡ ପକ୍ଷରୁ ଲୌରେନ ବେଲ୍‌ ଓ ସୋଫି ଏକ୍‌ଲେଷ୍ଟୋନ ୩ଟି ଲେଖାଏ ଉଇକେଟ ନେଇଥିଲେ। ଇଂଲଣ୍ଡ ମହିଳା ବ୍ୟାଟରମାନେ କିନ୍ତୁ ଭାରତୀୟ ବୋଲରଙ୍କୁ ଠିକ୍‌ଭାବେ ସାମ୍ନା କରିପାରି ନ ଥିଲେ। କେବଳ ନାଟ୍‌-ସ୍କିଭର ବ୍ରଣ୍ଟ (୫୯ ରନ)ଙ୍କୁ ବାଦ୍‌ଦେଲେ ଅନ୍ୟ କେହି ୨୦ ରନ ମଧ୍ୟ ସ୍ପର୍ଶ କରିପାରି ନ ଥିଲେ। ଡାନି ଓ୍ବାଟ୍ଟ ଦ୍ୱିତୀୟ ସର୍ବାଧିକ ୧୯ ରନ କରିଥିଲେ। ଇଂଲଣ୍ଡ ଇନିଂସରେ ସବୁଠାରୁ ବଡ଼ କ୍ଷତି ଘଟାଇଥିଲେ ଦୀପ୍ତି। ସେ ୫.୩ ଓଭର ବୋଲିଂ କରି ୪ଟି ମେଡେନ ନେବା ସହ ମାତ୍ର ୭ ରନ ଦେଇ ୫ ଉଇକେଟ ସଫଳତା ପାଇଥିଲେ। ସ୍ନେହ ରାଣାଙ୍କୁ ୨ଟି ଏବଂ ରେଣୁକା ସିଂ ଓ ପୂଜା ବସ୍ତ୍ରକାରଙ୍କୁ ଗୋଟିଏ ଲେଖାଏ ଉଇକେଟ ମିଳିଥିଲା। ଭାରତ ଫଲୋଅନ ନ ଡାକି ଦ୍ୱିତୀୟ ଇନିଂସ ବ୍ୟାଟିଂ କରିଥିଲା। ଦୁଇ ଓପନର ସ୍ମୃତି ମନ୍ଧାନା (୨୬) ଓ ଶେଫାଳି ବର୍ମା (୩୩) ଭଲ ଆରମ୍ଭ କରିଥିଲେ ମଧ୍ୟ ତାହାକୁ ବଡ଼ ସ୍କୋରରେ ପରିଣତ କରିପାରି ନ ଥିଲେ। ୟାସ୍ତିକା ଭାଟିଆ (୯) ଫେଲ୍‌ ମାରିଥିଲେ ହେଁ ଜେମିମା ରୋଡ୍ରିଗ୍ବେଜଙ୍କ ୨୭ ଓ ଅଧିନାୟିକା ହରମନପ୍ରୀତ କୌରଙ୍କ ଅପରାଜିତ ୪୪ ରନ ବଳରେ ଭାରତ ସ୍ଥିତିକୁ ମଜଭୁତ କରିଛି। ଦ୍ୱିତୀୟ ଇନିଂସରେ ଦୀପ୍ତି ୨୦ ରନ କରିଥିଲେ। ଇଂଲଣ୍ଡ ପକ୍ଷରୁ ଚାର୍ଲି ଡିନ୍‌ ୪ଟି ଓ ସୋଫି ଏକଲେଷ୍ଟୋନ ୨ଟି ଉଇକେଟ ନେଇଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଲୋକ ସଭା ସାଂସଦଙ୍କ ମହାନତା: ନିଜ ଦରମାରୁ ଜଳଖିଆ ଅନୁଷ୍ଠାନକୁ ଦାନକଲେ ଏକ ଲକ୍ଷ ଟଙ୍କା

ମଥୁରାନଗରୀ,୨୯।୧୨(ପ୍ରେମାନନ୍ଦ ଖମାରୀ):ବରଗଡ଼ ଜିଲା ମୁଖ୍ୟ ଡାକ୍ତରଖାନା ନିକରେ ରହିଥିବା ମା ଏକଟଙ୍କିଆ ଜଳଖିଆ ଅନୁଷ୍ଠାନର ବାର୍ଷିକୋତ୍ସବରେ ସୋମବାର ଅନୁଷ୍ଠିତ ହୋଇଛି। ଅନୁଷ୍ଠାନର ମୁଖ୍ୟ ଉମେଶ ପ୍ରଧାନଙ୍କ...

ଭାରତ-ନ୍ୟୁଜିଲାଣ୍ଡ ଦିନିକିଆ ସିରିଜ୍‌ ପୂର୍ବରୁ ହଠାତ୍‌ ସନ୍ନ୍ୟାସ ନେଇ ଚମକାଇଲେ ଏହି ଅଲରାଉଣ୍ଡର, କ୍ରିକେଟ ଜଗତରେ ଚହଳ

ନୂଆଦିଲ୍ଲୀ,୨୯।୧୨: ନ୍ୟୁଜିଲାଣ୍ଡର ଅଲରାଉଣ୍ଡର ଡଗ ବ୍ରାସୱେଲ କ୍ରିକେଟର ସମସ୍ତ ଫର୍ମାଟରୁ ଅବସର ନେଇଛନ୍ତି। ବ୍ରାସୱେଲ ୬୯ଟି ଅନ୍ତର୍ଜାତୀୟ ମ୍ୟାଚରେ ନ୍ୟୁଜିଲାଣ୍ଡ ଦଳର ପ୍ରତିନିଧିତ୍ୱ କରିଥିଲେ, ୧୨୦...

ମଥୁରା ପରିଭ୍ରମଣରେ ବାହାରି ପୂର୍ତ୍ତ ବିଭାଗରେ ପହଞ୍ଚିଲେ କଂସ ମହାରାଜ, କହିଲେ ପି.ସି ଖାଉଛ, ରାସ୍ତାରେ ଚାଲିପାରୁନି…

ମଥୁରାନଗରୀ,୨୯।୧୨(ପ୍ରେମାନନ୍ଦ ଖମାରୀ): ବୃହତ୍‌ ମୁକ୍ତାକାଶ ରଙ୍ଗମଞ୍ଚ ବରଗଡ଼ ଧନୁଯାତ୍ରା ମହୋତ୍ସବରେ ସୋମବାର ଥିଲା ଷଷ୍ଠ ଦିବସ। ଅନ୍ୟଦିନ ଭଳି ରାଜ ମହଲରୁ ମଥୁରା ପରିଭ୍ରମଣରେ ବାହାରିଥିଲେ...

ଦିଲ୍ଲୀ ସାଧାରଣତନ୍ତ୍ର ପରେଡ୍‌ରେ ଯୋଗଦେବେ ପିପୁଲ୍ସ କଲେଜର ୨ ଛାତ୍ରୀ, ପ୍ରଥମଥର ପାଇଁ ହେଲେ ମନୋନୀତ

ବୁଗୁଡା, ୨୯।୧୨(କାଳିଚରଣଦାଶ): ବୁଗୁଡ଼ା ପିପୁଲ୍ସ କଲେଜର ଅଧ୍ୟାପକ ତଥା ଲେଫ୍ଟନାଣ୍ଟ ଅଜୟ କୁମାର ସାହୁଙ୍କ ନିଷ୍ଠାପର ଉଦ୍ୟମ ଯୋଗୁ ବୁଗୁଡା ପିପୁଲ୍ସ କଲେଜର ଦୁଇଜଣ ଏନସିସି...

ଫୁଲ ତୋଳିବାକୁ ଯାଇଥିବାବେଳେ ଘରେ ପଶିଗଲା ଚୋର, ଧରାପଡିବା ପରେ…

ଭଞ୍ଜନଗର,୨୯।୧୨(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ବାଇପାସ ରୋଡ ଗିରିଧାରୀ ସ୍ବାଇଁଙ୍କ ଘରୁ ସୋମବାର ପ୍ରତ୍ୟୁଷରେ ଜଣେ ଦୁର୍ବୃତ୍ତ ପଶି ସୁନା ଅଳଙ୍କାର ଓ ନଗଦ...

ଘରକୁ ଫେରୁଥିବାବେଳେ ଭାରସାମ୍ୟ ହରାଇ ଗଛରେ ପିଟିହେଲା ବାଇକ, ତା’ପରେ…

ଲାଞ୍ଜିଗଡ଼,୨୯।୧୨(ରମେଶ ଚନ୍ଦ୍ର ନାୟକ): କଳାହାଣ୍ଡି ଜିଲା ଲାଞ୍ଜିଗଡ ଥାନା ଅନ୍ତର୍ଗତ ଲାଞ୍ଜିଗଡ ଆଶ୍ରମପଡା ନିକଟରେ ଏକ ବାଇକ ଗଛରେ ପିଟିହୋଇ ଦୁର୍ଘଟଣା ଘଟିଥିବାବେଳେ ଏଥିରେ ଜଣେ...

ନିର୍ଯାତିତ ମହିଳା ନୂତନ ଜୀବନର ଆଶା ପାଇବେ: ଭଞ୍ଜନଗର ମେଡ଼ିକାଲରେ ମହିଳା ସହାୟତା କେନ୍ଦ୍ର ଉଦ୍‌ଘାଟିତ

ଭଞ୍ଜନଗର,୨୯।୧୨(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ଉପଖଣ୍ଡ ଚିକିତ୍ସାଳୟରେ ସୋମବାର ଅତିରିକ୍ତ ୱାନ ଷ୍ଟପ ସେଣ୍ଟର ବା ମହିଳା ସହାୟତା କେନ୍ଦ୍ର ଉଦ୍‌ଘାଟିତ ହୋଇଯାଇଛି। ଏହାକୁ...

ଜିଲାପାଳ, ଏସପିଙ୍କ ମିଳିତ ଅଭିଯୋଗ ଶୁଣାଣି: ସମସ୍ୟା ସମାଧାନ କଲେ…

ଭଞ୍ଜନଗର,୨୯।୧୨(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ଉପ ଜିଲପାଳଙ୍କ ସମ୍ମିଳନୀ କକ୍ଷରେ ସୋମବାର ଗଞ୍ଜାମ ଜିଲାପାଳ ଭି. କିର୍ତ୍ତି ଭାସନ ଓ ଗଞ୍ଜାମ ଏସ୍‌ପି ଶୁଭେନ୍ଦୁ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri