Posted inଖେଳ

ପ୍ରଥମ ଟେଷ୍ଟ ବିଜୟ ଆଶାରେ ଭାରତ

ନଭି ମୁମ୍ବାଇ, ୧୬।୧୨: ଦୀପ୍ତି ଶର୍ମାଙ୍କ ଅଲ୍‌ରାଉଣ୍ଡ ପ୍ରଦର୍ଶନ (ଅର୍ଦ୍ଧଶତକ ଏବଂ ୫ ଉଇକେଟ) ବଳରେ ଭାରତ ଘରୋଇ ମାଟିରେ ଇଂଲଣ୍ଡ ବିପକ୍ଷରେ ପ୍ରଥମ ମହିଳା ଟେଷ୍ଟ ଜିତିବା ସମ୍ଭାବନା ସୃଷ୍ଟି କରିଛି। ଏଠାରେ ଚାଲିଥିବା ଇଂଲଣ୍ଡ ବିପକ୍ଷ ଏକମାତ୍ର ଟେଷ୍ଟରେ ଭାରତ ଦ୍ୱିତୀୟ ଦିବସ ଖେଳ ଶେଷସୁଦ୍ଧା ୪୭୮ ରନରେ ଅଗ୍ରଣୀଲାଭ କରିିଛି, ଯାହାକି ମହିଳା କ୍ରିକେଟରେ ଏକ ରେକର୍ଡ।

ଭାରତର ପ୍ରଥମ ଇନିଂସରେ ୧୧୩ ବଲ୍‌ରୁ ଧୈର୍ଯ୍ୟପୂର୍ଣ୍ଣ ୬୭ ରନ ସ୍କୋର କରିଥିବା ଦୀପ୍ତି ପରେ ଇଂଲଣ୍ଡର ବ୍ୟାଟିଂ ବିପର୍ଯ୍ୟୟ ଘଟାଇବାରେ ପ୍ରମୁଖ ଭୂମିକା ଗ୍ରହଣ କରିଥିଲେ। ତାଙ୍କ ୫.୩-୪-୭-୫ ସ୍ପେଲ୍‌ ଯୋଗୁ ଇଂଲଣ୍ଡ ମାତ୍ର ୧୩୬ ରନରେ ଅଲ୍‌ଆଉଟ ହୋଇ ଯାଇଥିଲା। ଦ୍ୱିତୀୟ ଦିବସର ଷ୍ଟମ୍ପ୍ସ ଅପସାରଣ ବେଳକୁ ଭାରତ ଦ୍ୱିତୀୟ ଇନିଂସରେ ୬ ଉଇକେଟ ହରାଇ ୧୮୬ ରନ କରିଛି। ଫଳରେ ୪ ଉଇକେଟ ସୁରକ୍ଷିତ ଥାଇ ଭାରତ ବୃହତ୍‌ ଅଗ୍ରଣୀ ନେଇଛି। ଦ୍ୱିତୀୟ ଦିବସରେ ମୋଟ ୧୯ ଉଇକେଟର ପତନ ଘଟିଛି। ଏହା ମଧ୍ୟରୁ କେବଳ ସ୍ପିନରମାନେ ୧୫ଟି ଉଇକେଟ ନେଇଛନ୍ତି। ମହିଳା ଟେଷ୍ଟ କ୍ରିକେଟରେ ପୂର୍ବରୁ କେବେ ୪୭୮ ରନ ଚେଜ୍‌ ହେବାର ରେକର୍ଡ ନାହିଁ। ତେଣୁ ଭାରତ ବିଜୟୀ ହେବା ସହ ସିରିଜ ଜିତିବା ସମ୍ଭାବନା ଉଜ୍ଜ୍ୱଳ ହୋଇଛି।
ପ୍ରଥମ ଦିବସର ଅସମାପ୍ତ ସ୍କୋର ୪୧୦/୭ରୁ ଖେଳ ଆରମ୍ଭ କରିଥିବା ଭାରତ ଆଉ ୧୮ ରନକରି ୪୨୮ରେ ଅଲ୍‌ଆଉଟ ହୋଇଥିଲା। ଇଂଲଣ୍ଡ ପକ୍ଷରୁ ଲୌରେନ ବେଲ୍‌ ଓ ସୋଫି ଏକ୍‌ଲେଷ୍ଟୋନ ୩ଟି ଲେଖାଏ ଉଇକେଟ ନେଇଥିଲେ। ଇଂଲଣ୍ଡ ମହିଳା ବ୍ୟାଟରମାନେ କିନ୍ତୁ ଭାରତୀୟ ବୋଲରଙ୍କୁ ଠିକ୍‌ଭାବେ ସାମ୍ନା କରିପାରି ନ ଥିଲେ। କେବଳ ନାଟ୍‌-ସ୍କିଭର ବ୍ରଣ୍ଟ (୫୯ ରନ)ଙ୍କୁ ବାଦ୍‌ଦେଲେ ଅନ୍ୟ କେହି ୨୦ ରନ ମଧ୍ୟ ସ୍ପର୍ଶ କରିପାରି ନ ଥିଲେ। ଡାନି ଓ୍ବାଟ୍ଟ ଦ୍ୱିତୀୟ ସର୍ବାଧିକ ୧୯ ରନ କରିଥିଲେ। ଇଂଲଣ୍ଡ ଇନିଂସରେ ସବୁଠାରୁ ବଡ଼ କ୍ଷତି ଘଟାଇଥିଲେ ଦୀପ୍ତି। ସେ ୫.୩ ଓଭର ବୋଲିଂ କରି ୪ଟି ମେଡେନ ନେବା ସହ ମାତ୍ର ୭ ରନ ଦେଇ ୫ ଉଇକେଟ ସଫଳତା ପାଇଥିଲେ। ସ୍ନେହ ରାଣାଙ୍କୁ ୨ଟି ଏବଂ ରେଣୁକା ସିଂ ଓ ପୂଜା ବସ୍ତ୍ରକାରଙ୍କୁ ଗୋଟିଏ ଲେଖାଏ ଉଇକେଟ ମିଳିଥିଲା। ଭାରତ ଫଲୋଅନ ନ ଡାକି ଦ୍ୱିତୀୟ ଇନିଂସ ବ୍ୟାଟିଂ କରିଥିଲା। ଦୁଇ ଓପନର ସ୍ମୃତି ମନ୍ଧାନା (୨୬) ଓ ଶେଫାଳି ବର୍ମା (୩୩) ଭଲ ଆରମ୍ଭ କରିଥିଲେ ମଧ୍ୟ ତାହାକୁ ବଡ଼ ସ୍କୋରରେ ପରିଣତ କରିପାରି ନ ଥିଲେ। ୟାସ୍ତିକା ଭାଟିଆ (୯) ଫେଲ୍‌ ମାରିଥିଲେ ହେଁ ଜେମିମା ରୋଡ୍ରିଗ୍ବେଜଙ୍କ ୨୭ ଓ ଅଧିନାୟିକା ହରମନପ୍ରୀତ କୌରଙ୍କ ଅପରାଜିତ ୪୪ ରନ ବଳରେ ଭାରତ ସ୍ଥିତିକୁ ମଜଭୁତ କରିଛି। ଦ୍ୱିତୀୟ ଇନିଂସରେ ଦୀପ୍ତି ୨୦ ରନ କରିଥିଲେ। ଇଂଲଣ୍ଡ ପକ୍ଷରୁ ଚାର୍ଲି ଡିନ୍‌ ୪ଟି ଓ ସୋଫି ଏକଲେଷ୍ଟୋନ ୨ଟି ଉଇକେଟ ନେଇଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଧୋନୀ, କପିଲଙ୍କୁ କ୍ଷମା ମାଗିଲେ ଯୁବରାଜ, କାହିଁକି ଜାଣନ୍ତୁ…

ନୂଆଦିଲ୍ଲୀ,୩ା୪: କିମ୍ୱଦନ୍ତୀ ଅଲରାଉଣ୍ଡର ଯୁବରାଜ ସିଂଙ୍କ ବାପା ଯୋଗରାଜ ସିଂ କିଛି ବର୍ଷ ତଳେ ଦେଶର ଦୁଇ ମହାନ୍‌ କ୍ରିକେଟ ଅଧିନାୟକ ମହେନ୍ଦ୍ର ସିଂ ଧୋନୀ ଓ…

ଏମିତି ବି ଆସେ ମୃତ୍ୟୁ: ରାତିରେ ଖାଇପିଇ ଶୋଇଲେ ସକାଳକୁ…

ପାତ୍ରପୁର,୩।୪(ଉମାଚରଣ ନେପାକ): ଗଞ୍ଜାମ ଜିଲା ପାତ୍ରପୁର ବ୍ଲକ କୋଳିହଳା ଗ୍ରାମର ବାସୁଦେବ ବେହେରା(୪୫)କୋଏମ୍ବାଟୁରର ଏକ ସୁତା କଳରେ ଦାଦନ ଖଟୁଥିବା ବେଳେ ଗୁରୁବାର ରାତିରେ ହୃଦଘାତରେ ତାଙ୍କର…

ବନ୍ଧୁ ମିଳନ ନାମରେ ବଳ କଷିଲେ ଯୁବ ଗୋଷ୍ଠୀ: ସାମିଲ ହେଲେ ଶହ ଶହ…

ଗଞ୍ଜାମ,୩।୪(ବିଦ୍ୟାଧର ସାହୁ ): ୧୬ ନଂ ଜାତୀୟ ରାଜପଥ ପାର୍ଶ୍ୱରେ ଥିବା ମା’ ଏଲେମା ମନ୍ଦିର ପ୍ରାଙ୍ଗଣରେ ଗଞ୍ଜାମ ସହରର ଏକ ବନ୍ଧୁ ମିଳନ କାର୍ଯ୍ୟକ୍ରମ ଶୁକ୍ରବାର…

ଉତ୍ସବମୁଖର ଦାରିଙ୍ଗବାଡି: ଉତ୍ସାହ ସହ ପାଳନହେଲା ଗୁଡ ଫ୍ରାଇଡେ, ଯୀଶୁଖ୍ରୀଷ୍ଟଙ୍କ ଯାତନାର ଦୃଶ୍ୟ…

ଦାରିଙ୍ଗବାଡି,୩।୪ (ଅରୁଣ ସାହୁ): ଗୁଡ୍‌ ଫ୍ରାଇଡେ ପାଇଁ କନ୍ଧମାଳ ଜିଲା  ଉତ୍ସବ ମୁଖର ହୋଇଥିବା ବେଳେ ଦାରିଙ୍ଗବାଡି ବ୍ଲକ ଅଞ୍ଚଳରେ ମଧ୍ୟ ଏହି ପର୍ବ ବଡ଼ ଧୁମଧାମରେ…

ମାମୁଁ ଘରକୁ ଆସି ଗତକାଲିଠୁ ଥିଲେ ନିଖୋଜ: ଆଜି କେନାଲରୁ ମିଳିଲା ମୃତଦେହ, ପରିବାର ଲୋକେ ଆଣିଲେ ସାଂଘାତିକ ଅଭିଯୋଗ

ପଟ୍ଟାମୁଣ୍ଡାଇ ୩।୪(କଳ୍ପତରୁ ନାୟକ) କେନ୍ଦ୍ରାପଡା ଜିଲାରେ ଏକ ଅଭାବନୀୟ ଘଟଣା ସାମ୍ନାକୁ ଆସିଛି । ଗୁରୁବାର ପୂର୍ବାହ୍ନରୁ ନିଖୋଜ ଥିବା ଜଣେ ୭ ବର୍ଷୀୟ ନାବାଳିକା ସ୍କୁଲ…

ଇସ୍ରାଏଲକୁ ‘ପଙ୍ଗୁ’ କରିଦେଲା ଇରାନ: IDF ‘ଗୁପ୍ତଚର’ଙ୍କୁ ତାଲିମ ଦେଇଥିବା କାରଖାନାକୁ ଉଡ଼ାଇ ଦେଲା

ତେହରାନ,୩।୪: ଇରାନ ପୁଣିଥରେ ଇସ୍ରାଏଲର ଏକ ଉଚ୍ଚ-ପ୍ରଯୁକ୍ତି ପ୍ରତିରକ୍ଷା କେନ୍ଦ୍ର ଉପରେ ଏକ ସଠିକ ବାଲିଷ୍ଟିକ କ୍ଷେପଣାସ୍ତ୍ର ଆକ୍ରମଣ କରିଛି। ଏଥର, ଟାର୍ଗେଟ ଥିଲା ପେଟାହ ଟିକଭା…

ଆମେରିକାକୁ ଇରାନର ଖୋଲା ଧମକ, କହିଲା ‘ଆମେ ଆମେରିକାକୁ ପ୍ରସ୍ତର ଯୁଗଠାରୁ ବି ପୂର୍ବ ଯୁଗକୁ ଫେରାଇ ଦେବୁ’

ତେହରାନ,୩।୪: ମଧ୍ୟପ୍ରାଚ୍ୟରେ ଆମେରିକା ଏବଂ ଇରାନ ମଧ୍ୟରେ ଚାଲିଥିବା ଉତ୍ତେଜନା ଏବେ ଆହୁରି ବିପଦପୂର୍ଣ୍ଣ ପର୍ଯ୍ୟାୟରେ ପ୍ରବେଶ କରିଛି। ଏହି ମୁକାବିଲା ଆଉ କେବଳ ଦୁଇଟି ରାଷ୍ଟ୍ର…

ରାଜ୍ୟ ସଭାର ଉପନେତା ପଦରୁ ହଟାଯିବା ପରେ କମିଯିବ କି ରାଘବ ଚଢାଙ୍କ ଦରମା? ଜାଣନ୍ତୁ କ’ଣ ରହିଛି ନିୟମ

ନୂଆଦିଲ୍ଲୀ,୩।୪: ରାଜ୍ୟ ସଭାରେ ଉପନେତା ପଦରୁ ରାଘବ ଚଢାଙ୍କୁ ହଟାଇବା ପରେ ରାଜନୈତିକ ବିତର୍କ ଆରମ୍ଭ ହୋଇଛି। ଅଶୋକ ମିତ୍ତଲ ଏବେ ଏହି ଭୂମିକା ଗ୍ରହଣ କରିବେ।…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri