Posted inଫୁରସତ

ଭାରତରେ ରହିଛି ଦୁନିଆର ସବୁଠୁ ବଡ଼ ସ୍କୁଲ, ଗିନିଜ୍‌ ବୁକ୍‌ରେ ପାଇଛି ସ୍ଥାନ

ଆମ ଦେଶ ଭାରତରେ ଅନେକ ସ୍କୁଲ ରହିଛି। ମାତ୍ର ଏପରି ଏକ ସ୍କୁଲ ରହିଛି, ଯାହା ଦୁନିଆର ସବୁଠୁ ବଡ଼ ସ୍କୁଲ ଭାବରେ ପରିଗଣିତ। ଖାଲି ଏତିକି ନୁହେଁ, ଏହି ସ୍କୁଲ ଗିନିଜ୍‌ ବୁକ୍‌ରେ ମଧ୍ୟ ସ୍ଥାନ ପାଇଛି।

ଏପରି ଏକ ସ୍କୁଲ ଭାରତର ଲକ୍ଷ୍ନୌରେ ରହିଛି। ଏହାର ନାମ ସିଟି ମଣ୍ଟେସୋରି ସ୍କୁଲ। ଏହା ହେଉଛି ବିଶ୍ୱର ସବୁଠାରୁ ବଡ଼ ସ୍କୁଲ। ୧୯୫୯ରେ ଜଗଦୀଶ ଗାନ୍ଧୀଙ୍କ ଦ୍ୱାରା ପ୍ରତିଷ୍ଠିତ ଏହି ସ୍କୁଲରେ ବର୍ତ୍ତମାନ ୫୮,୦୦୦ ଛାତ୍ରୀଛାତ୍ର ଅଧ୍ୟୟନ କରୁଛନ୍ତି। ସହରରେ ୨୦ଟି କ୍ୟାମ୍ପସ ରହିବା ସହିତ ଏହି ସ୍କୁଲରେ ୧୦୦୦ରୁ ଅଧିକ ଶ୍ରେଣୀଗୃହ ଏବଂ ୩୭୦୦ କମ୍ପ୍ୟୁଟର ରହିଛି। ସ୍କୁଲର ୪୫୦୦ କର୍ମଚାରୀ ଅଛନ୍ତି। ଯେଉଁଥିରେ ଶିକ୍ଷକ, ସପୋର୍ଟ ଷ୍ଟାଫ୍‌, କ୍ଲିନର୍ସ, ରିକ୍ସାଚାଳକ ଏବଂ ବୈଦ୍ୟୁତିକ କର୍ମଚାରୀ, ବଢ଼େଇ ଏବଂ ମାଳୀ ମଧ୍ୟ ରହିଛନ୍ତି।

ଏହି ସ୍କୁଲ ୪ ଭାଗରେ ଚାଲିଥାଏ। ପ୍ରି-ପ୍ରାଇମେରୀ, ପ୍ରାଇମେରୀ, ଜୁନିଅର୍‌ ଏବଂ ଜୁନିଅର୍‌ସ୍‌। ଗୋଟିଏ ବିଲ୍ଡିଂରେ ୫ରୁ ୧୭ବର୍ଷ ବୟସର ୭,୫୦୦ରୁ ଅଧିକ ଛାତ୍ରୀଛାତ୍ରଙ୍କୁ ଶିକ୍ଷାଦାନ କରିବା ଏତେ ସହଜ ନୁହେଁ, କିନ୍ତୁ ସିଟି ମଣ୍ଟେସୋରି (ସିଏମ୍‌ଏସ୍‌) ଏହା କରିଛି। ଏହି ସ୍କୁଲର ନାମ ଗିନିଜ୍‌ ବୁକ ଅଫ୍‌ ଓ୍ବାଲର୍‌ଡ ରେକର୍ଡରେ ‘ବିଶ୍ୱର ସର୍ବବୃହତ ସ୍କୁଲ୍‌’ ଭାବରେ ରହିଛି। ପିଲାମାନଙ୍କର ସର୍ବଗୁଣୀୟ ବିକାଶ, ନୈତିକ ଚରିତ୍ର ବିକାଶ, ବିଶ୍ୱର ଦୃଷ୍ଟିକୋଣ ଏବଂ ଅନ୍ତର୍ଜାତୀୟ ଏକ୍ସପୋଜର୍‌ ଉପରେ ଏହି ସ୍କୁଲ ଗୁରୁତ୍ୱ ଦେଇଥାଏ।


Enter your email to get our daily news in your inbox.

All Right Reserved By Dharitri.Com

ବିଶ୍ୱର ଏହି ଦେଶ ପାଖରେ ରହିଛି ସବୁଠୁ ଘାତକ ବାୟୁସେନା, ଜାଣନ୍ତୁ କେଉଁ ସ୍ଥାନରେ ରହିଛି ଭାରତ…

ବିଶ୍ୱରେ ବଢ଼ୁଥିବା ଭୂରାଜନୈତିକ ଉତ୍ତେଜନା ଯେପରିକି ୟୁକ୍ରେନ ସଙ୍କଟ ଏବଂ ମଧ୍ୟପ୍ରାଚ୍ୟର ପରିସ୍ଥିତି, ସାମରିକ ଖର୍ଚ୍ଚ ରେକର୍ଡ ସ୍ତରରେ ପହଞ୍ଚିବାରେ ଲାଗିଛି। ଷ୍ଟକହୋମ୍‌ ଇଣ୍ଟରନ୍ୟାଶନାଲ ପିସ୍‌ ରିସର୍ଚ୍ଚ…

ଲାଞ୍ଜିଗଡରେ ଅନନ୍ୟ ପରମ୍ପରା; ଚୈତ୍ର ଘଣ୍ଟଯାତ୍ରା ସମ୍ପନ୍ନ, ଭକ୍ତଙ୍କ ପିଠିରେ ଚଢ଼ି ଫେରିଲେ ମା’

ଲାଞ୍ଜିଗଡ,୨୯।୩(ରମେଶ ଚନ୍ଦ୍ର ନାୟକ): କଳାହାଣ୍ଡି ଜିଲା ଲାଞ୍ଜିଗଡ ବ୍ଲକ ଲାଞ୍ଜିଗଡର ମା’ ଠାକରାଣୀଙ୍କ ଚୈତ୍ର ଘଣ୍ଟଯାତ୍ରା ରବିବାର ମହା ସମାରୋହରେ ସମ୍ପନ୍ନ ହେଇଯାଇଛି । ଲାଞ୍ଜିଗଡ ଇଷ୍ଟଦେବୀ…

ସକାଳୁ ସକାଳୁ ଜଳଖିଆ ହୋଟେଲ କ୍ୟାବିନତଳୁ ଉଦ୍ଧାର ହେଲା ୨ କିଙ୍ଗ କୋବ୍ରା, ଲୋକେ ଦେଖି….

ଦିଗପହଣ୍ଡି,୨୯।୩(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ କଇଠଖଣ୍ଡି ପଞ୍ଚାୟତ ପେଣ୍ଡୁରାବାଡ଼ି ଗାଁର ନିଳାଞ୍ଚଳ ସାହୁଙ୍କ ଜଳଖିଆ ହୋଟେଲର କ୍ୟାବିନତଳୁ କିଙ୍ଗ କୋବ୍ରା ଉଦ୍ଧାର ହୋଇଛି…

ହୋଇପାରେ ଭୟଙ୍କର ଯୁଦ୍ଧ! ଇରାନ ବିରୁଦ୍ଧରେ ଯୁଦ୍ଧ କରିବାକୁ ପ୍ରସ୍ତୁତ ହେଉଛି ଆମେରିକା

ନୂଆଦିଲ୍ଲୀ,୨୯।୩:  ଇରାନ ସହିତ ମାସେ ଧରି ଚାଲିଥିବା ସଂଘର୍ଷର କୌଣସି ଠୋସ୍ ଫଳାଫଳ ମିଳି ନଥିବା ଲକ୍ଷ୍ୟ କରି, ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଏବେ ନୂତନ ପ୍ରସ୍ତୁତି…

ଦୋକାନ-ରାଜପଥ ବନ୍ଦ, ବିବାହ ଉପରେ ପ୍ରତିବନ୍ଧକ… ଲାଗିଲା ‘ସ୍ମାର୍ଟ ଲକଡାଉନ’, କେମିତି ହେବ ଲାଗୁ ଜାଣନ୍ତୁ

ଇସଲାମାବାଦ,୨୯।୩: ଇରାନ ସହିତ ସଂଘର୍ଷ ପରେ, ଏକ ବିଶ୍ୱ ତୈଳ ସଙ୍କଟ ଦେଖାଦେଇଛି। ଏହି ତୈଳ ସଙ୍କଟ ଯୋଗୁ, ପାକିସ୍ତାନର ଆର୍ଥିକ ସ୍ଥିତି ବହୁତ ଖରାପ ହୋଇଛି।…

ବିରାଟ କୋହଲିଙ୍କୁ ନେଇ ବଡ଼ କଥା କହିଲେ ପୂର୍ବତନ କ୍ରିକେଟର

ନୂଆଦିଲ୍ଲୀ,୨୯।୩: ଭାରତର ଷ୍ଟାର ବ୍ୟାଟସମ୍ୟାନ ବିରାଟ କୋହଲି ପୁଣିଥରେ ତାଙ୍କ ବ୍ୟାଟ ସହିତ ଧମାଲ କରିଛନ୍ତି। IPL 2026 ର ଉଦଘାଟନୀ ମ୍ୟାଚରେ ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର…

ପଶ୍ଚିମବଙ୍ଗରେ ଗର୍ଜିଲେ ଦିଦି, ଭାଜପାକୁ ଟାର୍ଗେଟ କରି କହିଲେ ନନଭେଜ୍…..

ନୂଆଦିଲ୍ଲୀ,୨୯।୩:  ପଶ୍ଚିମବଙ୍ଗରେ ବିଧାନସଭା ନିର୍ବାଚନ ପାଖେଇ ଆସୁଥିବା ବେଳେ ସମସ୍ତ ରାଜନୈତିକ ଦଳ ସେମାନଙ୍କର ପ୍ରସ୍ତୁତି ଆରମ୍ଭ କରିଦେଇଛନ୍ତି। ଶାସକ ତୃଣମୂଳ କଂଗ୍ରେସ (TMC) ପକ୍ଷରୁ ମୁଖ୍ୟମନ୍ତ୍ରୀ…

ଯୁଦ୍ଧ ଭିତରେ ପାକିସ୍ତାନକୁ ଲାଗିଲା ଶକ୍ତ ଝଟକା!

ଇସଲାମାବାଦ,୨୯।୩: ପାକିସ୍ତାନ ସରକାର କ୍ରମାଗତ ପଞ୍ଚମ ଥର ପାଇଁ ବିମାନ ଇନ୍ଧନର ମୂଲ୍ୟ ବୃଦ୍ଧି କରିଛନ୍ତି। ଏହି ବୃଦ୍ଧି ଗତ ୨୮ ଦିନ ମଧ୍ୟରେ ଘଟିଛି ଏବଂ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri