Posted inଜାତୀୟ

ଭାରତରେ ସର୍ବୋଚ୍ଚ ସ୍ତରରେ ଆର୍ଥିକ ଅସମାନତା, ୧%ଙ୍କ ପାଖରେ ୪୦%

ନୂଆଦିଲ୍ଲୀ,୨୧ା୩ : ଫରାସୀ ଅର୍ଥନୀତିଜ୍ଞ ଥୋମାସ ପିକେଟିଙ୍କ ଅଧ୍ୟକ୍ଷତାରେ ସଦ୍ୟ ପ୍ରକାଶିତ ଓ୍ବାଲର୍‌ଡ ଇନ୍‌ଇକ୍ୱାଲିଟି ଲାବ୍‌ ରିପୋର୍ଟ ଅନୁସାରେ ୨୦୧୪-୧୫ରୁ ୨୦୨୨-୨୩ ମଧ୍ୟରେ ଆୟ ଅସମାନତା ସବୁଠୁ ଅଧିକ ବଢ଼ିଥିଲା। ଏଥିଲାଗି ଦେଶର ଟିକସ ବ୍ୟବସ୍ଥାର ନୀତିଗୁଡ଼ିକୁ ଦାୟୀ କରାଯାଉଛି। ନେଟ୍‌ ଓ୍ବେଲ୍‌ଥ ଦୃଷ୍ଟିରୁ ଦେଖିଲେ ଭାରତୀୟ ଆୟ କର ବ୍ୟବସ୍ଥା ଅତ୍ୟନ୍ତ ନୈରାଶ୍ୟଜନକ ହୋଇପାରେ। ୨୦୨୨-୨୩ ସୁଦ୍ଧା ଶୀର୍ଷ ୧ ପ୍ରତିଶତ ଧନୀ ବ୍ୟକ୍ତିଙ୍କ ଆୟ ଓ ଧନର ଅଂଶ (୨୨.୬% ଓ ୪୦.୧%) ରହିଥିଲା। ଏହି କ୍ଷେତ୍ରରେ ଆମେରିକା ଭଳି ବିକଶିତ ଦେଶକୁ ମଧ୍ୟ ଭାରତ ପଛରେ ପକାଇଦେଇଛି। ଅସମାନତାରେ ଦକ୍ଷିଣ ଆଫ୍ରିକା, ବ୍ରାଜିଲ ଓ ଅନ୍ୟ ଦେଶଗୁଡ଼ିକ ମଧ୍ୟ ଭାରତଠାରୁ ପଛରେ ରହିଛନ୍ତି। ରିପୋର୍ଟରେ ଆହୁରି କୁହାଯାଇଛି ଯେ, ୧୯୬୧ରୁ ଏଭଳି ତଥ୍ୟ ଉପରେ ଓ୍ବାଲର୍‌ଡ ଇନ୍‌ଇକ୍ୱାଲିଟି ଲାବ୍‌ ପକ୍ଷରୁ ଅଧ୍ୟୟନ କରାଯାଇଆସୁଛି। ତଦନୁସାରେ ଏହା ହେଉଛି ଭାରତର ଆର୍ଥିକ ଅସମାନତା କ୍ଷେତ୍ରରେ ସବୁଠୁ ଉଦ୍‌ବେଗଜନକ ସ୍ଥିତି।

ଭାରତର ଆଧୁନିକ ପୁଞ୍ଜିପତି ବର୍ଗଙ୍କ ‘ବିଲିଓନେୟାର ରାଜ୍‌’ ଉପନିବେଶବାଦୀଙ୍କ ‘ବ୍ରିଟିଶ୍‌ ରାଜ’କୁ ବଳିଯାଇଛି। ଆୟ ଓ ସମ୍ପତ୍ତି ଅଳ୍ପ କେତେଜଣ ପୁଞ୍ଜିପତିଙ୍କ ହାତରେ କେନ୍ଦ୍ରୀଭୂତ ହେବା ଫଳରେ ସମାଜ ଓ ସରକାର ଉପରେ ହିସାବ ବହିର୍ଭୂତ ପ୍ରଭାବ ପଡ଼ିବ। ବୈଶ୍ୱିକୀକରଣର ଲାଭ ଉଠାଇବା ପାଇଁ ଭାରତକୁ ଟିକସ ଓ ଆୟ କ୍ଷେତ୍ରରେ ସନ୍ତୁଳନ ଆଣିବାକୁ ପଡ଼ିବ। ଏଥିସହ ଶିକ୍ଷା, ସ୍ବାସ୍ଥ୍ୟ ଓ ପୋଷଣଯୁକ୍ତ ଆହାର କ୍ଷେତ୍ରରେ ପୁଞ୍ଜିନିବେଶ ବଢ଼ାଇବା ଜରୁରୀ। ଏପରି କରାଗଲେ କେବଳ ଧନୀଙ୍କ ହାତକୁ ଧନ ନ ଯାଇ ଅସ୍ବଚ୍ଛଳ ବର୍ଗର ଲୋକେ ମଧ୍ୟ ଉନ୍ନତି କରିବେ ବୋଲି ଉକ୍ତ ରିପୋର୍ଟରେ ଉଲ୍ଲେଖ କରାଯାଇଛି। ଯଦି ୨୦୨୩ ଆର୍ଥିକବର୍ଷ ସମୟରେ ଦେଶର ୧୬୭ ସବୁଠୁ ଧନୀ ପରିବାରର ନେଟ୍‌ ଓ୍ବେଲ୍‌ଥ ଉପରେ ୨% ‘ସୁପର ଟ୍ୟାକ୍ସ’ ଲଗାଯାଏ, ତେବେ ତହିଁରୁ ଭାରତର ମୋଟ ଆୟରେ ୦.୫% ରାଜସ୍ବ ଅଭିବୃଦ୍ଧି ଘଟିବ। ଅସମାନତା ବିରୋଧରେ ଲଢ଼େଇ ପାଇଁ ଏହା ସହାୟକ ହେବ ବୋଲି ଏଥିରେ ଦର୍ଶାଯାଇଛି।

ଏନେଇ କଂଗ୍ରେସ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓ କେନ୍ଦ୍ର ସରକାରଙ୍କୁ ଟାର୍ଗେଟ କରିଛି। କଂଗ୍ରେସ ସାଧାରଣ ସମ୍ପାଦକ ଜୟରାମ ରମେଶ କହିଛନ୍ତି, ବର୍ତ୍ତମାନ ମୋଦିଙ୍କ ବିଲିଓନେୟାର ରାଜ୍‌ ବ୍ରିଟିଶ ରାଜ୍‌ ବେଳର ଅସମାନତାକୁ ମଧ୍ୟ ଟପିଯାଇଛି। କାରଣ ପ୍ରଧାନମନ୍ତ୍ରୀ ନିଜ ବନ୍ଧୁମାନଙ୍କୁ ଅନୁଗ୍ରହ ଦେଖାଇ ଭାଜପାର ନିର୍ବାଚନୀ ପ୍ରଚାର ଲାଗି ପାଣ୍ଠି ବଢ଼ାଇଚାଲିଛନ୍ତି। ମୋଦି ସରକାରଙ୍କ ଆର୍ଥିକ ନୀତିଗୁଡ଼ିକ ବିଲିଓନେୟାର ସୃଷ୍ଟି ଉପରେ ଆଧାରିତ। ଅଳ୍ପ କେତେକ କର୍ପୋରେଟ୍‌ ହାଉସ୍‌କୁ ବଡ଼ ବଡ଼ ଠିକା ଦିଆଯାଉଛି। ଏପରି କି ସରକାର ସର୍ବସାଧାରଣ ସମ୍ପତ୍ତିଗୁଡ଼ିକୁ ମଧ୍ୟ ରିହାତି ଦରରେ ସେମାନଙ୍କୁ ଟେକି ଦେଉଛନ୍ତି। ଏହା ସରକାରଙ୍କ ‘ଚାନ୍ଦା ଦିଅ, ଧନ୍ଦା ନିଅ’ ଯୋଜନା ବୋଲି ଜୟରାମ ସମାଲୋଚନା କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଯୁଦ୍ଧ ମଧ୍ୟରେ ଟ୍ରମ୍ପଙ୍କ ବଡ଼ ଘୋଷଣା: ବିଶ୍ୱ ବଜାରରେ ଆଶ୍ୱସ୍ତି, ହ୍ରାସ ପାଇଲା…

ଓ୍ବାଶିଂଟନ୍‌,୨୩।୩: ମଧ୍ୟପ୍ରାଚ୍ୟରେ ବଢ଼ୁଥିବା ଉତ୍ତେଜନା ଯୋଗୁ ସାରା ବିଶ୍ୱରେ ଅଶୋଧିତ ତୈଳ ମୂଲ୍ୟ ବୃଦ୍ଧି ପାଇଛି। ଭାରତୀୟ ମୁଦ୍ରା ଡଲାର ତୁଳନାରେ ୯୪.୦୧କୁ ଖସି ଆସି ଏସିଆରେ…

ଉଡାଣ ଭରିବାର କିଛି ସମୟ ପରେ ବାୟୁସେନା ବିମାନ ଦୁର୍ଘଟଣାଗ୍ରସ୍ତ, ୧୧୦ ଜଣ କରୁଥିଲେ ଯାତ୍ରା

କଲମ୍ବିଆ,୨୩।୩: କଲମ୍ବିଆରେ ଏକ ବାୟୁସେନା ବିମାନ ଦୁର୍ଘଟଣାଗ୍ରସ୍ତ ହୋଇଛି। ଏଥିରେ ମୋଟ ୧୧୦ ଜଣ ଯାତ୍ରା କରୁଥିଲେ। ରିପୋର୍ଟ ଅନୁଯାୟୀ ବିମାନଟି ଉଡ଼ାଣ ଆରମ୍ଭ ହେବାର କିଛି…

ଜମି ଅଧିଗ୍ରହଣକୁ ନେଇ ଗ୍ରାମବାସୀ-ପ୍ରଶାସନ ମୁହାଁମୁହିଁ, ଅନୁମତି ଅପେକ୍ଷାରେ…

ଥୁଆମୂଳ ରାମପୁର,୨୩ା୩(ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ତହସିଲ ଅନ୍ତର୍ଗତ କୁରୁକୁଟି ମୌଜାରେ ପ୍ରସ୍ତାବିତ ଥଇଥାନ କଲୋନୀ ନିର୍ମାଣ ଓ ଜମି ଅଧିଗ୍ରହଣକୁ ନେଇ ପ୍ରଶାସନ…

୨୨ ବସ୍ତା ଚାଉଳ ସହ ଜିପ୍‌ ଜବତ, ଡ୍ରାଇଭର ଅଟକ

କୋରାପୁଟ,୨୩ା୩(ଅମିତାଭ ବେହେରା): କୋରାପୁଟ ସଦର ଥାନା ପୋଲିସ ସୋମବାର ଅପରାହ୍ନରେ ଏକ  ଜିପ୍‌ ସହ ୨୨ ବସ୍ତା (୧୧ କ୍ୱିଣ୍ଟାଲ) ସରକାରୀ ଚାଉଳ ଜବତ କରିଥିବା ବେଳେ…

ଯୁଦ୍ଧ ଭିତରେ ଟ୍ରମ୍ପଙ୍କ ବଡ଼ ଘୋଷଣା, ଇରାନ ବିରୋଧରେ ୫ ଦିନ ଯୁଦ୍ଧ ସ୍ଥଗିତ ରଖିଲା ଆମେରିକା

ନୂଆଦିଲ୍ଲୀ,୨୩।୩: ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଘୋଷଣା କରିଛନ୍ତି ଯେ ସେ ଆଗାମୀ ପାଞ୍ଚ ଦିନ ପାଇଁ ଇରାନର ଏନର୍ଜୀ ଭିତ୍ତିଭୂମି ଉପରେ ଆକ୍ରମଣ ଯୋଜନାକୁ ସ୍ଥଗିତ…

ଇତିହାସରେ ପ୍ରଥମ: ଏଥର ହେବ ଡିଜିଟାଲ ଜନଗଣନା, ଗାଁରେ ଘରକୁ ଘର ବୁଲି…

ଭୁବନେଶ୍ୱର,୨୩ା୩: ରାଜ୍ୟରେ ଚୂଡ଼ାନ୍ତ ପର୍ଯ୍ୟାୟରେ ପହଞ୍ଚିଛି ଜନଗଣନା ପ୍ରସ୍ତୁତି। ଏନେଇ ଓଡ଼ିଶା ଜନଗଣନା ନିର୍ଦ୍ଦେଶକ ନିଖିଲ ପଓ୍ବନ କଲ୍ୟାଣ ସୂଚନା ଦେଇଛନ୍ତି। ଏପ୍ରିଲ ୧ରୁ ୧୫ ତାରିଖ…

ମୃତଦେହ ସହିତ ୧୩ ଘଣ୍ଟା ଉଡିଲା ବିମାନ, ହେଲେ ଜରୁରୀକାଳୀନ ଅବତରଣ କଲେନି ପାଇଲଟ, ଜାଣନ୍ତୁ କାହିଁକି…

ନୂଆଦିଲ୍ଲୀ,୨୩।୩: ହଂକଂରୁ ଲଣ୍ଡନ ଯାଉଥିବା ବ୍ରିଟିଶ ଏୟାରୱେଜ ବିମାନ BA32ରେ ଏକ ଏଭଳି ଘଟଣା ଘଟିଛି, ଯାହା ବିମାନ ଚଳାଚଳ ନିୟମ ଏବଂ ମାନବ ସମ୍ବେଦନଶୀଳତା ମଧ୍ୟରେ…

ଗାଁରେ ପଡିଛି ମହିଳାଙ୍କ ଦରପୋଡା ମୃତଦେହ, ହତ୍ୟା ପରେ ଜାଳିଦେଲେ….

ଦେବଗଡ,୨୩।୩(ଶଶାଙ୍କ ଶେଖର ଝାଙ୍କର): ଦେବଗଡ ଜିଲା କୁଣ୍ଢେଇଗୋଳା ଥାନା ମହ୍ଲାରବାହାଲ ଗ୍ରାମରେ ଭୟାନକ ହତ୍ୟାକାଣ୍ଡ । ମହିଳାଙ୍କୁ ହତ୍ୟା ପରେ ନିଆଁ ଲଗାଇ ପୋଡି ଦେଇଥିବା ନେଇ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri