ଭାରତର ଚକ୍ରବ୍ୟୁହ, ଆଉ ପାକିସ୍ତାନକୁ ମିଳିବ ନାହିଁ ମୁସଲିମ୍‌ ଦେଶମାନଙ୍କର ସମର୍ଥନ!

ମସ୍କଟ,୧୮।୨: ଓମାନର ରାଜଧାନୀ ମସ୍କଟରେ ଭାରତ ମହାସାଗର ସମ୍ମିଳନୀ ଆୟୋଜିତ ହୋଇଯାଇଛି। ଏଥିରେ ଭାରତ ମହାସାଗର ଅଞ୍ଚଳର ବୈଦେଶିକ ମନ୍ତ୍ରୀଙ୍କ ସମେତ ୬୦ ଟି ଦେଶର ପ୍ରତିନିଧି ଅଂଶଗ୍ରହଣ କରିଥିଲେ। ଏକ ମୁସଲିମ ଦେଶରେ ଆୟୋଜିତ ଏହି ସମ୍ମିଳନୀରେ ଅନେକ ଇସଲାମିକ୍‌ ଦେଶକୁ ମଧ୍ୟ ନିମନ୍ତ୍ରଣ କରାଯାଇଥିଲା। କିନ୍ତୁ ପାକିସ୍ତାନକୁ ଅଣଦେଖା କରାଯାଇଥିଲା। ଏହି ସମ୍ମିଳନୀ ଲାଗି ପାକିସ୍ତାନକୁ ନିମନ୍ତ୍ରଣ କରାଯାଇ ନାହିଁ। ଯାହାକୁ ନେଇ ପାକିସ୍ତାନୀ ବିଶ୍ଳେଷକମାନେ ମଧ୍ୟ ଅସନ୍ତୋଷ ପ୍ରକାଶ କରିଛନ୍ତି।

ଏହି କାର୍ଯ୍ୟକ୍ରମ ଓମାନ ଏବଂ ଇଣ୍ଡିଆ ଫାଉଣ୍ଡେଶନ ଦ୍ୱାରା ମିଳିତ ଭାବରେ ଆୟୋଜିତ ହୋଇଥିଲା। ଏଥିରେ ସିଙ୍ଗାପୁରର ଏସ୍‌. ରାଜରତ୍ନମ ସ୍କୁଲ ଅଫ ଇଣ୍ଟରନ୍ୟାଶନାଲ ଷ୍ଟଡିଜ୍‌ ମଧ୍ୟ ସହଯୋଗ କରିଥିଲା। ଏଥିରେ ବାଂଲାଦେଶକୁ ନିମନ୍ତ୍ରଣ କରାଯାଇଥିଲେ ହେଁ ପାକିସ୍ତାନକୁ ନିମନ୍ତ୍ରଣ କରାଯାଇ ନଥିଲା। ଏହାକୁ ଭାରତର ଏକ ଷଡଯନ୍ତ୍ର। ଭାରତ ପାକିସ୍ତାନକୁ ସମସ୍ତ ଇସଲାମିକ ଦେଶଠାରୁ ଦୂରେଇ ରଖିବାକୁ ଚାହୁଁଛି ବୋଲି ପାକିସ୍ତାନର ଅନେକ ବିଶ୍ଳେଷକ କହିଛନ୍ତି।

पाकिस्तान को नहीं मिलेगा मुस्लिम देशों का साथ! ओमान में भारत ने तैयार किया ऐसा चक्रव्यूह

ଏକ ଅନ୍ତର୍ଜାତୀୟ ଗଣମାଧ୍ୟମ କହିଛି, ଇସଲାମାବାଦର ରଣନୈତିକ ବିଶ୍ଳେଷକ ଡକ୍ଟର କମର ଚିମା କହିଛନ୍ତି ଯେ ଭାରତ ଏବଂ ଓମାନ ଏହି ସମ୍ମିଳନୀକୁ ବଡ଼ ସ୍ତରରେ ଆୟୋଜନ କରିଥିଲେ। କିନ୍ତୁ ପାକିସ୍ତାନକୁ ଏଥିରେ ସାମିଲ କରାଯାଇ ନ ଥିଲା। ଭାରତ ଓମାନ ସହିତ ସମ୍ପର୍କକୁ ପ୍ରାଥମିକତା ଦେଇଛି ଏବଂ ସମ୍ମିଳନୀରେ ଇଣ୍ଡିଆନ ଓସିଆନ୍‌ ରିମ୍‌ ଆସୋସିଏଶନ୍‌ର ସଦସ୍ୟ ଦେଶମାନଙ୍କୁ ସାମିଲ କରିଛି, କିନ୍ତୁ ପାକିସ୍ତାନକୁ ଦୂରେଇ ରଖାଯାଇଛି।

ପାକିସ୍ତାନୀ ବିଶ୍ଳେଷକ ଏହି ସମ୍ମିଳନୀରେ ପାକିସ୍ତାନର ଅନୁପସ୍ଥିତିକୁ ଏହାର କୂଟନୈତିକ ବିଫଳତା ବୋଲି କହିଛନ୍ତି। ଯେ ଭାରତର ନୀତି ପାକିସ୍ତାନକୁ ଅଲଗା କରିବା, କିନ୍ତୁ ଏଥର ଓମାନ ମଧ୍ୟ ପାକିସ୍ତାନକୁ ନିମନ୍ତ୍ରଣ କରିନାହିଁ। ସେ ଏହା ମଧ୍ୟ ପ୍ରଶ୍ନ ଉଠାଇଥିଲେ ଯେ ଯେତେବେଳେ ବାଂଲାଦେଶ, ଅଷ୍ଟ୍ରେଲିଆ ଏବଂ ବ୍ରାଜିଲ ଭଳି ଦେଶ ଏହି ସମ୍ମିଳନୀରେ ଅଂଶଗ୍ରହଣ କରୁଛନ୍ତି, ତେବେ ପାକିସ୍ତାନ କାହିଁକି ନୁହେଁ? ପାକିସ୍ତାନ ଅନ୍ତର୍ଜାତୀୟ ବାଣିଜ୍ୟର ସୁରକ୍ଷାରେ ଯୋଗଦାନ ଦେଉଥିଲେ ହେଁ ଓମାନ ଭଳି ଏକ ଦେଶ ତାକୁ କିପରି ଅଣଦେଖା କଲା ତାହା ପାକିସ୍ତାନ ଚିନ୍ତା କରିବା ଉଚିତ ବୋଲି ଚିମା କହିଛନ୍ତି।

ତେବେ ଏହି ସମ୍ମିଳନୀର ଉଦଘାଟନୀ ଅଧିବେଶନରେ ଏସ୍‌. ଜୟଶଙ୍କର ବିଶ୍ୱସ୍ତରରେ ରାଜନୀତିରେ ବୃଦ୍ଧି ପାଉଥିବା ଅସ୍ଥିରତା ବିଷୟରେ ଉଲ୍ଲେଖ କରିଥିଲେ। ସେ ଚାଇନାର ନାମ ନ ନେଇ ବର୍ଷିଥିଲେ। ବୈଦେଶିକ ମନ୍ତ୍ରୀ ଏହାର ଋଣ ନୀତି ଏବଂ ବେଲ୍ଟ ଆଣ୍ଡ ରୋଡ୍‌ ଇନିସିଏଟିଭ୍‌ (BRI)କୁ ମଧ୍ୟ ସମାଲୋଚନା କରିଥିଲେ। ଜୟଶଙ୍କର କହିଛନ୍ତି ଯେ କିଛି କ୍ଷେତ୍ରରେ ଋଣ ଏକ ବଡ଼ ଚିନ୍ତାର ବିଷୟ। ବଡ଼ ଦେଶଗୁଡ଼ିକ ଛୋଟ ଦେଶଗୁଡ଼ିକ ଉପରେ ଋଣର ବୋଝ ଲଦି ନିଜର ସ୍ବାର୍ଥ ପୂରଣ କରିବା ଆରମ୍ଭ କରନ୍ତି। ଏହା ବ୍ୟତୀତ ସେ ଦକ୍ଷିଣ ଚୀନ ସାଗରରେ ଚାଇନା ପ୍ରାଧାନ୍ୟ ପ୍ରତି ମଧ୍ୟ ଇଙ୍ଗିତ କରିଛନ୍ତି। ଏହା ଚାଇନା ପାଇଁ କୌଣସି ଟେନସନ୍‌ଠାରୁ କମ ନୁହେଁ।

ସମ୍ମିଳନୀ ସମୟରେ, ଏସ. ଜୟଶଙ୍କର ଏବଂ ଓମାନର ବୈଦେଶିକ ମନ୍ତ୍ରୀ ବଦର ଆଲବୁ ସଇଦି ଏକ ପୁସ୍ତକ ଉନ୍ମୋଚନ କରିଛନ୍ତି। ଏହା ଉପରେ ଚିମା କହିଛନ୍ତି ଯେ ଭାରତ ଇସଲାମିକ ଇତିହାସରୁ ଆଗକୁ ଯାଇ ୫୦୦୦ ବର୍ଷ ପୁରୁଣା ସଭ୍ୟତା ବିଷୟରେ ଆଲୋଚନା କରି ଏକ ବୁଦ୍ଧିମାନ ପଦକ୍ଷେପ ନେଇଛି। ସେ କହିଛନ୍ତି ଯେ ଭାରତ ପାଇଁ ଓମାନର ରଣନୈତିକ ଗୁରୁତ୍ୱ ବୃଦ୍ଧି ପାଉଛି ଏବଂ ଭବିଷ୍ୟତରେ ଓମାନ ବନ୍ଦରକୁ ପାକିସ୍ତାନ ବିରୁଦ୍ଧରେ ମଧ୍ୟ ବ୍ୟବହାର କରାଯାଇପାରିବ। ତେବେ ପାକିସ୍ତାନକୁ ଖୋଲାଖୋଲି ସମର୍ଥନ କରିବାରେ ଓମାନର ବିଫଳତାକୁ ପାକିସ୍ତାନ ପାଇଁ ଏକ ବଡ଼ ଝଟ୍‌କା ବୋଲି ବିବେଚନା କରାଯାଉଛି।


Enter your email to get our daily news in your inbox.

All Right Reserved By Dharitri.Com

‘ଛାତ୍ରୀଛାତ୍ରଙ୍କ ଭବିଷ୍ୟତ ଉଜ୍ବଳ ହେଲେ ପୃଥିବୀ ଉଜ୍ଜ୍ୱଳ ହେବ’

ପୁରୁଷୋତ୍ତମପୁର,୭।୩(ସବିିତା ମିଶ୍ର): ଗଞ୍ଜାମ ଜିଲା ପୁରୁଷୋତ୍ତମପୁର ତାରାତାରିଣୀ କଲେଜର ବାର୍ଷିକ ଉତ୍ସବ ଅଧ୍ୟକ୍ଷ ଡ. ପ୍ରଦୀପ କୁମାର ସାହୁଙ୍କ ପୌରୋହିତ୍ୟରେ ଶନିବାର ଅନୁଷ୍ଠିତ ହୋଇଯାଇଛି। ଏଥିରେ ମୁଖ୍ୟ…

ଖେମୁଣ୍ଡି ଓକିଲ ସଂଘର ନିର୍ବାଚନ ପାଇଁ ପ୍ରାର୍ଥତ୍ପତ୍ର ଦାଖଲ

ଦିଗପହଣ୍ଡି,୭ା୩(ଅଶେଷ ନାଥ ମିଶ୍ର): ରାଜ୍ୟ ବାର୍‌ କାଉନସିଲ ପକ୍ଷରୁ ନିର୍ଦ୍ଧାରିତ କାର୍ଯ୍ୟସୂଚୀ ଅନୁଯାୟୀ ଗଞ୍ଜାମ ଜିଲା ଦିଗପହଣ୍ଡିସ୍ଥିତ ଖେମୁଣ୍ଡି ଓକିଲ ସଂଘର କାର୍ଯ୍ୟକର୍ତ୍ତା ନିର୍ବାଚନ ନିମନ୍ତେ ଶନିବାରଠାରୁ…

‘ଆମେ ଯାହା କରିଛୁ ଠିକ୍‌ କରିଛୁ’, କାହିଁକି ଏମିତି କହିଲେ ଜୟଶଙ୍କର? ଜାଣନ୍ତୁ ଇରାନ ଯୁଦ୍ଧ ସହ କ’ଣ ରହିଛି ସମ୍ପର୍କ

ନୂଆଦିଲ୍ଲୀ,୭।୩: ରାଇସିନା ଡାଏଲଗ ୨୦୨୬ରେ ମଧ୍ୟପ୍ରାଚ୍ୟ ଉତ୍ତେଜନା ମଧ୍ୟରେ ଭାରତର ବୈଦେଶିକ ମନ୍ତ୍ରୀ ଏସ. ଜୟଶଙ୍କର କୋଚିରେ ଏକ ଇରାନୀ ନୌସେନା ଜାହାଜକୁ ଡକିଂ କରିବାକୁ ଅନୁମତି…

ଜିଲା ଉନ୍ନୟନ ସମନ୍ବୟ ଓ ନିରୀକ୍ଷଣ କମିଟି ବୈଠକ: ସମୀକ୍ଷା କଲେ ଆସିକା ଏମ୍‌ପି

ଛତ୍ରପୁର,୭ା୩(ଦିଲ୍ଲୀପ ସାମଲ): ସ୍ଥାନୀୟ ଋଷିକୂଲ୍ୟା ସମ୍ମିଳନୀ କକ୍ଷରେ ଜିଲା ଉନ୍ନୟନ ସମନ୍ବୟ ଓ ନିରୀକ୍ଷଣ କମିଟି ବୈଠକ(ଦିଶା) ଅନୁଷ୍ଠିତ ହୋଇଥିଲା। ବୈଠକରେ କମିଟିର ଅଧ୍ୟକ୍ଷା ତଥା ଆସିକା…

ଯୁଦ୍ଧ ଭିତରେ ପାକିସ୍ତାନକୁ ଶକ୍ତ ଝଟ୍‌କା, ବରବାଦ୍‌ ହୋଇଯିବ ପାକ୍‌

ଇସଲାମବାଦ,୭।୩: ପାକିସ୍ତାନ ଏବେ ମଧ୍ୟପ୍ରାଚ୍ୟରେ ଯୁଦ୍ଧର ପରିଣାମ ମଧ୍ୟ ଭୋଗୁଛି। କାତାର ପାକିସ୍ତାନକୁ ଏକ ଫୋର୍ସ ମ୍ୟାଜିଅର ନୋଟିସ ଜାରି କରିଛି। ଏହାର ଅର୍ଥ ହେଉଛି ଯେ…

ପଡ଼ୋଶୀ ଦେଶକୁ କ୍ଷମା ମାଗିବା ସହ ଧମକ ଦେଲେ ଇରାନ ରାଷ୍ଟ୍ରପତି! କହିଲେ, ‘ ଆମେ ସେ ପର୍ଯ୍ୟନ୍ତ ଆକ୍ରମଣ କରିବୁ ନାହିଁ ଯେପର୍ଯ୍ୟନ୍ତ…’

ତେହରାନ,୭।୩: ଇରାନ ରାଷ୍ଟ୍ରପତି ମାସୁଦ ପେଜେସ୍କିଆନ ପଡ଼ୋଶୀ ଦେଶ ଉପରେ ଆକ୍ରମଣ କରିବାକୁ ନେଇ କ୍ଷମା ପ୍ରାର୍ଥନା କରିଛନ୍ତି। ରାଷ୍ଟ୍ରପତି ସରକାରୀ ଟେଲିଭିଜନରେ ପୂର୍ବରୁ ରେକର୍ଡ ହୋଇଥିବା…

ପଙ୍ଖାରେ ଝୁଲୁଥିଲା ବୃଦ୍ଧଙ୍କ ମୃତଦେହ, ଘର ଆଗରେ ପଡ଼ିଛି କୁରାଢ଼ି, ବୋହୂଙ୍କ ମୁଣ୍ଡ ଫାଟିଛି, କହିଲେ ଶ୍ୱଶୁର…

ପାରାଦୀପ,୭ା୩(ଶରତ ରାଉତ): ଜଗତସିଂହପୁର ଜିଲା ପାରାଦୀପ ଲକ୍‌ ଥାନା ଅନ୍ତର୍ଗତ ଭୁତମୁଣ୍ଡାଇ ଗ୍ରାମରେ ଶନିବାର ସକାଳୁ ଜଣେ ଶତାୟୁ ବୃଦ୍ଧଙ୍କ ଝୁଲନ୍ତା ମୃତଦେହ ଦେଖିବାକୁ ମିଳିଥିଲା। ମୃତକ…

ଫାଇନାଲ ମ୍ୟାଚ ପୂର୍ବରୁ ଟିମ ଇଣ୍ଡିଆକୁ ଖୋଲା ଚ୍ୟାଲେଞ୍ଜ ଦେଲେ Mitchell Santner, କହିଲେ…

ନୂଆଦିଲ୍ଲୀ,୭।୩: ରବିବାର ଭାରତ ଏବଂ ନ୍ୟୁଜିଲ୍ୟାଣ୍ଡ ମଧ୍ୟରେ ୨୦୨୬ ଟି୨୦ ବିଶ୍ୱକପର ଫାଇନାଲ ଖେଳାଯିବ। ଏହି ଦୁଇ ଦଳ ଅହମଦାବାଦର ନରେନ୍ଦ୍ର ମୋଦି ଷ୍ଟାଡିୟମରେ ମୁହାଁମୁହିଁ ହେବେ।…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri