ଭାରତର ଚକ୍ରବ୍ୟୁହ, ଆଉ ପାକିସ୍ତାନକୁ ମିଳିବ ନାହିଁ ମୁସଲିମ୍‌ ଦେଶମାନଙ୍କର ସମର୍ଥନ!

ମସ୍କଟ,୧୮।୨: ଓମାନର ରାଜଧାନୀ ମସ୍କଟରେ ଭାରତ ମହାସାଗର ସମ୍ମିଳନୀ ଆୟୋଜିତ ହୋଇଯାଇଛି। ଏଥିରେ ଭାରତ ମହାସାଗର ଅଞ୍ଚଳର ବୈଦେଶିକ ମନ୍ତ୍ରୀଙ୍କ ସମେତ ୬୦ ଟି ଦେଶର ପ୍ରତିନିଧି ଅଂଶଗ୍ରହଣ କରିଥିଲେ। ଏକ ମୁସଲିମ ଦେଶରେ ଆୟୋଜିତ ଏହି ସମ୍ମିଳନୀରେ ଅନେକ ଇସଲାମିକ୍‌ ଦେଶକୁ ମଧ୍ୟ ନିମନ୍ତ୍ରଣ କରାଯାଇଥିଲା। କିନ୍ତୁ ପାକିସ୍ତାନକୁ ଅଣଦେଖା କରାଯାଇଥିଲା। ଏହି ସମ୍ମିଳନୀ ଲାଗି ପାକିସ୍ତାନକୁ ନିମନ୍ତ୍ରଣ କରାଯାଇ ନାହିଁ। ଯାହାକୁ ନେଇ ପାକିସ୍ତାନୀ ବିଶ୍ଳେଷକମାନେ ମଧ୍ୟ ଅସନ୍ତୋଷ ପ୍ରକାଶ କରିଛନ୍ତି।

ଏହି କାର୍ଯ୍ୟକ୍ରମ ଓମାନ ଏବଂ ଇଣ୍ଡିଆ ଫାଉଣ୍ଡେଶନ ଦ୍ୱାରା ମିଳିତ ଭାବରେ ଆୟୋଜିତ ହୋଇଥିଲା। ଏଥିରେ ସିଙ୍ଗାପୁରର ଏସ୍‌. ରାଜରତ୍ନମ ସ୍କୁଲ ଅଫ ଇଣ୍ଟରନ୍ୟାଶନାଲ ଷ୍ଟଡିଜ୍‌ ମଧ୍ୟ ସହଯୋଗ କରିଥିଲା। ଏଥିରେ ବାଂଲାଦେଶକୁ ନିମନ୍ତ୍ରଣ କରାଯାଇଥିଲେ ହେଁ ପାକିସ୍ତାନକୁ ନିମନ୍ତ୍ରଣ କରାଯାଇ ନଥିଲା। ଏହାକୁ ଭାରତର ଏକ ଷଡଯନ୍ତ୍ର। ଭାରତ ପାକିସ୍ତାନକୁ ସମସ୍ତ ଇସଲାମିକ ଦେଶଠାରୁ ଦୂରେଇ ରଖିବାକୁ ଚାହୁଁଛି ବୋଲି ପାକିସ୍ତାନର ଅନେକ ବିଶ୍ଳେଷକ କହିଛନ୍ତି।

पाकिस्तान को नहीं मिलेगा मुस्लिम देशों का साथ! ओमान में भारत ने तैयार किया ऐसा चक्रव्यूह

ଏକ ଅନ୍ତର୍ଜାତୀୟ ଗଣମାଧ୍ୟମ କହିଛି, ଇସଲାମାବାଦର ରଣନୈତିକ ବିଶ୍ଳେଷକ ଡକ୍ଟର କମର ଚିମା କହିଛନ୍ତି ଯେ ଭାରତ ଏବଂ ଓମାନ ଏହି ସମ୍ମିଳନୀକୁ ବଡ଼ ସ୍ତରରେ ଆୟୋଜନ କରିଥିଲେ। କିନ୍ତୁ ପାକିସ୍ତାନକୁ ଏଥିରେ ସାମିଲ କରାଯାଇ ନ ଥିଲା। ଭାରତ ଓମାନ ସହିତ ସମ୍ପର୍କକୁ ପ୍ରାଥମିକତା ଦେଇଛି ଏବଂ ସମ୍ମିଳନୀରେ ଇଣ୍ଡିଆନ ଓସିଆନ୍‌ ରିମ୍‌ ଆସୋସିଏଶନ୍‌ର ସଦସ୍ୟ ଦେଶମାନଙ୍କୁ ସାମିଲ କରିଛି, କିନ୍ତୁ ପାକିସ୍ତାନକୁ ଦୂରେଇ ରଖାଯାଇଛି।

ପାକିସ୍ତାନୀ ବିଶ୍ଳେଷକ ଏହି ସମ୍ମିଳନୀରେ ପାକିସ୍ତାନର ଅନୁପସ୍ଥିତିକୁ ଏହାର କୂଟନୈତିକ ବିଫଳତା ବୋଲି କହିଛନ୍ତି। ଯେ ଭାରତର ନୀତି ପାକିସ୍ତାନକୁ ଅଲଗା କରିବା, କିନ୍ତୁ ଏଥର ଓମାନ ମଧ୍ୟ ପାକିସ୍ତାନକୁ ନିମନ୍ତ୍ରଣ କରିନାହିଁ। ସେ ଏହା ମଧ୍ୟ ପ୍ରଶ୍ନ ଉଠାଇଥିଲେ ଯେ ଯେତେବେଳେ ବାଂଲାଦେଶ, ଅଷ୍ଟ୍ରେଲିଆ ଏବଂ ବ୍ରାଜିଲ ଭଳି ଦେଶ ଏହି ସମ୍ମିଳନୀରେ ଅଂଶଗ୍ରହଣ କରୁଛନ୍ତି, ତେବେ ପାକିସ୍ତାନ କାହିଁକି ନୁହେଁ? ପାକିସ୍ତାନ ଅନ୍ତର୍ଜାତୀୟ ବାଣିଜ୍ୟର ସୁରକ୍ଷାରେ ଯୋଗଦାନ ଦେଉଥିଲେ ହେଁ ଓମାନ ଭଳି ଏକ ଦେଶ ତାକୁ କିପରି ଅଣଦେଖା କଲା ତାହା ପାକିସ୍ତାନ ଚିନ୍ତା କରିବା ଉଚିତ ବୋଲି ଚିମା କହିଛନ୍ତି।

ତେବେ ଏହି ସମ୍ମିଳନୀର ଉଦଘାଟନୀ ଅଧିବେଶନରେ ଏସ୍‌. ଜୟଶଙ୍କର ବିଶ୍ୱସ୍ତରରେ ରାଜନୀତିରେ ବୃଦ୍ଧି ପାଉଥିବା ଅସ୍ଥିରତା ବିଷୟରେ ଉଲ୍ଲେଖ କରିଥିଲେ। ସେ ଚାଇନାର ନାମ ନ ନେଇ ବର୍ଷିଥିଲେ। ବୈଦେଶିକ ମନ୍ତ୍ରୀ ଏହାର ଋଣ ନୀତି ଏବଂ ବେଲ୍ଟ ଆଣ୍ଡ ରୋଡ୍‌ ଇନିସିଏଟିଭ୍‌ (BRI)କୁ ମଧ୍ୟ ସମାଲୋଚନା କରିଥିଲେ। ଜୟଶଙ୍କର କହିଛନ୍ତି ଯେ କିଛି କ୍ଷେତ୍ରରେ ଋଣ ଏକ ବଡ଼ ଚିନ୍ତାର ବିଷୟ। ବଡ଼ ଦେଶଗୁଡ଼ିକ ଛୋଟ ଦେଶଗୁଡ଼ିକ ଉପରେ ଋଣର ବୋଝ ଲଦି ନିଜର ସ୍ବାର୍ଥ ପୂରଣ କରିବା ଆରମ୍ଭ କରନ୍ତି। ଏହା ବ୍ୟତୀତ ସେ ଦକ୍ଷିଣ ଚୀନ ସାଗରରେ ଚାଇନା ପ୍ରାଧାନ୍ୟ ପ୍ରତି ମଧ୍ୟ ଇଙ୍ଗିତ କରିଛନ୍ତି। ଏହା ଚାଇନା ପାଇଁ କୌଣସି ଟେନସନ୍‌ଠାରୁ କମ ନୁହେଁ।

ସମ୍ମିଳନୀ ସମୟରେ, ଏସ. ଜୟଶଙ୍କର ଏବଂ ଓମାନର ବୈଦେଶିକ ମନ୍ତ୍ରୀ ବଦର ଆଲବୁ ସଇଦି ଏକ ପୁସ୍ତକ ଉନ୍ମୋଚନ କରିଛନ୍ତି। ଏହା ଉପରେ ଚିମା କହିଛନ୍ତି ଯେ ଭାରତ ଇସଲାମିକ ଇତିହାସରୁ ଆଗକୁ ଯାଇ ୫୦୦୦ ବର୍ଷ ପୁରୁଣା ସଭ୍ୟତା ବିଷୟରେ ଆଲୋଚନା କରି ଏକ ବୁଦ୍ଧିମାନ ପଦକ୍ଷେପ ନେଇଛି। ସେ କହିଛନ୍ତି ଯେ ଭାରତ ପାଇଁ ଓମାନର ରଣନୈତିକ ଗୁରୁତ୍ୱ ବୃଦ୍ଧି ପାଉଛି ଏବଂ ଭବିଷ୍ୟତରେ ଓମାନ ବନ୍ଦରକୁ ପାକିସ୍ତାନ ବିରୁଦ୍ଧରେ ମଧ୍ୟ ବ୍ୟବହାର କରାଯାଇପାରିବ। ତେବେ ପାକିସ୍ତାନକୁ ଖୋଲାଖୋଲି ସମର୍ଥନ କରିବାରେ ଓମାନର ବିଫଳତାକୁ ପାକିସ୍ତାନ ପାଇଁ ଏକ ବଡ଼ ଝଟ୍‌କା ବୋଲି ବିବେଚନା କରାଯାଉଛି।


Enter your email to get our daily news in your inbox.

All Right Reserved By Dharitri.Com

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ଜଳ ପ୍ରପାତ

ସାନଘାଗରା ଜଳପ୍ରପାତ କେନ୍ଦୁଝର ସହରଠାରୁ ମାତ୍ର ୬ କି.ମି. ଦୂରରେ ରହିଛି ସାନଘାଘରା ଜଳପ୍ରପାତ। ସାନମାଛ କାନ୍ଦଣା ନଦୀର ଜଳ ଏଠାରେ ତଳକୁ ବିରାଟକାୟ ସ୍ରୋତରେ କଚାଡ଼ି…

ଭୁବନେଶ୍ୱର ଫୁଲ ଦୋକାନ

ଫର୍ନସ ଏନ୍‌ ପେଟାଲ୍‌ସ   ଏହା ରାଜଧାନୀର ଏକ ବଡ଼ ଫୁଲ ଦୋକାନ ଭାବେ ପରିଗଣିତ। ୧୧ବର୍ଷ ତଳେ ପ୍ରଥମ କରି ଶହୀଦନଗରରେ ଆରମ୍ଭ ହୋଇଥିଲା। ବର୍ତ୍ତମାନ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱର ଜିମ

କଳିଙ୍ଗ ଫିଟନେସ୍‌ ଜୟଦେବ ବିହାର ରୋଡ ବିଜୁ ପଟ୍ଟନାୟକ କଲେଜ ନିକଟରେ ରହିଛି କଳିଙ୍ଗ ଫିଟନେସ ଜିମ୍‌। ୪ବର୍ଷ ତଳେ ଖୋଲାଯାଇଥିବା ଏହି ଜିମ୍‌ରେ ସବୁ ପ୍ରକାର…

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ପର୍ଯ୍ୟଟନସ୍ଥଳ

ସପ୍ତଶଯ୍ୟା ଢେଙ୍କାନାଳ ଜିଲାରେ ଅବସ୍ଥିତ ସପ୍ତଶଯ୍ୟା ପର୍ଯ୍ୟଟନ ସ୍ଥଳ ସାତ ପାହାଡ଼, ଝରଣା ଏବଂ ଜଙ୍ଗଲରେ ପରିପୂର୍ଣ୍ଣ। ଏଠାରେ ରହିଛି ଶ୍ରୀରାମଙ୍କ ମନ୍ଦିର। ସପ୍ତଶଯ୍ୟାର ଶୀତଳ ପରିବେଶ…

କଟକ ଦହିବରା ଆଳୁଦମ

ବାରବାଟୀ ଷ୍ଟାଡିୟମର ରମେଶ ଗୋଛି ସକାଳ ୭ଟାରୁ ଆରମ୍ଭ କରି ରାତି ୧୦ଟା ଯାଏ ବାରବାଟୀ ଷ୍ଟାଡିୟମ ନିକଟରେ ରମେଶଙ୍କ ଷ୍ଟଲ ଖୋଲିଥାଏ। ପରିବାରର ସବୁ ସଦସ୍ୟ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱରର ପାର୍କ

ମହାତ୍ମା ଗାନ୍ଧୀ ପାର୍କ ପାର୍କଟି ଜୟଦେବ ବିହାରସ୍ଥିତ ନନ୍ଦନକାନନ ରୋଡ୍‌ର ଜନତା ମଇଦାନ ନିକଟରେ ଅବସ୍ଥିତ। ପାର୍କ ଭିତରେ ମହାତ୍ମା ଗାନ୍ଧୀଙ୍କ ପ୍ରାର୍ଥନା କରୁଥିବା ମୁଦ୍ରାରେ ମୂର୍ତ୍ତି…

ଶ୍ରେଷ୍ଠ ପାଞ୍ଚ ପୁରୀର ମଠ

ହାତୀ ଆଖଡ଼ା ମଠ ପୁରୀ ବଳଗଣ୍ଡି ନିକଟରେ ବଡ଼ଦାଣ୍ଡର ମୁଖ୍ୟ ରାସ୍ତାରେ ହାତୀ ଆଖଡା ମଠ ଅବସ୍ଥିତ। ଶ୍ରୀରାମାନନ୍ଦୀ ସମ୍ପ୍ରଦାୟର ନିର୍ବାଣୀ ଆଖଡା ରୂପେ ଏହା ପରିଚିତ।…

ଶ୍ରେଷ୍ଠ ପାଞ୍ଚ ଓଡ଼ିଶାର ପ୍ରସିଦ୍ଧ ଶୈବପୀଠ

ହରିଶଙ୍କର ବଲାଙ୍ଗୀରଠାରୁ ୮୦ କି.ମି. ଦୂରରେ ଗନ୍ଧମାର୍ଦ୍ଦନ ପର୍ବତ ପାଦଦେଶରେ ଅବସ୍ଥିତ ପ୍ରସିଦ୍ଧ ତୀର୍ଥ ତଥା ଶୈବପୀଠ ହରିଶଙ୍କର। ଏଠାକାର ମନ୍ଦିରର ପରିବେଶ ଏବଂ ଆକର୍ଷଣୀୟ ଝରଣା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?