ଆଇଏମ୍‌ଓ କାଉନ୍‌ସିଲକୁ ଭାରତ ପୁନଃନିର୍ବାଚିତ

ଲଣ୍ଡନ,୧୨|୧୨: ଅନ୍ତର୍ଜାତୀୟ ସାମୁଦ୍ରିକ ସଂଗଠନ (ଆଇଏମ୍‌ଓ)ର ୨୦୨୨-୨୩ ଦ୍ୱିବାର୍ଷିକ କାଉନ୍‌ସିଲକୁ ଭାରତ ସଦସ୍ୟ ଭାବେ ପୁନଃନିର୍ବାଚିତ ହୋଇଛି। ଆଇଏମ୍‌ଓ ମୁଖ୍ୟାଳୟ ଲଣ୍ଡନଠାରେ ଗତ ୬ ତାରିଖରୁ ୧୫ ତାରିଖ ଯାଏ ଏହାର ୩୨ତମ ଆସେମ୍ଭ୍ଲି ଜାରି ରହିଛି। ଏହି ଅବସରରେ ଆଇଏମ୍‌ଓର କାର୍ଯ୍ୟନିର୍ବାହୀ ସଂସ୍ଥା ‘କାଉନସିଲ’ ପାଇଁ ୪୦ ଜଣିଆ ସଦସ୍ୟ ଚୟନ ନିମନ୍ତେ ନିର୍ବାଚନ ହୋଇଥିଲା। ଏଥିରେ ଅନ୍ତର୍ଜାତୀୟ ସାମୁଦ୍ରିକ ବାଣିଜ୍ୟ ପ୍ରତି ସର୍ବାଧିକ ଆଗ୍ରହ ରଖୁଥିବା ୧୦ ଦେଶ ବିଶିଷ୍ଟ କାଟାଗୋରୀ(ବି)କୁ ଭାରତ ନିର୍ବାଚିତ ହୋଇଛି। ଅନ୍ୟ ୯ ଦେଶ ହେଲା ଅଷ୍ଟ୍ରେଲିଆ, ବ୍ରାଜିଲ, କାନାଡା, ସ୍ବିଡେନ, ଫ୍ରାନ୍ସ, ଜର୍ମାନୀ, ନେଦରଲାଣ୍ଡ୍ସ, ସ୍ପେନ ଏବଂ ୟୁଏଇ। ଆସନ୍ତା ବୁଧବାର କାଉନସିଲର ଅଧ୍ୟକ୍ଷ ଏବଂ ଉପାଧ୍ୟକ୍ଷ ନିର୍ବାଚିତ ହେବେ। ଲଣ୍ଡନରେ ଅବସ୍ଥାପିତ ଭାରତର ହାଇ କମିଶନର ଶୁକ୍ରବାର ଟୁଇଟ୍‌ ଯୋଗେ ଭାରତର ପୁନଃନିର୍ବାଚନ ସମ୍ପର୍କରେ ସୂଚନା ଦେଇଛନ୍ତି। ସେହିପରି ଅନ୍ତର୍ଜାତୀୟ ପରିବହନ ସେବା ଯୋଗାଇବାରେ ସର୍ବାଧିକ ଆଗ୍ରହ ଦେଖାଉଥିବା ୧୦ ଦେଶ ବିଶିଷ୍ଟ କାଟାଗୋରୀ(ଏ)କୁ ଚାଇନା, ଗ୍ରୀସ୍‌, ଇଟାଲି, ଜାପାନ, ନରଓ୍ବେ, ପାନାମା, ରିପବ୍ଲିକ ଅଫ୍‌ କୋରିଆ, ରୁଷିଆନ ଫେଡେରେଶନ, ବ୍ରିଟେନ ଏବଂ ଆମେରିକା ନିର୍ବାଚିତ ହୋଇଛି। ଅନ୍ୟପକ୍ଷରେ ସାମୁଦ୍ରିକ ପରିବହନ କିମ୍ବା ଜାହାଜ ଚଳାଚଳ ପରିଚାଳନା କ୍ଷେତ୍ରରେ ବିଶେଷ ଆଗ୍ରହ ରଖୁଥିବା ଏବଂ କାଉନ୍‌ସିଲରେ ସମସ୍ତ ଭୌଗୋଳିକ କ୍ଷେତ୍ରର ପ୍ରତିନିଧିତ୍ୱକୁ ଗୁରୁତ୍ୱ ଦେଇ ୨୦ଟି ଦେଶକୁ ନିର୍ବାଚିତ କରାଯାଇଛି। ସେହି ଦେଶଗୁଡ଼ିକ ହେଲା ବାହାମାସ, ବେଲଜିୟମ, ଚିଲି, ସାଇପ୍ରସ୍‌, ଡେନମାର୍କ, ଇଜିପ୍ଟ, ଇଣ୍ଡୋନେସିଆ, ଜାମାଇକା, କେନିଆ, ମାଲେସିଆ, ମାଲ୍ଟା, ମେକ୍ସିକୋ, ମରକ୍କୋ, ଫିଲିପାଇନ୍ସ, କାତାର, ସାଉଦି ଆରବ, ସିଙ୍ଗାପୁର, ଥାଇଲାଣ୍ଡ, ତୁର୍କୀ ଏବଂ ଭାନୁଆଟୁ।
ସୂଚନାଥାଉ କି, ଆଇଏମ୍‌ଓର ୧୭୫ଟି ସଦସ୍ୟ ରାଷ୍ଟ୍ର ଏବଂ ୩ ସହଯୋଗୀ ସଦସ୍ୟ ରାଷ୍ଟ୍ର ରହିଛନ୍ତି। ସାଧାରଣତଃ ପ୍ରତି ୨ ବର୍ଷରେ ଥରେ ଆଇଏମ୍‌ଓର ଆସେମ୍ଭ୍ଲି ସାଧାରଣ ଅଧିବେଶନ ଭାବେ ଅନୁଷ୍ଠିତ ହୁଏ। ନିର୍ବାଚତ କାଉନସିଲ ଆଇଏମ୍‌ଓ କାର୍ଯ୍ୟର ତଦାରଖ ପାଇଁ ଉତ୍ତରଦାୟୀ। ଏହାସହ ସରକାରଗୁଡ଼ିକୁ ସାମୁଦ୍ରିକ ସୁରକ୍ଷା ଏବଂ ପ୍ରଦୂଷଣ ନିୟନ୍ତ୍ରଣ ଉପରେ ବିଭିନ୍ନ ସୁପାରିସ କରିଥାଏ।


Enter your email to get our daily news in your inbox.

All Right Reserved By Dharitri.Com

ସାବଧାନ! ୧ ଏପ୍ରିଲରୁ ବଦଳିଲା UPIର ପ୍ରକ୍ରିୟା, ପେମେଣ୍ଟ ଉପରେ ଲାଗିଲା…

ନୂଆଦିଲ୍ଲୀ,୧।୪: ଯଦି ଆପଣ ଚା ଦୋକାନ ଠାରୁ ଆରମ୍ଭ କରି ସପିଂ ମଲ ପର୍ଯ୍ୟନ୍ତ ସବୁଠି ପେମେଣ୍ଟ ପାଇଁ PhonePe, Google Pay, କିମ୍ବା Paytm ଭଳି…

ମାସରେ ୩୦ ଦିନରୁ ୧୪ ଦିନ ବ୍ୟାଙ୍କ୍ ସେବା ବନ୍ଦ; ଜାଣି ନିଅନ୍ତୁ କେମିତି କରିବେ ଟଙ୍କା ଜମା..

ନୂଆଦିଲ୍ଲୀ,୩୧।୩: ଯଦି ଆପଣଙ୍କର ବ୍ୟାଙ୍କ କାମ ବାକି ଅଛି ଏବଂ ଆପଣ ଏହାକୁ ଆସନ୍ତା ମାସରେ ସମାପ୍ତ କରିବାକୁ ଚିନ୍ତା କରୁଛନ୍ତି, ତେବେ ଅପେକ୍ଷା କରନ୍ତୁନାହିଁ! ଏପ୍ରିଲ…

୧ ଏପ୍ରିଲରୁ ATM ରୁ ଟଙ୍କା ଉଠାଇବା ହେବ ମହଙ୍ଗା! HDFC ରୁ PNB ପର୍ଯ୍ୟନ୍ତ…

ନୂଆଦିଲ୍ଲୀ,୩୧।୩: ୧ ଏପ୍ରିଲ, ୨୦୨୬ ଠାରୁ, HDFC ବ୍ୟାଙ୍କ, ପଞ୍ଜାବ ନ୍ୟାସନାଲ ବ୍ୟାଙ୍କ ଏବଂ ବନ୍ଧନ ବ୍ୟାଙ୍କ ସେମାନଙ୍କର ATM ନିୟମରେ ପରିବର୍ତ୍ତନ କରିବେ। ଏଥିରେ ମାଗଣା…

ଆଜି ରାତି ୧୨ଟା ସୁଦ୍ଧା ଶେଷ କରନ୍ତୁ ଏହି ୩ କାମ, ନଚେତ୍‌ ଆସନ୍ତାକାଲିଠୁ ବନ୍ଦ ହୋଇଯିବ ଆପଣଙ୍କର…

ନୂଆଦିଲ୍ଲୀ,୩୧।୩: ଆଜି ମାର୍ଚ୍ଚ ୩୧, ୨୦୨୬ ଆର୍ଥିକ ବର୍ଷର ଶେଷ ଦିନ। ଯଦି ଆପଣଙ୍କର ଏକ ବ୍ୟାଙ୍କ ଆକାଉଣ୍ଟ ଅଛି କିମ୍ବା ଆପଣ ଷ୍ଟକ ବଜାରରେ ନିବେଶ…

ହର୍ମୁଜ ଶକ୍ତି ସଙ୍କଟ ମଧ୍ୟରେ ବଡ଼ ନିଷ୍ପତ୍ତି ନେଲେ ସରକାର: ଏବେ ଗହମ-ଚାଉଳ ସହିତ ମିଳିବ…

ନୂଆଦିଲ୍ଲୀ,୩୦।୩: ଇରାନ ଉପରେ ଆମେରିକା ଏବଂ ଇସ୍ରାଏଲର ଆକ୍ରମଣ ପରେ, ଇରାନ ହର୍ମୁଜ ପ୍ରଣାଳୀକୁ ବନ୍ଦ କରିଦେଇଛି। ଏହା ଭାରତ ସମେତ ବିଶ୍ୱକୁ ଶକ୍ତି ଯୋଗାଣକୁ ପ୍ରଭାବିତ…

୨୫ ବର୍ଷ ମଧ୍ୟରେ ଯାହା ହୋଇନଥିଲା ତାହା ଏବେ ଘଟୁଛି… କାହିଁକି ଦ୍ରୁତ ଗତିରେ ସୁନା ବିକ୍ରି କରୁଛି ରୁଷିଆ? ଜାଣିଲେ…

ନୂଆଦିଲ୍ଲୀ,୩୦।୩: ରୁଷିଆ ୨୫ ବର୍ଷ ମଧ୍ୟରେ ପ୍ରଥମଥର ପାଇଁ ଏହାର କେନ୍ଦ୍ରୀୟ ବ୍ୟାଙ୍କ ଭଣ୍ଡାରରୁ ସୁନା ବିକ୍ରୟ ଆରମ୍ଭ କରିଛି। ବର୍ଲିନ ସ୍ଥିତ ଏକ ଖବର ସଂସ୍ଥାର…

କାରବାର ଆରମ୍ଭ ହେବା ମାତ୍ରେ ଖସିଲା ଶେୟାର ମାର୍କେଟ୍‌, ସେନ୍‌ସେକ୍ସ ହ୍ରାସ ପାଇ…

ନୂଆଦିଲ୍ଲୀ,୩୦ା୩: ଇରାନ, ଆମେରିକା ଏବଂ ଇସ୍ରାଏଲ ମଧ୍ୟରେ ଚାଲିଥିବା ଯୁଦ୍ଧ ମଧ୍ୟରେ ସୋମବାର ଭାରତୀୟ ଷ୍ଟକ୍‌ ବଜାର ହ୍ରାସ ପାଇଛି। ବିଏସ୍‌ଇର ୩୦-ଶେୟାର ସୂଚକାଙ୍କ, ସେନସେକ୍ସ ୧୦୧୮…

‘ଭଲ ଉତ୍ପାଦ ଏହାର ଗୁଣବତ୍ତା ଦ୍ୱାରା ଆଦୃତ ହୁଏ’

ଭୁବନେଶ୍ୱରସ୍ଥିତ ଜୟବାବା ଅଟୋମୋବାଇଲ୍ସର ମ୍ୟାନେଜିଂ ପାର୍ଟନର ହର୍ଷିତ ଲୋଧା ଜଣେ ସଫଳ ଉଦ୍ୟୋଗୀ ଭାବେ ନିଜର ପରିଚୟ ସୃଷ୍ଟି କରିଛନ୍ତି। ୨୦୨୩ରେ ପ୍ରତିଷ୍ଠିତ ‘ଜୟବାବା ଟ୍ରାଇବ୍‌’ର ପ୍ରତିଷ୍ଠାତା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri