Posted inଜାତୀୟ

ଭାରତ ଏକ ବିଲିୟନ ଭୋକିଲାଙ୍କ ଦେଶରୁ ଆଜି ପାଲଟିଛି ଏକ ବିଲିୟନ ବୁଦ୍ଧିଆଙ୍କ ଦେଶ…

ନୂଆଦିଲ୍ଲୀ,୩।୯ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କହିଛନ୍ତି ଭାରତ ଆଜି ଏକ ବିଲିୟନ ବୁଦ୍ଧିଆଙ୍କ ଦେଶ ପାଲଟିଛି। ଭାରତୀୟମାନଙ୍କୁ ଆଜି ଏପରି ବିକାଶର ମୂଳଦୁଆ ପକାଇବାକୁ ଏକ ଅନନ୍ୟ ସୁଯୋଗ ରହିଛି, ଯାହା ଆଗାମୀ ହଜାର ହଜାର ବର୍ଷ ପାଇଁ ସ୍ମରଣୀୟ ହୋଇ ରହିବ। ନ୍ୟୁଜ ଏଜେନ୍ସିଦିଆଯାଇଥିବା ଏକ ସାକ୍ଷାତକାରରେ ମୋଦି ଏହା କହିଛନ୍ତି। ଦାୟିତ୍ୱହୀନ ଅର୍ଥନୈତିକ ନୀତି ଏବଂ ଜନପ୍ରିୟ ନୀତି ସ୍ବଳ୍ପ ସମୟ ମଧ୍ୟରେ ରାଜନୈତିକ ଲାଭ ଦେଇପାରେ କିନ୍ତୁ ଦୀର୍ଘ ସମୟରେ ଏନେଇ ବିପୁଳ ଅର୍ଥନୈତିକ ଏବଂ ସାମାଜିକ ମୂଲ୍ୟ ଦେବାକୁ ପଡିଥାଏ। ଏହି କାରଣରୁ ଗରିବ ଲୋକଙ୍କୁ ଅଧିକ ସମସ୍ୟାର ସାମ୍ନା କରିବାକୁ ପଡିଥାଏ।

ଦୀର୍ଘ ଦିନ ଧରି ଭାରତ ଏକ ବିଲିୟନ ଭୋକିଲାଙ୍କ ଦେଶ ଭାବରେ ଦେଖାଯାଉଥିଲା, କିନ୍ତୁ ଆଜି ଏହା ଏକ ବିଲିୟନ ବୁଦ୍ଧିଆ ଏବଂ ଦୁଇ ବିଲିୟନ କୁଶଳୀ ହାତ ଥିବା ଦେଶ ପାଲଟିଛି। ଜି -୨୦ର ଅଧ୍ୟକ୍ଷତା ବିଷୟରେ ପ୍ରଧାନମନ୍ତ୍ରୀ କହିଛନ୍ତି ଜି-୨୦ ର ଅଧ୍ୟକ୍ଷ ହେବା ଭାରତ ଉପରେ ସକାରାତ୍ମକ ପ୍ରଭାବ ପକାଇଛି। ଏମାନଙ୍କ ମଧ୍ୟରୁ କେତେକ ମୋ ହୃଦୟର ଅତି ନିକଟତର ଅଛନ୍ତି।

ଆମର ଗଣତନ୍ତ୍ର, ଜନସଂଖ୍ୟା ଏବଂ ବିବିଧତା ଅଛି । ବର୍ତ୍ତମାନ ଆମେ ଏଥିରେ ଆଉ ଏକ ଡି ଯୋଗ କରୁଛୁ ଏବଂ ଡି ହେଉଛି ବିକାଶ(ଡେଭଲପମେଣ୍ଟ)। ମିଳିତ ଜାତିସଂଘରେ ସଂସ୍କାର ଆଣିବାକୁ ଦାବି କରି ପ୍ରଧାନମନ୍ତ୍ରୀ କହିଛନ୍ତି ବିଂଶ ଶତାବ୍ଦୀର ଚିନ୍ତାଧାରା ଏକବିଂଶ ଶତାବ୍ଦୀରେ କାମ କରିପାରିବ ନାହିଁ। ଯଦି ବଡ ବହୁପକ୍ଷୀୟ ଅନୁଷ୍ଠାନ ସମୟ ସହିତ ପରିବର୍ତ୍ତନ ନ ହୁଏ, ତେବେ ଛୋଟ ଆଞ୍ଚଳିକ ଫୋରମ ଅଧିକ ଗୁରୁତ୍ୱପୂର୍ଣ୍ଣ ହେବ। ଅନ୍ତର୍ଜାତୀୟ ଅନୁଷ୍ଠାନଗୁଡିକ ପରିବର୍ତ୍ତିତ ବାସ୍ତବତାକୁ ବୁଝିବା ଆବଶ୍ୟକ ଏବଂ ସେମାନଙ୍କର ପ୍ରାଥମିକତାକୁ ପୁନର୍ବିଚାର କରିବା ଜରୁରୀ ଯାହା ଦ୍ୱାରା ସମସ୍ତେ ପ୍ରତିନିଧି ହେବେ ।

୨୦୭୦ ସୁଦ୍ଧା ଭାରତ ନିର୍ଗମନ ଶୂନ ହେବାର ଲକ୍ଷ୍ୟ ରଖିଛି। ସୋସିଆଲ ମିଡିଆରେ ମିଥ୍ୟା ଖବର ଉପରେ ଉଦବେଗ ପ୍ରକାଶ କରି ପ୍ରଧାନମନ୍ତ୍ରୀ କହିଛନ୍ତି ମିଥ୍ୟା ଖବର ଏବଂ ଅରାଜକତା ବିସ୍ତାର କରିପାରେ। ଏହା ଖବର ଉତ୍ସଗୁଡ଼ିକର ବିଶ୍ୱସନୀୟତା ହରାଇପାରେ। ଏହାଦ୍ୱାରା ସାମାଜିକ ଅସ୍ଥିରତା ଦେଖାଦେଇପାରେ। ଋଣ ସଙ୍କଟ ବିଶ୍ୱ ପାଇଁ ଏକ ଗୁରୁତର ସଙ୍କଟ ଏବଂ ବିଶେଷକରି ବିକାଶଶୀଳ ଦେଶମାନେ ଏହା ଦ୍ୱାରା ଅଧିକ ପ୍ରଭାବିତ ହୋଇଥାନ୍ତି। ଆମେ ଜି-୨୦ର ଅଧ୍ୟକ୍ଷ ରହିଥାଉ କି ନାହିଁ, ଆମେ ସାରା ବିଶ୍ୱରେ ଶାନ୍ତି ପ୍ରତିଷ୍ଠା ପାଇଁ ସମର୍ଥନ ଜାରି ରଖିବୁ ।


Enter your email to get our daily news in your inbox.

All Right Reserved By Dharitri.Com

‘ଭାରତ ରୁଷରୁ ତେଲ କିଣିବ ନାହିଁ’, ଆମେରିକା ଦାବିର କଡ଼ା ଜବାବ ଦେଲେ ଏସ ଜୟଶଙ୍କର

କଲମ୍ବୋ,୧୫।୨: ରୁଷିଆରୁ ତେଲ ଆମଦାନୀକୁ ନେଇ ଆମେରିକା ଏବଂ ଭାରତ ମଧ୍ୟରେ ପୁଣି ଥରେ କୂଟନୈତିକ ବାକ୍‌ଯୁଦ୍ଧ ଦେଖିବାକୁ ମିଳିଛି। ଜର୍ମାନୀରେ ଅନୁଷ୍ଠିତ ମ୍ୟୁନିକ୍ ସୁରକ୍ଷା ସମ୍ମିଳନୀରେ…

ଟି-୨୦ ବିଶ୍ୱକପ୍: କଲମ୍ବୋରେ ପାକିସ୍ତାନକୁ ଧ୍ୱଂସ କରିଦେଲା ସୂର୍ଯ୍ୟକୁମାରଙ୍କ ସେନା, ଗର୍ଜିଲେ ଇଶାନ କିଷାନ

କଲମ୍ବୋ,୧୫।୨: ଶ୍ରୀଲଙ୍କାର ଆର୍. ପ୍ରେମଦାସା ଷ୍ଟାଡିୟମରେ ଅନୁଷ୍ଠିତ ହାଇଭୋଲ୍ଟେଜ୍ ଟି-୨୦ ବିଶ୍ୱକପ୍ ମୁକାବିଲାରେ ଭାରତୀୟ ଦଳ ପାକିସ୍ତାନକୁ ୬୧ ରନ୍‌ରେ ପରାସ୍ତ କରିଛି। ଅଧିନାୟକ ସୂର୍ଯ୍ୟକୁମାର ଯାଦବଙ୍କ…

ଅପହରଣର ୬୫ ବର୍ଷ ପରେ ଘରକୁ ଫେରିଲେ ବୃଦ୍ଧା; ବର୍ତ୍ତମାନର ବୟସ ୮୦, କାହାଣୀ ଜାଣିଲେ…

ଲକ୍ଷ୍ନୌ,୧୫।୨: ଉତ୍ତର ପ୍ରଦେଶର ହରଦୋଇ ଜିଲାରୁ ଏକ ଆଶ୍ଚର୍ଯ୍ୟଜନକ ଘଟଣା ସାମ୍ନାକୁ ଆସିଛି। ଯେତେବେଳେ ଜଣେ ୮୦ ବର୍ଷୀୟ ବୃଦ୍ଧା ତାଙ୍କ ପିତାମାତାଙ୍କ ଘରକୁ ଫେରିଲେ, ସେତେବେଳେ…

ଧୋନିଙ୍କ ପାଇଁ ପାକିସ୍ତାନ ଦଳରେ ସୁଯୋଗ ପାଇଛନ୍ତି ଉସମାନ ତାରିକ! ହୋଇଗଲା ଖୁଲାସା

କଲମ୍ବୋ,୧୫।୨: ଚଳିତ ଟି-୨୦ ବିଶ୍ୱକପ୍‌ରେ ପାକିସ୍ତାନର ରହସ୍ୟମୟ ସ୍ପିନର ଉସ୍ମାନ ତାରିକ୍ ନିଜର ଅଜବ ବୋଲିଂ ଆକ୍ସନ ପାଇଁ ଚର୍ଚ୍ଚାର କେନ୍ଦ୍ରବିନ୍ଦୁ ସାଜିଛନ୍ତି। ତେବେ ତାଙ୍କ କ୍ରିକେଟ୍…

ଡିଜିଟାଲ ଯୁଗରେ ମନ୍ଦିରରେ ବସିଛନ୍ତି କ୍ୟାସଲେସ ଭିକାରୀ, କ୍ୟୁଆର କୋଡ୍ ସ୍କାନ କରି ପେମେଣ୍ଟ….

ପାରଳାଖେମୁଣ୍ଡି,୧୫।୨(ଗିରିଧାରୀ ପରିଛା): ଡିଜିଟାଲ ଯୁଗରେ ବର୍ତ୍ତମାନ ଭିକାରୀମାନେ ମଧ୍ୟ କ୍ୟାସଲେସ ବିଧି ଆପଣାଇଲେଣି । ଏପରି କିଛି ଭିଡିଓ ସୋସିଆଲ ମିଡିଆରେ ବେଶ୍ ଭାଇରାଲ୍ ହୋଇଥାଏ ।…

ଲିଙ୍ଗରାଜ ମନ୍ଦିରରେ ଉଠିଲା ମହାଦୀପ: ନିର୍ଦ୍ଧାରିତ ସମୟ ପୂର୍ବରୁ ସମ୍ପନ୍ନ ହେଲା ନୀତିକାନ୍ତି

ଭୁବନେଶ୍ୱର,୧୫।୨: ପବିତ୍ର ମହାଶିବରାତ୍ରି ଅବସରରେ ଭୁବନେଶ୍ୱରର ପ୍ରସିଦ୍ଧ ଶ୍ରୀଲିଙ୍ଗରାଜ ମନ୍ଦିରରେ ମହାପ୍ରଭୁଙ୍କ ମହାଦୀପ ଉଠିଛି। ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ହେଉଛି, ଚଳିତ ବର୍ଷ ପ୍ରଶାସନ ଓ ସେବାୟତଙ୍କ…

ଟି-୨୦ ବିଶ୍ୱକପ୍: ପାକିସ୍ତାନ ଆଗରେ ୧୭୬ ରନ୍‌ର ବିଜୟ ଲକ୍ଷ୍ୟ; ଇଶାନ କିଷାନଙ୍କ ଧୂଆଁଧାର ବ୍ୟାଟିଂ

କଲମ୍ବୋ,୧୫।୨: ଟି-୨୦ ବିଶ୍ୱକପ୍ ୨୦୨୬ର ହାଇଭୋଲ୍ଟେଜ୍ ମ୍ୟାଚରେ ଭାରତ, ପାକିସ୍ତାନ ସମ୍ମୁଖରେ ୧୭୬ ରନ୍‌ର ଚ୍ୟାଲେଞ୍ଜିଂ ଟାର୍ଗେଟ୍ ରଖିଛି। ଓପନର୍ ଇଶାନ କିଷାନଙ୍କ ବିସ୍ଫୋରକ ବ୍ୟାଟିଂ ଏବଂ…

ଶିବ ସନ୍ଦେଶ ଅଭିଯାନ ରଥ ପରିଭ୍ରମଣ ଉଦଯାପିତ, ଆଧ୍ୟାତ୍ମିକ ଜ୍ଞାନ ସଂପର୍କରେ ଜନ ସମାଜକୁ…

ଭଞ୍ଜନଗର,୧୫।୨(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ବ୍ରହ୍ମକୁମାରୀ ଇଶ୍ୱରୀୟ ବିଶ୍ଵବିଦ୍ୟାଳୟ ଶାଖା ପକ୍ଷରୁ ଗତ ୨ ତାରିଖରୁ ବାହାରିଥିବା ଶିବ ସନ୍ଦେଶ ଅଭିଯାନ ରଥ ପରିଭ୍ରମଣ କାର୍ଯ୍ୟକ୍ରମ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri