ନୂଆଦିଲ୍ଲୀ,୧୧ା୧୨: ଗତ କିଛିଦିନ ତଳେ ଆପଲ୍ ଏବଂ ଗୁଗୁଲ ନିଜ ୟୁଜର୍ସଙ୍କୁ ଆଲର୍ଟ ପଠାଇଥିଲେ । ସ୍ପାଇବେୟାରରେ ଦ୍ବାରା ୟୁଜର୍ସଙ୍କୁ ନିଶାନା କରାଯାଇପାରେ ବୋଲି ମେସେଜ ପଠାଯାଇଥିଲା । ବର୍ତ୍ତମାନ ଏହାକୁ ନେଇ ସରକାର ଆପଲକୁ ନୋଟିସ ପଠାଇଛନ୍ତି । ଭାରତରେ ୟୁଜର୍ସଙ୍କୁ ଆଲର୍ଟ ପଠାଇବା କାରଣରୁ କମ୍ପାନୀମାନଙ୍କୁ ନୋଟିସ ପଠାଯାଇଛି । ଏହାସହିତ ସରକାରୀ ଏଜେନ୍ସି ଇଣ୍ଡିଆନ କମ୍ଯୁଟର ଏମରଜେନ୍ସି ରେସ୍ପୋନ୍ସ ଟିମ୍ ପକ୍ଷରୁ ପବ୍ଲିକ ଆଡଭାଇଜରି ଜାରି କରାଯାଇଛି । ଏଥିରେ କୁହାଯାଇଛି ଯେ, ଯେଉଁ ୟୁଜର୍ସଙ୍କୁ ଏହି ଆଲର୍ଟ ମିଳିଛି ସେମାନେ ଏଜେନ୍ସି ପକ୍ଷରୁ ଟେକ୍ନିକାଲ ସାହାଯ୍ୟ ମାଗିପାରିବେ ।
ଆପଲ ଏବଂ ଗୁଗୁଲ ଗତ 2 ଏବଂ 3 ଡିସେମ୍ବରରେ ନିଜ ୟୁଜର୍ସଙ୍କୁ ନୋଟିସ ପଠାଇଥିଲା । ମିଡିଆ ରିପୋର୍ଟ ଅନୁସାରେ, ସରକାର ଏହି ଦୁଇ କମ୍ପାନୀକୁ ନୋଟିସ ଜାରି କରି ଅଧିକ ତଥ୍ୟ ମାଗିଛନ୍ତି । ଏଭଳି ଧମକ କେଉଁ ୟୁଜର୍ସଙ୍କୁ ମିଳିଛି, କିଏ ଧମକ ଦେଇଥିଲା ଏବଂ କେଉଁ ୟୁଜର୍ସ ଅଧିକ ପ୍ରଭାବିତ ହେବେ ବୋଲି ପ୍ରଶ୍ନ କରିଛନ୍ତି ସରକାର । ସାଇବର ସିକ୍ୟୁରିଟିଙ୍କ କହିବା ଅନୁସାରେ, ଏହି ଆଟାକ ଚିନ୍ତାର କାରଣ ଅଟେ ଏବଂ ଏହା ବୃଦ୍ଧି ହେବାର ମଧ୍ୟ ସମ୍ଭାବନା ରହିଥିବା ନେଇ ମଧ୍ଯ କୁହାଯାଇଛି ।
ତେବେ ଏକ ରିପୋର୍ଟ ଅନୁସାରେ, ଏହି ନୋଟିସପରେ ଆପଲ କେନ୍ଦ୍ର ସରକାର ଏବଂ ଇଣ୍ଡିଆନ କମ୍ଯୁଟର ଏମରଜେନ୍ସି ରେସ୍ପୋନ୍ସ ଟିମ୍ ସହିତ ମିଶି ବୈଠକ କରିଛି । ତେବେ ବୈଠକରେ କମ୍ପାନୀ ତରଫରୁ କୁହାଯାଇଛି ଯେ, ୟୁଜର୍ସଙ୍କୁ ପଠାଇଥିବା ନୋଟିଫିକେସନ ଇଣ୍ଟରନେସନାଲ ଧମକ ଥିଲା ଏବଂ ଏହା ପଛରେ କୌଣସି ସରକାରଙ୍କ ହାତ ନଥିଲା ।

