Posted inଖେଳ

ଭାରତକୁ ଲାଗିଲା ବଡ଼ ଝଟ୍‌କା

ନୂଆଦିଲ୍ଲୀ,୭।୧: ଭାରତ ଏବଂ ଆଫଗାନିସ୍ତାନ ମଧ୍ୟରେ ତିନି ମ୍ୟାଚ ବିଶିଷ୍ଟ ଟି-୨୦ ସିରିଜ ଜାନୁଆରୀ ୧୧ରୁ ଆରମ୍ଭ ହେବ। ଏଥିପାଇଁ ଟିମ ଇଣ୍ଡିଆ ଘୋଷଣା ହୋଇନାହିଁ। ଆଫଗାନିସ୍ତାନ ତାର ଦଳ ଘୋଷଣା କରିଛି ଏବଂ ଏହାର ଖେଳାଳିମାନେ ମଧ୍ୟ ଭାରତରେ ପହଞ୍ଚିଛନ୍ତି। ସିରିଜ ପୂର୍ବରୁ ଭାରତୀୟ ଦଳକୁ ବଡ଼ ଝଟ୍‌କା ଲାଗିଛି। ଅଭିଜ୍ଞ ଖେଳାଳି ହାର୍ଦ୍ଦିକ ପାଣ୍ଡ୍ୟା ଏବଂ ସୂର୍ଯ୍ୟକୁମାର ଯାଦବଙ୍କୁ ଏହି ସିରିଜରୁ ବାଦ ଦିଆଯାଇଛି। ଏଥିସହିତ ଆହତ କାରଣରୁ ଋତୁରାଜ ଗାଏକ୍ୱାଡ ମଧ୍ୟ ଉପଲବ୍ଧ ହେବେ ନାହିଁ।
ଆଙ୍ଗୁଠିରେ ଆଘାତ ହେତୁ ଗାଏକ୍ୱାଡ ଉପଲବ୍ଧ ହେବେ ନାହିଁ। ସେ ଇଂଲଣ୍ଡ ଟେଷ୍ଟ ସିରିଜର ପ୍ରାରମ୍ଭିକ ମ୍ୟାଚରୁ ମଧ୍ୟ ଦୂରେଇ ରହିବାର ସମ୍ଭାବନା ରହିଛି। ଉଭୟ ସୂର୍ଯ୍ୟକୁମାର ଏବଂ ହାର୍ଦ୍ଦିକ ଆଇପିଏଲରୁ ଫେରିବେ ବୋଲି ଆଶା କରାଯାଉଛି। ଡିସେମ୍ବରରେ ଦକ୍ଷିଣ ଆଫ୍ରିକାର ଟି-ଟେୱଣ୍ଟିରେ ଭାରତର ନେତୃତ୍ୱ ନେଇଥିବା ସୂର୍ଯ୍ୟକୁମାର ଜୋହାନ୍ସବର୍ଗର ତୃତୀୟ ତଥା ଅନ୍ତିମ ମ୍ୟାଚ୍ରେ ଫିଲ୍ଡିଂ କରୁଥିବାବେଳେ ଗୋଡରେ ଆଘାତ ଲାଗିଥିଲା। ନିକଟରେ ତାଙ୍କର ଗୋଡର ଅସ୍ତ୍ରୋପଚାର କରାଯାଇଥିଲା ଏବଂ କିଛି ମାସ ମଧ୍ୟରେ ସେ ତାଲିମକୁ ଫେରିବେ ବୋଲି ଆଶା କରାଯାଉଛି।
ଆଫଗାନିସ୍ତାନ ବିପକ୍ଷ ସିରିଜ ହେଉଛି ଟି-୨୦ ବିଶ୍ୱକପ ପୂର୍ବରୁ ଭାରତର ଶେଷ ଦ୍ୱିପାକ୍ଷିକ ଟି-୨୦ ସିରିଜ। ତେଣୁ ଏହି ସିରିଜ୍‌କୁ ବେଶ୍‌ ଗୁରୁତ୍ୱପୂର୍ଣ୍ଣ ମନେ କରାଯାଏ।


Enter your email to get our daily news in your inbox.

All Right Reserved By Dharitri.Com

ସରକାରୀ କର୍ମଚାରୀଙ୍କୁ ମିଳିବନି ପେନସନ, ଯଦି କରୁଥିବେ ଏହି ଭୁଲ!

ନୂଆଦିଲ୍ଲୀ,୨୫।୧୨: ସରକାରୀ କର୍ମଚାରୀମାନେ ପ୍ରାୟତଃ ଭାବନ୍ତି ଯେ ଯଦି ସେମାନେ ସମୟ ପୂର୍ୱରୁ ଇସ୍ତଫା ଦିଅନ୍ତି ତେବେ ସେମାନେ ପେନସନ ପାଇବେ କି ନାହିଁ। ସୁପ୍ରିମକୋର୍ଟ...

Christmas 2025: ଖ୍ରୀଷ୍ଟମାସରେ ସାଣ୍ଟା ସବୁବେଳେ କାହିଁକି ମୋଜାରେ ଦିଅନ୍ତି ଉପହାର? ଜାଣନ୍ତୁ ଏହା ପଛରେ ଥିବା ରୋଚକ କାହାଣୀ

ନୂଆଦିଲ୍ଲୀ: ଡିସେମ୍ବର ୨୫ରେ ପାଳିତ ଖ୍ରୀଷ୍ଟମାସ କେବଳ ଏକ ପର୍ବ ନୁହେଁ, ବରଂ ଆନନ୍ଦ ଏବଂ ଆଶାର ଦିନ। ଏହି ଦିନ ପିଲାମାନେ ସବୁଠାରୁ ଅଧିକ...

ବର୍ଷର ଶେଷ ଗୁରୁବାରରେ ଅଦ୍ଭୁତ ସଂଯୋଗ, ମିଥୁନ ସମେତ ୫ ରାଶିଙ୍କୁ ଖ୍ରୀଷ୍ଟମାସରେ ହେବ ଧନବର୍ଷା!

ଆଜି ୨୦୨୫ ମସିହା ଡିସେମ୍ୱର ମାସ ୨୫ ତାରିଖ ଗୁରୁବାର। ଗୁରୁବାର ବ୍ରହ୍ମାଣ୍ଡର ଶାସକ ଏବଂ ଦେବତାମାନଙ୍କ ଗୁରୁ ବୃହସ୍ପତିଙ୍କ ଉଦ୍ଦେଶ୍ୟରେ ଉତ୍ସର୍ଗୀକୃତ। ଏହା ବ୍ୟତୀତ,...

ଅଧ୍ୟାପକ ନିଯୁକ୍ତିରେ ଲାଗୁହେବ ସଂରକ୍ଷଣ ନୀତି

ଭୁବନେଶ୍ୱର,୨୫ା୧୨ (ରବିନାରାୟଣ ଜେନା): ରାଜ୍ୟର ସମସ୍ତ ସରକାରୀ ବିଶ୍ୱବିଦ୍ୟାଳୟରେ ଯେପରି ଅଧ୍ୟାପକ ଅଭାବ ରହିବ ନାହିଁ ଏବଂ ସବୁ ବର୍ଗଙ୍କୁ ଉପଯୁକ୍ତ ନିଯୁକ୍ତି ସୁଯୋଗ ମିଳିବ,...

ବଡ଼ ଦିନରେ ବଡ଼ ଅଘଟଣ, ବସ-ଟ୍ରକ ଧକ୍କାରେ ଜୀବନ୍ତ ଜଳିଗରେ ୧୭ ଯାତ୍ରୀ

ବେଙ୍ଗାଲୁରୁ,୨୫।୧୨: ଗୁରୁବାର ସକାଳେ କର୍ନାଟକର ଚିତ୍ରଦୁର୍ଗ ଜିଲାରେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣାରେ ୧୨ ରୁ ଅଧିକ ଲୋକ ପୋଡ଼ି ମୃତ୍ୟୁବରଣ କରିଛନ୍ତି। ହିରିୟୁର ତାଲୁକର...

ଏଇ ଭାରତରେ

ପଲିଥିନ ବ୍ୟବହାର ଉପରେ କଟକଣା ଲାଗୁ ହୋଇଥିଲେ ମଧ୍ୟ ଏହାର ବ୍ୟବହାର ପୂର୍ୱଭଳି ଜାରି ରହିଛି। ଅଧିକାଂଶ ଲୋକ ବ୍ୟାଗ୍‌ ନ ନେଇ ପଲିଥିନରେ ପରିବା...

ଯିଶୁଖ୍ରୀଷ୍ଟଙ୍କ ଜନ୍ମ ମହତ୍ତ୍ୱ

ଶ୍ୱର ଜଗତକୁ ଏତେ ପ୍ରେମ କଲେ ଯେ, ତାଙ୍କ ନିଜର ଅଦ୍ୱିତୀୟ ପୁତ୍ର ପ୍ରଭୁ ଯିଶୁଙ୍କୁ ପୃଥିବୀକୁ ପଠାଇଲେ। ଏଣୁ ଯେ କେହି ଯିଶୁଙ୍କଠାରେ ବିଶ୍ୱାସ...

ଗାନ୍ଧୀ ନୂଅଁାଖାଇ

ନୂଆ ଫସଲ ଅମଳ ପରେ ଆମ ଓଡ଼ିଶାରେ ବିଭିନ୍ନ ତିଥି ନେଇ ନୂଅଁାଖାଇ ପାଳନ କରାଯାଏ। ବିଶେଷକରି ଓଡ଼ିଶାର ପଶ୍ଚିମାଞ୍ଚଳରେ ନୂଆଖାଇ ବା ନୂଅଁାଖାଇ ଏକ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri