Posted inଜାତୀୟ

୩ ଦିନରେ ପାକିସ୍ତାନକୁ ଏମିତି ପାନେ ଦେଲା ଭାରତ, ବିଶ୍ୱ ଆଗରେ କଲା ଗୁହାରି

ନୂଆଦିଲ୍ଲୀ,୧୩।୫: ଜମ୍ମୁ-କଶ୍ମୀରର ପହଲଗାମ୍‌ରେ ଏପ୍ରିଲ ୨୨ରେ ହୋଇଥିବା ସୀମାପାର ଆତଙ୍କବାଦୀ ଆକ୍ରମଣର ଠିକଣା ଜବାବ ଦେଇଛି ଭାରତ। ଭାରତୀୟ ସେନାର ‘ଅପରେଶନ ସିନ୍ଦୂର’ କେବଳ ଏକ ନାମ ନୁହେଁ, ଏହା ନ୍ୟାୟର ଅଖଣ୍ଡ ପ୍ରତିଜ୍ଞା। ଅପରେଶନ ସିନ୍ଦୂର ଏବେ ଆତଙ୍କବାଦ ବିରୋଧରେ ଭାରତର ନୂଆ ନୀତି ବୋଲି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଦେଶବାସୀଙ୍କୁ ଉଦ୍‌ବୋଧନ ଦେଇ କହିଛନ୍ତି। ଏହା ଦେଶବାସୀଙ୍କ ଭାବାବେଗର ପ୍ରତିଫଳନ। ଆତଙ୍କବାଦୀମାନେ ଆମ ମହିଳାମାନଙ୍କ କପାଳରୁ ସିନ୍ଦୂର ଉଜାଡ଼ିଥିଲେ। ଆମେ ସେମାନଙ୍କ ଠିକଣାକୁ କେବଳ ମାଟିରେ ମିଶାଇ ଦେଇନାହୁଁ, ବରଂ ସେମାନଙ୍କ ମନୋବଳକୁ ଭାଙ୍ଗିଦେଇଛୁ। ପାକିସ୍ତାନକୁ କଡ଼ା ଚେତାବନୀ ଦେଇ ପ୍ରଧାନମନ୍ତ୍ରୀ କହିଛନ୍ତି, କୌଣସି ଅଣୁଅସ୍ତ୍ରର ଧମକକୁ ଭାରତ ବରଦାସ୍ତ କରିବ ନାହିଁ।

ପ୍ରଧାନମନ୍ତ୍ରୀ ମୋଦି କହିଛନ୍ତି, ଭାରତର ଡ୍ରୋନ ଏବଂ ମିଶାଇଲ୍‌ ପାକିସ୍ତାନ ଉପରେ ଏତେ ସଠିକତାର ସହିତ ଆକ୍ରମଣ କରିଥିଲା, ପାକିସ୍ତାନୀ ବାୟୁସେନାର ଏୟାରବେସକୁ ଧ୍ୱଂସ ପାଇଥିଲା। ଅପରେଶନ ସିନ୍ଦୂର ଅନ୍ତର୍ଗତ ପ୍ରତିଶୋଧର ପ୍ରଥମ ୩ ଦିନରେ ଭାରତ ପାକିସ୍ତାନକୁ ଏତେ କ୍ଷତି ପହଞ୍ଚାଇଥିଲା, ଯାହା ସେ କଳ୍ପନା ମଧ୍ୟ କରି ନ ଥିଲା। ଭାରତର ଆକ୍ରମଣାତ୍ମକ କାର୍ଯ୍ୟାନୁଷ୍ଠାନ ପରେ, ପାକିସ୍ତାନ ଖସିଯିବାର ଉପାୟ ଖୋଜିବା ଆରମ୍ଭ କଲା। ପାକିସ୍ତାନ ସାରା ବିଶ୍ୱରେ ଉତ୍ତେଜନା ହ୍ରାସ ପାଇଁ ନିବେଦନ କରୁଥିଲା ଏବଂ ପାକିସ୍ତାନୀ ସେନା ଶନିବାର (ମେ ୧୦) ଅପରାହ୍ନରେ ଆମର ଡିଜିଏମଓଙ୍କ ସହିତ ଯୋଗାଯୋଗ କରିଥିଲା, କିନ୍ତୁ ସେତେବେଳକୁ ଆମେ ବଡ଼ ପରିମାଣରେ ଆତଙ୍କବାଦୀ ଭିତ୍ତିଭୂମିକୁ ନଷ୍ଟ କରିସାରିଥିଲୁ ଏବଂ ଆତଙ୍କବାଦୀମାନେ ନିହତ ହୋଇସାରିଥିଲେ।

ଅପରେଶନ ସିନ୍ଦୂର ପରେ ପ୍ରଥମ ଥର ପାଇଁ ଦେଶବାସୀଙ୍କୁ ସମ୍ବୋଧନ କରି ପ୍ରଧାନମନ୍ତ୍ରୀ କହିଛନ୍ତି, ପହଲଗାମ୍‌ ଆକ୍ରମଣ ଆତଙ୍କବାଦର ସବୁଠୁ ବୀଭତ୍ସ ରୂପ ଥିଲା। ଏହା ତାଙ୍କୁ ଗଭୀର ବ୍ୟଥିତ କରିଥିଲା। ଆମ ମହିଳାଙ୍କ କପାଳରୁ ସିନ୍ଦୂର ଉଜାଡ଼ିବାର ପରିଣତି କ’ଣ ହୁଏ, ତାହା ଏବେ ଶତ୍ରୁପକ୍ଷ ବୁଝିଛନ୍ତି। ଭାରତ ଉପରେ ଆକ୍ରମଣରେ ସମ୍ପୃକ୍ତ ଥିବା ଶତାଧିକ ଦୁର୍ଦ୍ଧର୍ଷ ଆତଙ୍କବାଦୀଙ୍କୁ ନିପାତ କରାଯାଇଛି ଓ ସେମାନଙ୍କ ଭିତ୍ତିଭୂମି ମାଟିରେ ମିଶିଯାଇଛି। ଆତଙ୍କବାଦ ବିରୋଧରେ ଲଢ଼େଇ ବନ୍ଦ ହୋଇନାହିଁ। ପାକିସ୍ତାନ ବିରୋଧରେ ଆମେ କାର୍ଯ୍ୟାନୁଷ୍ଠାନକୁ ସ୍ଥଗିତ ରଖିଛୁ। ଏହାର ଭବିଷ୍ୟତ ସେମାନଙ୍କ ଆଚରଣ ଉପରେ ନିର୍ଭର କରୁଛି। ସଶସ୍ତ୍ର ବଳର ବୀରତ୍ୱକୁ ପ୍ରଶଂସା କରି ପ୍ରଧାନମନ୍ତ୍ରୀ ସେମାନଙ୍କୁ ସାଲ୍ୟୁଟ୍‌ ଜଣାଇଛନ୍ତି। ସେନାର ଏହି ବୀରତ୍ୱକୁ ସେ ଦେଶର ମାଆ, ଭଉଣୀ ଓ ଝିଅମାନଙ୍କୁ ଉତ୍ସର୍ଗ କରିଛନ୍ତି।

୨୨ ମିନିଟ୍‌ର ଉଦ୍‌ବୋଧନରେ ପ୍ରଧାନମନ୍ତ୍ରୀ କହିଛନ୍ତି, ଆତଙ୍କବାଦ ଏବଂ ଆଲୋଚନା ଏକାଠି ଚାଲିପାରିବ ନାହିଁ। ସେହିପରି ଜଳ ଏବଂ ରକ୍ତ ଏକାଠି ବହିପାରିବ ନାହିଁ। ପାକିସ୍ତାନ ସହ ଯଦି ଆଲୋଚନା ହୁଏ, କେବଳ ଆତଙ୍କବାଦର ମୂଳୋତ୍ପାଟନ ଏବଂ ପାକ୍‌ ଅଧିକୃତ କଶ୍ମୀର (ପିଓକେ) ଫେରାଇକୁ ନେଇ ହେବ ବୋଲି ପ୍ରଧାନମନ୍ତ୍ରୀ ସ୍ପଷ୍ଟ କରିଦେଇଛନ୍ତି। ପାକିସ୍ତାନର ଶାସକମାନଙ୍କୁ ପରାମର୍ଶ ଦେଇ ପ୍ରଧାନମନ୍ତ୍ରୀ କହିଛନ୍ତି, ସେମାନେ ଦୀର୍ଘବର୍ଷ ଧରି ପାଳିପୋଷି ରଖିଥିବା ଆତଙ୍କବାଦୀମାନେ ସେ ଦେଶକୁ ଗିଳିଦେବେ। ପାକିସ୍ତାନ ଯଦି ବଞ୍ଚତ୍ବାକୁ ଚାହୁଁଥାଏ, ତେବେ ଆତଙ୍କବାଦର ମୂଳୋତ୍ପାଟନ କରୁ। ପ୍ରଧାନମନ୍ତ୍ରୀ ଆହୁରି କହିଛନ୍ତି, ଏହା ଯୁଦ୍ଧର ଯୁଗ ନୁହେଁ ଏବଂ ଆତଙ୍କବାଦର ମଧ୍ୟ ଯୁଗ ନୁହେଁ। ଆତଙ୍କବାଦୀ ଓ ସେମାନଙ୍କର ରାଷ୍ଟ୍ର ପ୍ରାୟୋଜକମାନଙ୍କୁ ଭାରତ ଅଲଗା ଦେଖୁନାହିଁ। ପାକିସ୍ତାନକୁ ଆତଙ୍କବାଦୀ ଭିତ୍ତିଭୂମି ଧ୍ୱଂସ କରିବାକୁ ହେବ। ଶାନ୍ତି ପାଇଁ ଏହା ବ୍ୟତୀତ ଅନ୍ୟ ରାସ୍ତା ନାହିଁ ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି।

 

 

 

 

 

 

 

 

 

 

 

 

 

 

 

 

 

 

 

 

 

 

 

 

 

 

 

 

 

 

 

 

 

 

 

 

 

 

 

 

 

 

 

 

 

 

 

 

 

 

 

 

 

 

 

 

 

 

 

 

 

 

 

 

 

 

 

 

 

 

 

 

 

 

 

 

 

 

 

 

 

 

 

 

 

 

 

 

 

 

 

 

 

 

 

 

 

 


Enter your email to get our daily news in your inbox.

All Right Reserved By Dharitri.Com

ପୁରୀ, ଭୁବନେଶ୍ୱରରେ ରେଳ ଚଳାଚଳ ଦୁଇଗୁଣା ବଢ଼ିବ

ଭୁବନେଶ୍ୱର,୨୮ା୧୨(ଅନୁରାଧା ମହାରଣା): ଆସନ୍ତା ୫ ବର୍ଷରେ ଅର୍ଥାତ୍‌ ୨୦୩୦ ସୁଦ୍ଧା ଭୁବନେଶ୍ୱର, ପୁରୀ ଏବଂ ବିଶାଖାପାଟଣାରେ ରେଳ ଚଳାଚଳ କ୍ଷମତା ଦ୍ୱିଗୁଣା କରାଯିବ। ଏଥିପାଇଁ ପ୍ରମୁଖ...

୧୦ମ ଶ୍ରେଣୀ ଇତିହାସ, ରାଜନୀତି ବିଜ୍ଞାନ ବହିରେ ଭୁଲ୍‌ ତଥ୍ୟ

ଭଦ୍ରକ,୨୮।୧୨(ସନାତନ ରାଉତ): ୨୦୧୩ ମସିହାରେ ଓଡ଼ିଶା ମାଧ୍ୟମିକ ଶିକ୍ଷା ପରିଷଦ ଦ୍ୱାରା ମୁଦ୍ରିତ ଓ ପ୍ରକାଶିତ ୧୦ମ ଶ୍ରେଣୀ ଇତିହାସ ଓ ରାଜନୀତି ବିଜ୍ଞାନ ବହିରେ...

ସରକାରଙ୍କ ବଡ଼ ଘୋଷଣା, ଅନ୍‌ଲାଇନରେ ହେବନି…

କଟକ,୨୮।୧୨(କାର୍ତ୍ତିକ ସାହୁ): ଏଣିକି ଆଞ୍ଚଳିକ ପରିବହନ କାର୍ଯ୍ୟାଳୟ (ଆର୍‌ଟିଓ)ରେ ମୋଟରଯାନ ନିୟମ ଉଲ୍ଲଂଘନରେ ଜାରି ହୋଇଥିବା ଇ-ଚାଲାଣ ବାବଦରେ ନଗଦ ଅର୍ଥ ଅଫ୍‌ଲାଇନରେ ଗ୍ରହଣ କରାଯିବ।...

ନୂଆ ଇତିହାସ ରଚିବେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ, ୨୮ ଡିସେମ୍ବରରେ…

ନୂଆଦିଲ୍ଲୀ, ୨୭।୨୫: ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଆସନ୍ତା ୨୮ ଡିସେମ୍ବରରେ ଭାରତୀୟ ନୌସେନାର ଏକ ପନଡୁବ୍ବୀରେ ସମୁଦ୍ର ଯାତ୍ରା କରିବେ। ଏହି ଯାତ୍ରା କର୍ନାଟକର କାରବାର...

 ‘Pay Later with BharatPe’: ଏବେ UPIରେ ମିଳିବ ଉଧାର: ଜାଣନ୍ତୁ କେତେ ଦିନ ମଧ୍ୟରେ ଫେରାଇବାକୁ ହେବ ଟଙ୍କା…

ନୂଆଦିଲ୍ଲୀ, ୨୭।୧୨:  ଆଜିର ଦ୍ରୁତଗତି ଜୀବନଶୈଳୀରେ ପ୍ରତ୍ୟେକ ବ୍ୟକ୍ତି ଡିଜିଟାଲ୍ ପେମେଣ୍ଟ୍ ଉପରେ ନିର୍ଭରଶୀଳ ହୋଇଯାଇଛନ୍ତି। ପରିବା କିଣିବା ହେଉ, କାଫେରେ କଫି ପିଇବା ହେଉ...

ଥୁଆମୂଳ ରାମପୁର ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ କର୍ମଚାରୀଙ୍କ ଚରମ ଅବହେଳା: ୨୦ ମିନିଟ୍ କାଳ ବେଡ୍‌ରେ ଛଟପଟ ହେଲେ ଦୁର୍ଘଟଣାଗ୍ରସ୍ତ ଯୁବକ

ଥୁଆମୂଳ ରାମପୁର, ୨୭।୧୨(ଦୁର୍ଗା କୀର୍ତ୍ତି):- କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରରେ ସ୍ବାସ୍ଥ୍ୟସେବା ଏବେ ସମ୍ପୂର୍ଣ୍ଣ ବିପର୍ଯ୍ୟସ୍ତ। କର୍ମଚାରୀଙ୍କ ଲଗାତାର ଅବହେଳା ଓ...

ଆନ୍ତଃରାଜ୍ୟ ଡକାୟତ ଗ୍ୟାଙ୍ଗକୁ ଧରିଲା ବଲାଙ୍ଗୀର ପୋଲିସ: ଦେଶୀ ବନ୍ଧୁକ, ବାଇକ୍‌ ଜବତ

ବଲାଙ୍ଗୀର,୨୭।୧୨(ସୁନିଲ ମହାନ୍ତି): ବଲାଙ୍ଗୀର ଟାଉନ ଥାନା ପୋଲିସଏକ ସ୍ବତନ୍ତ୍ର ଟିମ୍‌ ଶନିବାର ଏକ ଆନ୍ତଃରାଜ୍ୟ ଡକାୟତ ଗ୍ୟାଙ୍ଗକୁ ଧରିଛି l ଏ ନେଇ ବଲାଙ୍ଗୀର ଏସ୍‌ପି...

ରାସ୍ତାରେ ଟ୍ରକ୍‌ ରଖି ଶୌଚ ପାଇଁ ଯାଇଥିଲେ ଡ୍ରାଇଭର, ଆପଣା ଛାଏଁ ପଛକୁ ପଛ ଗଡ଼ି…

ଦାରିଙ୍ଗବାଡ଼ି,୨୭ା୧୨(ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡ଼ି ଦେଇ ଯାଇଥିବା ଗୋପାଳପୁର-ରାଇପୁରକୁ ସଂଯୋଗ କରୁଥିବା ୫୯ ନଂ ଜାତୀୟ ରାଜପଥର ସିମନବାଡ଼ି ନିକଟ ଟୋଲ୍‌ ଗେଟ୍‌ ନିକଟରେ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri