Posted inଜାତୀୟ

୩ ଦିନରେ ପାକିସ୍ତାନକୁ ଏମିତି ପାନେ ଦେଲା ଭାରତ, ବିଶ୍ୱ ଆଗରେ କଲା ଗୁହାରି

ନୂଆଦିଲ୍ଲୀ,୧୩।୫: ଜମ୍ମୁ-କଶ୍ମୀରର ପହଲଗାମ୍‌ରେ ଏପ୍ରିଲ ୨୨ରେ ହୋଇଥିବା ସୀମାପାର ଆତଙ୍କବାଦୀ ଆକ୍ରମଣର ଠିକଣା ଜବାବ ଦେଇଛି ଭାରତ। ଭାରତୀୟ ସେନାର ‘ଅପରେଶନ ସିନ୍ଦୂର’ କେବଳ ଏକ ନାମ ନୁହେଁ, ଏହା ନ୍ୟାୟର ଅଖଣ୍ଡ ପ୍ରତିଜ୍ଞା। ଅପରେଶନ ସିନ୍ଦୂର ଏବେ ଆତଙ୍କବାଦ ବିରୋଧରେ ଭାରତର ନୂଆ ନୀତି ବୋଲି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଦେଶବାସୀଙ୍କୁ ଉଦ୍‌ବୋଧନ ଦେଇ କହିଛନ୍ତି। ଏହା ଦେଶବାସୀଙ୍କ ଭାବାବେଗର ପ୍ରତିଫଳନ। ଆତଙ୍କବାଦୀମାନେ ଆମ ମହିଳାମାନଙ୍କ କପାଳରୁ ସିନ୍ଦୂର ଉଜାଡ଼ିଥିଲେ। ଆମେ ସେମାନଙ୍କ ଠିକଣାକୁ କେବଳ ମାଟିରେ ମିଶାଇ ଦେଇନାହୁଁ, ବରଂ ସେମାନଙ୍କ ମନୋବଳକୁ ଭାଙ୍ଗିଦେଇଛୁ। ପାକିସ୍ତାନକୁ କଡ଼ା ଚେତାବନୀ ଦେଇ ପ୍ରଧାନମନ୍ତ୍ରୀ କହିଛନ୍ତି, କୌଣସି ଅଣୁଅସ୍ତ୍ରର ଧମକକୁ ଭାରତ ବରଦାସ୍ତ କରିବ ନାହିଁ।

ପ୍ରଧାନମନ୍ତ୍ରୀ ମୋଦି କହିଛନ୍ତି, ଭାରତର ଡ୍ରୋନ ଏବଂ ମିଶାଇଲ୍‌ ପାକିସ୍ତାନ ଉପରେ ଏତେ ସଠିକତାର ସହିତ ଆକ୍ରମଣ କରିଥିଲା, ପାକିସ୍ତାନୀ ବାୟୁସେନାର ଏୟାରବେସକୁ ଧ୍ୱଂସ ପାଇଥିଲା। ଅପରେଶନ ସିନ୍ଦୂର ଅନ୍ତର୍ଗତ ପ୍ରତିଶୋଧର ପ୍ରଥମ ୩ ଦିନରେ ଭାରତ ପାକିସ୍ତାନକୁ ଏତେ କ୍ଷତି ପହଞ୍ଚାଇଥିଲା, ଯାହା ସେ କଳ୍ପନା ମଧ୍ୟ କରି ନ ଥିଲା। ଭାରତର ଆକ୍ରମଣାତ୍ମକ କାର୍ଯ୍ୟାନୁଷ୍ଠାନ ପରେ, ପାକିସ୍ତାନ ଖସିଯିବାର ଉପାୟ ଖୋଜିବା ଆରମ୍ଭ କଲା। ପାକିସ୍ତାନ ସାରା ବିଶ୍ୱରେ ଉତ୍ତେଜନା ହ୍ରାସ ପାଇଁ ନିବେଦନ କରୁଥିଲା ଏବଂ ପାକିସ୍ତାନୀ ସେନା ଶନିବାର (ମେ ୧୦) ଅପରାହ୍ନରେ ଆମର ଡିଜିଏମଓଙ୍କ ସହିତ ଯୋଗାଯୋଗ କରିଥିଲା, କିନ୍ତୁ ସେତେବେଳକୁ ଆମେ ବଡ଼ ପରିମାଣରେ ଆତଙ୍କବାଦୀ ଭିତ୍ତିଭୂମିକୁ ନଷ୍ଟ କରିସାରିଥିଲୁ ଏବଂ ଆତଙ୍କବାଦୀମାନେ ନିହତ ହୋଇସାରିଥିଲେ।

ଅପରେଶନ ସିନ୍ଦୂର ପରେ ପ୍ରଥମ ଥର ପାଇଁ ଦେଶବାସୀଙ୍କୁ ସମ୍ବୋଧନ କରି ପ୍ରଧାନମନ୍ତ୍ରୀ କହିଛନ୍ତି, ପହଲଗାମ୍‌ ଆକ୍ରମଣ ଆତଙ୍କବାଦର ସବୁଠୁ ବୀଭତ୍ସ ରୂପ ଥିଲା। ଏହା ତାଙ୍କୁ ଗଭୀର ବ୍ୟଥିତ କରିଥିଲା। ଆମ ମହିଳାଙ୍କ କପାଳରୁ ସିନ୍ଦୂର ଉଜାଡ଼ିବାର ପରିଣତି କ’ଣ ହୁଏ, ତାହା ଏବେ ଶତ୍ରୁପକ୍ଷ ବୁଝିଛନ୍ତି। ଭାରତ ଉପରେ ଆକ୍ରମଣରେ ସମ୍ପୃକ୍ତ ଥିବା ଶତାଧିକ ଦୁର୍ଦ୍ଧର୍ଷ ଆତଙ୍କବାଦୀଙ୍କୁ ନିପାତ କରାଯାଇଛି ଓ ସେମାନଙ୍କ ଭିତ୍ତିଭୂମି ମାଟିରେ ମିଶିଯାଇଛି। ଆତଙ୍କବାଦ ବିରୋଧରେ ଲଢ଼େଇ ବନ୍ଦ ହୋଇନାହିଁ। ପାକିସ୍ତାନ ବିରୋଧରେ ଆମେ କାର୍ଯ୍ୟାନୁଷ୍ଠାନକୁ ସ୍ଥଗିତ ରଖିଛୁ। ଏହାର ଭବିଷ୍ୟତ ସେମାନଙ୍କ ଆଚରଣ ଉପରେ ନିର୍ଭର କରୁଛି। ସଶସ୍ତ୍ର ବଳର ବୀରତ୍ୱକୁ ପ୍ରଶଂସା କରି ପ୍ରଧାନମନ୍ତ୍ରୀ ସେମାନଙ୍କୁ ସାଲ୍ୟୁଟ୍‌ ଜଣାଇଛନ୍ତି। ସେନାର ଏହି ବୀରତ୍ୱକୁ ସେ ଦେଶର ମାଆ, ଭଉଣୀ ଓ ଝିଅମାନଙ୍କୁ ଉତ୍ସର୍ଗ କରିଛନ୍ତି।

୨୨ ମିନିଟ୍‌ର ଉଦ୍‌ବୋଧନରେ ପ୍ରଧାନମନ୍ତ୍ରୀ କହିଛନ୍ତି, ଆତଙ୍କବାଦ ଏବଂ ଆଲୋଚନା ଏକାଠି ଚାଲିପାରିବ ନାହିଁ। ସେହିପରି ଜଳ ଏବଂ ରକ୍ତ ଏକାଠି ବହିପାରିବ ନାହିଁ। ପାକିସ୍ତାନ ସହ ଯଦି ଆଲୋଚନା ହୁଏ, କେବଳ ଆତଙ୍କବାଦର ମୂଳୋତ୍ପାଟନ ଏବଂ ପାକ୍‌ ଅଧିକୃତ କଶ୍ମୀର (ପିଓକେ) ଫେରାଇକୁ ନେଇ ହେବ ବୋଲି ପ୍ରଧାନମନ୍ତ୍ରୀ ସ୍ପଷ୍ଟ କରିଦେଇଛନ୍ତି। ପାକିସ୍ତାନର ଶାସକମାନଙ୍କୁ ପରାମର୍ଶ ଦେଇ ପ୍ରଧାନମନ୍ତ୍ରୀ କହିଛନ୍ତି, ସେମାନେ ଦୀର୍ଘବର୍ଷ ଧରି ପାଳିପୋଷି ରଖିଥିବା ଆତଙ୍କବାଦୀମାନେ ସେ ଦେଶକୁ ଗିଳିଦେବେ। ପାକିସ୍ତାନ ଯଦି ବଞ୍ଚତ୍ବାକୁ ଚାହୁଁଥାଏ, ତେବେ ଆତଙ୍କବାଦର ମୂଳୋତ୍ପାଟନ କରୁ। ପ୍ରଧାନମନ୍ତ୍ରୀ ଆହୁରି କହିଛନ୍ତି, ଏହା ଯୁଦ୍ଧର ଯୁଗ ନୁହେଁ ଏବଂ ଆତଙ୍କବାଦର ମଧ୍ୟ ଯୁଗ ନୁହେଁ। ଆତଙ୍କବାଦୀ ଓ ସେମାନଙ୍କର ରାଷ୍ଟ୍ର ପ୍ରାୟୋଜକମାନଙ୍କୁ ଭାରତ ଅଲଗା ଦେଖୁନାହିଁ। ପାକିସ୍ତାନକୁ ଆତଙ୍କବାଦୀ ଭିତ୍ତିଭୂମି ଧ୍ୱଂସ କରିବାକୁ ହେବ। ଶାନ୍ତି ପାଇଁ ଏହା ବ୍ୟତୀତ ଅନ୍ୟ ରାସ୍ତା ନାହିଁ ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି।

 

 

 

 

 

 

 

 

 

 

 

 

 

 

 

 

 

 

 

 

 

 

 

 

 

 

 

 

 

 

 

 

 

 

 

 

 

 

 

 

 

 

 

 

 

 

 

 

 

 

 

 

 

 

 

 

 

 

 

 

 

 

 

 

 

 

 

 

 

 

 

 

 

 

 

 

 

 

 

 

 

 

 

 

 

 

 

 

 

 

 

 

 

 

 

 

 

 


Enter your email to get our daily news in your inbox.

All Right Reserved By Dharitri.Com

ଆମେରିକା ଗୋଟିଏ ରାତିରେ ଇରାନ୍‌କୁ କରିଦେବ ଧ୍ୱଂସ: ଚେତାବନୀ ଦେଲେ ଟ୍ରମ୍ପ, ଖୁବଶୀଘ୍ର…

ୱାଶିଂଟନ,୬/୪:ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଇରାନ୍ ଯୁଦ୍ଧକୁ ନେଇ ସୋମବାର ପୁଣି କଡ଼ା ମନ୍ତବ୍ୟ ଦେଇଛନ୍ତି। ସେ କହିଛନ୍ତି,ଆମେରିକା ମାତ୍ର ଗୋଟିଏ ରାତିରେ ସମ୍ପୂର୍ଣ୍ଣ ଇରାନ୍‌କୁ ଧ୍ୱଂସ…

ବିରୋଧୀଙ୍କୁ ଝଟ୍‌କା: CEC ଜ୍ଞାନେଶ କୁମାରଙ୍କ ବିରୋଧରେ ମହାଅଭିଯୋଗ ପ୍ରସ୍ତାବ ଖାରଜ

ନୂଆଦିଲ୍ଲୀ,୬।୪: ମୁଖ୍ୟ ନିର୍ବାଚନ କମିଶନର ଜ୍ଞାନେଶ କୁମାରଙ୍କ ବିରୋଧରେ ମହାଭିଯୋଗ ପ୍ରସ୍ତାବକୁ ଖାରଜ କରାଯାଇଛି। ରାଜ୍ୟ ସଭା ଅଧ୍ୟକ୍ଷ ଏହି ପ୍ରସ୍ତାବକୁ ଖାରଜ କରିଛନ୍ତି। ବିରୋଧୀ ଦଳ…

ଥୁଆମୂଳ ରାମପୁରରେ ସଡ଼କ ଦୁର୍ଘଟଣା: ଗଲା ୩ ଜୀବନ, କ୍ଷତିପୂରଣ ପାଇଁ ରାସ୍ତାରୋକୋ

ଥୁଆମୂଳ ରାମପୁର, ୬ା୪ (ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ଥାନା ଅଞ୍ଚଳରେ ସୋମବାର ଦୁଇଟି ପୃଥକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟି ୩ ଜଣଙ୍କ…

ସୁନା ଭର୍ତ୍ତି ବ୍ୟାଗ୍‌ ନେଇ ଯାଉଥିଲେ ପବିତ୍ର: ବାଟରେ ଛକିଥିଲେ ୪ ଦୁର୍ବୃତ୍ତ: ଆଉ ତା’ପରେ ଘଟିଲା..

ଦିଗପହଣ୍ଡି,୬।୪(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ଡେଙ୍ଗାଓସ୍ତା ଗ୍ରାମର ଖଜୁରୀପଦା ସାହି ନିକଟରେ ସୋମବାର ରାତି ପ୍ରାୟ ୮ଟାରେ ଗୁଳି ଫୁଟିଛି। ଡେଙ୍ଗାଓସ୍ତା-ଭୀଷ୍ମଗିରି ଗ୍ରାମ…

କାମଦେବଙ୍କୁ ମିଳିଲା ବଡ଼ ଦାୟିତ୍ୱ: ଆଦିବାସୀଙ୍କ ବିକାଶ ପାଇଁ ଦେଲେ ପ୍ରତିଶ୍ରୁତି

ମୋହନା,୬।୪(ମନ୍ମଥ ମିଶ୍ର): ଗଜପତି ଜିଲାର ସର୍ବାଙ୍ଗୀନ ଉନ୍ନତି ପାଇଁ ସ୍ବତନ୍ତ୍ର ଉନ୍ନୟନ ପରିଷଦ ଅଧ୍ୟକ୍ଷ ଭାବେ କାମଦେବ ବଡ଼ନାୟକଙ୍କୁ ରାଜ୍ୟ ସରକାର ମନୋନୀତ କରିଛନ୍ତି। ସେ ମୋହନା…

ସଲମାନଙ୍କ ଫଟା ଜୋତାର ଦାମ୍‌ ଜାଣିଲେ ଉଡିଯିବ ହୋଶ୍‌

ସଲମାନ ଖାନ ବଲିଉଡ ସୁପରଷ୍ଟାର ଭାବରେ ଜଣାଶୁଣା। ସେ ଯାହା କରନ୍ତି, ସମସ୍ତଙ୍କ ନଜର ତାଙ୍କ ଉପରେ ଥାଏ। ସେ ଫ୍ୟାଶନ ହେଉଛି କି ଫିଲ୍ମ ସବୁଠି…

ବରଗଡ଼ରେ କରାମାଡ଼,ଫସଲ ଧୂଳିସାତ୍‌: ଉଜୁଡିଲା ଚାଷୀଙ୍କ ଅମଳ ଆଶା

ବରଗଡ଼,୬।୪(ପ୍ରେମାନନ୍ଦ ଖମାରୀ):ଅଧିକ ଧାନ ଉତ୍ପାଦନ ଯୋଗୁ ରାଜ୍ୟର ଭାତହାଣ୍ଡି କୁହାଯାଉଥିବା ବରଗଡ଼ ଜିଲାର ଚାଷୀଙ୍କ ଦୁଃଖ ସରୁନାହିଁ। ଧାନବିକ୍ରି ଅବ୍ୟବସ୍ଥା ସାଧାରଣରେ ପରିଣତ ହୋଇଥିବାବେଳେ ପ୍ରକୃତିର ତାଣ୍ଡବ…

୯ ପୋଲିସ ଅଧିକାରୀଙ୍କୁ ଫାଶି ଦଣ୍ଡ ଶୁଣାଇଲେ କୋର୍ଟ, ଏହି ମାମଲାର ଶୁଣାଣି କରି…

ନୂଆଦିଲ୍ଲୀ,୬।୪: ତାମିଲନାଡୁର ମଦୁରାଇ ଜିଲା କୋର୍ଟ ପୋଲିସ ହେପାଜତରେ ଜଣେ ପିତା ଏବଂ ପୁଅଙ୍କ ମୃତ୍ୟୁ ମାମଲାରେ ଏକ ଗୁରୁତ୍ୱପୂର୍ଣ୍ଣ ରାୟ ଦେଇଛନ୍ତି। ସୋମବାର (୬ ଏପ୍ରିଲ,…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri