Categories: ଫୁରସତ

ମାତ୍ର ୯ ବର୍ଷରେ ବିବାହ କରିଥିଲେ ଦେଶର ପ୍ରଥମ ମହିଳା ଡାକ୍ତର

ଜୁଲାଇ ୧, ଅର୍ଥାତ୍‌ ଆଜି ପାଳନ କରାଯାଉଛି ଡାକ୍ତର ଦିବସ। କରୋନା ଭଳି ମହାମାରୀରୁ ଲୋକଙ୍କୁ ବଞ୍ଚାଇବାରେ ଡାକ୍ତରଙ୍କ ଭୂମିକା ବେଶ୍‌ ଗୁରୁତ୍ୱପୂର୍ଣ୍ଣ। ଏଭଳି ପରିସ୍ଥିତିରେ ଦେଶ ତାଙ୍କୁ ସଲାମ କରିବା ସହ ସେମାନଙ୍କୁ କରୋନା ଯୋଦ୍ଧା ଆଖ୍ୟା ଦିଆଯାଇଛି। ଏହି ଅବସରରେ ଦେଶର ପ୍ରଥମ ମହିଳା ଡାକ୍ତର ଆନନ୍ଦୀ ଗୋପାଳ ଯୋଶୀଙ୍କ କଥା ମନେ ପଡିଯାଏ। ଯେତେବେଳେ ଆନନ୍ଦୀ ଡାକ୍ତର ହୋଇ ବିଦେଶରୁ ଫେରିଥିଲେ ସେତେବେଳେ ଦେଶରେ ମହିଳାମାନଙ୍କୁ ପାଠପଢା ପାଇଁ ଅନୁମତି ଦିଆଯାଉ ନ ଥିଲା।
ପୁଣେର ଏକ ବ୍ରାହ୍ମଣ ପରିବାରରେ ଜନ୍ମ ହୋଇଥିବା ଆନନ୍ଦିବାଇ ମାତ୍ର ୯ ବର୍ଷରେ ୨୫ ବର୍ଷୀୟ ଗୋପାଳରାଓ ଯୋଶୀଙ୍କୁ ବିବାହ କରିଥିଲେ। ଗୋପାଳରାଓ ଆନନ୍ଦୀଙ୍କୁ ବିବାହବେଳେ ସର୍ତ୍ତ ରଖିଥିଲେ ଯେ, ବିବାହ ପରେ ସେ ପଢିବେ। ବିବାହବେଳେ ଆନନ୍ଦୀଙ୍କୁ ଅକ୍ଷର ଜ୍ଞାନ ମଧ୍ୟ ନ ଥିଲା। ପରେ ଗୋପାଳ ତାଙ୍କୁ କ, ଖ, ଗ, ଘ.. ଶିଖାଇଥିଲେ। ଆନନ୍ଦୀଙ୍କ ପାଠପଢାରେ ଆଦୌ ରୁଚି ନ ଥିଲା। ସେ ଭାବୁଥିଲେ ପାଠପଢିଲେ ତାଙ୍କ ସ୍ବାମୀଙ୍କ ମୃତ୍ୟୁ ହୋଇଯିବ। କିନ୍ତୁ ଗୋପାଳ ତାଙ୍କୁ ରାଗିକି ପାଠ ପଢାଉଥିଲେ। ଜୀବନରେ ଗୋଟିଏ ଝଟ୍‌କା ତାଙ୍କ ମା’ ହେବାକୁ ପ୍ରେରିତ କରିଥିଲା। ମାତ୍ର ୧୪ ବର୍ଷର ଥିବାବେଳେ ସେ ଗର୍ଭବତୀ ହୋଇଥିଲେ। ସନ୍ତାନ ଜନ୍ମର ୧୦ ଦିନ ମଧ୍ୟରେ ସେ ନବଜାତକଙ୍କୁ ହରାଇଥିଲେ। ଏହା ତାଙ୍କ ପାଇଁ ବଡ ଆଘାତ ଥିଲା। ସେଦିନ ହିଁ ସେ ପଣ କରିଥିଲେ ଦିନେ ଡାକ୍ତର ହେବେ। ଏହାପରେ ସେ ପାଣିଜାହାଜରେ ଆମେରିକା ଯାଇଥିଲେ। ୧୯ ବର୍ଷରେ ସେ ଏମ୍‌ଡି ଡିଗ୍ରୀ ହାସଲ କରି ଭାରତ ଫେରିଥିଲେ। ୨୨ ବର୍ଷରେ ତାଙ୍କର ମୃତ୍ୟୁ ହୋଇଥିଲା।

Share