Posted inଜାତୀୟ

କଳାଧନ କୁଆଡ଼େ ଗଲା

ନୂଆଦିଲ୍ଲୀ,୩୧।୩: ଦେଶରୁ କଳାଧନ ଲୋପ କରିବା ଲକ୍ଷ୍ୟ ନେଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନେତୃତ୍ୱାଧୀନ କେନ୍ଦ୍ର ସରକାର ୨୦୧୬ରେ ବିମୁଦ୍ରୀକରଣ ଘୋଷଣା କରିଥିଲେ। କେନ୍ଦ୍ରର ଏହି ନିଷ୍ପତ୍ତି ଯୋଗୁ ଦେଶରେ ପ୍ରଚଳିତ ୫୦୦ ଓ ୧୦୦୦ ଟଙ୍କିଆ ନୋଟ୍‌ ଅଚଳ ହୋଇଗଲା ଏବଂ ଦେଶବାସୀ ବହୁ ଦିନ ପର୍ଯ୍ୟନ୍ତ ନାହିଁ ନ ଥିବା ଅସୁବିଧାର ସମ୍ମୁଖୀନ ହେଲେ। ବିମୁଦ୍ରୀକରଣ ଯୋଗୁ ପ୍ରଚଳିତ ୫୦୦ ଓ ୧୦୦୦ ଟଙ୍କିଆ ନୋଟ୍‌ ମଧ୍ୟରୁ ୯୮ ପ୍ରତିଶତ ଭାରତର ରିଜର୍ଭ ବ୍ୟାଙ୍କ (ଆର୍‌ବିଆଇ)କୁ ଫେରିଥିଲା। ତେବେ ଏହାଦ୍ୱାରା କଳାଧନ କିପରି ଲୋପ ପାଇଲା ବୋଲି ସୁପ୍ରିମକୋର୍ଟର ବିଚାରପତି ବି.ଭି. ନାଗରତ୍ନା ପ୍ରଶ୍ନ କରିଛନ୍ତି।

ଗତବର୍ଷ ଜାନୁଆରୀ ୨ରେ ସୁପ୍ରିମକୋର୍ଟଙ୍କ ବିମୁଦ୍ରୀକରଣ ରାୟକୁ ସେତେବେଳେ ଜଷ୍ଟିସ୍‌ ନାଗରତ୍ନା ବିରୋଧ କରିଥିଲେ। ହାଇଦ୍ରାବାଦରେ ଶନିବାର ନାଲ୍‌ସାର ଆଇନ ବିଶ୍ୱବିଦ୍ୟାଳୟ ଦ୍ୱାରା ଆୟୋଜିତ ‘ଅଦାଲତ ଓ ସମ୍ବିଧାନ ସମ୍ମିଳନୀ,୨୦୨୪’ରେ ଉଦ୍‌ବୋଧନ ଦେଇ ଜଷ୍ଟିସ ନାଗରତ୍ନା ସୁପ୍ରିମକୋର୍ଟଙ୍କ ୨୦୨୩ର ବିମୁଦ୍ରୀକରଣ ରାୟ ସମ୍ପର୍କରେ ମତ ରଖିଥିଲେ। କେନ୍ଦ୍ର ସରକାରଙ୍କ ନୋଟ୍‌ବନ୍ଦୀ ପଦକ୍ଷେପ ସହ ସେ ସହମତ ନ ଥିଲେ। ଫଳରେ ୫ ଜଣିଆ ସାମ୍ବିଧାନିକ ପୀଠରେ କେନ୍ଦ୍ର ସରକାରଙ୍କ ବିମୁଦ୍ରୀକରଣ ନିଷ୍ପତ୍ତି ୪:୧ ସଂଖ୍ୟାଗରିଷ୍ଠତାରେ କାଏମ ରହିଥିଲା। ତେବେ ଉକ୍ତ ବିମୁଦ୍ରୀକରଣ ମାମଲା ଶୁଣାଣିରେ ସେ ସାମ୍ବିଧାନିକ ପୀଠରେ ସାମିଲ ଥିବାରୁ ଖୁସି ବ୍ୟକ୍ତ କରିଛନ୍ତି।

ଜଷ୍ଟିସ୍‌ ନାଗରତ୍ନା ଆହୁରି କରିଛନ୍ତି, ୨୦୧୬ରେ ଯେତେବେଳେ ବିମୁଦ୍ରୀକରଣ ହେଲା, ସେତେବେଳେ ମୋଟ ପ୍ରଚଳିତ ମୁଦ୍ରାର ୮୬ ପ୍ରତିଶତ ଥିଲା ୫୦୦ ଓ ୧୦୦୦ ଟଙ୍କିଆ ନୋଟ୍‌। ମୁଁ ଭାବୁଛି ସରକାର ଏନେଇ ଅବଗତ ନ ଥିଲେ ବୋଲି ନାଗରତ୍ନା କହିଛନ୍ତି। ନୋଟ୍‌ବନ୍ଦୀ ଯୋଗୁ ଯଦି ୯୮ ପ୍ରତିଶତ ଅଚଳ ନୋଟ୍‌ ରିଜର୍ଭ ବ୍ୟାଙ୍କକୁ ଫେରିଲା, ତେବେ କଳାଧନ କୁଆଡ଼େ ଗଲା? ବିମୁଦ୍ରୀକରଣ ଲକ୍ଷ୍ୟ ହାସଲରେ ଆମେ କେଉଁଠି ବୋଲି ବିଚାରପତି ପ୍ରଶ୍ନ ଉଠାଇଛନ୍ତି।

ଯେତେବେଳେ ଦେଶରେ ନୋଟ୍‌ବନ୍ଦୀ ହେଲା କଳାଧନକୁ ଧଳା କରିବା ପାଇଁ ଏହା ଏକ ଭଲ ପଦକ୍ଷେପ ବୋଲି ସେତେବେଳେ ନାଗରତ୍ନା ଭାବୁଥିଲେ। ଏହାଦ୍ୱାରା ହିସାବ ବହିର୍ଭୂତ ଟଙ୍କା ବ୍ୟବସ୍ଥା ମଧ୍ୟକୁ ଆସିପାରିବ। ଏହା ପରେ ଆୟକର ବିଭାଗ କ’ଣ କାର୍ଯ୍ୟାନୁଷ୍ଠାନ ନେଲା, ତାହା ଆମେ ଜାଣୁନାହିଁ। ସାଧାରଣ ଲୋକଙ୍କ ଏହି ପୂର୍ବାନୁମାନ ବାସ୍ତବରେ ମୋତେ ବିଚଳିତ କରିଥିଲା ଓ ମୁଁ ନିଷ୍ପତ୍ତିରେ ସହମତ ହୋଇ ନ ଥିଲି। ଯେଉଁଭଳି ଭାବରେ ବିମୁଦ୍ରୀକରଣ ହେଲା, ତାହା ଠିକ୍‌ ନ ଥିଲା ବୋଲି ଜଷ୍ଟିସ୍‌ ନାଗରତ୍ନା କହିଛନ୍ତି। ବିମୁଦ୍ରୀକରଣରେ ଆଇନ ଅନୁଯାୟୀ କୌଣସି ନିଷ୍ପତ୍ତି ନେବା ପ୍ରକ୍ରିୟା ହୋଇ ନ ଥିଲା। ଏପରିକି ତତ୍କାଳୀନ ଅର୍ଥମନ୍ତ୍ରୀ ମଧ୍ୟ ବିମୁଦ୍ରୀକରଣ ବିଷୟରେ ଅବଗତ ନ ଥିଲେ ବୋଲି ସେତେବେଳେ କେତେଜଣ କହିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଭାରତକୁ ୪୦,୦୦୦ ଏଲ୍‌ଏମ୍‌ଜି ଯୋଗାଇବ ଇସ୍ରାଏଲୀ କମ୍ପାନୀ

ଜେରୁଜେଲମ୍‌ ,୬ା୧୨: ଇସ୍ରାଏଲ୍‌ର ଏକ ପ୍ରମୁଖ ପ୍ରତିରକ୍ଷା କମ୍ପାନୀ ଭାରତକୁ ପ୍ରଥମ ପର୍ଯ୍ୟାୟରେ ୪୦ ହଜାର ହାଲୁକା ମେଶିନ୍‌ ଗନ୍‌ (ଏଲ୍‌ଏମ୍‌ଜି) ଯୋଗାଇବାକୁ ଯାଉଛି। ଆସନ୍ତାବର୍ଷ...

ଏୟାରବସ୍‌ ଏ-୩୨୦ରେ ଗୁଣବତ୍ତା ସମସ୍ୟା, ବିମାନ ଡେଲିଭରିରେ ବିଳମ୍ବ

ପ୍ୟାରିସ୍‌,୬ା୧୨: ଏୟାର ବସ୍‌ ଏ-୩୨୦ ବିମାନଗୁଡ଼ିକରେ ସଫ୍ଟଓ୍ବେର ସମସ୍ୟା ଦେଖାଦେବା ପରେ ଗତ ମାସରେ କମ୍ପାନୀ ସେଗୁଡ଼ିକର ସମାଧାନ କରିଥିଲା। ସଫ୍ଟଓ୍ବେର ଅପ୍‌ଡେଟ୍‌ ପାଇଁ ଅନେକ...

ପୁଣି ଜନନୀ ଯନ୍ତ୍ରଣା: ରାସ୍ତା ନ ଥିବାରୁ ଗାଁକୁ ଗଲାନି ଆମ୍ବୁଲାନ୍ସ, ଶେଷରେ…

ମୋହନା,୬ା୧୨(ମନ୍ମଥ ମିଶ୍ର): ଗଜପତି ଜିଲା ମୋହନା ବ୍ଲକର ଢେପାଗୁଡ଼ା ପଞ୍ଚାୟତରେ ଜନନୀ ଯନ୍ତ୍ରଣା ଥମିବାରେ ନାଁ ଧରୁନି । ରାସ୍ତା ନ ଥିବାରୁ କେଉଁଠି ଭାର...

ଗୋଟିଏ ଜୁଇରେ ଜଳିଲା ସ୍ବାମୀ-ସ୍ତ୍ରୀଙ୍କ ମୃତଦେହ, କାନ୍ଦ ବୋବାଳିରେ ଫାଟୁଛି ଗାଁ

ଦିଗପହଣ୍ଡି,୬ା୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି-ବ୍ରହ୍ମପୁର ୧୭ ନଂ ରାଜ୍ୟ ରାଜପଥର ଗଣିଆନାଳ ଛକ ମା ’ କୁରେଇଶୁଣି ମନ୍ଦିର ନିକଟରେ ଶୁକ୍ରବାର ଏକ...

ଗାଁକୁ ଫେରିବା ବେଳେ ବାଇକ୍‌କୁ ଧକ୍କାଦେଲା ବୁଲେଟ୍‌, ଚାଲିଗଲା ସଳିତା ବିକାଳିଙ୍କ ଜୀବନ

ଦିଗପହଣ୍ଡି,୬ା୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ପାଟପୁର ଥାନା ଖଲିଙ୍ଗି ବାସୁଦେବପୁର ଶାସନ ଗ୍ରାମର ବାସୁ ଓରଫ ଦେବେନ୍ଦ୍ର ସାହୁ(୪୫)ଙ୍କର ଶନିବାର ସନ୍ଧ୍ୟାରେ...

ଦମ୍‌ଦାର ବିଜୟ: ୨-୧ରେ ସିରିଜ କବଜା କଲା ଟିମ୍‌ ଇଣ୍ଡିଆ

ବିଶାଖାପାଟଣା,୬।୧୨: ବିଶାଖାପାଟଣାରେ ଶନିବାର ଖେଳାଯାଇଥିବା ତୃତୀୟ ଦିନିକିଆ ମ୍ୟଚ୍‌ରେ ଯଶସ୍ବୀ ଜୟସ୍ବାଲଙ୍କ ଦମ୍‌ଦାର ଶତକ ସହ ଭାରତ ୯ ଉଇକେଟରେ ବିଜୟ ହାସଲ କରିଛି। ଏହା...

ଉତ୍ତମ ପ୍ରଦର୍ଶନ ପାଇଁ ସମ୍ବର୍ଦ୍ଧିତ ହେଲେ ୨ ହୋମ୍‌ଗାର୍ଡ

ଭଞ୍ଜନଗର,୬ା୧୨(ବାବୁଲା ପ୍ରଧାନ): କର୍ମକ୍ଷେତ୍ରରେ ଉତ୍ତମ ପ୍ରଦର୍ଶନ ପାଇଁ ଭଞ୍ଜନଗର ଥାନାର ଦୁଇ ହୋମଗାର୍ଡ ସମ୍ବର୍ଦ୍ଧିତ ହୋଇଛନ୍ତି। ସେମାନେ ହେଲେ ଗୃହରକ୍ଷୀ ପ୍ଲାଟୁନ କମାଣ୍ଡର ପି.ହେମନ୍ତ ରାଓ...

ବାରବାଟୀ ମ୍ୟାଚ୍‌ ପାଇଁ ଗଡ଼ିବ ସ୍ବତନ୍ତ୍ର ବସ୍‌, ଭଡ଼ା ରହିଛି…

କଟକ,୬ା୧୨: ଆସନ୍ତା ୯ ତାରିଖରେ ବାରବାଟୀରେ ହେବ ଦମ୍‌ଦାର ଲଢ଼େଇ। ଭାରତ ସହ ଦକ୍ଷିଣ ଆଫ୍ରିକା ମଇଦାନକୁ ଓହ୍ଲାଇବ। ତେବେ ଏହି ମ୍ୟାଚ୍‌ ଦେଖିବା ପାଇଁ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri