Posted inଜାତୀୟ

କଳାଧନ କୁଆଡ଼େ ଗଲା

ନୂଆଦିଲ୍ଲୀ,୩୧।୩: ଦେଶରୁ କଳାଧନ ଲୋପ କରିବା ଲକ୍ଷ୍ୟ ନେଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନେତୃତ୍ୱାଧୀନ କେନ୍ଦ୍ର ସରକାର ୨୦୧୬ରେ ବିମୁଦ୍ରୀକରଣ ଘୋଷଣା କରିଥିଲେ। କେନ୍ଦ୍ରର ଏହି ନିଷ୍ପତ୍ତି ଯୋଗୁ ଦେଶରେ ପ୍ରଚଳିତ ୫୦୦ ଓ ୧୦୦୦ ଟଙ୍କିଆ ନୋଟ୍‌ ଅଚଳ ହୋଇଗଲା ଏବଂ ଦେଶବାସୀ ବହୁ ଦିନ ପର୍ଯ୍ୟନ୍ତ ନାହିଁ ନ ଥିବା ଅସୁବିଧାର ସମ୍ମୁଖୀନ ହେଲେ। ବିମୁଦ୍ରୀକରଣ ଯୋଗୁ ପ୍ରଚଳିତ ୫୦୦ ଓ ୧୦୦୦ ଟଙ୍କିଆ ନୋଟ୍‌ ମଧ୍ୟରୁ ୯୮ ପ୍ରତିଶତ ଭାରତର ରିଜର୍ଭ ବ୍ୟାଙ୍କ (ଆର୍‌ବିଆଇ)କୁ ଫେରିଥିଲା। ତେବେ ଏହାଦ୍ୱାରା କଳାଧନ କିପରି ଲୋପ ପାଇଲା ବୋଲି ସୁପ୍ରିମକୋର୍ଟର ବିଚାରପତି ବି.ଭି. ନାଗରତ୍ନା ପ୍ରଶ୍ନ କରିଛନ୍ତି।

ଗତବର୍ଷ ଜାନୁଆରୀ ୨ରେ ସୁପ୍ରିମକୋର୍ଟଙ୍କ ବିମୁଦ୍ରୀକରଣ ରାୟକୁ ସେତେବେଳେ ଜଷ୍ଟିସ୍‌ ନାଗରତ୍ନା ବିରୋଧ କରିଥିଲେ। ହାଇଦ୍ରାବାଦରେ ଶନିବାର ନାଲ୍‌ସାର ଆଇନ ବିଶ୍ୱବିଦ୍ୟାଳୟ ଦ୍ୱାରା ଆୟୋଜିତ ‘ଅଦାଲତ ଓ ସମ୍ବିଧାନ ସମ୍ମିଳନୀ,୨୦୨୪’ରେ ଉଦ୍‌ବୋଧନ ଦେଇ ଜଷ୍ଟିସ ନାଗରତ୍ନା ସୁପ୍ରିମକୋର୍ଟଙ୍କ ୨୦୨୩ର ବିମୁଦ୍ରୀକରଣ ରାୟ ସମ୍ପର୍କରେ ମତ ରଖିଥିଲେ। କେନ୍ଦ୍ର ସରକାରଙ୍କ ନୋଟ୍‌ବନ୍ଦୀ ପଦକ୍ଷେପ ସହ ସେ ସହମତ ନ ଥିଲେ। ଫଳରେ ୫ ଜଣିଆ ସାମ୍ବିଧାନିକ ପୀଠରେ କେନ୍ଦ୍ର ସରକାରଙ୍କ ବିମୁଦ୍ରୀକରଣ ନିଷ୍ପତ୍ତି ୪:୧ ସଂଖ୍ୟାଗରିଷ୍ଠତାରେ କାଏମ ରହିଥିଲା। ତେବେ ଉକ୍ତ ବିମୁଦ୍ରୀକରଣ ମାମଲା ଶୁଣାଣିରେ ସେ ସାମ୍ବିଧାନିକ ପୀଠରେ ସାମିଲ ଥିବାରୁ ଖୁସି ବ୍ୟକ୍ତ କରିଛନ୍ତି।

ଜଷ୍ଟିସ୍‌ ନାଗରତ୍ନା ଆହୁରି କରିଛନ୍ତି, ୨୦୧୬ରେ ଯେତେବେଳେ ବିମୁଦ୍ରୀକରଣ ହେଲା, ସେତେବେଳେ ମୋଟ ପ୍ରଚଳିତ ମୁଦ୍ରାର ୮୬ ପ୍ରତିଶତ ଥିଲା ୫୦୦ ଓ ୧୦୦୦ ଟଙ୍କିଆ ନୋଟ୍‌। ମୁଁ ଭାବୁଛି ସରକାର ଏନେଇ ଅବଗତ ନ ଥିଲେ ବୋଲି ନାଗରତ୍ନା କହିଛନ୍ତି। ନୋଟ୍‌ବନ୍ଦୀ ଯୋଗୁ ଯଦି ୯୮ ପ୍ରତିଶତ ଅଚଳ ନୋଟ୍‌ ରିଜର୍ଭ ବ୍ୟାଙ୍କକୁ ଫେରିଲା, ତେବେ କଳାଧନ କୁଆଡ଼େ ଗଲା? ବିମୁଦ୍ରୀକରଣ ଲକ୍ଷ୍ୟ ହାସଲରେ ଆମେ କେଉଁଠି ବୋଲି ବିଚାରପତି ପ୍ରଶ୍ନ ଉଠାଇଛନ୍ତି।

ଯେତେବେଳେ ଦେଶରେ ନୋଟ୍‌ବନ୍ଦୀ ହେଲା କଳାଧନକୁ ଧଳା କରିବା ପାଇଁ ଏହା ଏକ ଭଲ ପଦକ୍ଷେପ ବୋଲି ସେତେବେଳେ ନାଗରତ୍ନା ଭାବୁଥିଲେ। ଏହାଦ୍ୱାରା ହିସାବ ବହିର୍ଭୂତ ଟଙ୍କା ବ୍ୟବସ୍ଥା ମଧ୍ୟକୁ ଆସିପାରିବ। ଏହା ପରେ ଆୟକର ବିଭାଗ କ’ଣ କାର୍ଯ୍ୟାନୁଷ୍ଠାନ ନେଲା, ତାହା ଆମେ ଜାଣୁନାହିଁ। ସାଧାରଣ ଲୋକଙ୍କ ଏହି ପୂର୍ବାନୁମାନ ବାସ୍ତବରେ ମୋତେ ବିଚଳିତ କରିଥିଲା ଓ ମୁଁ ନିଷ୍ପତ୍ତିରେ ସହମତ ହୋଇ ନ ଥିଲି। ଯେଉଁଭଳି ଭାବରେ ବିମୁଦ୍ରୀକରଣ ହେଲା, ତାହା ଠିକ୍‌ ନ ଥିଲା ବୋଲି ଜଷ୍ଟିସ୍‌ ନାଗରତ୍ନା କହିଛନ୍ତି। ବିମୁଦ୍ରୀକରଣରେ ଆଇନ ଅନୁଯାୟୀ କୌଣସି ନିଷ୍ପତ୍ତି ନେବା ପ୍ରକ୍ରିୟା ହୋଇ ନ ଥିଲା। ଏପରିକି ତତ୍କାଳୀନ ଅର୍ଥମନ୍ତ୍ରୀ ମଧ୍ୟ ବିମୁଦ୍ରୀକରଣ ବିଷୟରେ ଅବଗତ ନ ଥିଲେ ବୋଲି ସେତେବେଳେ କେତେଜଣ କହିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଯୁଦ୍ଧ ମଧ୍ୟରେ ଟ୍ରମ୍ପଙ୍କ ବଡ଼ ଘୋଷଣା: ବିଶ୍ୱ ବଜାରରେ ଆଶ୍ୱସ୍ତି, ହ୍ରାସ ପାଇଲା…

ଓ୍ବାଶିଂଟନ୍‌,୨୩।୩: ମଧ୍ୟପ୍ରାଚ୍ୟରେ ବଢ଼ୁଥିବା ଉତ୍ତେଜନା ଯୋଗୁ ସାରା ବିଶ୍ୱରେ ଅଶୋଧିତ ତୈଳ ମୂଲ୍ୟ ବୃଦ୍ଧି ପାଇଛି। ଭାରତୀୟ ମୁଦ୍ରା ଡଲାର ତୁଳନାରେ ୯୪.୦୧କୁ ଖସି ଆସି ଏସିଆରେ…

ଉଡାଣ ଭରିବାର କିଛି ସମୟ ପରେ ବାୟୁସେନା ବିମାନ ଦୁର୍ଘଟଣାଗ୍ରସ୍ତ, ୧୧୦ ଜଣ କରୁଥିଲେ ଯାତ୍ରା

କଲମ୍ବିଆ,୨୩।୩: କଲମ୍ବିଆରେ ଏକ ବାୟୁସେନା ବିମାନ ଦୁର୍ଘଟଣାଗ୍ରସ୍ତ ହୋଇଛି। ଏଥିରେ ମୋଟ ୧୧୦ ଜଣ ଯାତ୍ରା କରୁଥିଲେ। ରିପୋର୍ଟ ଅନୁଯାୟୀ ବିମାନଟି ଉଡ଼ାଣ ଆରମ୍ଭ ହେବାର କିଛି…

ଜମି ଅଧିଗ୍ରହଣକୁ ନେଇ ଗ୍ରାମବାସୀ-ପ୍ରଶାସନ ମୁହାଁମୁହିଁ, ଅନୁମତି ଅପେକ୍ଷାରେ…

ଥୁଆମୂଳ ରାମପୁର,୨୩ା୩(ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ତହସିଲ ଅନ୍ତର୍ଗତ କୁରୁକୁଟି ମୌଜାରେ ପ୍ରସ୍ତାବିତ ଥଇଥାନ କଲୋନୀ ନିର୍ମାଣ ଓ ଜମି ଅଧିଗ୍ରହଣକୁ ନେଇ ପ୍ରଶାସନ…

୨୨ ବସ୍ତା ଚାଉଳ ସହ ଜିପ୍‌ ଜବତ, ଡ୍ରାଇଭର ଅଟକ

କୋରାପୁଟ,୨୩ା୩(ଅମିତାଭ ବେହେରା): କୋରାପୁଟ ସଦର ଥାନା ପୋଲିସ ସୋମବାର ଅପରାହ୍ନରେ ଏକ  ଜିପ୍‌ ସହ ୨୨ ବସ୍ତା (୧୧ କ୍ୱିଣ୍ଟାଲ) ସରକାରୀ ଚାଉଳ ଜବତ କରିଥିବା ବେଳେ…

ଯୁଦ୍ଧ ଭିତରେ ଟ୍ରମ୍ପଙ୍କ ବଡ଼ ଘୋଷଣା, ଇରାନ ବିରୋଧରେ ୫ ଦିନ ଯୁଦ୍ଧ ସ୍ଥଗିତ ରଖିଲା ଆମେରିକା

ନୂଆଦିଲ୍ଲୀ,୨୩।୩: ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଘୋଷଣା କରିଛନ୍ତି ଯେ ସେ ଆଗାମୀ ପାଞ୍ଚ ଦିନ ପାଇଁ ଇରାନର ଏନର୍ଜୀ ଭିତ୍ତିଭୂମି ଉପରେ ଆକ୍ରମଣ ଯୋଜନାକୁ ସ୍ଥଗିତ…

ଇତିହାସରେ ପ୍ରଥମ: ଏଥର ହେବ ଡିଜିଟାଲ ଜନଗଣନା, ଗାଁରେ ଘରକୁ ଘର ବୁଲି…

ଭୁବନେଶ୍ୱର,୨୩ା୩: ରାଜ୍ୟରେ ଚୂଡ଼ାନ୍ତ ପର୍ଯ୍ୟାୟରେ ପହଞ୍ଚିଛି ଜନଗଣନା ପ୍ରସ୍ତୁତି। ଏନେଇ ଓଡ଼ିଶା ଜନଗଣନା ନିର୍ଦ୍ଦେଶକ ନିଖିଲ ପଓ୍ବନ କଲ୍ୟାଣ ସୂଚନା ଦେଇଛନ୍ତି। ଏପ୍ରିଲ ୧ରୁ ୧୫ ତାରିଖ…

ମୃତଦେହ ସହିତ ୧୩ ଘଣ୍ଟା ଉଡିଲା ବିମାନ, ହେଲେ ଜରୁରୀକାଳୀନ ଅବତରଣ କଲେନି ପାଇଲଟ, ଜାଣନ୍ତୁ କାହିଁକି…

ନୂଆଦିଲ୍ଲୀ,୨୩।୩: ହଂକଂରୁ ଲଣ୍ଡନ ଯାଉଥିବା ବ୍ରିଟିଶ ଏୟାରୱେଜ ବିମାନ BA32ରେ ଏକ ଏଭଳି ଘଟଣା ଘଟିଛି, ଯାହା ବିମାନ ଚଳାଚଳ ନିୟମ ଏବଂ ମାନବ ସମ୍ବେଦନଶୀଳତା ମଧ୍ୟରେ…

ଗାଁରେ ପଡିଛି ମହିଳାଙ୍କ ଦରପୋଡା ମୃତଦେହ, ହତ୍ୟା ପରେ ଜାଳିଦେଲେ….

ଦେବଗଡ,୨୩।୩(ଶଶାଙ୍କ ଶେଖର ଝାଙ୍କର): ଦେବଗଡ ଜିଲା କୁଣ୍ଢେଇଗୋଳା ଥାନା ମହ୍ଲାରବାହାଲ ଗ୍ରାମରେ ଭୟାନକ ହତ୍ୟାକାଣ୍ଡ । ମହିଳାଙ୍କୁ ହତ୍ୟା ପରେ ନିଆଁ ଲଗାଇ ପୋଡି ଦେଇଥିବା ନେଇ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri