Posted inଜାତୀୟ

ଶେଷ ହୋଇଗଲାକି କଂଗ୍ରେସ ସହ ମତଭେଦ?ଖାର୍ଗେ-ରାହୁଲଙ୍କ ସହ ଫଟୋରେ ନଜର ଆସିଲେ ଶଶି ଥରୁର

ନୂଆଦିଲ୍ଲୀ,୨୮।୨: ଗତ କିଛି ଦିନ ଧରି ବରିଷ୍ଠ କଂଗ୍ରେସ ନେତା ତଥା ତିରୁବନନ୍ତପୁରମ୍‌ ଏମ୍‌ପି ଶଶି ଥରୁର୍‌ ଦଳ ଉପରେ କ୍ଷୁବ୍ଧ ନଜର ଆସୁଥିଲେ। ଦଳରେ ତାଙ୍କୁ ଅଣଦେଖା କରୁଥିବା ସେ ଅନୁଭବ କରୁଥିବା କହିଥିଲେ। ହେଲେ ଏବେ ଏଭଳି ଏକ ଫଟୋ ସାମ୍ନାକୁ ଆସିଛି ଯେଉଁଥିରେ ଥରୁର୍‌ଙ୍କ ମତଭେଦ ସମାପ୍ତ ହେବା ଭଳି ମନେ ହେଉଛି।

କଂଗ୍ରେସ ଏହାର ‘ଏକ୍ସ’ରେ ଏକ ଫଟୋ ଶେୟାର କରିଛି। ଫଟୋରେ ଦଳର ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖାର୍ଗେ, ଲୋକ ସଭା ବିରୋଧୀ ଦଳ ନେତା ରାହୁଲ ଗାନ୍ଧୀ, ଦଳର ମହାସଚିବ କେସି ଭେନୁଗୋପାଳ, ତିରୁବନନ୍ତପୁରମ୍‌ ଏମ୍‌ପି ଥରୁର୍‌ ଏବଂ ଅନ୍ୟାନ୍ୟ କେରଳ କଂଗ୍ରେସ ନେତାମାନେ ନଜର ଆସିଛନ୍ତି।

ଆସନ୍ତାବର୍ଷ କେରଳରେ ବିଧାନସଭା ନିର୍ବାଚନ ହେବାକୁ ଯାଉଛି। ଏଭଳି ସ୍ଥିତିରେ ଦଳ ବିଧାନସଭା ନିର୍ବାଚନ ଲାଗି ରଣନୀତି ଉପରେ କାମ କରିବା ଆରମ୍ଭ କରିଦେଇଛି। ତେବେ ଫଟୋ ପୋଷ୍ଟ କରି କଂଗ୍ରେସ କହିଛି ଯେ କେରଳ “କେରଳ କଂଗ୍ରେସ ଦଳର ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖାର୍ଗେ ଏବଂ ଲୋକ ସଭାରେ ବିରୋଧୀ ଦଳ ନେତା ରାହୁଲ ଗାନ୍ଧୀଙ୍କୁ ଭେଟିଛି।” ଏହି ବୈଠକରେ ସଂଗଠନର ସ୍ଥିତି, ବିଧାନସଭା ନିର୍ବାଚନ ପାଇଁ ପ୍ରସ୍ତୁତି ଏବଂ ଅନ୍ୟାନ୍ୟ କିଛି ବିଷୟ ଉପରେ ଆଲୋଚନା କରାଯାଇଥିଲା।

କେରଳ କଂଗ୍ରେସ ନେତାମାନଙ୍କର ଏହି ବୈଠକ ଏହି ଦୃଷ୍ଟିରୁ ଗୁରୁତ୍ୱପୂର୍ଣ୍ଣ ଯେ ଆଜିକାଲି ଦଳର ସାଂସଦ ଏବଂ ବରିଷ୍ଠ ନେତା ଶଶି ଥରୁର୍‌ ଖପ୍ପା ଥିବା କୁହାଯାଉଛି। ଏକ ଖବରକାଗଜରେ ଥରୁରଙ୍କ ଦ୍ୱାରା ଲିଖିତ ଏକ ସମ୍ପ୍ରତିକ ଲେଖା ବିବାଦ ସୃଷ୍ଟି କରିଛି। ଏହି ଲେଖାରେ ସେ କେରଳରେ ନିବେଶ ପରିବେଶକୁ ପ୍ରୋତ୍ସାହିତ କରିବା ପାଇଁ ବାମ ଗଣତାନ୍ତ୍ରିକ ମୋର୍ଚ୍ଚା (LDF) ସରକାରଙ୍କୁ ପ୍ରଶଂସା କରିଛନ୍ତି। ଏହି କାରଣରୁ, ସେ କେରଳ ପ୍ରଦେଶ କଂଗ୍ରେସ କମିଟିର କିଛି ନେତାଙ୍କ ଟାର୍ଗେଟରେ ଅଛନ୍ତି।

ଥରୁର୍‌ ନିକଟରେ ରାହୁଲଙ୍କୁ ଭେଟିଥିଲେ। ଏହି ସମୟରେ ସେ ତାଙ୍କ ସମ୍ମୁଖରେ ତାଙ୍କର ପକ୍ଷ ଉପସ୍ଥାପନ କରିଥିଲେ। ପୂର୍ବତନ କେନ୍ଦ୍ରମନ୍ତ୍ରୀ ଥରୁର ଏକ ଖବରକାଗଜରେ ପ୍ରକାଶିତ ଖବରକୁ ମିଥ୍ୟା ବୋଲି କହିଥିଲେ, ଯେଉଁଥିରେ ସେ କହିଥିଲେ ଯେ ଯଦି କଂଗ୍ରେସକୁ ତାଙ୍କ ସେବାର ଆବଶ୍ୟକତା ନାହିଁ, ତେବେ ତାଙ୍କ ପାଖରେ ଅନ୍ୟ ବିକଳ୍ପ ମଧ୍ୟ ଅଛି।


Enter your email to get our daily news in your inbox.

All Right Reserved By Dharitri.Com

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ଜଳ ପ୍ରପାତ

ସାନଘାଗରା ଜଳପ୍ରପାତ କେନ୍ଦୁଝର ସହରଠାରୁ ମାତ୍ର ୬ କି.ମି. ଦୂରରେ ରହିଛି ସାନଘାଘରା ଜଳପ୍ରପାତ। ସାନମାଛ କାନ୍ଦଣା ନଦୀର ଜଳ ଏଠାରେ ତଳକୁ ବିରାଟକାୟ ସ୍ରୋତରେ କଚାଡ଼ି…

ଭୁବନେଶ୍ୱର ଫୁଲ ଦୋକାନ

ଫର୍ନସ ଏନ୍‌ ପେଟାଲ୍‌ସ   ଏହା ରାଜଧାନୀର ଏକ ବଡ଼ ଫୁଲ ଦୋକାନ ଭାବେ ପରିଗଣିତ। ୧୧ବର୍ଷ ତଳେ ପ୍ରଥମ କରି ଶହୀଦନଗରରେ ଆରମ୍ଭ ହୋଇଥିଲା। ବର୍ତ୍ତମାନ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱର ଜିମ

କଳିଙ୍ଗ ଫିଟନେସ୍‌ ଜୟଦେବ ବିହାର ରୋଡ ବିଜୁ ପଟ୍ଟନାୟକ କଲେଜ ନିକଟରେ ରହିଛି କଳିଙ୍ଗ ଫିଟନେସ ଜିମ୍‌। ୪ବର୍ଷ ତଳେ ଖୋଲାଯାଇଥିବା ଏହି ଜିମ୍‌ରେ ସବୁ ପ୍ରକାର…

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ପର୍ଯ୍ୟଟନସ୍ଥଳ

ସପ୍ତଶଯ୍ୟା ଢେଙ୍କାନାଳ ଜିଲାରେ ଅବସ୍ଥିତ ସପ୍ତଶଯ୍ୟା ପର୍ଯ୍ୟଟନ ସ୍ଥଳ ସାତ ପାହାଡ଼, ଝରଣା ଏବଂ ଜଙ୍ଗଲରେ ପରିପୂର୍ଣ୍ଣ। ଏଠାରେ ରହିଛି ଶ୍ରୀରାମଙ୍କ ମନ୍ଦିର। ସପ୍ତଶଯ୍ୟାର ଶୀତଳ ପରିବେଶ…

କଟକ ଦହିବରା ଆଳୁଦମ

ବାରବାଟୀ ଷ୍ଟାଡିୟମର ରମେଶ ଗୋଛି ସକାଳ ୭ଟାରୁ ଆରମ୍ଭ କରି ରାତି ୧୦ଟା ଯାଏ ବାରବାଟୀ ଷ୍ଟାଡିୟମ ନିକଟରେ ରମେଶଙ୍କ ଷ୍ଟଲ ଖୋଲିଥାଏ। ପରିବାରର ସବୁ ସଦସ୍ୟ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱରର ପାର୍କ

ମହାତ୍ମା ଗାନ୍ଧୀ ପାର୍କ ପାର୍କଟି ଜୟଦେବ ବିହାରସ୍ଥିତ ନନ୍ଦନକାନନ ରୋଡ୍‌ର ଜନତା ମଇଦାନ ନିକଟରେ ଅବସ୍ଥିତ। ପାର୍କ ଭିତରେ ମହାତ୍ମା ଗାନ୍ଧୀଙ୍କ ପ୍ରାର୍ଥନା କରୁଥିବା ମୁଦ୍ରାରେ ମୂର୍ତ୍ତି…

ଶ୍ରେଷ୍ଠ ପାଞ୍ଚ ପୁରୀର ମଠ

ହାତୀ ଆଖଡ଼ା ମଠ ପୁରୀ ବଳଗଣ୍ଡି ନିକଟରେ ବଡ଼ଦାଣ୍ଡର ମୁଖ୍ୟ ରାସ୍ତାରେ ହାତୀ ଆଖଡା ମଠ ଅବସ୍ଥିତ। ଶ୍ରୀରାମାନନ୍ଦୀ ସମ୍ପ୍ରଦାୟର ନିର୍ବାଣୀ ଆଖଡା ରୂପେ ଏହା ପରିଚିତ।…

ଶ୍ରେଷ୍ଠ ପାଞ୍ଚ ଓଡ଼ିଶାର ପ୍ରସିଦ୍ଧ ଶୈବପୀଠ

ହରିଶଙ୍କର ବଲାଙ୍ଗୀରଠାରୁ ୮୦ କି.ମି. ଦୂରରେ ଗନ୍ଧମାର୍ଦ୍ଦନ ପର୍ବତ ପାଦଦେଶରେ ଅବସ୍ଥିତ ପ୍ରସିଦ୍ଧ ତୀର୍ଥ ତଥା ଶୈବପୀଠ ହରିଶଙ୍କର। ଏଠାକାର ମନ୍ଦିରର ପରିବେଶ ଏବଂ ଆକର୍ଷଣୀୟ ଝରଣା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?