ଭାରତ ଫ୍ୟାକ୍ଟ୍ରି ବନ୍ଦ କଲା ହାର୍ଲେ ଡାଭିଡ୍‌ସନ

ନୂଆଦିଲ୍ଲୀ: ଆମେରିକା ଭିତ୍ତିକ ଲକ୍‌ଜ୍ୟୁରି ବାଇକ ନିର୍ମାଣକାରୀ କମ୍ପାନୀ ହାର୍ଲେ ଡାଭିଡ୍‌ସନ ଭାରତରେ ଥିବା ଏହାର ଫ୍ୟାକ୍ଟ୍ରି ବନ୍ଦ କରିବାକୁ ନିଷ୍ପତ୍ତି ନେଇଛି। ହରିୟାଣାର ବଓ୍ବାଲସ୍ଥିତ ମାନୁଫାକଚରିଂ ଫାସିଲିଟିରେ ବାଇକ ନିର୍ମାଣ କରୁଥିବା ଏହି କମ୍ପାନୀ ଘରୋଇ ବଜାରରେ କାରବାରରେ ମାନ୍ଦାବସ୍ଥା ଏବଂ ବିକ୍ରି କମିବା ଯୋଗୁ ଏଭଳି ନିଷ୍ପତ୍ତି ନେଇଥିବା ଜଣାପଡିଛି। ଏହା ସ୍ଥାନୀୟ ୟୁନିଟ୍‌କୁ ଏକାକୀ ନ ଚଳାଇ ଏକ ଭାରତୀୟ ସଂସ୍ଥା ସହ ଚୁକ୍ତିରେ ସାମିଲ ହେବା ନେଇ ଶୀଘ୍ର ଘୋଷଣା ହେବ ବୋଲି ଆଲୋଚନା ହେଉଛି। ଦେଶର ପ୍ରମୁଖ ୨ଚକିଆ ଯାନ ନିର୍ମାତା ହିରୋ ମୋଟୋକର୍ପ ସହ ମିଶି କମ୍ପାନୀ ଭାରତରେ ଏହାର ଭବିଷ୍ୟତ ପରଖିବ ବୋଲି ଶୁଣାଯାଉଛି।
ଘରୋଇ ବଜାର ପୂର୍ବରୁ ମାନ୍ଦାବସ୍ଥା ଦେଇ ଗତି କରୁଛନ୍ତି। ଫଳରେ ବିଭିନ୍ନ କମ୍ପାନୀ ବାଣିଜ୍ୟରେ ବିଭିନ୍ନ ଚ୍ୟାଲେଞ୍ଜର ସାମ୍ନା କରୁଛନ୍ତି। କମ୍ପାନୀଗୁଡିକ ଲଗାତର କ୍ଷତିକୁ ସହ୍ୟ କରିବାକୁ ସକ୍ଷମ ହୋଇପାରୁ ନ ଥିବା ଦେଖାଯାଇଛି। ଏହା ପୂର୍ବରୁ ୪ ଚକିଆ ଯାନ ନିର୍ମାତା ମଧ୍ୟ ଅନ୍ୟ କମ୍ପାନୀ ସହ ଚୁକ୍ତିରେ ସାମିଲ ହେଉଥିବା ଦେଖାଯାଇଛି। ପ୍ରକ୍ରିୟା ସହ ଜଡ଼ିତ ଜଣେ ଅଧିକାରୀ କହିଛନ୍ତି, ହାର୍ଲେ ଡାଭିଡସନ ଭାରତରେ ସହୁଥିବା ବାଣିଜ୍ୟ କ୍ଷତିକୁ କମାଇବାକୁ ଯୋଜନା ହାତକୁ ନେଇଛି।
କରୋନା ମହାମାରୀ ଜନିତ ଏହି କ୍ଷତି ଆହୁରି ବଢିଛି। ଏହାର ଭାରତ ବଜାର ଅପରେଶନ୍ସରୁ କର୍ମଚାରୀଙ୍କୁ ଛଟେଇ କରିବା ଦିଗରେ ମଧ୍ୟ ଏହା ଯୋଜନା ରଖିଛି। ହାର୍ଲେ ଡାଭିଡ୍‌ସନ ଏହାର ବାଣିଜ୍ୟ ପୁନର୍ଗଠନ ଯୋଜନା ଅନ୍ତର୍ଗତ ସାରା ବିଶ୍ୱ ବଜାରରେ ରହିଥିବା ଏହାର ଫାସିଲିଟିଗୁଡିକରେ ଖର୍ଚ୍ଚ କମାଇବାକୁ ଯୋଜନା ହାତକୁ ନେଉଛି ବୋଲି ସିଇଓ ଜେ.ଜେଇଜ ସୂଚନା ଦେଇଛନ୍ତି। ଏହା ସହ ନିଯୁକ୍ତି ହ୍ରାସ କରାଯିବା ସହ ବାଣିଜ୍ୟ ମଡେଲରେ ପରିବର୍ତ୍ତନ ଏବଂ ମାନୁଫାକ୍‌ଚରିଂ ଫାସିଲିଟି ବନ୍ଦ ନେଇ ସେ ସ୍ପଷ୍ଟ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଲିଫ୍ଟ ଦେବା କହି ଚଳନ୍ତା କାର୍‌ରେ ମହିଳାଙ୍କୁ କଲେ ବଳାତ୍କାର, ପୂରା ଘଟଣା ଜାଣିଲେ…

ନୂଆଦିଲ୍ଲୀ,୩୧।୧୨: କୋତୱାଲି ଥାନା ଅଞ୍ଚଳରେ ଚଳନ୍ତା କାରରେ ଜଣେ ମହିଳାଙ୍କୁ ବଳାତ୍କାର କରାଯାଇଥିବା ଅଭିଯୋଗ ହୋଇଛି। ତାଙ୍କୁ ବଳାତ୍କାର କରିବା ପରେ ଅଭିଯୁକ୍ତମାନେ ତାଙ୍କୁ ରାସ୍ତାରେ...

ଶ୍ରୀମନ୍ଦିର କ୍ୟାଲେଣ୍ଡରରେ ଗୁରୁତର ତ୍ରୁଟି ! ଜଗା ସ୍ଥାନରେ ବଳିଆ

ଭୁବନେଶ୍ୱର,୩୧।୧୨: ଶ୍ରୀଜଗନ୍ନାଥ ମନ୍ଦିର କ୍ୟାଲେଣ୍ଡରରେ ଗୁରୁତର ତ୍ରୁଟି ଅଭିଯୋଗ ହୋଇଛି। ଜଗା ସ୍ଥାନରେ ବଳିଆ ଓ ବଳିଆ ଜାଗାରେ ଜଗାକୁ ନେଇ ବୁଦ୍ଧିଜୀବୀ ମହଲରେ ଅସନ୍ତୋଷ...

ନଳକୂପ ପାଖରେ ଛକି ବସିଥିଲା ଯମ: ପାଣି ଆଣିବାକୁ ଗଲାବେଳେ ଝିଲିଙ୍କ ସହ ଘଟିଲା…

ଅନୁଗୋଳ,୩୧।୧୨(ମାନସ ବିଶ୍ୱାଳ): ଅନୁଗୋଳ ବନଖଣ୍ଡ ଅନ୍ତର୍ଗତ ବନ୍ତଳା ପଞ୍ଚାୟତ ସାହାରାଗୁଡ଼ା ଗାଁ ସୁନାଭୂଇଁ ସାହିରେ ଦନ୍ତା ହାତୀ ଆକ୍ରମଣରେ ଜଣେ ମହିଳାଙ୍କ ମୃତ୍ୟୁ ଘଟିଛି। ମିଳିଥିବା...

ମହିଳାଙ୍କ ସହ ଯୌନସମ୍ପର୍କ ରଖି ଫଟୋ ଭାଇରାଲ କରିଦେଲେ ଯୁବକ: ସ୍ବାମୀ ଜାଣିବା ପରେ…

ପୁରୀ,୩୧ା୧୨(ଅଜିତ୍‌ କୁମାର ମହାନ୍ତି):ମହିଳାଙ୍କ ବିନା ସହମତିରେ ତାଙ୍କ ସହ ଯୌନସମ୍ପର୍କ ସ୍ଥାପନ କରିବା ସହ ଅଶ୍ଳୀଳ ଭିଡିଓ ସୋସିିଆଲ ମିଡିଆରେ ଭାଇରାଲ କରିବା ଅଭିଯୋଗରେ ବଳିଆପଣ୍ଡା...

୬ଦିନ ଯାଏ ସବୁ ସରକାରୀ କର୍ମଚାରୀଙ୍କ ଛୁଟି ବାତିଲ

ପୁରୀ,୩୧ା୧୨(ଅଜିତ୍‌ କୁମାର ମହାନ୍ତି):ଇଂଲିଶ ନବବର୍ଷର ପ୍ରଥମ ଦିନରେ ଶ୍ରୀକ୍ଷେତ୍ରରେ ମହାପ୍ରଭୁଙ୍କ ଦର୍ଶନ କରି ବର୍ଷ ଆରମ୍ଭ କରିବା ନିମନ୍ତେ ଶ୍ରଦ୍ଧାଳୁ ଆଶା କରିଥାନ୍ତି। ତେଣୁ ଏହିଦିନ...

ଭୟରେ ଥରହର ଅର୍ପିତା ଚୌଧୁରୀ: କଲେ ଏମିତି କାମ

କଟକ,୩୧।୧୨(କାର୍ତ୍ତିକ ସାହୁ):ଓଡ଼ିଆ ସଙ୍ଗୀତ ଜଗତର ପ୍ରତିଷ୍ଠିତ ଗାୟକ ହ୍ୟୁମାନ ସାଗର ମୃତ୍ୟୁ ମାମଲାରେ ଓଲିଉଡ ଗାୟିକା ଅର୍ପିତା ଚୌଧୁରୀ ମଙ୍ଗଳବାର ହାଇକୋର୍ଟରେ ଆଗୁଆ ଜାମିନ ଆବେଦନ...

ନୂଆବର୍ଷରେ ପ୍ରବଳ ଶୀତ: ୧୨ ଜିଲାକୁ ୟେଲୋ ଓ୍ବାର୍ନିଂ

ଭୁବନେଶ୍ୱର, ୩୧ା୧୨ (ବନ୍ଦନା ସେଠୀ):ରାଜ୍ୟରେ ଏବେ ପ୍ରବଳ ଥଣ୍ଡା ଅନୁଭୂତ ହେଉଛି। ଘନ କୁହୁଡ଼ି ସହିତ ଶୀତ ଲହରି ଜନଜୀବନକୁ ଅସ୍ତବ୍ୟସ୍ତ କରି ପକାଉଛି। ଏଥିସହିତ...

ଭିକ୍ଟୋରିଆ ଯୁଗର ଜୋତା ମିଳିଲା

ଲଣ୍ଡନ: ସମ୍ପ୍ରତି ୱେଲ୍ସ କାଉଣ୍ଟିର ଏକ ଅଜବ ଏବଂ ରହସ୍ୟମୟ ଘଟଣା ସ୍ଥାନୀୟ ଲୋକଙ୍କୁ ବିସ୍ମିତ କରିଦେଇଛି। ଦକ୍ଷିଣ ୱେଲ୍ସର ଗ୍ଲାମୋର୍ଗାନ ଉପତ୍ୟକାର ଓଗମୋର୍‌-ବାଇ-ସି ବିଚ୍‌ରେ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri