ଭାରତ ଫ୍ୟାକ୍ଟ୍ରି ବନ୍ଦ କଲା ହାର୍ଲେ ଡାଭିଡ୍‌ସନ

ନୂଆଦିଲ୍ଲୀ: ଆମେରିକା ଭିତ୍ତିକ ଲକ୍‌ଜ୍ୟୁରି ବାଇକ ନିର୍ମାଣକାରୀ କମ୍ପାନୀ ହାର୍ଲେ ଡାଭିଡ୍‌ସନ ଭାରତରେ ଥିବା ଏହାର ଫ୍ୟାକ୍ଟ୍ରି ବନ୍ଦ କରିବାକୁ ନିଷ୍ପତ୍ତି ନେଇଛି। ହରିୟାଣାର ବଓ୍ବାଲସ୍ଥିତ ମାନୁଫାକଚରିଂ ଫାସିଲିଟିରେ ବାଇକ ନିର୍ମାଣ କରୁଥିବା ଏହି କମ୍ପାନୀ ଘରୋଇ ବଜାରରେ କାରବାରରେ ମାନ୍ଦାବସ୍ଥା ଏବଂ ବିକ୍ରି କମିବା ଯୋଗୁ ଏଭଳି ନିଷ୍ପତ୍ତି ନେଇଥିବା ଜଣାପଡିଛି। ଏହା ସ୍ଥାନୀୟ ୟୁନିଟ୍‌କୁ ଏକାକୀ ନ ଚଳାଇ ଏକ ଭାରତୀୟ ସଂସ୍ଥା ସହ ଚୁକ୍ତିରେ ସାମିଲ ହେବା ନେଇ ଶୀଘ୍ର ଘୋଷଣା ହେବ ବୋଲି ଆଲୋଚନା ହେଉଛି। ଦେଶର ପ୍ରମୁଖ ୨ଚକିଆ ଯାନ ନିର୍ମାତା ହିରୋ ମୋଟୋକର୍ପ ସହ ମିଶି କମ୍ପାନୀ ଭାରତରେ ଏହାର ଭବିଷ୍ୟତ ପରଖିବ ବୋଲି ଶୁଣାଯାଉଛି।
ଘରୋଇ ବଜାର ପୂର୍ବରୁ ମାନ୍ଦାବସ୍ଥା ଦେଇ ଗତି କରୁଛନ୍ତି। ଫଳରେ ବିଭିନ୍ନ କମ୍ପାନୀ ବାଣିଜ୍ୟରେ ବିଭିନ୍ନ ଚ୍ୟାଲେଞ୍ଜର ସାମ୍ନା କରୁଛନ୍ତି। କମ୍ପାନୀଗୁଡିକ ଲଗାତର କ୍ଷତିକୁ ସହ୍ୟ କରିବାକୁ ସକ୍ଷମ ହୋଇପାରୁ ନ ଥିବା ଦେଖାଯାଇଛି। ଏହା ପୂର୍ବରୁ ୪ ଚକିଆ ଯାନ ନିର୍ମାତା ମଧ୍ୟ ଅନ୍ୟ କମ୍ପାନୀ ସହ ଚୁକ୍ତିରେ ସାମିଲ ହେଉଥିବା ଦେଖାଯାଇଛି। ପ୍ରକ୍ରିୟା ସହ ଜଡ଼ିତ ଜଣେ ଅଧିକାରୀ କହିଛନ୍ତି, ହାର୍ଲେ ଡାଭିଡସନ ଭାରତରେ ସହୁଥିବା ବାଣିଜ୍ୟ କ୍ଷତିକୁ କମାଇବାକୁ ଯୋଜନା ହାତକୁ ନେଇଛି।
କରୋନା ମହାମାରୀ ଜନିତ ଏହି କ୍ଷତି ଆହୁରି ବଢିଛି। ଏହାର ଭାରତ ବଜାର ଅପରେଶନ୍ସରୁ କର୍ମଚାରୀଙ୍କୁ ଛଟେଇ କରିବା ଦିଗରେ ମଧ୍ୟ ଏହା ଯୋଜନା ରଖିଛି। ହାର୍ଲେ ଡାଭିଡ୍‌ସନ ଏହାର ବାଣିଜ୍ୟ ପୁନର୍ଗଠନ ଯୋଜନା ଅନ୍ତର୍ଗତ ସାରା ବିଶ୍ୱ ବଜାରରେ ରହିଥିବା ଏହାର ଫାସିଲିଟିଗୁଡିକରେ ଖର୍ଚ୍ଚ କମାଇବାକୁ ଯୋଜନା ହାତକୁ ନେଉଛି ବୋଲି ସିଇଓ ଜେ.ଜେଇଜ ସୂଚନା ଦେଇଛନ୍ତି। ଏହା ସହ ନିଯୁକ୍ତି ହ୍ରାସ କରାଯିବା ସହ ବାଣିଜ୍ୟ ମଡେଲରେ ପରିବର୍ତ୍ତନ ଏବଂ ମାନୁଫାକ୍‌ଚରିଂ ଫାସିଲିଟି ବନ୍ଦ ନେଇ ସେ ସ୍ପଷ୍ଟ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ସିଏଜି ମାଗିଲେ ବ୍ୟାଙ୍କ ଅଡିଟ ରିପୋର୍ଟ

ନୂଆଦିଲ୍ଲୀ,୪।୧: ସରକାର ରାଷ୍ଟ୍ରାୟତ୍ତ ବ୍ୟାଙ୍କଗୁଡିକରେ ପୁଞ୍ଜି ଯୋଗାଣ ଧାରା ଜାରି ରଖିଛନ୍ତି। ବ୍ୟାଙ୍କଗୁଡ଼ିକର ପରଫରମାନ୍ସ ଅଡିଟ ସଂକ୍ରାନ୍ତ ବିସ୍ତୃତ ତଥ୍ୟ ଦେବାକୁ କମ୍ପଟ୍ରୋଲର ଆଣ୍ଡ ଅଡିଟର...

ପିଏନ୍‌ବି ହେଲା ଦେଶର ଦ୍ୱିତୀୟ ବୃହତ୍‌ ରାଷ୍ଟ୍ରାୟତ୍ତ ବ୍ୟାଙ୍କ

ନୂଆଦିଲ୍ଲୀ, ୨।୪: ପହିଲାରୁ ଓରିଏଣ୍ଟାଲ ବ୍ୟାଙ୍କ ଅଫ୍‌ କମର୍ସ ଏବଂ ୟୁନାଇଟେଡ ବ୍ୟାଙ୍କ ଅଫ୍‌ ଇଣ୍ଡିଆର ସବୁ ଶାଖା ପଞ୍ଜାବ ନ୍ୟାଶନାଲ ବ୍ୟାଙ୍କ (ପିଏନ୍‌ବି) ଶାଖା...

ଏମ୍‌ଏସ୍‌ଏମ୍‌ଇକୁ ୨.୦୫ ଲକ୍ଷ କୋଟିର ଋଣ ମଞ୍ଜୁର

ନୂଆଦିଲ୍ଲୀ: ସରକାର ଘୋଷଣା କରିଥିବା ୩ ଆତ୍ମନିର୍ଭର ପ୍ୟାକେଜର ଅଗ୍ରଗତି ସମ୍ପର୍କରେ ଅର୍ଥମନ୍ତ୍ରୀ ନିର୍ମଳା ସୀତାରାମନ ରବିବାର ସମୀକ୍ଷା କରିଛନ୍ତି। କୋଭିଡ୍‌-୧୯ ଦ୍ୱାରା କ୍ଷତିଗ୍ରସ୍ତ ଅର୍ଥ...

ଏଚ୍‌ସିଏଲ୍‌ ଦେବ ୧୫ ହଜାର ନିଯୁକ୍ତି

ନୂଆଦିଲ୍ଲୀ,୨୨।୭: ପ୍ରମୁଖ ଟେକ୍ନୋଲୋଜି କମ୍ପାନୀ ଏଚ୍‌ସିଏଲ୍‌ ଚଳିତ ବର୍ଷ ୧୫ ହଜାର ନିଯୁକ୍ତି ଦେବ। ଗତ ବର୍ଷ କମ୍ପାନୀ ୯ ହଜାର ଲୋକଙ୍କୁ ନିଯୁକ୍ତି ପ୍ରଦାନ...

ଜେଟ୍‌ର ୨୦୦୦ ଷ୍ଟାଫ୍‌ଙ୍କୁ ନିଯୁକ୍ତି ଦେବ ସ୍ପାଇସ୍‌ଜେଟ୍‌

ନୂଆଦିଲ୍ଲୀ,୩-୬: ଘରୋଇ ଏୟାରଲାଇନ୍ସ କମ୍ପାନୀ ସ୍ପାଇସ୍‌ଜେଟ୍‌ ଆର୍ଥିକ ସଙ୍କଟ କାରଣରୁ ବନ୍ଦ ହୋଇଯାଇଥିବା ଜେଟ୍‌ ଏୟାରଓ୍ବେଜ୍‌ର ୨୦୦୦ କର୍ମଚାରୀଙ୍କୁ ନିଯୁକ୍ତି ଦେବ। ସ୍ପାଇସ୍‌ଜେଟ୍‌ ସିଏମ୍‌ଡି ଅଜୟ...

ଆଦାନୀ ହାତକୁ ଯିବ ଆଉ ୩ ବିମାନବନ୍ଦର

ବେଙ୍ଗାଲୁରୁ: ଜୁଲାଇ ମଧ୍ୟଭାଗ ସୁଦ୍ଧା ଆଦାନୀ ଗ୍ରୁପ୍‌ ହାତକୁ ଦେଶର ଆଉ ୩ ବିମାନବନ୍ଦର ଯିବ। ଏହା ମଧ୍ୟରେ ଜୟପୁର, ଗୁଆହାଟୀ ଏବଂ ଥିରୁଭାନନ୍ତପୁରମ ବିମାନ...

ବିଟ୍‌ କଏନ କାରବାର ସମ୍ପର୍କରେ ସରକାରଙ୍କୁ ଅବଗତ କରାଇବେ ନିବେଶକ କମ୍ପାନୀ

ନୂଆଦିଲ୍ଲୀ,୨୮। ୩: ସାରା ବିଶ୍ୱରେ ବିଟ୍‌ କଏନର କାରବାର କାୟାବିସ୍ତାର କରିଚାଲିଛି। ଏହି ପରିପ୍ରେକ୍ଷୀରେ ଭାରତ ସରକାର ମଧ୍ୟ ଶେଷରେ ବିଟ୍‌ କଏନ (କ୍ରିପ୍ଟୋ କରେନ୍ସି)ର କାରବାରକୁ...

୬.୪% ବଢ଼ିପାରେ ହାରାହାରି ବେତନ

ମୁମ୍ବାଇ: ବର୍ଷ ୨୦୨୧ରେ ଭାରତରେ କାମ କରୁଥିବା ବ୍ୟକ୍ତି ବିଶେଷଙ୍କ ହାରାହାରି ବେତନ ୬.୪% ବଢ଼ିବା ନେଇ ଆକଳନ କରାଯାଇଛି। ଓ୍ବିଲସ ଟାଓ୍ବାର ଓ୍ବାଟଶନ ରିପୋର୍ଟ...

Advertisement


Archives

Model This Week

Why Dharitri