ଭାରତ ବନ୍ଦ ପ୍ରଭାବରେ ଦାରିଙ୍ଗବାଡ଼ି ଠପ୍‌

ଦାରିଙ୍ଗବାଡ଼ି,୨୬।୩(ଡି.ଏନ୍‌.ଏ): ଭାରତ ସରକାରଙ୍କ ନୂଆ କୃଷି ଆଇନ ଏବଂ ଅତ୍ୟାବଶ୍ୟକ ସାମଗ୍ରୀ ସଂଶୋଧନ ଆଇନ ବିରୋଧରେ ସଂଯୁକ୍ତ କିଶାନ ମୋର୍ଚ୍ଚା ପକ୍ଷରୁ ଭାରତ ବନ୍ଦ ଡାକରା ଦିଆଯାଇଛି। ଏହାକୁ ପ୍ରଦେଶ କଂଗ୍ରେସ କମିଟି ପକ୍ଷରୁ ସମର୍ଥନ କରାଯାଇଥିବା ବେଳେ ଦାରିଙ୍ଗବାଡ଼ି ବ୍ଲକ କଂଗ୍ରେସ ପକ୍ଷରୁ ଦାରିଙ୍ଗବାଡ଼ି ସମେତ ବ୍ରାହ୍ମଣୀଗାଁ, ସିମନବାଡ଼ି ଆଦି ପ୍ରମୁଖ ବଜାରକୁ ବନ୍ଦ କରିଦିଆଯାଇଛି। ସଂପୃକ୍ତ ଅଞ୍ଚଳରୁ ଫୁଲବାଣୀ ସମେତ ବାଲିଗୁଡ଼ା, ଭୁବନେଶ୍ୱର, ବ୍ରହ୍ମପୁର, ରାଇକିଆ ଆଦି ଅଞ୍ଚଳକୁ ବସ୍‌ ଚଳାଚଳ ବନ୍ଦ ରହିବା ସହ ସମସ୍ତ ଗାଡ଼ିମୋଟର ବନ୍ଦ ରହିଛି। ସେହିପରି ବ୍ୟାଙ୍କ ପ୍ରତିଷ୍ଠାନ, ସରକାରୀ,ବେସରକାରୀ କାର୍ଯ୍ୟାଳୟ ବନ୍ଦ ରହିଛି। ୫୯ ନଂ ଜାତୀୟ ରାଜପଥର ସିମନବାଡ଼ିଠାରେ କଂଗ୍ରେସର ସିମନବାଡ଼ି ପଞ୍ଚାୟତର ଦଳର ସଭାପତି ଏଲନ ନାୟକଙ୍କ ନେତୃତ୍ୱରେ ଉପସଭାପତି ବିଭୀଷଣ ଦିଗାଳ, ସମ୍ପାଦକ ସୁଧାଂଶୁ ନାୟକ, ସହସମ୍ପାଦକ ବିରୁ ନାୟକ, ରାମଦେଉ ପ୍ରଧାନ, ଶ୍ୟାମସେନ ଦିଗାଳଙ୍କ ସମେତ ବହୁ କର୍ମୀ ରାସ୍ତାରେ ବ୍ୟାରିକେଟ ବାନ୍ଧି ବନ୍ଦ ପାଳନ କରିଥିଲେ। ସେହିପରି ଦାରିଙ୍ଗବାଡ଼ି ବ୍ଲକ ସଭାପତି ପ୍ରଦୀପ କୁମାର ନାୟମଙ୍କ ନେତୃତ୍ୱରେ ଉତ୍ତମଚାନ୍ଦ ପ୍ରଧାନ, ବିଦ୍ୟାଧର ମଲ୍ଲିକ, ଶ୍ୟାମଘନ ପ୍ରଧାନଙ୍କ ସମେତ ବହୁ ଦଳୀୟ କର୍ମୀ ଦଳୀୟ ପତାକା ଧରି ରାଜପଥ ଉପରେ ବିକ୍ଷୋଭ ପ୍ରଦର୍ଶନ କରିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ମଝି ରାସ୍ତାରେ ଓଲୋଟିଲା ଯାତ୍ରା ପାର୍ଟି ଟ୍ରକ

ଧାମନଗର,୪।୪( ସନ୍ତୋଷ କୁମାର ମହାପାତ୍ର): ଧାମନଗର ଥାନା ଭଣ୍ଡାରି ପଦି ଛକ ନିକଟସ୍ଥ ଏସଡିପିଓ ଅଫିସ ସାମ୍ନାରେ ଧାମନଗର ଭଦ୍ରକ  ମୁଖ୍ୟ ରାସ୍ତାରେ ଶନିବାର ଅପରାହ୍ନରେ ଏକ…

ମହଙ୍ଗା ପଡ଼ିଲା କର୍ତ୍ତବ୍ୟରେ ଅବହେଳା: ବିଏଲ୍‌ଓ ନିଲମ୍ବିତ

ଗଜପତ/ମୋହନା,୪।୪(ଗିରିଧାରୀ ପରିଛା/ମନ୍ମଥ ମିଶ୍ର): ଗଜପତି ଜିଲା ୧୩୭-ପାରଳାଖେମୁଣ୍ଡି ବିଧାନସଭାର କାଶୀନଗର ବ୍ଲକ ଅନ୍ତର୍ଗତ ଭୋଟଗ୍ରହଣ କେନ୍ଦ୍ରର ବୁଥସ୍ତରୀୟ ଅଧିକାରୀ ଦାୟିତ୍ୱରେ ଥିବା ସହକାରୀ ଶିକ୍ଷକଙ୍କୁ ଜିଲା ନିର୍ବାଚନ…

ବ୍ଲକସ୍ତରୀୟ ପ୍ରବେଶ ଉତ୍ସବରେ ଖଡ଼ିଛୁଇଁଲେ ଶିଶୁ

କର୍ଲାମୁଣ୍ଡା:୪।୪(ପ୍ରଦୀପ କୁମାର ସାହୁ): କଳାହାଣ୍ଡି ଜିଲା କର୍ଲାମୁଣ୍ଡା ବ୍ଲକ ସଦର ନୋଡାଲ ଉଚ୍ଚ ପ୍ରାଥମିକ ବିଦ୍ୟାଳୟଠାରେ ଶନିବାର ବ୍ଲକସ୍ତରୀୟ ପ୍ରବେଶ ଉତ୍ସବ ଏବଂ ଖଡ଼ିଛୁଆଁ କାର୍ଯ୍ୟକ୍ରମ ଅନୁଷ୍ଠିତ…

ରେଷ୍ଟୁରାଣ୍ଟ-ଢାବା ମାଲିକଙ୍କ ପାଇଁ ନିର୍ଦ୍ଦେଶ: କେବଳ ଏମିତି କଲେ ମିଳିବ ବାଣିଜ୍ୟିକ ସିଲିଣ୍ଡର

ନୂଆଦିଲ୍ଲୀ,୪।୪: ଦିଲ୍ଲୀ ସରକାର ବାଣିଜ୍ୟିକ LPG ସିଲିଣ୍ଡର ଯୋଗାଣ ନିୟନ୍ତ୍ରଣ ନିୟମକୁ କଡ଼ାକଡ଼ି କରିଛନ୍ତି। ଏବେ, ଯେଉଁ ଅଞ୍ଚଳରେ ପାଇପ ଯୁକ୍ତ ପ୍ରାକୃତିକ ଗ୍ୟାସ (PNG) ନେଟୱାର୍କ…

ଇସ୍ତଫା ଦେଲେ ପେଣ୍ଡିଲି ସରପଞ୍ଚ, କାରଣ କହିଲେ…

ଗୁଡାରି,୪।୪(ପ୍ରମୋଦ କୁମାର ପତି ): ଗୁଡାରି ବ୍ଲକର ପେଣ୍ଡିଲି ପଞ୍ଚାୟତ ସରପଞ୍ଚ ରେଣୁକା ଶବର ନିଜ ପଦବୀରୁ ଶନିବାର ଅପରାହ୍ନରେ ଇସ୍ତଫା ଦେଇଛନ୍ତି। ସେ ନିଜ ଇସ୍ତଫା…

ଚାଲିଛି ଆଇପିଏଲ ସିଜନ୍‌: ଯୁବ ଗୋଷ୍ଠୀଙ୍କୁ ଲୋଭ ଦେଖାଇ ଆକୃଷ୍ଟ କରୁଛନ୍ତି ଦଲାଲ

ଗଞ୍ଜାମ,୪।୪(ବିଦ୍ୟାଧର ସାହୁ ): ବର୍ତ୍ତମାନ ଆରମ୍ଭ ହୋଇଯାଇଛି ଆଇପିଏଲ ସିଜନ । ପ୍ରତ୍ୟେକ ଦିନ ବିଭିନ୍ନ ଫ୍ରାଞ୍ଚାଇଜ ଦଳ ସହ ଅନୁଷ୍ଠିତ ହେଉଛି ୨୦-୨୦ ମ୍ୟାଚ ।…

ପୁରୀ ବିମାନବନ୍ଦର ଜଙ୍ଗଲ ଜମି ଅନୁମତି ପ୍ରସଙ୍ଗରେ ପ୍ରତିକ୍ରିୟା ରଖିଲେ ଭକ୍ତ, କହିଲେ…

ଭୁବନେଶ୍ୱର,୪ା୪: ପୁରୀ ବିମାନବନ୍ଦର ପାଇଁ ଜଙ୍ଗଲ ଜମି ଅନୁମତି ପ୍ରସଙ୍ଗରେ ପ୍ରତିକ୍ରିୟା ରଖିଛନ୍ତି ପିସିସି ସଭାପତି ଭକ୍ତ ଚରଣ ଦାସ। ପିସିସି ସଭାପତି ଭକ୍ତ ଶନିବାର ଗଣମାଧ୍ୟକୁ…

ନିଜ ପଢ଼ା ସମୟର କଥା କହିଲେ ଉପଜିଲାପାଳ: କେମିତି ପଢ଼ିଲେ…

ତୁମୁଡିବନ୍ଧ,୪।୪(ଦୀପକ କୁମାର ପରାସେଠ): କନ୍ଧମାଳ ଜିଲା ତୁମୁଡିବନ୍ଧସ୍ଥିତ ନେତାଜୀ ସୁଭାଷ ବୋଷ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ନୂତନ ଭାବେ ନିର୍ମିତ ହୋଇଥିବା କୋଠା ଗୃହକୁ ବାଲିଗୁଡା ଉପଜିଲାପାଳ …

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri